Akshay Kumar Sahu

Inspirational

2  

Akshay Kumar Sahu

Inspirational

ନିସ୍ଵାର୍ଥ ପ୍ରେମ

ନିସ୍ଵାର୍ଥ ପ୍ରେମ

3 mins
363


"ଚନ୍ଦନ... ବାପା ଚନ୍ଦନ, ଉଠିପଡ ଦିନ ଆସି ୧୦ଟା ବାଜିଲାଣି ପରା । ଆଜି କଲେଜେ ଯିବୁନି କି?"

ମାଳତୀ ଦେବୀ ରୋଷାଇ ଘରେ ଥାଇ ପୁଅକୁ ଡାକ ପକାଉଥାନ୍ତି । ଚନ୍ଦନ ହେଉଛି ଗୋଟିଏ ବୋଲି ପୁଅ । ବାପା, ମା'ଙ୍କର ବହୁତ ଗେଲ୍ହା ।

ସେଥି ପାଇଁ ସକାଳୁ ଉଠି ପୁଅ କଲେଜ ଯିବ ବୋଲି ଗରମ ଗରମ ଜଳଖିଆ ପ୍ରସ୍ତୁତ କରୁଛନ୍ତି । ବାପାଙ୍କର ଅଫିସ ସମୟ ହୋଇଯିବାରୁ ରାତିର ରୁଟି ଆଉ ତରକାରୀ ଖାଇ ତାଙ୍କର ପୁରୁଣା ସ୍କୁଟର ଧରି ବାହାରିଗଲେ ।

ମା'ଙ୍କ ବାରମ୍ବାର ପାଟି ଶୁଣି ଚନ୍ଦନ ଖାତା ଉପରେ ଉଠିକି ବସିପଡିଲା । ଆଜିକୁ ୩ ଦିନ ହେଇଗଲାଣି ଘରେ କାହା ସହ ବି ଭଲସେ କଥା ହେଇନି । କଲେଜକୁ ବି ଯାଇନି । ଖାଲି ନିଜ ରୁମରେ କବାଟ କିଲି ମୋବାଇଲରେ ବ୍ୟସ୍ତ ରହୁଛି । ବାପା ପଚାରିବାରୁ କହିଲା କଲେଜରେ ପାଠ ପଢା ହଉନି ବୋଲି ଯାଇନି । କିନ୍ତୁ ଚନ୍ଦନ ଜାଣିଚି ତାର ଏପରି ବ୍ୟବହାର ପଛରେ କ'ଣ ଗୁଢ ରହସ୍ୟ ରହିଛି ।

ମୋବାଇଲକୁ ୨ ମିନଟ ଦେଖିଲା ପରେ ତାର ଆଖିରୁ ୨ ଧାର ଲୁହ ଝରି ପଡିଲା । ହଠାତ ୩ ଦିନ ତଳର କଥା ସବୁ ତା ଆଖି ଆଗରେ ଯେମିତି ନାଚି ଉଠିଲା । ଆଉ ମନେ ପଡ଼ିଗଲା "ବୁଲବୁଲ"। ଜୀବନଠୁ ବି ଅଧିକ ଭଲ ପାଉଥିଲା ଚନ୍ଦନ ବୁଲବୁଲକୁ । କ'ଣ ସବୁ ନ କରିଛି ବୁଲବୁଲର ଆଖିରେ ଟିକେ ହସ ଭରିଦେବା ପାଇଁ । ବାପାଙ୍କୁ ମିଛ କହି ବହି କିଣିବା ବାହାନାରେ ପଇସା ନେଇ ଦାମୀ ଉପହାର ସବୁ ଦେଇଛି । ଚନ୍ଦନର ଗୋଟିଏ ଭୁଲ ପାଇଁ ୨ ବର୍ଷର ଭଲପାଇବାକୁ ଭୁଲିଯାଇ ବୁଲବୁଲ ଦିନେ ଆସି ତାର ଅନ୍ତିମ ନିଷ୍ପତି ଶୁଣେଇ ଦେଲା । "ଚନ୍ଦନ ତମେ ବହୁତ ସଂକୀର୍ଣ୍ଣ ମନଭାବର । ମୁଁ ବହୁତ ଚେଷ୍ଟା କରିଛି ଆମ ସମ୍ପର୍କକୁ ବଞ୍ଚେଇବା ପାଇଁ ହେଲେ, ସବୁ ବୃଥା । ତେଣୁ ଆଜିଠୁ ଆମ ଭିତରେ ଆଉ କୌଣସି ସମ୍ପର୍କ ନାହିଁ " । ଏକଥା ଭାବିଲା ବେଳେ ଯେମିତି ଚନ୍ଦନର ପାଦ ତଳୁ ମାଟି ଖସି ଯାଉଛି । ସାରା ପୃଥିବିଟା ତା'ପାଇଁ ଯେମିତି ଏକାକୀ ହେଇଯାଇଛି । ସମସ୍ତେ ଏଠି ସ୍ୱାର୍ଥପର । ଭଲପାଇବାର ମହତ୍ୱ କେହି ବୁଝନ୍ତିନି ଏଠି ।

