STORYMIRROR

Rupa Nayak

Abstract

2  

Rupa Nayak

Abstract

*********ମର୍ଯ୍ୟାଦା ..........

*********ମର୍ଯ୍ୟାଦା ..........

2 mins
281

ଅନିକେତ ଆସି ଚାବି ଫେରାଇ ଦେଇ ଗଲା l ଅଞ୍ଜଳି ଚାହିଁ ଥାଏ ଏକ ଲୟରେ ଧୀରେ ଧୀରେ ଛବି ଟି ଦିଗବଳୟରେ

ମିଶିଗଲା ଏକ ଶୂନ୍ୟ ମନ ନେଇ ସେ ଚାଲି ଆସିଲା ଭିତରକୁ ଛାତିରେ କୋହ ଆଖିରେ ଲୁହ l ଯେମିତିଭାସି ଯାଉଛି ନିଜେ

ନିଜ ଲୁହ ସହ l କଣ କରିଥାନ୍ତା ସେ ଆଜକୁ ତିନ ବର୍ଷ ହେବ ସେ ଘରେ ବନ୍ଦିନୀ ଛୋଟ ବେଳୁ ବାପାକୁ ଦେଖି ନି , ମା କୁ ଦେଖିଛି ସତ ହେଲେ ମା ର ମମତା ତାକୁ ମିଳିନି ବୟସ ର ପାହାଚ ରେ ପାଦ ରଖୁ ରଖୁ ତାକୁ ବୋଝ ଭାବି ଠେଲି ଦିଆଗଲା ସେ ଵି ଅଭିମାନ ରେ କୁହୁଳି କୁହୁଳି ବିଦାୟନେଇ ଚାଲି ଆସିଲା ମନ୍ମଥ ଙ୍କ ହାତ ଧରି ମନରେ ଭାବି ଥିଲା ଏଇଠୁ ଆରମ୍ଭ କରିବ ଏକ ନୂଆଜୀଵନ !ହେଲେ ଭାଗ୍ୟ ଏଠି ଵି ତାର ପରୀକ୍ଷା ନେଲା ଯେଉଁ ଦିନ ପାଦ ଦେଲା ସେଦିନ ସେ ଜାଣିଲା ସେ ଏଠିକି

ଆସିଛି କେବଳ ଆଵଶ୍ୟକତା ପୂରଣ ପାଇଁ ମନ୍ମଥ ଙ୍କ ର ସେ ଦ୍ୱିତୀୟ ସ୍ତ୍ରୀ , କେବଳ ଶଯ୍ୟା ସଙ୍ଗିନୀ ଭାବେ କାରଣ ତାଙ୍କର

ପ୍ରଥମ ସ୍ତ୍ରୀ କୁ ହୋଇଥିଲା ଏକ ସଂକ୍ରାମକ ରୋଗ ତା ପରେ ଠାରୁ ସେ ହୋଇଛି ବନ୍ଦିନୀ ଏହି ଚାରି କାଂଥ ମଧ୍ୟରେ ନିଜକୁ ହଜାଇଛି ଭିଜାଇଛି ଏହି ଶୂନ୍ୟତା ମଧ୍ୟରେ ,ଅନେକ ଚେଷ୍ଟା କରିଛି ଗୋଡ଼ କାଢି ଚାଲିଯିବା ପାଇଁ ପାଦ ଦୁଇଟି ଅଟକି ଯାଏ ଜୀଵନ ଧନ ତା ପୁଅ ମୋହନ ପାଇଁ କୁଆଡେ ଯିବ କିଏ ବା ଅଛି ତାର ଏମିତି ଦିନେ ହଠାତ ତା ଜୀଵନ ରେ ଆସିଥିଲା ଅନିକେତ ମନ୍ମଥ ଙ୍କ ଅଫିସ ରେ କାମ କରୁଥିବା ଜଣେ କର୍ମଚାରୀ ସେ ଅନେକ ସମୟ ରେ ଘରକୁ ଆସେ ନ କହି ଵି ବାରି ନିଏ ତା ମନ ର ସବୁ ଦୁଃଖ l ଧୀରେ ଧୀରେ ଏହି ନୀରବତା ସ୍ଥାନ ନେଇଛି ନିଃଶବ୍ଦ ସ୍ଥିତି ବିହୀନ ପ୍ରେମ ର ରୂପ l ହେଲେ ଆଜି ସେ ସେ ପ୍ରେମ କୁ ନିଜ ଠାରୁ ବହୁ ଦୂର କୁ

ଦୁରେଇ ଛି ,କାରଣ ନ ଥାଉ ତା ପାଖରେ ସ୍ତ୍ରୀ ର ଗୌରବ କିନ୍ତୁ ଅଭିମାନ ର ସିନ୍ଦୁର କୁ ପିନ୍ଧିଚି ମଥାରେ କେମିତି କଳଙ୍କିତ କରିବ ନିଜକୁ ଆଉ ତା ମାତୃତ୍ୱ କୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract