Nilamadhab Bhuyan

Comedy Fantasy Others

3  

Nilamadhab Bhuyan

Comedy Fantasy Others

ଟିପ୍

ଟିପ୍

5 mins
208


ସେଦିନ ଆମ ଚାକିରୀଆଙ୍କର ଠିକ୍ ଦୁଇ ବର୍ଷ ପୂରିଲା । ସମସ୍ତେ ସେ ଖୁସିକୁ ସେଲିବ୍ରେଟ୍ କରିବା ପାଇଁ ଚାହୁଁଥିଲେ । ତେବେ ଆମେ ୬ ଜଣ ସାଙ୍ଗ ସ୍ଥିର କରିଲୁ କି, ଚାଲ ଗୋଟିଏ ବଡ ହୋଟେଲ ରେ ଆଜି କିଛି ସ୍ପେଶଲ୍ ଖାଇବା। ଆଉ ଆଜି ଦିନ ଟିକୁ ଖୁସିରେ ବିତେଇବା। ସ୍ଥିର ଅନୁସାରେ ସେଦିନ ସକାଳୁ ଆମେ ବାହାରିଲୁ ସହର ବୁଲିବାକୁ । ଆମ ରୁମ୍ ରୁ ସହର ୨୦-୨୫ କିମି ମାତ୍ର । ସମସ୍ତେ ବୋଲେରୋରେ ଯାଆନ୍ତି। ସମସ୍ତେ ଆଦିଦାସର ଧଳା ରଙ୍ଗର ଜୋତା ଏବଂ ଜିନ୍ସ ସହିତ ଚେକ୍ ର ଫର୍ମାଲ ସାର୍ଟରେ ଥିଲେ। ସମସ୍ତଙ୍କ ଗେଟ୍ ଅପ୍ ଏକା ପ୍ରକାରର ଏବଂ ସମସ୍ତେ ଗୋଟିଏ ପର୍ଫୁମ ଲଗେଇ ବାହାରିଲେ। ଚଷମା ଥାଏ ପ୍ୟାକେଟରେ ମାତ୍ର କେହି ପିନ୍ଧି ନଥିଲେ । ତାହା କେବଳ ଷ୍ଟାଇଲ ପାଇଁ ଥିଲା । 

ସମସ୍ତେ ପହଞ୍ଚିଲେ ମାର୍କେଟରେ ପ୍ରଥମେ ପହଞ୍ଚିଲୁ ଗୋଟିଏ ଛୋଟ କେଫେରେ ସେଠି ସମସ୍ତେ କୋଲ୍ଡ ଡ୍ରିଙ୍କ ସହିତ ମିଠା ଖାଇଲୁ । ମିଠା ଖିଆ ସରିବା ପରେ ସେଥିରୁ ଜଣେ କହିଲା , ଭାଇ ଆଜି ମନ ଭରି ଖାଇବାକୁ ଇଚ୍ଛା ହେଉଛି । ସମସ୍ତେ ସେହି କଥା ଭାବୁଥିଲେ । ହେଲେ କୋଉ ହୋଟେଲକୁ ଯିବା? କାହାକୁ ପଚାରିବୁ ଭାବି ଗୋଟିଏ ସିଆରପିଏଫ୍ ଯବାନଙ୍କୁ ପଚାରିଲୁ । ସେ ଆମକୁ ଗୋଟିଏ ହୋଟେଲ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ ସେଠୀ ଯାଅ, ରେଟ୍ ଟିକେ ଅଧିକା ହେବ କିନ୍ତୁ ମନ ଶାନ୍ତିରେ ଖାଇବାକୁ ମିଳିବ ଏବଂ ସବୁ ପ୍ରକାରର ଖାଇବା ମଧ୍ୟ ମିଳିବ। ଚନ୍ଦ୍ର ଶେଖର ବୋଲି ଜଣେ ସାଙ୍ଗ। ସେ କହିଲା ଆରେ ଯେତେ ଟଙ୍କା ହେଲେ ମଧ୍ୟ ଆଜି ଖାଇବା । କିନ୍ତୁ ଆମ ଗ୍ରୁପ୍ ରୁ ୨ ଜଣଙ୍କ ମନ ଦୁଃଖ ହୋଇଗଲା କାଳେ ରେଟ୍ ଅଧିକ ହେଲେ ଖାଇବା ଯଦି ଭଲ ନ ମିଳେ ତେବେ କଣ ହେବ। ଏହି ଭାବନା କେବଳ ତାଙ୍କ ମନ ଭିତରେ ଭାବୁଥିଲେ । ହେଲେ ଏଠି ଖୁସି ମନେଇବା ପାଇଁ ଆସିଛନ୍ତି ମନା କରିଲେ କହିବେ , କଞ୍ଜୁସ୍ ଟା । କହିବେ ପଇସା ରଖିକି କଣ ମଶାଣିକୁ ନେବୁ । ଏହି କଥା ଶୁଣିବା ଅପେକ୍ଷା ଚୁପ୍ ରହି, ସେ ଦୁଇ ଜଣ ମଧ୍ୟ ସମସ୍ତଙ୍କ ସହିତ ବଢ଼ି ଚାଲିଲେ ହୋଟେଲ ଭିତରକୁ । 


