Swarnalata Dash

Inspirational

4.4  

Swarnalata Dash

Inspirational

ମୋ ମାର୍ଗଦର୍ଶକ

ମୋ ମାର୍ଗଦର୍ଶକ

3 mins
352


ସ୍ରଷ୍ଟାର ଏ ସୃଷ୍ଟି ବଡ଼ ବିଚିତ୍ର |ପ୍ରତ୍ୟେକ ଜୀବ ନିଜନିଜ ଭାଗ୍ୟ

କୁ ଆଦରି ଆଗେଇ ଚାଲିଛନ୍ତି କର୍ତ୍ତବ୍ୟ ପଥରେ |କାହାକୁ କେଉଁ ଗତି ଦେଇଛି ତାକୁ ହିଁ ଜଣା |ସତରେ ଜୀବନଟା ଏକ ଗୋଲାପ ଗଛ |ସୁଖର ରଙ୍ଗୀନ ଫୁଲ ପାଇବାକୁ ହେଲେ ଦୁଃଖ ରୂପକ କଣ୍ଟାର ଆଘାତ ସହିବାକୁ ପଡେ /କୁହେଳିକାମୟ ଏ ସଂସାର|ସୂର୍ଯ୍ୟ ପରି ତେଜୀୟାନ ବସ୍ତୁର ପ୍ରଖର କିରଣକୁ ମଧ୍ୟ କୁହେଳିକା ଘୋଡାଇଦେଇପରେ |ସମୟ ତ କେବେ ପଛକୁ ଫେରି ଚାହେଁନି |ପ୍ରତ୍ୟେକ ମୁହୂର୍ତ୍ତରେ ଏଣ୍ଡୁଅ ପରି ରଙ୍ଗ ବଦଳାଏ |କିଏ କେତେବେଳେ କେଉଁଠି ଉତତ୍ଥାନ ପତ୍ତନ ଦେଇ ଗତି କରେ କାହାକୁ ବା ଜଣା,|କେବଳ ସେ ବିଶ୍ୱ ନିୟନ୍ତା ପ୍ରତି ମୁହୂର୍ତ୍ତରେ ସେ ସବୁର ହିସାବ ନିକାଶ କରନ୍ତି |ସେ ସଂସାରର ମାର୍ଗଦର୍ଶକ |ତାଙ୍କ ପାଖରେ ସମର୍ପଣ ଭାବ ରଖିଲେ ସେ ହିଁ ଉପଯୁକ୍ତ ରାସ୍ତା ଦେଖାଇଦିଅନ୍ତି |ସେ ହିଁ ମୋର ପ୍ରଥମ ମାର୍ଗ ଦର୍ଶକ |ତାଙ୍କରି ପଦ୍ମପଦରେ ମନମୀନ ସମର୍ପି ଦେଇ କର୍ତ୍ତବ୍ୟ ପଥରେ ଆଗେଇ ଚାଲେ |ଜଣେ କର୍ମଜୀବୀ ଏବଂ ଗୃହିଣୀ ଭାବରେ ଦୁଇ ନାବରେ ଗୋଡ଼ ଦେଇ ବାଟ ଚାଲିବା ଅତୀବ କଠିନ |ତା ଭିତରେ ସାହିତ୍ୟ ସାରସ୍ୱତକୁ ଭଲପାଇ ସାଉଁଟି ନେଇ ଲେଖନୀ ଧରିବା ଅତୀବ କଠିନ |ତଥାପି ସେ ଅଦୃଶ୍ୟ ନଟବରନାୟକ କେଉଁଠି କେତେବେଳେ ସୁଭାଶିଷ ଢାଳିଦେଲେ ଯେ ସେ ମାର୍ଗ ମୋ ପାଇଁ ପ୍ରଶସ୍ତ ହୋଇଗଲା |

