Nilamadhab Bhuyan

Drama Romance Tragedy

3  

Nilamadhab Bhuyan

Drama Romance Tragedy

ନବ ନିର୍ମାଣ ର ରଙ୍ଗ

ନବ ନିର୍ମାଣ ର ରଙ୍ଗ

12 mins
202



ଘରେ ଏକା ଏକା ବସି ବହୁତ୍ ବିରକ୍ତ ଲାଗୁଥିଲା । ବାପା କହିଲେ ହୋଲି ଖେଳିବାକୁ ଇଚ୍ଛା ଅଛି ଯଦି ଯାଆ, ରୋନି ଡାକୁଥିଲା । ମୁଁ କହିଲି, ନା ବାପା ଇଚ୍ଛା ନାହିଁ । 


ଗତ ବର୍ଷ ହୋଲି ଖେଳିବା ପାଇଁ କେତେ ଇଚ୍ଛା ଥିଲା କିନ୍ତୁ ହୋଲି ପୂର୍ବରୁ ସବୁ ଅଘଟଣ ଘଟିଗଲା । 


ହୋଲି ର ଦୁଇ ଦିନ ପୂର୍ବରୁ ଦୀପକ ଗାଁ ରେ ପହଞ୍ଚି ଥାନ୍ତେ କିନ୍ତୁ ହୋଲି ର ଠିକ୍ 5 ଦିନ ପୂର୍ବରୁ ମୋତେ ନୂଆ ନମ୍ବର୍ ରୁ କଲ୍ ଆସିଲା ଏବଂ ହିନ୍ଦୀ ରେ କେହି ଜଣେ ପଚାରିଲା । ଦୀପକ୍ କି ବିୱି ବୋଲ୍ ରହେ ହୋ କ୍ୟା? ମୁଁ ଜବାବ ଦେଲି ହଁ ମେ ଉନ୍ କି ବିୱୀ ଵୋଲ୍ ରହି ହୂଁ। ସେପଟୁ ପୁଣି ଉତ୍ତର ଆସିଲା ଯେ " ବୋ ଆପୋଲୋ ମେଡିକାଲ୍ ମେ ଆଡମିଟ ହେଁ, ଉନ୍ କା ଏକ୍ସିଡେଣ୍ଟ ହୁଆ ହେ, କିଶିକୋ ଜଲ୍ଦୀ ଭେଜିୟେ" ଏତିକି କହି ଫୋନ୍ କାଟିଦେଲେ ।


 ମୁଁ ସଙ୍ଗେ ସଙ୍ଗେ ତାଙ୍କ ସହିତ ଡିଉଟି କରୁଥିବା ଅଭୟ କୁ ଫୋନ୍ କରିଲି। ସେ ଫୋନ୍ ଉଠେଇ କହିଲା । ଭାଉଜ!!! ଭାଇ ଙ୍କ ଏକ୍ସିଡେଣ୍ଟ ହୋଇଛି, ମୁଁ ମେଡିକାଲ୍ କାଉଣ୍ଟର ରେ ଟଙ୍କା ଜମା କରୁଛି ଅଳ୍ପ ସମୟ ପରେ କଥା ହେଉଛି । ଏତିକି କହି ଫୋନ୍ କାଟିଦେଲେ ।


 ମୁଁ ବ୍ୟସ୍ତ ରେ ଥିଲି । ଅଭୟ ପୁଣି ଫୋନ୍ କରିଲେ ' ଭାଉଜ, କ୍ରେନ୍ ରୁ ଲୋଡ୍ ଖସି ଭାଇ ଙ୍କ ଅଣ୍ଟା ଉପରେ ପଡ଼ିବା ଯୋଗୁ ତାଙ୍କର ବହୁତ୍ ରକ୍ତ ବହି ଯାଇଛି । ସେ ବେହୋସ୍ ଅଛନ୍ତି ।


 କମ୍ପାନୀ ର ମ୍ୟାନେଜର ଆସି ଦେଖାଶୁଣା କରୁଛନ୍ତି । ସବୁ ଠିକ୍ ହେଇଯିବ ବୋଲି ଆଶା । ସେତେବେଳେ ମୁଁ କ'ଣ କରିବି କିଛି ଭାବି ପାରୁ ନଥିଲି । ଶଶୁର ପାଖକୁ ଯାଇ କାନ୍ଦି କାନ୍ଦି ସବୁ କହିଲି । ଶଶୁର ଏବଂ ମୋ ଦିଅର ମିଶି ଯିବାକୁ ବାହାରିଲେ। ସେ ଗଲେ କିନ୍ତୁ ସେତେବେଳେ ଦୀପକ୍ ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ । ନେଇ ଆସିଲେ କେବଳ ଶୋଇ ରହିଥିବା ନିଃଶ୍ୱାସ ବିହୀନ ଶରୀର ଟିକୁ । 


ହାତରେ ଚୁଡ଼ି ଏବଂ ସିନ୍ଦୂର ଲିଭିବା ଅନୁଭବ ହେଲା । କିଛି ବିଧବା ସ୍ତ୍ରୀ ଲୋକ ଙ୍କ ହାତରେ ଭରା ହୋଇ ମୁଁ ବନ୍ଧ ତୁଠ ରେ ପହଞ୍ଚିଲି । ଜାଣି ନଥିଲି କ'ଣ ହେବ । ଲୁହ ର ନଈ ସୁଖିବାକୁ ଇଚ୍ଛା କରୁ ନଥାଏ । ସେଥି ମଧ୍ୟରୁ ଜଣେ ତୁଠ ପଥର ରେ ମୋ ଚୁଡ଼ି କୁ ଭାଙ୍ଗି ଏବଂ ସିନ୍ଦୂର ପୋଛି ମୋତେ ବିଧବା ର ରୂପ ଦେଇ ଦେଲେ । କମ୍ପାନୀ ମାଲିକ ଦୀପକ ଙ୍କ ଜୀବନ ବଦଳରେ କିଛି ମୂଲ୍ୟ ମୋ ହାତରେ ଦେଇ ଚାଲିଗଲେ । 


