ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ନାଲିରଙ୍ଗରର ଘର

ନାଲିରଙ୍ଗରର ଘର

2 mins
7.6K


ରାଜାଙ୍କ ଦରବାରରେ ରାଜ୍ୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ଚାଲିଥାଏ । ମନ୍ତ୍ରୀ, ସେନାପତି, ପଣ୍ଡିତମାନେ ସେମାନଙ୍କର ସମସ୍ୟା ବିଷୟରେ ଆଲୋକପାତ କରିବା ପରେ ପାଳି ପଡ଼ିଲା ବୈଦ୍ୟରାଜଙ୍କର । ବୈଦ୍ୟରାଜ କହିଲେ ମହାରାଜ ! ପ୍ରଜାମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଯଦିଓ ଅନେକ ସମସ୍ୟା ରହିଛି ସେଥିରୁ ମୁଖ୍ୟ ସମସ୍ୟାଟି ହେଉଛି ଚର୍ମରୋଗ । ଶିଶୁଠାରୁ ବୟସ୍କ ପର୍ଯ୍ୟନ୍ତ ଅନେକ ଲୋକଙ୍କର ଚର୍ମରୋଗ ସମସ୍ୟା ଯୋଗୁଁ ହଳଦୀ, ନିମ୍ବ, ପଞ୍ଚାଙ୍ଗ ଆଦି ନିଅଣ୍ଟ ପଡ଼ିଲାଣି । ଏହି ରୋଗ ସଂକ୍ରାମକ ହୋଇଥିବାରୁ ଅନ୍ୟ ଲୋକମାନଙ୍କୁ ସଂକ୍ରମିତ ହେଉଛି । କ’ଣ କରାଯିବ । ଉପାୟ ବାହାର କରନ୍ତୁ ମହାରାଜ ବୋଲି କହିଲେ ବୈଦ୍ୟରାଜ । ଏହି ସମସ୍ୟା ଉପରେ ଅନେକ ବିଚାରବିମର୍ଶ ପରେ ଶେଷରେ ମହାରାଜ ପୁଣି ବୈଦ୍ୟରାଜଙ୍କୁ ପଚାରିଲେ ଆଚ୍ଛା ବୈଦ୍ୟରାଜ ! ତୁମେ ଅନେକ ଲୋକଙ୍କ ଚର୍ମରୋଗ ଚିକିତ୍ସା କରୁଛ । ତେବେ ତୁମେ କୁହ ଆମ ରାଜ୍ୟରେ ଏହି ରୋଗ ହେବାର ମୁଖ୍ୟ କାରଣ କ’ଣ ? ଯେଉଁଥିପାଇଁ ରାଜ୍ୟବାସୀ ଏହି ଅସୁବିଧାରେ ପଡୁଛନ୍ତି । ବୈଦ୍ୟରାଜ ଟିକିଏ ଚିନ୍ତା କରି କହିଲେ ଯେ, ରାଜ୍ୟର ସଫେଇ କର୍ମଚାରୀମାନେ ଠିକ୍‌ ସମୟରେ ସବୁଗାଁ, ପଡ଼ିଆ, ନାଳ, ନର୍ଦ୍ଦମା, ନଦୀ, ପୁଷ୍କରିଣୀ ରିଷ୍କାର କରୁଛନ୍ତି । କିନ୍ତୁ ଯେଉଁମାନେ ଠିକ୍‌ ସମୟରେ କ୍ଷୌର ହେଉନାହାନ୍ତି, ନଖ କାଟୁନାହାନ୍ତି, ଦାନ୍ତ ପରିଷ୍କାର କରି ଘଷୁନାହାନ୍ତି, ଜାମାପଟା ମଇଳା ପିନ୍ଧୁଛନ୍ତି, ସେହିମାନଙ୍କୁ ଏହି ରୋଗ ହେଉଥିବାର ଦେଖାଯାଉଛି । ଏହା ଶୁଣିବା ମାତ୍ରେ ପ୍ରତିକାର ନିମନ୍ତେ ମନ୍ତ୍ରୀଙ୍କ ପରାମର୍ଶ ଲୋଡ଼ିଲେ ମହାରାଜ । ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଯେଉଁମାନେ ଏହି ଚର୍ମରୋଗରେ ପୀଡ଼ିତ ସେମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ସହିତ ଅନ୍ୟ ରାଜ୍ୟରୁ ଜଡ଼ିବୁଟି, ଔଷଧ ମଗାଯାଇ ଚିକିତ୍ସା କରାଗଲା । ଖୁବ୍‌ କମ୍‌ଦିନରେ ସବୁ ରାଜ୍ୟବାସୀ ଚର୍ମରୋଗରୁ ମୁକ୍ତି ପାଇଲେ ସତ, କିନ୍ତୁ ଭବିଷ୍ୟତରେ କିପରି ଏହି ରୋଗକୁ ଦୂର କରାଯାଇପାରିବ ଓ ରାଜ୍ୟବାସୀ ବ୍ୟକ୍ତିଗତ ଭାବେ ପରିଷ୍କାର, ପରିଚ୍ଛନ୍ନ ରହିବେ ସେଥି ନିମନ୍ତେ ଏକ ଉପାୟ ବାହାର କରାଗଲା । ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଡେଙ୍ଗୁରା ମଧ୍ୟ ଦିଆଗଲା । ଯଦି କୌଣସି ବ୍ୟକ୍ତି , ସେ ଶିଶୁ ହୁଅନ୍ତୁ ନା’ କାହିଁକି ଅପରିଷ୍କାର ଓ ଅପରିଚ୍ଛିନ୍ନ ପୋଷାକ ପିନ୍ଧିବା ବା ବ୍ୟକ୍ତିଗତ ରୂପେ ଶାରୀରିକ ଅସ୍ୱଚ୍ଛତା ଅବଲମ୍ବନ କରିବେ ତେବେ ସେହି ଘରର ସାମ୍ନାପଟ ନାଲିରଙ୍ଗରେ ରଙ୍ଗିନ କରାଯିବ । ଏମିତି କିଛି ଲୋକ ଚିହ୍ନଟ ହେବା ପରେ ରାତାରାତି ସେମାନଙ୍କର ଗୃହ ସାମ୍ନାକୁ ନାଲି ରଙ୍ଗରେ ରଙ୍ଗୀନ କରାଗଲା । ଏହାଦେଖି ଗାଁର ଅନ୍ୟଲୋକମାନେ ସେମାନଙ୍କଠାରୁ ଦୂରେଇବାକୁ ଲାଗିଲେ । କାରଣ ସେମାନଙ୍କୁ ଚର୍ମରୋଗ ହେବ । ଏପରି ଅବସ୍ଥା ଦେଖି ନାଲିରଙ୍ଗ ଘରର ଲୋକମାନଙ୍କୁ ଭାରି ଲାଜ ଲାଗିଲା । ଶେଷରେ ସେମାନେ ନିଜର ପୋଷାକ ପରିଚ୍ଛଦକୁ ପରିଷ୍କାର ରଖିଲେ ଓ ଠିକ୍‌ ସମୟରେ ନଖ କାଟିବା, ଚୁଟି କାଟିବା ବା କ୍ଷୌର ହେବା, ଶରୀରକୁ ପରିଷ୍କାର ରଖିବାକୁ ଲାଗିଲେ । ଧୀରେ ଧୀରେ ରାଜ୍ୟରୁ ଚର୍ମରୋଗ ସମ୍ପୂର୍ଣ୍ଣ ଦୂର ହୋଇଗଲା ଏବଂ ପରିଷ୍କାର ପରିଚ୍ଛନ୍ନତା ଯୋଗୁଁ ଲୋକମାନଙ୍କର ମାନସିକ ଶାନ୍ତି ଆସିବା ସହିତ ମନ ପ୍ରଫୁଲ୍ଲ ରହିଲା ଓ କାର୍ଯ୍ୟସିଦ୍ଧି ମଧ୍ୟ ହେଲା । ଏହାଦେଖି ମହାରାଜ ଓ ବୈଦ୍ୟରାଜ ଭାରି ଖୁସି ହେଲେ ଓ ରାଜ୍ୟବାସୀଙ୍କୁ ବଧେଇ ଜଣାଇଲେ ।


Rate this content
Log in

Similar oriya story from Classics