indira Satpathy padhi

Tragedy

2  

indira Satpathy padhi

Tragedy

ମୋ ବାପା

ମୋ ବାପା

6 mins
431



           ବୈଶାଖୀ ଝାଞ୍ଜି ରୌଦ୍ରେ କ୍ଲାନ୍ତ ବସୁଧା ଶ୍ରାବଣୀ ର ଶୀତଳ ବର୍ଷାରେ ସ୍ନାନ କରି ଶିଶିର ଅତର ଲଗାଇ କେବେ ଶାଗୁଆ ତ କେବେ ସୁନେଲି ପାଟ ଶାଢ଼ୀ ପରିଧାନ କରି ନିଜକୁ ସମୟ ଦର୍ପଣ ସାମ୍ନାରେ ରଖି ସାଜସଜ୍ଜା ରେ ନିମଗ୍ନ । ଧରାର ଲାବଣ୍ୟବତୀ ସୌନ୍ଦର୍ଯ୍ୟ କୁ ଯେତେ ଦେଖିଲେ ବି ସର୍ବଦା ନୂଆ ଦିଶୁଥାଏ । ହେମନ୍ତ ର ମଧ୍ୟାନ୍ତରେ ପ୍ରକୃତି ରାଣୀ ଯେମିତି କାକର ବୁନ୍ଦା ରେ ଭିଜି ହେମନ୍ତ କୁ ଉପଭୋଗ କରୁଛି । ଦୀପାବଳୀ ପ୍ରାୟ ପନ୍ଦର ଦିନ ବିତି ଗଲାଣି । ମୁଁ ବୋଡ଼ି ଭୋର୍ ରୁ ଉଠି ସକାଳ ବୁଲା ପାଇଁ ପ୍ରାୟ ଦୁଇ କୋଷ ବାଟ ଅତିକ୍ରମ କରି ଆସିଲିଣି । ଥଣ୍ଡା ରେ ଥରି ଉଠୁ ଥିବା ଦେହରୁ ନିର୍ଗତ ଝାଳ ପ୍ରମାଣ କରିଦେଉଛି ଯେ ମୁଁ ଏଥିରେ ଉପକୃତ । ଏମିତି ମୁଁ ଚାଲି ଥାଏ । ନଜର ଟି ଯାଇ ଆମ ଉଚ୍ଚ ବିଦ୍ୟାଳୟ ପିଣ୍ଡାରେ ବସିଥିବା ମୋ ବାଲ୍ୟ ବନ୍ଧୁ ଆଲୋକ ଉପରେ ପଡ଼ିଲା । ଆହ୍ଲାଦିତ ହୋଇ ତା ନିକଟସ୍ଥ ହେଲି ।


ଆରେ ଆଲୋକ, " ତୁ କେବେ ଆସିଲୁ କି ? କେମିତି ଅଛୁ ? କହିଲୁ ମଉସା କେମିତି ଅଛନ୍ତି ? ଆଉ ରଶ୍ମିତା ତା ଶାଶୁ ଘରେ ଭଲରେ ଅଛି ତ......?" ଏମିତି ଅନେକ ପ୍ରଶ୍ନ ର ମାଳ ଟିଏ ତାକୁ ପିନ୍ଧେଇ ଦେଇଥାଏ ।

 କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଯେ ତା ଆଡୁ କୌଣସି ଉତ୍ତର ମୁଁ ପାଇଲିନି। ତା ନିଶ୍ବାସ ପ୍ରଶ୍ଵାସ ରେ ଯେମିତି ଉଦାସ ଓ ହତାଶ ର ବିନ୍ଦୁ ବିସ୍ତାରିତ ହେଇଥିଲା । ମୋତେ ଖୁବ୍ ଆଦର କରୁଥିବା ମୋ ପ୍ରିୟ ବନ୍ଧୁ , ଯାହାର ଅସୁମାରୀ କଥାର ନିର୍ଝରଣୀ ମୋତେ ଭସେଇ ନେଉଥାଏ, ସିଏ ଆଜି ବରଫ ରେ ରୂପାନ୍ତରିତ କିଆଁ ?