ବାହା ଘର ର କେବଳ 10 ମାସ 7 ଦିନ ହୋଇ ଥିଲା । ଶାଶୂ ଘରେ ମୋତେ କଳଙ୍କିନୀ ର ଉପାଧି ଦେଇ ଦେଲେ। ମୋର ଦିଅର ମୋତେ ବିବାହ ପାଇଁ ଇଚ୍ଛା କରୁଥିଲେ ମାତ୍ର ମୋର ତିଳେ ମାତ୍ର ସେ ଘରେ ରହିବାକୁ ଇଚ୍ଛା ନଥିଲା।


ଦିଅର ଙ୍କୁ ବୁଝେଇ କହିଲି, ନାହିଁ ସୁବାଷ ମୋ ଭଳି ବିଧବା କୁ ତୁମେ ଗ୍ରହଣ କର ନାହିଁ । ଏମତୀ ରେ ତୁମ ବାପା ମା ତୁମ ଭାଇ ଙ୍କ ମୃତ୍ୟୁ ପାଇଁ ମୋତେ ଦୋଷ ଦେଉଛନ୍ତି । 


ତୁମେ କାହିଁକି ମୋର ପାପ ର ଭାଗି ହେବାକୁ ଚାହୁଁଛ । ଏତିକି କହି ମୁଁ ସେଠୁ ମୋର କିଛି ଜିନିଷ ପତ୍ର ସାଙ୍ଗରେ ଫେରି ଆସିଲି ନିଜ ଘରକୁ।  


ବେଳେ ବେଳେ ସୁବାଷ ମୋତେ ଫୋନ୍ କରି ଅନୁରୋଧ କରନ୍ତି କିନ୍ତୁ ମୁଁ ସବୁବେଳେ ମନା କରେ । 


ପ୍ରକୃତରେ ମୁଁ ସତରେ କଳଙ୍କିନି । 2 ଦ୍ଵିତୀୟ ବର୍ଷରେ ମୁଁ ସୁଶାନ୍ତ କୁ ଭଲ ପାଇ ବସିଲି । ବାପା ଜାଣିବା ପରେ ମୋତେ ଘରେ ବହୁତ୍ ମାଡ ଗାଳି ସହିବାକୁ ପଡ଼ିଲା କାଳେ ବାପା ଙ୍କ ମନ ବଦଳି ଯିବ ବୋଲି ସୁଶାନ୍ତ ନିଜେ ବାପା ଙ୍କ ସହିତ କଥା ହେଲେ ଯେ ମୁଁ ଲିପି କୁ ଭଲ ପାଏ ତାକୁ ବିବାହ କରିବାକୁ ଚାହେଁ।  


କିନ୍ତୁ ବାପା ସୁଶାନ୍ତ କୁ ଗଳା ଧକ୍କା ଦେଇ ଘରୁ ବାହାର କରିଦେଲେ ଏବଂ ମୋତେ ଚେତାବନୀ ଦେଲେ ଯେ ଯଦି ତୁ ସୁଶାନ୍ତ ସହିତ ସମ୍ପର୍କ ରଖିବୁ ତେବେ ଆମ ଦୁଇ ଜଣ ଙ୍କ ମଲା ମୁଁହ ଦେଖିବୁ । 


ମୁଁ ସୁଶାନ୍ତ କୁ ଅନୁରୋଧ କରି କହିଦେଲି ମୋତେ ଭୁଲି ଯାଅ, ସୁଶାନ୍ତ । ସୁଶାନ୍ତ ମଧ୍ୟ ମୋ ଘର ର ସ୍ଥିତି ଦେଖି ସେ ମଧ୍ୟ ମୋତେ ଭୁଲି ବାକୁ ଚେଷ୍ଟା କରି ମୋ ସହିତ ସମ୍ପର୍କ କାଟି ଦେଲା। 


ଠିକ୍ ଦୁଇ ମାସ ପରେ ଦୀପକ୍ ଙ୍କ ପରିବାର ପ୍ରସ୍ତାବ ନେଇ ଆସିଲେ ବାପା ରାଜି ହୋଇଗଲେ। ମୋତେ ବିବାହ ପାଇଁ କହିବା ପରେ ମୁଁ ବାଧ୍ୟକତା ରେ ରାଜି ହେଲି କିନ୍ତୁ ମୋର ହୃଦୟ ଥାଏ ସୁଶାନ୍ତ ପାଖରେ ।  


ମୋ ବାହାଘର ଦିନ ସୁଶାନ୍ତ ଘର ଛାଡ଼ି ଚାଲିଗଲା କର୍ଣ୍ଣାଟକ ଏବଂ କୋଉ କମ୍ପାନୀ ରେ ଚାକିରି କରିଲା । ସେ ମଧ୍ୟ ବହୁତ୍ ଡିପ୍ରେସ ହୋଇ ଯାଇଛି । ସେ ଦିନ ଠାରୁ ସେ ଘର କୁ ଆସୁନି ଏବଂ ସେ କହି ସାରିଛି ତାର ଯେବେ ଇଛା ହେବ ସେତେବେଳେ ଆସିବ। 


ସୁଶାନ୍ତ ର ଏହି କଥା ପାଇଁ ତାଙ୍କ ଘରେ ମୋତେ ବିଲକୁଲ ଦୋଷ ଦିଅନ୍ତି ନାହିଁ। କାରଣ ସୁଶାନ୍ତ ର ଘର ଲୋକେ ମଧ୍ୟ ମୋତେ ବହୁତ୍ ପସନ୍ଦ କରନ୍ତି । 


ବାହାଘର ଦିନ ଶେଷ ଥର ପାଇଁ ମୁଁ ସୁଶାନ୍ତ ର ମୁହଁ ଦେଖିବାକୁ ଇଚ୍ଛା ଥିଲା କିନ୍ତୁ ତାହା ମଧ୍ୟ ମୋର ଅଧୁରା ରହିଗଲା। 


ବର୍ଷେ ହୋଇଗଲାଣି ମୁଁ ଏକା ଏକା ଘର ର କୋଣେ ଧଳା ରଙ୍ଗର ଶାଢ଼ୀ ରେ ନିଜକୁ ଲୁଚେଇ କୋଉ କୋଣରେ ପଡ଼ି ରହେ ତ କେତେବେଳେ ଟିଭି ଦେଖି ନିଜ ସମୟ ବିତାଏ । 


ଏତିକି ଭାବୁ ଭାବୁ ରୋନି ପୁଣି ଡାକ ଦେଲା , ଅପା ଆସ ଆଜି ହୋଲି ଖେଳିବା । ମୁଁ ଉପର ଘରୁ ମନା କରି କହିଲି, ନାହିଁ ରୋନି ମୁଁ ହୋଲି ଖେଳିବି ନାହିଁ । 


ରୋନି ହେଉଛି ସୁଶାନ୍ତ ର ସାନ ଭଉଣୀ । ଦେଖିବାକୁ ବହୁତ୍ ସୁନ୍ଦର୍ । ସୁଶାନ୍ତ ଏବଂ ରୋନି ର ମୁହଁ ଦେଖିବାକୁ ଏକା ଭଳି। ଯେବେ ମୁଁ ରୋନି କୁ ଦେଖେ ମୋତେ ସୁଶାନ୍ତ ର ଚେହେରା ମନେ ପଡ଼ି ଯାଏ । 


ଯେତେବେଳେ ସୁଶାନ୍ତ ଭଲ ପାଉଥିଲା ସେତେବେଳେ ରୋନି ଆମ ଦୁଇ ଜଣଙ୍କୁ ସାହାଯ୍ୟ କରୁଥାଏ। ଯେଉଁ ଦିନ ଠାରୁ ସୁଶାନ୍ତ ଘର ଛାଡ଼ି ଯାଇଛି । 


ସେ ସବୁବେଳେ ମୋ ସହିତ ରହି ଆସିଛି ଏବଂ ଆଜି ମଧ୍ୟ ସେ ମୋ ଛୋଟ ଭଉଣୀ ଏବଂ ମୋର ଭଲ ସାଙ୍ଗ ଭାବରେ ମୋ ସହିତ ରହେ ମୋ ସହିତ ଖେଳେ, ବେଳେବେଳେ ମୋ ସହିତ କଥା ହୋଇ ମୋ ପାଖେ ଶୋଇଯାଏ।  

 

ଏତିକି ବେଳେ ରୋନି ର ପାଉଁଚି ଶବ୍ଦ ଶୁଣା ଗଲା। ମୋ ରୁମ୍ ର କବାଟ ପାଖେ ଆସି ଧିର ହୋଇ ଗଲା । 


ମୁଁ କହିଲି , ରୋନି ତମେ ଆସିଛ ବୋଲି ମୁଁ ଜାଣି ସାରିଛି କିନ୍ତୁ ଦୟାକରି ମୋ ଉପରେ ରଙ୍ଗ ଲଗେଇବ ନାହିଁ । 


ରୋନି ଦୁଇ ହାତରେ ରଙ୍ଗ ମୁଠା ଧରି ମୋ ସାମ୍ନାରେ ଆସି ଠିଆ ହୋଇ କହିଲା । ଅପା ଆଜି ମୁଁ କିଛି ଶୁଣିବି ନାହିଁ । 


ତମେ ଆଜି ରଙ୍ଗ ଲଗେଇବ ଏବଂ ତମ ପାଇଁ ଗୋଟିଏ ସରପ୍ରାଇଜ୍ ଅଛି । ତମେ ମୋତେ ନିଜ ସାନ ଭଉଣୀ ବୋଲି ଭାବୁଛ ଯଦି ମୋ କଥା ରଖି ତମେ ତଳକୁ ଆସ ପ୍ଲିଜ୍। 


ମୁଁ ତା କଥା କୁ କାଟି ପାରିଲିନି । ତଳକୁ ଆସିଲି ସେ ମୋ ମୁହଁରେ ରଙ୍ଗ ଲଗେଇ ବହୁତ୍ ଖୁସି ଅନୁଭବ କରିଲା ଏବଂ ପ୍ରତି ବଦଳରେ ମୁଁ ମଧ୍ୟ ଅଳ୍ପ ରଙ୍ଗ ନେଇ ତା ମୁହଁରେ ଲଗେଇ ଦେଲି। 


ସେ ମୋତେ ଟାଣି ତା ଘରକୁ ନେଇ ଗଲା । ସେଠି ମୋ ପାଇଁ ସରପ୍ରାଇଜ ଥିଲା ସୁଶାନ୍ତ। ସୁଶାନ୍ତ ତାର ପଡିଶା ଘର ଗୋଟିଏ ଛୋଟ ପୁଅ ସହ ଲୁଡୋ ଖେଳୁଥିଲା । 


 ମୋତେ ଦେଖି ସେ ଯେମିତି ଆଶ୍ଚର୍ଯ୍ୟ ରେ ଏକ ପଥର ମୂର୍ତ୍ତି ସଦୃଶ୍ୟ ଠିଆ ହୋଇ ରହିଲା। ଠିକ୍ ସେତିକିବେଳେ ମୋ ଆଖି ର ଲୁହ ଖସି ଆସିଲା ବଦଳରେ ସୁଶାନ୍ତ ଆଖିରେ ଲୁହ ମଧ୍ୟ ଦେଖିବାକୁ ମିଳିଲା । 


