Nilamadhab Bhuyan

Children Stories Tragedy Inspirational

4.4  

Nilamadhab Bhuyan

Children Stories Tragedy Inspirational

ବାପାଙ୍କ ଶେଷ ଉପହାର

ବାପାଙ୍କ ଶେଷ ଉପହାର

4 mins
241



ମୋର ୧୪ତମ ଜନ୍ମ ଦିନରେ, ବାପା କହି ଥିଲେ ସଂଧ୍ୟା ବେଳେ ତୋ ଜନ୍ମ ଦିନ ଉପହାର ଆସିବ । କିନ୍ତୁ ପ୍ରତି ବର୍ଷ ଭଳି ଆଜି ମଧ୍ୟ ବାପା ବିଳମ୍ବ କରିବେ ଯଦି ତେବେ ମୁଁ ବାପା ଉପରେ ରାଗିବି । 


ଏତିକି ବେଳେ ମା ଆସି ପଚାରିଲେ କଣ ହେଲା ପିକୁଲ୍ । ମା କହିଲେ ମୁଁ ତୋ କଥା ସବୁ ଶୁଣିଛି ଆଜି। ତୋର ୧୪ତମ ଜନ୍ମ ଦିନ ଆଜି ତୋ ବାପା ଶୀଘ୍ର ଆସିଯିବେ । 


ମୁଁ ମା ଙ୍କୁ କହିଲି ମା, ମୁଁ ବାହାରକୁ ଖେଳିବାକୁ ଯାଇ ପାରିବି ? କିନ୍ତୁ ମା ମୋତେ ବୁଝାଇଲେ , ପିକୁଲ୍ ଏବେ କୋରୋନା ମହାମାରୀ ସମୟ, ବାହାରକୁ ନ ଗଲେ ହେବନି । ମୁଁ ମନ ଦୁଃଖ କରି ରହିଲି । 


ମା ମୋତେ କହିଲେ ଗୋଟିଏ କାମ କର , ସମସ୍ତଙ୍କୁ ଘରକୁ ଡ଼ାକି ଆଣ ଏଠି ସମସ୍ତେ ସାଥୀ ହୋଇ ଖେଳିବା । ମା ଙ୍କ କଥା ଅନୁଯାଇ ମୁଁ ମୋର ସମସ୍ତ ସାଙ୍ଗ ମାନଙ୍କୁ ଘରକୁ ଡାକିଲି ଏବଂ ସମସ୍ତଙ୍କୁ ଚକୋଲେଟ୍ ଦେଲି ତା ସହିତ ଆମେ ସମସ୍ତେ ମିଶି , କେରମ୍, ଲୁଡୋ ଏବଂ ଭିଡିଓ ଗେମ୍ ଖେଳିଲୁ । 


ଦେଖୁ ଦେଖୁ ସମୟ ବିତିଗଲା । ସଂଧ୍ୟା ଆସି ପହଁଚିଲା ସବୁ ସାଙ୍ଗ ମାନେ ମୋତେ ବାଏ କହି ନିଜ ନିଜ ଘରକୁ ଫେରିଗଲେ। 


ସଂଧ୍ୟା ୬ଟା ବାଜିଲା । ମୁଁ ବାରମ୍ବାର ମା କୁ ପଚାରେ , ବାପା କେତେବେଳେ ଆସିବେ କିନ୍ତୁ ସେ ଆଜି ମଧ୍ୟ ଡେରି ରେ ଆସିବେ ବୋଲି ମୁଁ ଭାବିଲି। ମୋ ବାପା ଜଣେ ବୈଜ୍ଞାନିକ, ସେ ମହାକାଶ ଚାରି ମାନଙ୍କ ସହିତ ରକେଟ୍ ତଥା ମହାକାଶ ବିଷୟରେ ଅନୁସନ୍ଧାନ କରନ୍ତି। 