  

ଆରେ ଆଲୋକ ! ତୋର କଣ ହେଇଛି? ତୁ ତୋ ବାଲ୍ୟ ବାନ୍ଧବୀ ଦେବସ୍ମିତା ସହ କଥା ହବୁନି.....? ସାମାନ୍ୟ କେଇଟା ବର୍ଷ ପରେ ମୋତେ ଅଚିହ୍ନା ର ଉପହାର ଦେବୁନୁ ତ ?


          ଧୀର ସ୍ଵରରେ ଉତ୍ତର ଆସିଲା ଯେ, " ତତେ କେମିତି ଭୁଲିବି କହିଲୁ ବିସ୍ମିତା ? "


           ଆଲୋକ ! ତୁ ମୋତେ ପୁଣି ବିସ୍ମିତା କହି ଚିଡ଼େଇଲୁ, ମୁଁ ଏବେ ଯାଇ ମଉସାଙ୍କୁ କହିବି , ତତେ ସେ ଉଚିତ୍ ଦଣ୍ଡ ଦେବେ। କାନକୁ ମୋଡ଼ି ନାଲି କରିଲେ ଯାଇ ତୁ ବୁଝିବୁ । ଏମିତି ରେ ବି ଆଜିକୁ ଦୁଇ ବର୍ଷ ହେବ ତାଙ୍କ ସହ ଦେଖା ହେଇନି । ମୁଁ ଏମ୍. ଏ . କରିବା ପାଇଁ କଟକ ଗଲି ଯେ, ଟିକିଏ ଫୁରସତ୍ ମିଳିଲାନି.. ଆଜି ସମୟ ସୁଯୋଗ ଦେଇଛି ମାନେ ମୁଁ ଆଉ ହାତଛଡ଼ା କରିବିନି । କଥାରେ ଅଛି ଶୁଭସ୍ୟ ଶୀଘ୍ରମ୍ କାମଟିକୁ ସମ୍ପୂର୍ଣ୍ଣ କରିବା ଦରକାର ।ଏବେ ଯାଇ ମଉସାଙ୍କ ପାଖରେ ତ ବିରୁଦ୍ଧ ରେ ଏତେଲା ଦେବି ।


         ତୋ ଏତେଲା ଶୁଣିବାକୁ କି ମୋ ପରି କୁଳାଙ୍ଗାର ପୁତ୍ର କୁ ଦଣ୍ଡ ଦେବାକୁ ନିତ୍ୟାନନ୍ଦ ମହାପାତ୍ର ନାହାନ୍ତି । ତୁ ଗଲେ ନିରାଶ ହୋଇ ଫେରିବୁ ଲୋ.......


        ମୁଁ ଜାଣିଛି ତୁ ବାରମ୍ବାର ମିଛ କହି ଏମିତି ଠକି ଦେଉ , କିନ୍ତୁ ମୁଁ ଠିକ୍ ଜାଣିଛି ସେଦିନ ଭଳି ଆଜି ବି ମଉସା ଘରେ ଥିବେ ଆଉ ତତେ ଦଣ୍ଡ ଦେବେ, ବୁଝିଲୁ ।


            ପ୍ରକୃତ କଥା କହୁଛୁ ଦେବସ୍ମିତା । ମୁଁ ତତେ ସର୍ବଦା ଠକିଛି , ମିଛ କହିଛି କିନ୍ତୁ ତୁ ମୋତେ ଏତେ ସ୍ନେହ କରୁ ।


