STORYMIRROR

Nilamadhab Bhuyan

Drama Tragedy Others

3  

Nilamadhab Bhuyan

Drama Tragedy Others

କଣ ହେବ ମୋ ଭବିଷ୍ୟତ ?

କଣ ହେବ ମୋ ଭବିଷ୍ୟତ ?

3 mins
251

ବହୁତ୍ ଖୁସିରେ ଚାଲିଥିଲା ଆମ ପରିବାର ତାହା ମୁଁ ଅନୁଭବ କରୁଥିଲି । ବାପା, ମା ଏବଂ ଆମେ ଭାଇ ଭଉଣୀ । ମୁଁ ପ୍ରିୟା ଏବଂ ସାନ ଭାଇ ରାଜୁ ।  


ଆଜକୁ ପ୍ରାୟ ୩ବର୍ଷ ତଳେ ମା ଙ୍କ ଦେହ ଧିରେ ଧିରେ ଖରାପ ହେବାକୁ ଲାଗିଲା। ଚିକିତ୍ସା ପରେ ଜଣା ପଡିଲା ଯେ ଖାଦ୍ୟ ନଳୀ ରେ ପାଣି ଜମି ଯାଇଛି କିନ୍ତୁ ଧୀରେ ଧୀରେ ସମୟ କ୍ରମେ ତାହା କର୍କଟ ରୋଗ ର ରୂପ ଧାରଣ କରିଲା । 


ଡାକ୍ତର ଙ୍କ କହିବା ଅନୁସାରେ ସେ ବର୍ତ୍ତମାନ କର୍କଟ ରୋଗ ର ଲାଷ୍ଟ୍ ଷ୍ଟେଜ ରେ ପହଞ୍ଚି ସାରିଲେଣି । ଡାକ୍ତର କହିଦେଲେ କେତେ ଟଙ୍କା ଖର୍ଚ୍ଚ କରିଲେ ମଧ୍ୟ ଆପଣଙ୍କ ମା ଆଉ ବଞ୍ଚି ପାରିବେ ନାହିଁ । 


ଉପାୟ ଶୂନ୍ୟ ଅବସ୍ଥାରେ ଫେରେଇ ଆଣିଲୁ ଡାକ୍ତର ଖାନା ରୁ । ଫେରେଇ ଆଣିବାର କିଛି ଦିନ ପରେ ମୋ ମା ଚାଲିଗଲା ।


ମା ଚାଲିଯିବାର ଦୁଃଖ କାହାକୁ ନାହିଁ । ଯଦି ମୁଁ କହିବି ତେବେ ବାକି ଲୋକ ଙ୍କ ମତ ଯେ ତାହା ଦେଖାଣିଆ ଅଟେ। 


ପ୍ରକୃତରେ ଦୁଃଖ କଣ, ତାହା ମୋ ଜୀବନର ଗୋଟିଏ ଅଧ୍ୟାୟ ଭାବେ ଯୋଡ଼ି ହୋଇଗଲା । ମୁଁ କହେ ସବୁ ଭୁଲ ମୋ ବାପାଙ୍କର କିନ୍ତୁ ଭୁଲ ଠିକ୍ ର ତର୍ଜମା କରିବା ପାଇଁ ମୁଁ ଅକ୍ଷମ। ଏମିତି କିଛି ଦିନ ବିତି ଗଲା । 


ପରେ ଜଣା ପଡିଲା ଯେ ବାପା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । କାରଣ ଥିଲା ଯେ ଘରେ ରୋଷେଇ କରିବା ପାଇଁ ଘରେ ଗୋଟିଏ ବୋହୂ ର ଆବଶ୍ୟକ ।


ଏକଥା ଶୁଣି ମୋ ମୁଣ୍ଡ ଗରମ ହେଲେ ମଧ୍ୟ ଉପାୟ ଶୂନ୍ୟ ଭାବେ ଅପେକ୍ଷା କରିଲୁ କୁ କାଳେ ଆଗକୁ କିଛି ଭଲ ହେବ । 


କିନ୍ତୁ ଭଲ ହେବା କେବଳ ନାମ ମାତ୍ର । କିଛି ମାସ ପରେ ଜଣା ପଡିଲା ମୋ ନୂଆ ମା ଗର୍ଭବତୀ । କିଛି ମାସ ପରେ ଆମ ଘରକୁ ଆଉ ଜଣେ ସଦସ୍ୟ ଯୋଡ଼ି ହୋଇଗଲେ ।


ଏଠି ପ୍ରତିବାଦ ର କିଛି କାରଣ ନାହିଁ । ସମୟ ଚକ୍ରରେ ସବୁ କିଛି ବଦଳି ବାରେ ଲାଗିଥିଲା।  କିଛି ଦିନ ପରେ ବାପାଙ୍କ ଚରିତ୍ର ଏତେ ବଦଳି ଯିବ ବୋଲି ମୁଁ କେବେ ଆଶା କରି ନଥିଲି ।


ସେ ସମୟରେ ମୋତେ ଅନୁଭବ ହେବାକୁ ଲାଗିଲା ଯେ ମୋ ବାପା ଆମ ଦୁଇ ଜଣ ଙ୍କୁ କୋଉ କୁଡ଼ା ଡବା ରୁ ଉଠେଇ ଆଣି ଛନ୍ତି ବୋଧେ । 


ବେଳେ ବେଳେ ଭାବେ ଆଜି ଯଦି ମୋ ପାଖେ ମୋ ମା ରହିଥାନ୍ତେ । ଆମ ଦୁଇ ଜଣ ଙ୍କ ଦୁର୍ଦ୍ଦଶା ଦେଖି ପାରି ନଥାନ୍ତେ । 