ହୋଟେଲର ସାଜ ସଜା ଉଚ୍ଚ କୋଟୀର । ଖାଇବାର ସୁଗନ୍ଧ ମଧ୍ୟ ଭଲ ଆସୁଥିଲା । ଆମ୍ଭ ମାନଙ୍କୁ ୱେଟର ଆସି ପାଛୋଟି ନେଲା ଏବଂ ଆମକୁ ବଡ ଡାଇନିଂ ଟେବୁଲରେ ବସି ଦେଇ ବହୁତ୍ ଧିର କଣ୍ଠରେ ପଚାରିଲା ଆପଣ କଣ କଣ ନେବେ । ଆମେ ସମସ୍ତେ ଚନ୍ଦ୍ର ଶେଖରକୁ ଚାହିଁ ରହିଲୁ। କାରଣ ଚନ୍ଦ୍ର ଶେଖର କହିଥିଲା ଯେ ଆଜି ମୁଁ ତୁମ ମାନଙ୍କୁ ସ୍ୱାଦିଷ୍ଟ ଭୋଜନ କରେଇବି କିଏ କିଛି ଅର୍ଡର କରିବା ଦରକାର ନାହିଁ ସବୁ ଅର୍ଡର ମୁଁ ଦେବୀ । ସେଥିପାଇଁ ଆମେ ଚୁପ୍ ରହିଲୁ। ଚନ୍ଦ୍ର ଶେଖର ମେନୁ ବୁକ୍ କୁ ଉଠେଇ ୨ ମିନିଟ୍ ଭାବି ଭାବି କହିଲା। ରାଇସ, ଦାଲ୍ ମଖନି, ଚିକେନ୍ ଖୁର୍ମା, ଆଉ ସାଲାଦ୍। ୱେଟର୍ ଭାବୁଥାଏ ଏମାନେ ସମସ୍ତେ ନୂଆ ଆସିଛନ୍ତି ବୋଧେ । ସେ ତା ଆଡ଼ୁ କହି ଉଠିଲା , ଏଠିକାର ସ୍ଲେଶଲ୍ ଆଚାର ନେବେ। ସମସ୍ତେ ହଁ, ଆଉ ୱାଟର୍ ବୋଟଲ ନେବେ? ଆଜି ସ୍ପେଶଲ ଡେ ତ, କାହା ମୁହଁରୁ ନା ଶବ୍ଦ ଶୁଣିବାକୁ ମିଳୁ ନଥିଲା । ବିଳମ୍ବ ନ କରି କେବଳ ଇଶାରାରେ ଅନ୍ୟ ଜଣେ ୱେଟର୍ ଆସି ୬ ଟି ପାଣି ବୋତଲ ସହିତ ୩ ଟି ଆଚାର ପ୍ଲେଟ ରଖି ଦେଇ ଯିବାକୁ ବାହାରିଲେ। ମୁଁ କହି ଉଠିଲି, ଏକ୍ସକ୍ୟୁଜ୍ ମି, ଗୋଟିଏ ଆଚାର ବାଉଲ୍ ଆଉ କେବଳ ୩ ଟି ବୋତଲ ରଖନ୍ତୁ। ସେ ୱେଟର୍ ଦୁହେଁ ମୋ ଆଡ଼କୁ ସନ୍ଦିଗ୍ଧ ନଜରରେ ଚାହିଁ ରହିଲେ, ଭାବିଲେ, ଆମ ବେପାର ମାନ୍ଦା କରିବ ବୋଧେ, ମୁଁ ଅଳ୍ପ ମୁରୁକି ହସ ଦେଲି, ସେମାନେ ଚାଲିଗଲେ। ଠିକ୍ ପର ମୁହୂର୍ତ୍ତରେ ସମସ୍ତଙ୍କ ପାଖେ ଧଳା ଚକ୍ ଚକିଆ ପ୍ଲେଟ ଏବଂ କଣ୍ଟା ଚାମଚ ଏବଂ ଖାଇବା ଚାମଚକୁ ବହୁତ୍ ସୁନ୍ଦର ଭାବେ ପରସା ଗଲା।