       ମୋ ଦ୍ଵିତୀୟ ମାର୍ଗଦର୍ଶକ ମୋ ପତି ଦେବତା |ତାଙ୍କ ଲେଖନୀ ମୁନ ସଦା ଚଳଚଞ୍ଚଳ ଈଶ୍ୱରଙ୍କ ନାମରେ |ପ୍ରାୟ 20/22ଖଣ୍ଡ ପାଣ୍ଡୁଲିପି ହୋଇ ରହିଥିଲା ବେଳେ 4ଖଣ୍ଡପ୍ରକାଶିତ ହୋଇ ପାରିଛି |ତାଙ୍କ ଲିଖିତ ବାୟା ରାମାୟଣ ମହାକାବ୍ୟ ଗ୍ରନ୍ଥ ଏଠି ସର୍ବତ୍ର ଆଦୃତ |ତାଙ୍କ ଲେଖାଗୁଡିକ ମୂଳ ଲେଖାରୁ ପାଣ୍ଡୁଲିପିରେ ଲେଖିଲାବେଳେ ଅଭିଭୂତ ହୋଇପଡେ |କେତେ ସୁନ୍ଦର ଶବ୍ଦ ସଂଯୋଜନା ଅଳଙ୍କରଯୁକ୍ତ ରସ ପୂର୍ଣ୍ଣ |ମନେମନେ ଭାବେ କେତେ ସୁନ୍ଦର ଭାବେ କେମିତି ଲେଖିପାରୁଛନ୍ତି |ମୁଁ ସେମିତି ଲେଖି ପାରନ୍ତି କି!

     ବିଦ୍ୟାଳୟରେ ସେତେବେଳେ କିନ୍ତୁ ଗଣିତ ବିଜ୍ଞାନ ପଢ଼ାଉଥିବାରୁ ସାହିତ୍ୟଠାରୁ ଦୂରରେ ଥିଲି |ୟା ଭିତ ରେ ଭାଗ୍ୟରେ ଘଟିଲା ଅତ୍ୟନ୍ତ ଦୁଃଖଦ ଘଟଣା |ହଠାତ ବାପାବୋଉ ମୋତେ ଛାଡ଼ିଗଲେ ଅବେଳରେ |ଆଖିରୁ ଲୁହ ଶୁଖିଲାନି ||ଅନ୍ତର କୋହ ଥମିଲାନି |ବୋଉର ସ୍ମୃତି ଅହରହ ଜାଳି ପୋଡି ପାଉଁଶ କରି ଦେଉଥିଲା ମନକୁ,|ତା ସ୍ମୃତିକୁ ତାଜା ରଖିବା` ପାଇଁ ଦିନେ ଧରିଥିଲି କଲମ ମୁନ |ଝରିପଡିଥିଲା ପ୍ରଥମ କବିତା` ବୋଉ ´|ଯାହାକି ଫାଲ୍ଗୁଧାରା ନାମକ_ ଏକ ମାଗାଜିନରେ ପ୍ରକାଶିତ ହୋଇଥିଲା |ପରବର୍ତ୍ତୀ  ସମୟରେକେବେ କେବେ ଗଳ୍ପ କବିତା ଲେଖେ |ବିଦ୍ୟାଳୟରେ ମଧ୍ୟ ସାହିତ୍ୟ ପଢାଇବା ଆରମ୍ଭକଲି |ଏବଂ କିଛିକିଛି ଅନୁଭୂତି ସାଉଁଟି କଲମ ମୁନର ରୂପ ଦେଲି |