ଆଖିରେ ଆଖିଏ ଲୁହ ନେଇ ଫେରି ଗଲି ମୋ ଘରକୁ। ମୋ ପଛେ ପଛେ ରୋନି ଦୌଡ଼ି ଆସିଲା ମୋ ଘରକୁ । 


ମୁଁ ବେଡ୍ ରେ ମୁହଁ ଲୁଚେଇ ବହୁତ୍ କାନ୍ଦିଲି। ରୋନି ମୋତେ ବୁଝେଇ ବାକୁ ଯାଇ କହିଲା "ଅପା ମୁଁ ଜାଣିଚି ତମେ ଆଜି ମଧ୍ୟ ମୋ ଭାଇ କୁ ଭଲ ପାଉଛ" ସେଥିପାଇଁ ମୁଁ ସରପ୍ରାଇଜ୍ ରଖି ଥିଲି । 


ରୋନି ମୋ କାନ୍ଦ ଦେଖି ସେ ମଧ୍ୟ କାନ୍ଦି ଉଠିଲା " ଅପା ମୁଁ ଗୋଟିଏ କଥା କହିବି, ପ୍ଲିଜ୍ ମୋ କଥା ରଖିବ?" ତମକୁ ଆଜି ମଧ୍ୟ ମୋ ଭାଇ ଭଲ ପାଉଛନ୍ତି ଏବଂ ତମେ ମଧ୍ୟ ତାଙ୍କୁ ବହୁତ୍ ଭଲ ପାଅ, ମୋର ଇଚ୍ଛା ଯେ ତମେ ମୋ ଭାଇ କୁ ବିବାହ କର" 


ଏତିକି ଶୁଣି ମୋତେ ଯେମିତି ବିଜୁଳି ଝଟକା ଲାଗିଲା । ରୋନି ର ପାଟି କୁ ଚୁପ୍ କରି କହିଲି " ରୋନି ଆଉ କିଛି କୁହ ନାହିଁ " 


ରୋନି ମୋତେ ଉଠେଇ ମୋତେ କୁଣ୍ଢେଇ ନେଇ କହିଲା। " ଭାଉଜ" । ମୁଁ ପୁଣି ସ୍ତବ୍ଧ ହୋଇଗଲି। ରୋନି କୁ କହିଲି, ଏହା କେବେ ସମ୍ଭବ ନୁହେଁ । 


ମୁଁ ତୁମ ଭାଇର ଜୀବନ ନଷ୍ଟ କରିବାକୁ ଚାହେଁନି। ରୋନି କହିଲା , ସତ କଥା ହେଲା , ମୋ ଭାଇ ଆଜି ପର୍ଯ୍ୟନ୍ତ କେବଳ ତମ ଅପେକ୍ଷାରେ ଅଛି।  


ଜାଣିଛ ମୁଁ ଯେବେ କଥା ହୁଏ ସେ ପ୍ରତ୍ୟେକ ଥର ପ୍ରଥମେ ତୁମରି କଥା ପଚାରେ ଏବଂ ତୁମର ହାଲଚାଲ ଶୁଣି ସେ ବହୁତ୍ ଖୁସି ମନେ କରେ ଏବଂ ଆଜି ସେ ଆସିଛି କେବଳ ମୋ ଅନୁରୋଧ ରେ ଏବଂ ମୋର ମୁଖ୍ୟ ଲକ୍ଷ୍ୟ ତୁମ ଦୁଇ ଜଣ ଙ୍କ ବିବାହ । 


ପ୍ଲିଜ୍ ଅପା ମନା କରନି । ଭାଇ ସହିତ ଥରେ କେବଳ ଥରେ ଦେଖା କର ଏବଂ କଥା ହୁଅ, ମୁଁ ତୁମକୁ କଥା ଦେଉଛି ସେହି ଦେଖା ପରେ ମୁଁ ନିଶ୍ଚିତ ଭାବେ ଜାଣିଛି ମୋ ଲକ୍ଷ୍ୟ ପୂରଣ ହୋଇଯିବ । 


ଯଦି ହେବନି ତେବେ ତୁମକୁ ଆଉ କେବେ କହିବିନି । ଏ ହେଉଛି ମୋର ଶେଷ ପ୍ରତିଶ୍ରୁତି । ପ୍ଲିଜ୍ ଅପା ଥରେ ଦେଖା କର। 


ମୁଁ ମନା କରି କହିଲି, ନା ରୋନି ମୋ ପାଇଁ ଅସମ୍ଭବ । ପ୍ଲିଜ୍ ମୋତେ ବାଧ୍ୟ କରନି । 


ରୋନି ପୁଣି ଥରେ ଅନୁରୋଧ କରି କହିଲା ଅପା ମୋ କଥା ରଖି ଥରେ ମାତ୍ର ଦେଖା କର । ଭାଇ ପାଇଁ ଆମ ଘରେ ସମସ୍ତେ ଦୁଃଖୀ ଅଛନ୍ତି ।


କାରଣ ସେ ଦୁଃଖରେ ରୁହେ। ମୋର ସେ ଭାଇ ନୁହଁ ସେ ମୋ ଜୀବନ , ସେ ମୋ ସହିତ ପ୍ରତ୍ୟେକ ଦିନ କଥା ହୁଏ । 


ଆମେ ଦୁଇ ଜଣ ଟମ୍ ଏଣ୍ଡ ଜେରୀ ସେ ମୋ ବିନା ବଞ୍ଚି ପାରେନା ସେମିତି ମୁଁ ତା ବିନା । ବର୍ତ୍ତମାନ ତାର ପ୍ରତ୍ୟେକ ଟି କଥାରେ କେବଳ ଦୁଃଖ ଥାଏ ଏବଂ ତାର ଦୁଃଖରେ ମୁଁ ମଧ୍ୟ ଦୁଃଖୀ ହୋଇଯାଏ । 