ଏମିତି ମନ ଦୁଃଖରେ ବସିଥିବା ସମୟରେ ପୁଣି ମାଳତୀ ଦେବୀ ଚିତ୍କାର କଲେ, "ଶୀଘ୍ର ଯାଇକି ଗାଧୁଆ ପାଧୁଆ ସାରି ଆସି ଯା', ତୋ ପାଇଁ ଆଜି ପୁରି ଆଉ ମଟର ତରକାରୀ କରିଛି" । ଇଚ୍ଛା ନଥିଲେ ବି ବାଧ୍ୟ ହୋଇ ଖାତାରୁ ଓଲ୍ହାଇ ଚାଲିଗଲା ଗାଧୁଆ ଘରକୁ । ଏପଟେ ମାଳତୀ ଦେବୀ ପୁଅ ଖାଇବା ବୋଲି, ଗରମ ଗରମ ପୁରି ଖାଇବା ଘରେ ରଖି ଅପେକ୍ଷା କରି ବସିଛନ୍ତି । ଚନ୍ଦନ ୩ ଟା ପୁରି ଖାଇଛି କି ନାହିଁ । ମାଳତୀ ଦେବୀ ଆଉ ୨ ଟା ପୁରି ଆଣି ରଖିଦେଲେ । ଚନ୍ଦନର ରାଗ କହିଲେ ନ ସରେ, "ମୁଁ ଏତେସବୁ ଖାଇ ପାରିବିନି !" କହି ଉଠିବା ସମୟରେ ମାଳତୀ ଦେବୀ ରସଗୋଲା ରଖିଦେଇ କହିଲେ "ହଉ ପୁରି ନ ଖାଇଲେ ନାହିଁ, ରସଗୋଲାଟା ଖାଇଦେ !"

ସନ୍ଧ୍ୟା ୬ଟା ବାଜିଲାଣି । ହେଲେ ଚନ୍ଦନ କହିଁକି ଏବେ ଯାଏ ରୁମରୁ ବାହାରୁନି, ଏହା ଭାବି ମାଳତୀ ଦେବୀ ରୁମ ଭିତରକୁ ପାସ ଦେଖିଲେ ଯେ ଚନ୍ଦନକୁ ୧୦୩ ଜ୍ୱର । ଶୀଘ୍ର ମାଳତୀ ଦେବୀ ଚନ୍ଦନର ବାପାକୁ ଫୋନ କରିକି ସବୁ କଥା କହିଲେ । ବାପା ଯଥା ଶୀଘ୍ର ଆସି ପୁଅକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇଲେ । ଡ଼ାକ୍ତର ଚନ୍ଦ୍ର ରକ୍ତ ପରୀକ୍ଷା କରି ଜାଣିପାରିଲେ ଯେ ବ୍ୟସ୍ତ ହେବାର କିଛି ନାହିଁ । ମୁଁ ଔଷଧ ଲେଖିଦଉଛି ୩-୪ ଦିନ ଭିତରେ ପୁରା ଭଲ ହେଇଯିବ । ତେଣୁ ପୁଅକୁ ଘରକୁ ନେଇଯାଅ । ମାଳତୀ ଦେବୀ ଚନ୍ଦନର ଠିକ ସମୟରେ ଔଷଦ ଦେବା ସହ ପାଖରେ ଯଗିକି ରହିଥାନ୍ତି । କାଳେ କ'ଣ ପୁଅର ଆବଶ୍ୟକ ପଡିବ, ସେଥି ପାଇଁ ସବୁ ସମୟରେ ପୁଅ ରୁମରେ ହିଁ ରହୁଥିଲେ ।