ମୋ ନୂଆ ମା ଙ୍କ କିଛି କଥା ରୁହେନି ।

ବିନା କାରଣରେ ପ୍ରତିଦିନ ଝଗଡା, ଅର୍ଥ ହିନ କଥା ବାର୍ତ୍ତା କୁ ଭିତ୍ତି କରି ପ୍ରତିବାଦ କରିବା ବାପା ଙ୍କ ଦୈନିକ ଅଭ୍ୟାସ ହୋଇ ଯାଇଥିଲା । ତାଙ୍କୁ ଯିଏ ମଧ୍ୟ ବୁଝାନ୍ତି ସେ ତାଙ୍କ ପାଇଁ ଖରାପ ହୋଇ ଯାଆନ୍ତି । 


ଘରର ସ୍ଥିତି କାଳେ ସୁଧୁରି ଯିବ ବୋଲି ମୁଁ ସାଙ୍ଗ ତଥା ଅଜା ଆଇ ଙ୍କ ପରିବାର ତରଫରୁ ମୋତେ ବୁଝାଇଲେ ଏବଂ ମୁଁ ବାହାଘର ପାଇଁ ରାଜି ହୋଇ ଗଲି ।


ତାହା ମଧ୍ୟ ମୋ ବାପା ଙ୍କ ପାଇଁ ଗୋଟିଏ ସମସ୍ୟା ର ଉଦାହରଣ। ସେ ଭଲ ପରିବାର କିମ୍ବା ଭଲ ପ୍ରସ୍ତାବ କୁ ଛାଡ଼ି ଭଲ ଟଙ୍କା ପଇସା ରଖିଥିବା ବାଲା ଙ୍କ ଉପରେ ଖାସ୍ ନଜର। 


ତାଙ୍କ ମତରେ ଝିଅ ର ଜୀବନ ମାଟି ହେଇଯାଉ ମାତ୍ର ମୁଁ ଏମିତି ପରିବାର ରେ ଦେବୀ ଯାହା ଭବିଷ୍ୟତ ରେ ମୋ ଆର୍ଥିକ ସହାୟତା ପାଇଁ ସହଜ ହେବ। 


ଏହି ନିୟମ କେବଳ ବାପା ଙ୍କର, ସେ କୁହନ୍ତି ମୁଁ ଯାହା କୁହେ ତାହା ନିୟମ ରେ ପରିଣତ ହେବା ଦରକାର । 


ଆମ ପରିବାର ରେ ଏତେ ସବୁ ଖରାପ ନିୟମ ଯୋଡ଼ି ହୋଇ ହୋଇ ଯାଉଛି ତାହା ର ଉଦାହରଣ ଦେବା ମୋ ପାଇଁ କଷ୍ଟ ଦାୟକ ହୋଇ ଯାଉଛି । 


ଯାହା ବର୍ଣ୍ଣନା ହୋଇଛି ତାହା ସମୁଦ୍ର ରୁ ମୁନ୍ଦେ ପାଣି ବାକି ଘରେ ମାତ୍ର ପ୍ରତିଦିନ ମହାଭାରତ ଆରମ୍ଭ ହୋଇ ଯାଏ। ବାପାଙ୍କ ସାଙ୍ଗରେ ତାଳ ସହିତ ତାଳ ମିସେଇବାକୁ ଆମ ଘର ର ଅନ୍ୟ ସଦସ୍ୟ ମାନେ ମଧ୍ୟ ସାମିଲ ହୋଇ ଯାଆନ୍ତି ।


ବେଳେ ବେଳେ ଇଚ୍ଛା ହୁଏ ଘର ଛାଡ଼ି ବହୁ ଦୂରକୁ ଚାଲିଯିବାକୁ ପୁଣି ମୋର ଇଜ୍ଜତ ତଥା ମୋ ବାପାଙ୍କ ଇଜ୍ଜତ କୁ ଆଖି ଆଗରେ ରଖି ଥମି ବାକୁ ବାଧ୍ୟ ହେଉଛି ।


ବେଳେ ବେଳେ ନିଜକୁ ପ୍ରଶ୍ନ କରେ ଯେ , ମୋ ଭବିଷ୍ୟତ ରେ ପ୍ରକୃତରେ କଣ ଲେଖା ହୋଇଛି ।


ବହୁତ୍ କଷ୍ଟ ସହି ଚାଲିଛି। କେତେ ଅବା ସହିବି, ବେଳେ ବେଳେ ଆତ୍ମହତ୍ୟା ପାଇଁ ଇଛା ହୁଏ ପୁଣି ଫେରି ଯାଏ । ମନେ ପଡ଼ିଯାଏ ମୋ ମା ର ଲୁହ ଭରା ଆଖି ଯାହା ଆଜି ମଧ୍ୟ ମନେ ହୁଏ ସେ କିଛି ନ କହି ତା ଆଖି ଲୁହ ସବୁ କହି ଦେଉଥିଲା ।


ଟଙ୍କା ର ଗଦି ରେ ବସିବା ପାଇଁ ମୋ ମା ଙ୍କୁ ଉତ୍ତମ ଚିକିତ୍ସା ଦେଇ ପାରିଲେ ନାହିଁ ଏବଂ କିପରି ବିଶ୍ୱାସ କରିବି ସେ ବାପା ଙ୍କୁ ଯିଏ ମୋର ଉଜ୍ଜଳ ଭବିଷ୍ୟତ ର କାମନା କରିବେ।  


ଆପଣ ହିଁ ମତ ଦିଅନ୍ତୁ ପ୍ରକୃତରେ ମୁଁ କଣ କରିବା ଦରକାର..?


Rate this content
Log in

Similar oriya story from Drama