ତାର ଦୁଃଖ ନାଶକ ଔଷଧ ହେଉଛ ତମେ । 


ତୁମର ବାହାଘର ଠାରୁ ଦୀପକ୍ ଭାଇନା ଙ୍କ ଏକ୍ସିଡେଣ୍ଟ ପର୍ଯ୍ୟନ୍ତ ସେ ଚୁପ୍ ଥିଲା କିନ୍ତୁ ଯେଉଁଦିନ ତୁମେ ଏକା ହୋଇଗଲ ସେ ଦିନ ଠାରୁ ସେ ତୁମକୁ ପ୍ରତ୍ୟେକ ସମୟରେ ମନେ ପକାଉଛି । 


ତୁମର ଦୁର୍ଦ୍ଦଶା ଦେଖି ସେ ବହୁତ୍ କଷ୍ଟ ଅନୁଭବ କରେ । ମୋତେ କୁହେ ତୁ ଲିପି ପାଖରେ ସବୁବେଳେ ଥିବୁ, ତାର କିଛି ଅସୁବିଧା ଯେମିତି ନ ହୁଏ, ତା ସାଙ୍ଗରେ ଖେଳିବୁ, ମଜା ମସ୍ତି କରିବୁ ସେ ଯଦି ଦୁଃଖରେ ରହିବ ତାକୁ ମଜା ମଜା କଥା କହି ହସେଇବୁ । 


ଏମିତି ସମୟ ଥିଲା ମୋତେ ଏକା ଏକା ଅନୁଭବ ହେଉଥିଲା କିନ୍ତୁ ଆଜି ରୋନି ର କଥା ଶୁଣି ଲାଗୁଛି ମୁଁ ଏ ଦୁନିଆରେ ଏକା ନୁହଁ ।


 ମୋର କାନ୍ଦ ବନ୍ଦ ହେଲା। ରୋନି କହିଲା ଅପା ମୁଁ ଘରେ ଦେଖି ଆସୁଛି , ଭାଇ କୋଉଠି ଅଛି । 


ମୁଁ ରୋନି ର ହାତକୁ ଧରି, ମୁଣ୍ଡ ହଲେଇ ମନା କରିଲି। ରୋନି କହିଲା ଅପା ଭାଇ କାଲି ପୁଣି ଫେରିଯିବ । 


ମୋ ଅନୁରୋଧ ରଖ ପ୍ଲିଜ କହି ସେ ଚାଲିଗଲା। 


 ସେ ଗୋଟିଏ ମିନିଟ୍ ପରେ ଦଉଡ଼ି ଆସି କହିଲା ଅପା ଚାଲ । ମୁଁ ପଚାରିଲି କୁଆଡେ । ରୋନି କହିଲେ ତମ ଛାତ ଉପରକୁ ଭାଇ ଛାତ ଉପରେ ବସିଛି । ଦୁହେଁ ଛାତ ଉପରେ ପହଞ୍ଚିଲୁ । ସେଠି ସୁଶାନ୍ତ କୁ ଦେଖି ମୋତେ ଅଳ୍ପ ଡର ଲାଗୁଥାଏ । 


ରୋନି କହିଲା ଭାଇ, ଅପା ଙ୍କ ଉପର ରୁମ୍ କୁ ଆସ । ସେଠି ବସି କଥା ହେବ । ବାରଣ୍ଡା ରେ ଲୋକମାନେ ଦେଖିଲେ କାଳେ ଖରାପ ଭାବିବେ । କହି ମୋ ହାତ ଏବଂ ସୁଶାନ୍ତ ର ହାତକୁ ଟାଣି ଆଣି ଉପର ରୁମ୍ ରେ ବସେଇ ଚାଲିଗଲା। 


ଦୁହେଁ ସାମ୍ନା ରେ ବସି ଥାଉ । ପ୍ରାୟ 5 ମିନିଟ୍ ପର୍ଯ୍ୟନ୍ତ ଦୁହେଁ ଚୁପ୍ । 5 ମିନିଟ୍ ପରେ ସୁଶାନ୍ତ ପଚାରିଲା "କେମିତି ଅଛ" ଏତିକି ଶବ୍ଦ ଶୁଣି ମୋ ଆଖିରୁ ଝର ଝର ଲୁହ ବାହାରି ଗଲା। 


 ସୁଶାନ୍ତ ମୋ ଆଖି ଲୁହ କୁ ପୋଛିବାକୁ ଆସି ହାତ ପୁଣି ଫେରାଇ ନେଇଗଲା। ନିଜକୁ ବହୁତ୍ କଣ୍ଟ୍ରୋଲ କରି କହିଲା , ପ୍ଲିଜ୍ କାନ୍ଦ ନାହିଁ । ସେତିକି କଥାରେ ମୋର ଅଳ୍ପ କାନ୍ଦ ବନ୍ଦ ହୋଇଗଲା। 


 ସେ ପୁଣି ପଚାରିଲା ତମେ ଆଗରୁ ଯେମିତି ଥିଲ ଏବେ ମଧ୍ୟ ସେମିତି ହିଁ ଅଛ । ମୁଁ ମୁଣ୍ଡ କୁ ତଳକୁ କରି ବସିଥାଏ । ସୁଶାନ୍ତ ପୁଣି ପଚାରିଲା । ଦେହ କେମିତି ଅଛି। 


ମୁଁ ଉତ୍ତର ନ ଦେଇ ରହି ପାରିଲି ନାହିଁ । କହିଲି ହଁ ଭଲ ଅଛି । ସୁଶାନ୍ତ ପଚାରିଲା ବାପା ମା କେମତୀ ଅଛନ୍ତି ? ମୁଁ ମୁଣ୍ଡ ହଲେଇ ହଁ ର ଇଶାରା ଦେଲି ।


