ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ନିଜେ ଚୋର

ନିଜେ ଚୋର

2 mins
7.4K


ଶ୍ରୀମତୀ ଲୀନା ମିଶ୍ର

ଗୋଟିଏ ଗ୍ରାମରେ ଗୋଟିଏ ପରିବାର l ସେହି ପରିବାରରେ ରହୁଥାନ୍ତି ସ୍ଵାମୀ, ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ l ସ୍ବାମୀଙ୍କ ନାମ ସୁରେଶ ଧଳ, ସ୍ତ୍ରୀଙ୍କ ନାମ କାମିନୀ ଧଳ, ପୁଅର ନାମ ରାମ ଓ ଝିଅର ନାମ ରାନୁ l ସୁରେଶ ଧଳଙ୍କର ଶାଳକ ବେଳେବେଳେ ତାଙ୍କ ଘରକୁ ଆସନ୍ତି l ଭଉଣୀର ଭଲ ମନ୍ଦ ବୁଝି ଖାଇ ପିଇ ଯାଆନ୍ତି l ଏହାଦେଖି ଧଳବାବୁ ବହୁତ ରାଗୁଥିଲେ ଏବଂ କହୁଥିଲେ କୁଆଡ଼େ ବୁଲିଥାଉଛୁ ଏଠିକି ଆସି ବକ୍ତ ମଡ଼େଇ ଚାଲିଯାଉଛୁ l ଧଳାବାବୁଙ୍କ ଏପରି କଥା ଶୁଣି ଶାଳକଙ୍କୁ ଭାରି ରାଗ ମାଡୁଥିଲା l ସେ ମନେ ମନେ ଭାବିଲେ ଥାଅ ହେ ବାବୁ ସୁବିଧା ଦେଖି ବିଧାଏ ଦେବି l ଭଉଣୀ ଭାଇକୁ ବୁଝାଇ ସୁଝାଇ କହନ୍ତି, ଭାଇ ତୁ ତୋ ଭାଇନାଙ୍କ କଥାକୁ ଧରିବୁ ନାହିଁ l ତୁ ତ ଜାଣିଛୁ ସେ କେମିତିକା ଲୋକ l

ଥରେ ଧଳବାବୁ ବୁଲିଯିବା ପାଇଁ ଠିକ୍ କଲେ l ପରିବାର ନେଇ ଟିକେ ବୁଲାବୁଲି କରି ଆସିଲେ ଭଲ ହୁଆନ୍ତା l ପତ୍ନୀଙ୍କୁ ଡ଼ାକି କହିଲେ ହଇହୋ; ଟିକେ ଶୁଣିବ ଆମେ ବୁଲିଗଲେ କେମିତି ହେବ ? ବହୁତ ବିରକ୍ତ ଲାଗିଲାଣି ଟିକେ ବୁଲାବୁଲି କରି ଆସିବା ମନଟା ଭଲ ଲାଗିବ l ଘରର ଜଞ୍ଜାଳ ଭିତରେ ମଣିଷ ସବୁବେଳେ ବୁଡ଼ି ରହୁଛି l

ସମୟ କାଢି ବୁଲି ଆସିଲେ ହେବ l ଛୁଆମାନେ ବୁଲିଯିବା ଶୁଣି ଭାରିଖୁସି ହେଲେ ଓ ଆନନ୍ଦରେ ନାଚିବାକୁ ଲାଗିଲେ l ପିଲାଙ୍କର ଖୁସି ଦେଖି ଧଳ ବାବୁ ବୁଲିବାକୁ ବାହାରିଲେ l ହେଲେ ଘରେ କିଏ ରହିବ l ଚାବି ପକାଇ ଘରକୁ କାହିଁକି ବୁଲିଯିବା ? ଧଳବାବୁଙ୍କ ମନକୁ କଥାଟି ପାଇଲା l ଧଳବାବୁ ପରିବାର ସହିତ ବୁଲିବାକୁ ବାହାରିଲେ l ଧଳବାବୁଙ୍କ ସାଳକ ମନକୁ ପାଞ୍ଚିଲେ l ମୋତେ ଏତେ କଥା କହୁଥିଲେ ଆଜି ପାନଟେ ଦେବି l ଧଳ ବାବୁ ଫେରିବାକୁ ୫/୭ ଘଣ୍ଟା ଅଛି l ଶାଳକ ଗୋଟିଏ ଚିନ୍ତାଧାରା ମନକୁ ଆଣିଲେ l ପଡ଼ିଶା ଘରର ପୁଅକୁ ଡ଼ାକିଲେ କହିଲେ ଆରେ ତୋତେ ୧୦୦ ଟଙ୍କା ଦେବି ମୋତେ ଟିକିଏ ବାନ୍ଧିଦେବୁ l ପଡ଼ିଶା ଘର ପୁଅ କହିଲା, କ’ଣ ହେଲା ତୁମକୁ ବାନ୍ଧିଲେ ମୋତେ ଟଙ୍କା ଦେବ ? ହାଉ ତା’ ହେଲେ ଠି୍କ ଅଛି ଶାଳକ ବାବୁ ସବୁ ଟଙ୍କା ପଇସା ନେଇ, ଆଲ୍ ମାରୀ ଭାଙ୍ଗିଦେଇ ସବୁ ନେଇ ନିଜ ଘରେ ରଖିଦେଲେ l ପୁଣି ଧଳବାବୁଙ୍କ ଘରକୁ ଆସି ପଡ଼ିଶା ଘରର ପୁଅକୁ ଡ଼ାକି ବାନ୍ଧି ହୋଇଗଲେ l ବାହାର ପଟୁ ଦୁଆର ବନ୍ଦକରି ଯିବା ପାଇଁ ପଡ଼ିଶା ଘରର ପୁଅକୁ କହିଲେ l ଧଳବାବୁ ଆସିଲା ବେଳକୁ ଅବସ୍ଥା ଦେଖି ପଚାରିଲେ ଆରେ କ’ଣ ହେଲା ? ଶାଳକ କାନ୍ଦି କାନ୍ଦି କହିଲେ ; ଭାଇନା ! ଚୋର ଦଳଟିଏ ଆସି ମୋତେ ବାନ୍ଧି ଦେଇ ସବୁ ନେଇ ଚାଲିଗଲେ l ମୁଁ ତୁମେ ଗଲାଠାରୁ ନଖାଇ ନପିଇ ଏମିତି ପଡ଼ିଛି l ଧଳବାବୁ କ’ଣ କରିବେ କାନମୁଣ୍ଡା ଆଉଁସି ଧିରେ ରହିଲେ l


Rate this content
Log in

Similar oriya story from Children