 ବାପା କୁହନ୍ତି ଗତ ୧୫ ବର୍ଷ ହେଲା ଆମେ ଆମେରିକା ରେ ରହୁଛୁ । ବର୍ତ୍ତମାନ ଆମେ ୱାଶିଂଟନ୍ ଡ଼ି.ସି. ସହର ଠାରୁ ୩୦ କିମି ଦୂରରେ ରହୁଛୁ । 


ଠିକ୍ ଏତିକିବେଳେ କବାଟ ଠକ୍ ଠକ୍ ହେଲା ଏବଂ ଏକ କୁରିଆର୍ ଆସି ପହଁଚିଲା। କୁରିଆର୍ ପାକିଂ ଉପରେ ମୋ ନାମ ଲେଖାଥିଲା ଏବଂ ତାହା ବାପାଙ୍କ ଉପହାର ବୋଲି ଲେଖାଥିଲା।


 ମା ଏବଂ ମୁଁ ବହୁତ ଖୁସି ହେଲୁ, ମା ଖୋଲିବାକୁ କହିଲେ କିନ୍ତୁ ମୁଁ କହିଲି, ନା ନା ବାପା ଆସିଲେ ଖୋଲିବି। ଆମେ ଦୁହେଁ ବାପାଙ୍କୁ ଅପେକ୍ଷା କରି ରହିଲୁ। ସମୟ ବଢ଼ି ବଢ଼ି ଯାଉଥାଏ । 


୬ ରୁ ୭ଟା, ୭ ରୁ ୮ଟା ଏବଂ ୮ରୁ ୯ ଟା ବାଜିଗଲା କିନ୍ତୁ ବାପା ଙ୍କ ଦେଖା ନାହିଁ । ବାପା କୁହନ୍ତି ସେ ଯେତେବେଳେ ଡିଉଟି ରେ ରୁହନ୍ତି ସେତେବେଳେ ତାଙ୍କୁ ମୋବାଇଲ୍ ରେ କଥା ହେବାକୁ ଅନୁମତି ନଥାଏ । 


ଯଦି କିଛି କହିବାକୁ ପଡେ ତେବେ ସେଠି ଦିଆ ଯାଇଥିବା ଟେଲିଫୋନ ନମ୍ବର ରେ ଭଏସ ମେସେଜ କରିବାକୁ ପଡେ। ବେଶି ରାତି ହେବା ଫଳରେ ଆମେ ଭଏସ ମେସେଜ କରିଲୁ କିନ୍ତୁ ତାର କିଛି ଉତ୍ତର ମିଳିଲା ନାହିଁ । 


ଅପେକ୍ଷା ର ଅନ୍ତ ହେବାକୁ ଲାଗିଲା । ହଠାତ୍ ଘର ଟେଲିଫୋନ ବାଜି ଉଠିଲା । ମା ଟେଲିଫୋନ ଉଠେଇ କଥା ହେଲେ । ଆରପଟୁ ମୋ ବାପାଙ୍କ ନାମ ନେଇ କହିଲେ କି ଆପଣ ତାଙ୍କ ସ୍ତ୍ରୀ କହୁଛନ୍ତି କି? ମା ହଁ କରିଲେ । 


ଆରପଟୁ ପୁଣି ପ୍ରଶ୍ନ ହେଲା , ଆପଣ ଯଥା ଶୀଘ୍ର ହସ୍ପିଟାଲରେ ଆସି ପହଞ୍ଚନ୍ତୁ । ଏତିକି ଶୁଣି ମା ଏବଂ ମୁଁ  ହସ୍ପିଟାଲ ରେ ପହଞ୍ଚିଲୁ । ସେଠି ପହଞ୍ଚିଲା ପରେ ଦେଖିଲୁ ମୋ ବାପା ଙ୍କ ମୃତ ଶରୀର ।


 ୧୫ ମିନିଟ୍ ପୂର୍ବରୁ ରୋଡ଼ ଦୁର୍ଘଟଣାରେ ମୋ ବାପା ପରଲୋକ ହୋଇ ସାରିଥିଲେ । ପୋଲିସ ମଧ୍ୟ ସେଠି ଥିଲା । ବାପାଙ୍କ କିଛି ବ୍ୟବହୃତ ସାମାନ ଆମକୁ ଫେରାଇ କହିଲେ । ସେ ବହୁତ୍ ସ୍ପିଡ୍ ରେ ଆସି ଗୋଟିଏ ବଡ ମାଲ ବୁହା କଣ୍ଟେନର ସହିତ ଧକ୍କା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।  