 ସମସ୍ତେ ଖୁସିରେ ଗୋଟିଏ ହାତରେ କଣ୍ଟା ଚାମଚକୁ ଆଉ ଗୋଟିଏ ହାତରେ ଖାଇବା ଚାମଚ ଧରି ବସିଲେ। କିଏ ଜାଣିଥିଲା ଏହା କେବଳ କ୍ଷଣକ ପାଇଁ ଥିଲା । ସଙ୍ଗେ ସଙ୍ଗେ ଚିକେନ ଖୂର୍ମା ଆସି ପହଂଚି ଗଲା। ଚିକେନକୁ ଦେଖି ସମସ୍ତେ ଚିନ୍ତାରେ ପଡିଗଲେ । ଏବଂ ଚୁପ୍ ଚାପ୍ ଚାମଚ ଗୁଡ଼ିକୁ ପ୍ଲେଟରେ ରଖିଦେଲେ । କାହିଁକି ନା ଚିକେନ ତ ଚାମଚରେ ଖାଇ ହେବନି। ଠିକ୍ ପର ମୁହୂର୍ତ୍ତରେ ବାକି ଅର୍ଡର କରିଥିବା ସାମାନ ଆସି ପହଞ୍ଚିଲା । ତେବେ ସମସ୍ତେ ଖାଇବା ଆରମ୍ଭ କରିଲେ ।


ସମସ୍ତେ ୨-୩ ମିନିଟ୍ ଖାଇବା ପରେ ଜଣେ ଅନ୍ୟ ଜଣଙ୍କୁ ପଚାରିଲା । ଆରେ ଚିକେନରେ ହାଡ ହିଁ ନାହିଁ ! ସମସ୍ତେ ସେହି କଥା କହିଲେ । ଆରେ ସେ ଚାମଚ ଦେଇଥିଲା ମାନେ ଠିକ୍ ଦେଇଥିଲା । ହଉ ଚାଲ ହାତରେ ଖାଇବା ଆରମ୍ଭ ହେଲାଣି ମାନେ ଆଉ କଣ ଚାମଚରେ ଖାଇବା କି ?? ସମସ୍ତେ ଖାଇବା ଚାଲୁ ରଖିଲେ। ଆମ ଆଖ ପାଖରେ ବସିଥିବା ଲୋକମାନେ ଯେମିତି ଆମକୁ ହିଁ ଚାହିଁ ରହିଥିଲେ। ୱେଟର ମଧ୍ୟ ଚାହିଁ ରହିଥାଏ । ଲାଜ ତ ଲାଗୁଥିଲା ମାତ୍ର ସେପଟେ ଧ୍ୟାନ ନ ଦେଇ ଆମେ ଖାଇବାରେ ଲାଗିଲୁ। ଖାଇବା ସରିଲା । ସମସ୍ତଙ୍କ ପାଖେ ୱେଟର୍ ଗୋଟିଏ ଛୋଟ କଟୋରି ଆଉ ଫାଳେ ଲେମ୍ଭୁ ରଖି ଦେଇଗଲା । 