 ସୁଶାନ୍ତ ପୁଣି ପଚାରିଲା ତମେ କିଛି କହିବନି?? ମୁଁ ନିଶବ୍ଦ ହୋଇ ରହିଲି । ସୁଶାନ୍ତ ତେବେ ଯିବା । ମୋର ଇଚ୍ଛା ଥାଏ ଆଉ କିଛି ସମୟ କଥା ହେବା ପାଇଁ କିନ୍ତୁ ସୁଶାନ୍ତ ଉଠି ଚାଲି ଯିବାକୁ ବାହାରିଲା ।


 ସେ ଚାଲି ଯିବା ର ଦେଖି ମୋ ଆଖିରୁ ପୁଣି ଲୁହ ବାହାରିଗଲା । ଏଥର ସୁଶାନ୍ତ ସାହାସ କରି ମୋ ଆଖି ଲୁହ କୁ ପୋଛି ଦେଲା।


 ସେ କହିଲା , ନା ଆଉ କାନ୍ଦିବ ନାହିଁ । କହି ପ୍ୟାକେଟ ରେ ରଖିଥିବା ଲାଲ୍ ରଙ୍ଗ ର ଫଗୁ ବାହାର କରି ମୋ ମଥା ର ସିନ୍ଥି ରେ ଲଗେଇ ଦେଲା । 


ମୁଁ ନିରୁପାୟ । କହି ଉଠିଲି ଏ କ'ଣ କରିଲ ସୁଶାନ୍ତ ? ସୁଶାନ୍ତ କହିଲା ଯାହା କରିଛି ଠିକ୍ କରିଛି । 


ମୁଁ ରାଗରେ କହିଲି, " ନା ସୁଶାନ୍ତ ଏହା ପାପ ଠିକ୍ ନୁହଁ, ସମାଜ ମୋତେ ଦୋଷୀ ଦେବ " ତୁମକୁ ଏବଂ ମୋତେ ନେଇ କେତେ ଟାହି ଟାପରା କରିବେ । 


ଆମ ଦୁଇ ଘର ର ଇଜ୍ଜତ ମାଟି ରେ ମିଶିଯିବ। ସୁଶାନ୍ତ କହିଲା ଏ ରଙ୍ଗ ହେଉଛି ଆମ ଜୀବନ ର ନବ ନିର୍ମାଣ ର ରଙ୍ଗ । ଏହି ରଙ୍ଗ ସହିତ ମୁଁ ତୁମକୁ ନିଜର କରିବାକୁ ଚାହେଁ । 


ଏହା ମୋର ଶେଷ ନିଷ୍ପତି । ମୁଁ କହି ଉଠିଲି , ନା ସୁଶାନ୍ତ , ମୋ ଭଳି ଗୋଟିଏ କଳଙ୍କିନି ସହିତ ସାରା ଜୀବନ ବିତେଇବାକୁ କାହିଁକି ଚାହୁଁଛ । ସୁଶାନ୍ତ କହି ଉଠିଲା , ପ୍ଲିଜ୍ ଲିପି ଆଉ କିଛି କୁହ ନାହିଁ । 


ଆଜି ପର୍ଯ୍ୟନ୍ତ ଯାହା ଥିଲା । ତାହା ମୁଁ ବଦଳେଇବାକୁ ଚାହୁଁଛି । ଏହି ନବ ନିର୍ମାଣ ଜୀବନ ରେ ତୁମକୁ ମୁଁ ସ୍ତ୍ରୀ ରୂପରେ ପାଇବାକୁ ଚାହୁଁଛି ବାସ୍ଆଉ କିଛି ମୁଁ ଶୁଣିବାକୁ ଚାହେଁନା ଏବଂ କେତେ ସମସ୍ୟା ଆସିଲେ ମଧ୍ୟ ତୁମକୁ ମୁଁ ସ୍ତ୍ରୀ ରୂପରେ ଗ୍ରହଣ କରିବି । 


ଆଉ କହି ରଖୁଛି ଆଜି ଯଦି ତୁମେ ମନା କରିବ ନା ସତ କହୁଛି ଲିପି ମୋ ମୁହଁ ଆଉ ଏ ଜୀବନରେ ଦେଖି ପାରିବ ନାହିଁ । 


ସବୁ ଦିନ ପାଇଁ ତୁମ ସୁଶାନ୍ତ ଏ ଜୀବନରୁ ଅଦୃଶ୍ୟ ହୋଇ ଯିବ । ମୁଁ ସୁଶାନ୍ତ କୁ କୁଣ୍ଢେଇ ନେଇ କହିଲି ନା ସୁଶାନ୍ତ ସେମିତି କରନି ପ୍ଲିଜ୍ । 


ସୁଶାନ୍ତ କହିଲା ମୁଁ ଜାଣେ ତୁମେ ମୋତେ ଆଜି ପର୍ଯ୍ୟନ୍ତ ଭୁଲି ପାରିନ । ମୋର ଦେଇଥିବା ପ୍ରତ୍ୟେକ ପ୍ରେମ ପତ୍ର କୁ ବାରମ୍ବାର ପଢୁଚ। 


ମୋର ଦେଇଥିବା ଉପହାର କୁ ପ୍ରତ୍ୟେକ ଥର ସ୍ପର୍ଶ କରି ଆମ ଭଲ ପାଇବାର ସ୍ମୃତି କୁ ଅନୁଭବ କରୁଛ। ବେଳେ ବେଳେ ରାତିରେ ବାଉଳି ହୋଇ ମୋ ନାମ ନେଉଛ । 


ଏହା କଣ ମିଛ ? କୁହ ଲିପି , ଏହା କ'ଣ ମିଛ?? ମୁଁ ପୁଣି ଥରେ ସୁଶାନ୍ତ ଆଗରେ ନିରୁପାୟ ହୋଇଗଲି ।


 ତୁମେ ରୋନି କୁ ପ୍ରତ୍ୟେକ ଦିନ ମୋ ବିଷୟରେ ପଚାରିବା କଣ ମିଛ?? ତମେ ମୋର ପ୍ରତ୍ୟେକ ଟି ଜିନିଷ ବିଷୟରେ ରୋନି ଠାରୁ ଜାଣିବାକୁ ଇଚ୍ଛା କରିଛ ତାହା କଣ ମିଛ? ଏବଂ ଏହି ସବୁ କଥାର ଗୋଟିଏ ପ୍ରମାଣ ଯେ ତୁମେ ମୋତେ ଭଲ ପାଅ ଏବଂ ଆଜି ଆସିଛି କେବଳ ତୁମ ପାଇଁ । 


ମୁଁ ନିଜ ର ବିଧବା ରୂପକୁ ଛାଡ଼ି କିଛି ସମୟ ପାଇଁ ପୁର୍ବ ଭଳି ଲିପି ହୋଇ ପଚାରିଲି । ଯଦି ତୁମେ ମୋ ପାଇଁ ଆସିଛ ।


 ତେବେ ତୁମେ ମୋତେ ଗ୍ରହଣ କରିବା ପାଇଁ ଏ ଦୁନିଆ ସହିତ ଲଢି ପାରିବ । ମୋ ବାପା ଙ୍କ ସାମ୍ନାରେ ନିଜର ଭଲ ପାଇବା କୁ ପ୍ରମାଣ କରେଇ ପାରିବ ? 


ଏ ସବୁ ପ୍ରଶ୍ନ ର ଉତ୍ତର ଥିଲା " ହଁ ମୁଁ ପାରିବି" ସୁଶାନ୍ତ କହିଲା । ତୁମର କେବଳ ଥରୁ ଟେ ସହମତି ମୋ ପାଇଁ ଯଥେଷ୍ଟ ଲିପି। କୁହ?? 


ମୁଁ ପୁଣି ଥରେ ଦୀପକ୍ କଥା ଭାବିଲି ଏବଂ ଦୀପକ୍ ଗଲା ପରେ ମୋ ସହିତ ଶାଶୂ ଘରେ ହୋଇଥିବା ଅତ୍ୟାଚାର ବିଷୟରେ ଭାବିଲି ।


 ଏବଂ ଶେଷରେ ନିଷ୍ପତି ନେଇ କହିଲି । ହଁ ସୁଶାନ୍ତ ମୁଁ ରାଜି ଅଛି । 


ସୁଶାନ୍ତ ମୋତେ କୁଣ୍ଢେଇ ନେଇ କହିଲା । ଆଜି ମୋ ଜୀବନ ରେ ନୂତନ ରଙ୍ଗ ର ନବ ନିର୍ମାଣ ହେବ । କେବଳ ତୁମ ପାଇଁ ଲିପି, କେବଳ ତୁମ ପାଇଁ । 


କବାଟ ଆର ପଟେ ରୋନି ସବୁ ଶୁଣୁ ଥାଏ । ହଠାତ୍ ରୁମ୍ ରେ ପ୍ରବେଶ କରି ଆମ ଦୁଇ ଜଣଙ୍କୁ କୁଣ୍ଢେଇ ଧରି ଖୁସିର ଦୁଇ ଧାର ଲୁହ ଖସି ଗଲା ତାର କୋମଳ ଆଖିରେ । 


ମୁଁ ତଳକୁ ଗଲି, ସୁଶାନ୍ତ ଏବଂ ରୋନି ନିଜ ଘର କୁ ଗଲେ। 


 ପ୍ରାୟ ୧ଘଣ୍ଟା ପରେ ସୁଶାନ୍ତ, ସୁଶାନ୍ତ ର ବାପା,ମା ଏବଂ ରୋନି ସମସ୍ତେ ଆମ ଘରକୁ ମିଠା ପ୍ୟାକେଟ ସହ ଗୋଟିଏ ଛୋଟ ବ୍ୟାଗ୍ ନେଇ ପ୍ରବେଶ କରିଲେ ।


 ବାପା ଲୁଙ୍ଗି ଟିଏ ପିନ୍ଧି ଓଟିଭି ଦେଖିବାରେ ବ୍ୟସ୍ତ । ସେମାନେ ଆସିବା ପରେ ସେ ସଙ୍ଗେ ସଙ୍ଗେ ଉଠି କହିଲେ ଆସନ୍ତୁ ଆସନ୍ତୁ । 


ମା ପାଣି ସମସ୍ତଙ୍କୁ ଦେଲେ । ସୁଶାନ୍ତ ର ବାପା ପଚାରିଲେ ଲିପି କୁଆଡେ ଗଲା। ବାପା କହିଲେ ଲିପି ତା ରୁମ୍ ରେ ଅଛି । 


ବାପା ମୋତେ ଡାକିଲେ । ମୁଁ ମୋ ରୁମ୍ ରୁ ଶୁଣୁଥାଏ । ବାପା କହିଲେ ଝିଅ ତଳକୁ ଆସେ । ମୁଁ ତଳକୁ ଆସିଲି।  


ସମସ୍ତଙ୍କୁ ପ୍ରଣାମ କରିଲି । ବାପା ସୁଶାନ୍ତ କୁ ଦେଖି ପଚାରିଲେ ପୁଅ ତମେ କେବେ ଆସିଲ । 


ମୁଁ ବାପା ଙ୍କ ଏମିତି ବ୍ୟବହାର ଦେଖି ଚକିତ ହେଲି । ଦିନେ ବାପା ସୁଶାନ୍ତ କୁ ଧକ୍କା ମାରି ଘରୁ ବାହାର କରିଥିଲେ ଆଜି ପୁଅ ବୋଲି ସମ୍ବୋଧନ କରି ଆଦର ଭାବେ ପ୍ରଶ୍ନ କରୁଛନ୍ତି । 


ବାପା ଅନ୍ୟ ରୁମ୍ କୁ ଯାଇ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ଆସି ସେମାନଙ୍କ ସହିତ ବସିଲେ । ସୁଶାନ୍ତ ର ବାପା କହିଲେ ବିଜୟ ବାବୁ ଆଜି ଆପଣଙ୍କ ଘରୁ କିଛି ମାଗିବାକୁ ଆସିଛୁ । 


ମନା କରିବେନି । 


ବାପା କହିଲେ , କ'ଣ ଦରକାର କୁହ? ସୁଶାନ୍ତ ର ବାପା କହିଲେ ଲିପି ଆମ କୁ ଦରକାର ।


 ଲିପି କୁ ମୋ ଘର ର ବୋହୂ କରିବାକୁ ଚାହେଁ । ବାପା କିଛି ସମୟ ପାଇଁ ଚୁପ୍ ରହିଗଲେ । କିଛି ସମୟ ଭାବି ସୁଶାନ୍ତ ର ବାପା ଙ୍କୁ କହିଲେ । 


ହରି ବାବୁ ଯଦି ଖରାପ ଭାବିବେ ନାହିଁ ତେବେ ଗୋଟିଏ କଥା କହିବି। ସୁଶାନ୍ତ ର ବାପା କହିଲେ କୁହ? ବାପା କହିଲେ ସେ ବିଧବା ପରେ କେତେ ଟାହୀ ଟାପରା ଶୁଣିବାକୁ ମିଳୁଚି । 


ଆଉ ଶୁଣିବାକୁ ଧର୍ଯ୍ୟ ନାହିଁ ଆଜ୍ଞା । ସୁଶାନ୍ତ ର ବାପା କହିଲେ ସେ କଥା ଆପଣ ଚିନ୍ତା କରନ୍ତୁ ନାହିଁ ।


 ଆପଣ କଣ ଚାହୁଁ ନାହାନ୍ତି ଆପଣ ଙ୍କ ଝିଅ ର ଜୀବନ ରେ ନୂତନ ପରିବର୍ତ୍ତନ ହେଉ । ଠିକ୍ ସେମିତି ମୁଁ ମଧ୍ୟ ଚାହେଁ । 


 ମୋ ପୁଅ ର ଜୀବନ କେବଳ ଲିପି , ସେ ଲିପି ବିନା ବଞ୍ଚିପାରିବ ନାହିଁ । ହଁ ମୋ ପାଖରେ ପ୍ରସ୍ତାବ ଅଛି ଆପଣ ଯଦି ଚାହିଁବେ ତେବେ ଏହି ଦୁଇ ଜଣଙ୍କୁ କେଉଁଠି ପଠେଇ ଦେବା । କହିବା ଦୁହେଁ ଫେରାର ହୋଇଗଲେ ଅନ୍ୟଥା ଆଡମ୍ବର ରେ ବାହାଘର ଟିଏ କରିବା କଣ କହୁଛ??


 ବାପା କହିଲେ ନା ନା, ମୁଁ ଝିଅ କୁ ସେମିତି ଛାଡ଼ିବି ନାହିଁ। ଯଦି କରିବା ତ ବାହାଘର କରିବା । ଏତିକି କଥା ବାପାଙ୍କ ମୁହଁରୁ ଶୁଣି ସମସ୍ତେ ଖୁସି ହୋଇଗଲେ । 


ସୁଶାନ୍ତ ର ବାପା ମୋ ବାପା ଙ୍କୁ ମିଠା ଖୁଆଇ କାନ୍ଧ ମିଳେଇଲେ ଏବଂ ମୋତେ ଡାକିଲେ ଗୋଟିଏ ଲାଲ ରଙ୍ଗର ର ପାଟ ଶାଢ଼ୀ ଟିଏ ମୋ ହାତରେ ଦେଇ କହିଲେ ମା ଏହି ଶାଢ଼ୀ କୁ ଯଥା ଶୀଘ୍ର ପିନ୍ଧି ଆସିବୁ।  


 ରୋନି ମୋ ପାଖକୁ ଆସି ମୋ କାନରେ କହିଲା ଭାଉଜ ଏବେ ଖୁସି ଅଛ ନା?? ସଙ୍ଗେ ସଙ୍ଗେ ମୋତେ ମୋ ରୁମ୍ କୁ ନେଇ ଚାଲିଗଲା।  


ରୋନି ସଜେଇବା ରେ ମୋତେ ସାହାଯ୍ୟ କରିଲା ଏବଂ କିଛି ସମୟ ପରେ ମୁଁ ସମସ୍ତ ଙ୍କ ସାମ୍ନାରେ ଶାଢ଼ୀ ପିନ୍ଧି ଉପସ୍ଥିତ ହେଲି । 


ସୁଶାନ୍ତ ମୋତେ ଗୋଟିଏ ରିଙ୍ଗ ପିନ୍ଧେଇ ଦୁହେଁ ସାରା ଜୀବନ ଚାଲିବା ପାଇଁ ପ୍ରଥମ ପର୍ଯ୍ୟାୟ ରେ ପାଦ ଦେଲୁ ।  


ଏକ ଛୋଟ ଉପହାର ମୋତେ ସୁଶାନ୍ତ ର ଅର୍ଦ୍ଧାଙ୍ଗିନୀ ର ପରିଚୟ ଦେବାକୁ ବାଧ୍ୟ କରିଲା ।


ଆଜି ସମସ୍ତେ ଖୁସି ଅଛନ୍ତି । ଆଗାମୀ ତିଥି ଅନୁସାରେ ମୋର ବାହାଘର ହେବ । ଏହି ହୋଲି ରେ ନୂତନ ରଙ୍ଗ ସହିତ ମୋ ଜୀବନର ନବନିର୍ମାଣ ଗଢି ଉଠିଲା ।





Rate this content
Log in

Similar oriya story from Drama