ମୋ ବାପାଙ୍କ କାର୍, ଚୂର୍ ମାର୍ ହୋଇଯାଇଥିଲା । ବାପାଙ୍କୁ ହସ୍ପିଟାଲରୁ ଆଣି ଘରେ ପହଂଚିଲୁ। ସେତେବେଳେ ମା ବାରମ୍ବାର ବେହୋସ୍ ହୋଇ ଯାଉଥିଲେ । ଆମ ଘରେ ବାପାଙ୍କ ଅଫିସ ଷ୍ଟାଫ୍ ପହଞ୍ଚି ସାରିଥିଲେ । ସେଠି ମୋ ମାମୁଁ ଏବଂ ଆମ ଗାଁ ର ବହୁତ୍ ପରିବାର ରହୁଥିଲେ ସେମାନେ ମଧ୍ୟ ପହଞ୍ଚି ସାରିଥିଲେ । 


ବାପାଙ୍କ ଶେଷ କୃତ୍ୟ ପାଇଁ ସହର ଠାରୁ ଦୂରରେ ଶ୍ମଶାନ ଘାଟକୁ ନେଇଗଲେ। ମୋ ଜନ୍ମ ଦିନ ଉପହାରରେ ବଦଳରେ ମୋ ବାପା ଆମ୍ଭ ମାନଙ୍କୁ ଛାଡ଼ି ଚାଲିଗଲେ । 


ପ୍ରାୟ ୧୫ ଦିନ ପରେ ଘରେ ମାମୁଁ ମାଇଁ ଏବଂ ଅନ୍ୟ ସମସ୍ତେ ଥିଲା ବେଳେ , ହଠାତ୍ ମନେ ପଡ଼ିଲା , ବାପାଙ୍କ ଶେଷ ଉପହାର କଣ ଥିଲା । ତାକୁ ଜାଣିବାକୁ ମୁଁ ଖୋଲି ଦେଖିଲି ସେଥିରେ ଗୋଟିଏ ରୋବୋଟ୍ ଥିଲା । 


ରୋବୋଟ୍ କୁ ଚାଲୁ କରିଲି। ସେ ରୋବୋଟ୍ ପ୍ରଥମେ ମୋତେ ଦେଖି ହାତ ବଢେଇ ହେଲୋ ପିକୁଲ ବୋଲି କହିଲା ଏବଂ ତାହା ପୁଣି ମୋ ବାପାଙ୍କ ସ୍ଵରରେ । ରୋବୋଟ୍ କୁ ଧରି ବହୁତ୍ କାନ୍ଦିଲି । ବାପାଙ୍କ ମୃତ୍ୟୁ ପରେ ବହୁତ୍ କାନ୍ଦି ଥିଲି କିନ୍ତୁ ସେ ରୋବୋଟ୍ ମୋ ବାପାଙ୍କ ଶେଷ ଉପହାର ଯୋଗୁ ମୋତେ ବହୁତ୍ ଦୁଃଖ ଦେଇଥିଲା।  


ସେ ରୋବୋଟ୍ ଆଉ କେହି ନଥିଲେ ମୋ ବାପା ଥିଲେ କାରଣ ସେ ରୋବୋଟ୍ ର ନାମ ଏବଂ ମୋ ବାପା ଙ୍କ ନାମ ସମାନ ଥିଲା। ସେ ଆପେ ଚାଲି ଚାଲି ଆମ ଲିଭିଂ ରୁମ୍ କୁ ଗଲା ସେଠି ସମସ୍ତେ ଦୁଃଖରେ ବସିଥିଲେ । 