ସମସ୍ତଙ୍କ ମନରେ ପୁଣି ପ୍ରଶ୍ନ , ଏଇଟା କଣ କରାଯିବ । ଚନ୍ଦ୍ର ଶେଖର ମଧ୍ୟ ଚିନ୍ତାରେ ଥିଲା । ଆମ ମଧ୍ୟରୁ ଜଣେ ଲେମ୍ବୁକୁ ଚିପୁଡି ସେ ପାଣି ଗୁଡିକ ଢକ ଢକ କରି ପିଇଦେଲା । ଜଣକୁ ଦେଖି ସମସ୍ତେ ସେମିତି କରିଲେ । ପ୍ରକୃତରେ ସେ ଲେମ୍ବୁ ପାଣି କଣ ପାଇଁ ଦେଇଥିଲା । ତାହା ଆପଣ କୁହନ୍ତୁ ତାର କାରଣ କଣ ? କମେଣ୍ଟରେ ନିଶ୍ଚୟ ଜଣେଇବେ । ଏତିକି ଦେଖି ୱେଟର୍ ଅଳ୍ପ ହସିଲା। କିନ୍ତୁ କିଛି କହୁ ନଥାଏ। ବେଶୀ ଡେରି ନ କରି ସମସ୍ତେ ଉଠି ହାଥ ଧୋଇ ପୁଣି ଆସି ସେଠି ବସିଲେ । ବସିବାର କାରଣ ଟିପ୍ ଦିଆଯିବ। ସମସ୍ତେ ଅନ୍ୟ ମାନଙ୍କ ମୁହଁକୁ ଦେଖିବାରେ ଲାଗିଥିଲେ । ଟୋଟଲ ଖର୍ଚ୍ଚ ୨୩୦୦ ର ପାଖା ପାଖି ହେଲା। ୱେଟର ଟିପ ଡାଏରୀକୁ ଦେଇ ଚାଲିଗଲା । ଚନ୍ଦ୍ର ଶେଖର କହି ଉଠିଲା ସମସ୍ତେ ଟିପ୍ ପାଇଁ ୫୦ ଟଙ୍କା ଲେଖାଏଁ ଦିଅ, କାହାର କାହାର ଇଚ୍ଛା ନଥିଲା ମାତ୍ର ସମସ୍ତେ ମିଶି ୩୦୦ ଟଙ୍କା ଟିପ୍ ଡାଏରୀରେ ରଖିଲେ। ୱେଟର୍ ମଧ୍ୟ ଖୁସ୍ ଆମେ ମଧ୍ୟ ବାହାରି ଆସିଲୁ ।


ହୋଟେଲରୁ ବାହାରି ଆସିଲା ପରେ ଆମ୍ଭ ମାନଙ୍କ ମଧ୍ୟରୁ ଜଣେ ଚନ୍ଦ୍ର ଶେଖରକୁ କହିବାକୁ ଲାଗିଲା , ୩୦୦ ବଦଳରେ ୨୦୦ କିମ୍ୱା ୧୦୦ ଦେଇଥିଲେ ମଧ୍ୟ ହୁଅନ୍ତା, ଏତିକି ଶୁଣି ଚନ୍ଦ୍ର ଶେଖରର ପାଟି ଚୁପ୍ । ଦିଆ ସରିଲାଣି ଆଉ କଣ କହିବ ସେ, ସେ ଯଦି କିଛି କହେ, ତେବେ ଆଉ କେତେ କଣ ଶୁଣିବ। 


ହୋଟେଲର ୫୦ ମିଟର ଦୂରରେ ରୋଡ ସାଇଡରେ ଗୋଟିଏ ଲୋକ ବେଡ୍ ସିଟ ବିକ୍ରି କରୁଥିଲା । ଚନ୍ଦ୍ର ଶେଖର କହିଲା ମୁଁ ବେଡ୍ ସିଟ କିଣିବି, ସମସ୍ତେ ତାକୁ ଅପେକ୍ଷା କରିଲେ। ବେଡ୍ ସିଟ ବଛା ସରିଲା। ଶେଷରେ ରେଟକୁ ସେ କମ୍ କରିବାକୁ ଅନୁରୋଧ କରିଲା । ବେଡ୍ ସିଟ ବାଲା କହିଲା , ତମ ମାନଙ୍କୁ ଦେଖି ମୁଁ ୩୦ ଟଙ୍କା କମ୍ କରି ଦେଉଛି । କାରଣ ଆମର ଚୁଟି କଟିଙ୍ଗ ଦେଖି ସେ ଜାଣି ସାରିଥିଲା ଯେ, ଆମେ ମାନେ କିଏ !!! ରେଟ୍ କମ୍ କରିବା ପରେ ମଧ୍ୟ ଚନ୍ଦ୍ର ଶେଖରର ମନ ମାନୁନି ସେ କହିଲା ଆଉ ୧୦ ଟଙ୍କା କମ୍ କର। ବେଡ୍ ସିଟ ବିକ୍ରି କରୁଥିବା ଲୋକ ଜଣଙ୍କ କହିଲା। ଆଜ୍ଞା ମୁଁ ଆଗରୁ ୩୦ ଟଙ୍କା କମ୍ କରି ଦେଇଛି କାରଣ ବାକି ଲୋକଙ୍କୁ ମୁଁ ୩୦ ଟଙ୍କା ଛାଡ ଦିଏ ନାହିଁ ତୁମକୁ ଦେଲି କାରଣ ତୁମେ ଦେଶ ପାଇଁ ସେବା କରୁଛ। ତା କଥା ଶୁଣି ଆମକୁ ଅଳ୍ପ ଗର୍ବ ଅନୁଭବ ହେଲା କିନ୍ତୁ ଚନ୍ଦ୍ର ଶେଖରର ଗୋଟିଏ କଥା ତମେ ୧୦ ଟଙ୍କା କମ୍ କର। ପୁଣି ସେଇ କଥା ଚାଲିଲା ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ । ସମସ୍ତେ ଚନ୍ଦ୍ର ଶେଖର ଉପରେ ରାଗ । 


ମୁଁ କହି ଉଠିଲି ଆରେ ଭାଈ, ସେଠି ହୋଟେଲରେ ତ ୩୦୦ ଟଙ୍କା ଟିପ୍ ଦେଇ ଆସିଲୁ ଆଉ ଏଠି ୧୦ ଟଙ୍କା ପାଇଁ ତା ସହିତ ୧୦ ମିନିଟ୍ ହେଲା ଝଗଡ଼ା କରୁଛୁ ?? ଲାଜ ଲାଗୁନି ତୋତେ ? ମୋ କଥାରେ ସମସ୍ତେ ହଁ କରିଲେ ଏବଂ ବେଡ୍ ସିଟ ବାଲାକୁ ୧୦ ଟଙ୍କା ଦେଇ ଆଗକୁ ଚାଲିଲୁ । ରାସ୍ତାରେ ସମସ୍ତେ ଚନ୍ଦ୍ର ଶେଖର ଉପରେ ରାଗ । ସମସ୍ତେ ରାଗି କହିଲେ । ଶଳା ଇଜ୍ଜତକୁ ମାଟିରେ ମିଶେଇ ଦେଲୁ । ଟିପ୍ ଦେଲା ବେଳକୁ ଦୟା ଆସି ଯାଉଥିଲା ଆଉ ରୋଡ ସାଇଡରେ ତୋର ଦବଙ୍ଗ ଗିରି ଜନ୍ମ ନେଇଗଲା । ସମସ୍ତେ ଗୋଟିଏ ପରେ ଗୋଟିଏ ବିଧା ଦେଇ ଚାଲିଲେ ଚନ୍ଦ୍ର ଶେଖରକୁ । ସନ୍ଧ୍ୟା ବେଳେ ରୁମ୍ କୁ ଫେରି ଆସିଲେ । ସନ୍ଧ୍ୟାରେ ରୁମ୍ ରେ ଅନ୍ୟ ସାଙ୍ଗମାନଙ୍କ ସହ ଏହି କଥା ହେଲୁ ସମସ୍ତେ ଚନ୍ଦ୍ର ଶେଖରର କଥାକୁ ନେଇ ବହୁତ୍ ହସିଲେ । 


ସମସ୍ତେ କହି ଉଠିଲେ, ସେଠି ୩୦୦ ଦେଇ ଆସିଲୁ କିନ୍ତୁ ବାହାରେ ୧୦ ଟଙ୍କା ପାଇଁ ଇଜ୍ଜତ ତଳେ ପକେଇ ଦେଲୁ । 


ତେବେ କିଛି ମୁହୂର୍ତ୍ତ ମୋ ସାଙ୍ଗମାନଙ୍କ ସହ ବିତିଥିଲା ତାହା କିଛି ବର୍ଷ ପୂର୍ବେ । କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବେ ଆଉ ଆଉ ଖାଇବା ସମୟରେ ଲେମ୍ବୁ ପାଣି କଣ ପାଇଁ ଦିଆ ଯାଇଥିଲା ତାହା ମଧ୍ୟ ଜଣେଇବେ ।



Rate this content
Log in

Similar oriya story from Comedy