ଚନ୍ଦନର ଦେହ ଭଲ ହେଇଯାଇଛି । ଖାଲି ଦେହ ଭଲ ହେଇଯାଇଛି ତା' ନୁହେଁ; ସେ ଏବେ ବୁଝିପାରିଛି ଯେ, ଯେଉଁ ବାପା ମା'ଙ୍କର ସ୍ନେହକୁ କେବେ ବୁଝିବାକୁ ଚେଷ୍ଟା କରିନଥିଲା । ଆଜି ସେ ସବୁ ଠିକ ବୁଝିପାରିଛି । କେମିତି ତାର ଦେହ ଭଲ ନଥିବା ସମୟରେ ବାପା, ମା' ତାର ପାଖରେ ରହି କେମିତି ସେବା କରୁଥିଲେ । ସେଦିନର କଥା ବି ମନେ ପଡିଗଲା ଯେତେବେଳେ ମା' ପୁରି ଆଣି ଖାଇବା ଥାଳିରେ ରଖିଦେବାରୁ କେମିତି ସେ ରାଗି ଯାଇ ମା'ଙ୍କୁ କେତେ କ'ଣ କହିଥିଲା । ତଥାପି ମା' କେତେ ସରାଧରେ ରସଗୋଲା ଖାଇବାକୁ କହିଥିଲେ । ବାପା କେମିତି ନିଜର ସେଇ ପୁରୁଣା ସ୍କୁଟରକୁ ବଦଳାଇବା ପାଇଁ ପଇସା ନଥିଲେବି ତା' ପାଇଁ ନୂଆ ମୋଟର ସାଇକେଲଟି ଉପହାର ଦେଇଥିଲେ ତା'ର ଜନ୍ମ ଦିନରେ ।

ସେ ଏବେ ଠିକ ବୁଝି ସାରିଥିଲା ଯେ, କେମିତି ସବୁ ଚେଷ୍ଟା କରିବା ସତ୍ୱେ ତାର ଭଲପାଇବାକୁ କେମିତି ଭୁଲିଗଲା ବୁଲବୁଲ । ହେଲେ ଯଉ ବାପା ମା' ଦିନରାତି ସନ୍ତାନର ଖୁସି ପାଇଁ ସମସ୍ତ ଦୁଃଖ କଷ୍ଟକୁ ଭୁଲି ଯା'ନ୍ତି । ତାଙ୍କ ପାଇଁ ଚନ୍ଦନ ପାଖରେ କାହିଁକି ସେଇ ସ୍ନେହକୁ ବୁଝିବାକୁ ଏତେ ସମୟ ଲାଗିଲା । ସେ ଆଗପରି କଲେଜ ଯିବା ଆରମ୍ଭ କରିଦେଲାଣି । ଏବେ ଆଉ ମୋବାଇଲରେ ବେଶୀ ସମୟ ନଷ୍ଟ କରୁ ନାହିଁ । କଲେଜରୁ ଆସି ବେଳେବେଳେ ମା'କୁ ରୋଷେଇରେ ସାହାଯ୍ୟ କରିବା ବି ଆରମ୍ଭ କରିଦେଇଛି । ପ୍ରେମର ମାନେଟା ଚନ୍ଦନ ଏବେ ଠିକ ଭାବେ ବୁଝି ଯାଇଛି । 


Rate this content
Log in

Similar oriya story from Inspirational