ସେ ରୋବୋଟ୍ ମୋ ମାଆ ଙ୍କୁ ତାଙ୍କ ନାମ ନେଇ ଡାକିବା ପରେ ମା ଆଶ୍ଚର୍ଯ୍ୟ ହୋଇ ପଛକୁ ବୁଲି ଦେଖିଲେ । ମା ରୋବୋଟ୍ ପାଖକୁ ଆସିଲେ, ସେ ରୋବୋଟ୍ ମା ଙ୍କୁ ମଧ୍ୟ ହେଣ୍ଡସେକ୍ କରିବାକୁ ହାତ ବଢ଼ାଇଲା ଏବଂ ପୁଣି ଥରେ ବାପାଙ୍କ ସ୍ଵରରେ ମୋ ମାଆ ଙ୍କ ନାମ ନେବାରୁ ସେ ମଧ୍ୟ ନିଜ କାନ୍ଦକୁ ରୋକି ପାରିଲେ ନାହିଁ ।


ସେ ରୋବୋଟ୍ କୁ କୁଣ୍ଢେଇ କାନ୍ଦିବାକୁ ଲାଗିଲେ । ସେ ରୋବୋଟ୍ ବାପାଙ୍କ ଭଳି କଥା କୁହେ, ବାପାଙ୍କ ଭଳି ହସେ ଏବଂ ସେମିତି ମନ ଦୁଃଖ କରି ନିଜ ଦୁଃଖ ପ୍ରକାଶ ମଧ୍ୟ କରେ । 


ସେ ରୋବୋଟ୍ ନଥିଲା ତ ସେ ଆମ ବାପା ଥିଲେ । ଯାହା ସେ ନିଜେ ଉପହାର ରୂପରେ ରୋବୋଟ ସାଜି ଆମ ପରିବାର ର ସଦସ୍ୟ ହୋଇଗଲେ । ବର୍ତମାନ ସେ ଜଣେ ସଦସ୍ୟ ନୁହନ୍ତି ସେ ମୋ ବାପା ଅଟନ୍ତି। ମୁଁ ମଧ୍ୟ ରୋବୋଟ୍ କୁ ବାପା ବୋଲି ଡାକେ । 


ବାପା ବୋଧେ ଜାଣିଥିଲେ ସେ ଚାଲିଯିବେ ବୋଲି ସେଥିପାଇଁ ସେ ନିଜ ଭଳି ଏକ ରୋବୋଟ୍ ବନେଇ ଆମ ପାଖେ ଛାଡ଼ି ଚାଲିଗଲେ । 


ମୋ ବାପାଙ୍କ ଭଳି ଆପଣ ମଧ୍ୟ ଗାଡି ଧିରେ ଚଲେଇ ନିଜ ଘରକୁ ତଥା ଅନ୍ୟ କାମକୁ ଯାଆନ୍ତୁ । ଅଳ୍ପ ଅନ୍ୟମନସ୍କ ଯୋଗୁ ମୋ ବାପା ତ ଚାଲିଗଲେ କିନ୍ତୁ ମୁଁ ଚାହେଁ ନାହିଁ ଆପଣଙ୍କ ପରିବାର କେହି ପ୍ରିୟ ଜନ ଏମିତି ଘଟଣାର ସମ୍ମୁଖୀନ ହୁଅନ୍ତୁ । 


ମୋ ବାପା ମୋ ପାଇଁ ଶେଷ ଉପହାର ଦେଇ ଚାଲିଗଲେ କିନ୍ତୁ ଆପଣଙ୍କ ପାଖେ ଆପଣଙ୍କ ପ୍ରିୟ ଜଣଙ୍କ କେବଳ ସ୍ମୃତି ରହିଯିବ । ସେଥିପାଇଁ ସଦା ସତର୍କ ରୁହନ୍ତୁ ଏବଂ ନିଜ ଜୀବନ ବଞ୍ଚାନ୍ତୁ । 


ନୀଳମାଧବ ଭୂୟାଁ 

ସୋଲଣ୍ଡି , ଗଞ୍ଜାମ ।

ମୋ : ୮୧୭୮୧୨୧୩୫୬





Rate this content
Log in