        ସେତିକିବେଳେ ମୋର ମହାନ ମାର୍ଗଦର୍ଶକ ମୋ ସବିତା ନାନୀ ମୋତେ ସାରସ୍ୱତ ସାଧିକା ଭାବେ ରାଜଦଣ୍ଡରେ ଠିଆ କରାଇବାରେ ବାଧ୍ୟ କରାଇଥିଲା |ଶିଳଶ୍ରୀ କବିତାୟନରେ ମୋତେ ବାର୍ଷିକ ସଦସ୍ୟ କରାଇ ଦେଲା |ସେଇଦିନୁ ପ୍ରାୟ 8/10ବର୍ଷ ହେଲା ଧାରା ବାହିକ ଭାବେ ଗଳ୍ପ କବିତା ପ୍ରକାଶ ପାଉଛି ଏବଂ ସମ୍ମାନିତ ମଧ୍ୟ୍ୟ ହୋଇଛି |ଏହାଛଡା ଓଡିଶା ଓ କଲିକତା ର ପାତ୍ରପତ୍ରିକାରେ ମଧ୍ୟ୍ୟ ମୋ ଲେଖା ପ୍ରକାଶିତ ହେଉଛି |ସମୟର ଅଭାବରେ ମଧ୍ୟଲେଖା ଜାରି ରଖିଛି |ଓ ଅନେକ ପ୍ରଶଂସା ପାଇଛି |କେତୋଟି ସାହିତ୍ୟ ଅନୁଷ୍ଠାନ ସହ ଜଡିତଅଛି |

       ଏବେ ଷ୍ଟୋରୀ ମୀରର ମୋପାଇଁ ଏକ ମାର୍ଗ ଦର୍ଶକ ସାଜିଛି କହିଲେ ଅତ୍ୟୁକ୍ତି ହେବନି |ବିଷୟ ଭିତ୍ତିକ ପ୍ରତିଯୋଗିତା କରି ଭାଗ ନେବାର ସୁଯୋଗ ମିଳୁଛି |ଏ ଭିତରେପ୍ରାୟ 60ରୁ ଉର୍ଦ୍ଧ୍ଵ କବିତାl ପ୍ରକାଶିତ ହୋଇସାରିଛି |ଏହା କେବଳ ସମ୍ଭବ ହୋଇ ପାରିଛି ମୋ ସବିତା ନାନୀର ପ୍ରେରଣାରୁ ଈଶ୍ୱର ତା ଚଲାପଥ କୁସୁମିତ କରନ୍ତୁ |ଏବଂ ଷ୍ଟୋରୀମିରର ମଧ୍ୟ ଏକ ବଡ଼ ପ୍ଳାଟଫର୍ମ ହୋଇଥିବାରୁ ସେ ମଧ୍ୟ ଧନ୍ୟଵାଦର ପାତ୍ର |ସମ୍ପାଦକ, ସଭାପତି ଏବଂ ସଂଯୋଜିକାଙ୍କୁ ମଧ୍ୟ ଶତ ଧନ୍ୟବାଦ í

       ଆଜିପର୍ଯ୍ୟନ୍ତ 3ଟି ପୁସ୍ତକ ମୋର ପ୍ରକାଶିତ ହୋଇପାରିଛି |ଆଉ କେତୋଟି ପ୍ରକାଶିତ ଅପେକ୍ଷାରେ |ସମୟ ର ଅଭାବବୋଧରେ ଚଳଚଞ୍ଚଳ :ହୋଇପାରୁନି ||ସ୍ୱଳ୍ପରେ ସନ୍ତୁଷ୍ଟ ରହିଜୀବନ ଜଂଜାଳରେ ଆଗେଇଚାଲିଛି ;| କେବେ ମେଘ ପରି ଝରିବ କବିତାର ନିର୍ଝର ମନ ଆକାଶରେ ଦାନାବାନ୍ଧୁଛନ୍ତି ପହିଲି ଆଷାଢ଼ ମେଘ ସମ |ସେ ଅଦୃଶ୍ୟ ନାୟକ, ମହାନ କଳାକାର, ପରମଈଶ୍ୱର ହିଁ ବାସ୍ତବ ମାର୍ଗଦର୍ଶକ ତାଙ୍କର କୃପାକଣିକାଏ ଏକାନ୍ତ କାମ୍ୟ |

             ଜୟ ଜଗନ୍ନାଥ 



Rate this content
Log in

Similar oriya story from Inspirational