     ତୁ ପରା ମୋ ପ୍ରିୟ ବନ୍ଧୁ । ତୁ ଯେତେ ଠକିଲେ ବି ମୁଁ କଣ ତତେ ପର କରି ଦେବି? ପରକୁ ନିଜର କରିହୁଏ କିନ୍ତୁ ଯେତେ ଚେଷ୍ଟା କଲେ ନିଜର କୁ ପର କରି ହୁଏନା । ତୁ କହୁନୁ ନିତ୍ୟାନନ୍ଦ ମଉସା ତତେ ସର୍ବଦା ଗାଳି ଗୁଳଜ କରନ୍ତି, ତା ମାନେ ତତେ କଣ ସ୍ନେହ କରନ୍ତିନି ।ଆରେ ମୂର୍ଖ ବାପା ମାଆଙ୍କ ଭଳି ସ୍ନେହ ଅବା ଆଉ କିଏ ଦେବ? ସେମାନେ ପିଲାଙ୍କୁ ସଠିକ୍ ମାର୍ଗକୁ ଆଣିବା ପାଇଁ ମାର୍ଗ ଦର୍ଶକ ହୋଇ ସତ୍ୟ, ନ୍ୟାୟ, ଧର୍ମର ବାଲି, ଗୋଡ଼ି, ସିମେଣ୍ଟ ରେ ନିର୍ମିତ ପଥ ଦର୍ଶାଇ ଥାନ୍ତି । ସେମାନଙ୍କ ର ଅନୁଶାସନରେ ରହିବା ତ ଭାଗ୍ୟର କଥା । ସେମାନେ ପରା ଚଳନ୍ତି ଠାକୁର ।ତାଙ୍କ ପାଦ ପଦ୍ମେ ଭକ୍ତିର କୁସୁମ ଅର୍ପଣ କଲେ ସବୁରୁ ମୁକ୍ତି ମିଳିବ ।


       ତୋର ମନେ ଅଛି ଦେବସ୍ମିତା , ମୁଁ ଜମା ପାଠ ପଢ଼ା ରେ ମନ ଦେଉନଥିଲି । ବାପାଙ୍କ ଉପଦେଶ ରେ ଅନୁପ୍ରେରିତ ହୋଇ ତୃତୀୟ ଶ୍ରେଣୀ ପାଖରୁ ଶ୍ରେଣୀ ରେ ଦ୍ଵିତୀୟ ହେଲି । ତୁ ତ ସର୍ବଦା ପ୍ରଥମ ହେଉଥିଲୁ ଆଉ ପାଠ ବିଷୟରେ ମୋତେ ବୁଝାଇ ଜଣେ ଉତ୍ତମ ବନ୍ଧୁ ର କର୍ତ୍ତବ୍ୟ ପାଳନ କରୁଛୁ ।ପରୀକ୍ଷା ଫଳ ଘୋଷଣା ଦିନ ଆମେ ପ୍ରଥମେ ତ ଘରକୁ ଯାଉଥିଲୁ ,କାରଣ ମାଉସୀଙ୍କ ହାତ ରନ୍ଧା ସୁଆଦିଆ କ୍ଷୀରି ଖାଇବା ପାଇଁ । ମାଉସୀ ମୋତେ ଖୁଆଇ ଦେଉଥିଲେ ;

   

     " ଆଃ ! କି ଶାନ୍ତି , ମାଆଙ୍କ ସ୍ନେହ ମମତା କ୍ଷୀରି ପରି ଏତେ ମଧୁର ।"

   ମାଆଙ୍କ ସ୍ନେହ ରୁ ବଞ୍ଚିତ ଏ ମାଆ ରଙ୍କୁଣୀ ଟିକୁ ମାଉସୀ କେବେ ଅନାଦର କରନ୍ତିନି । ସେ ଜାଣନ୍ତି ମୁଁ ପାଞ୍ଚ ବର୍ଷ ର ହୋଇ ଥିଲି ମୋ ମା ସାନ ଭଉଣୀ ରଶ୍ମିତା କୁ ଜନ୍ମ ଦେଇ ଆରପାରି କୁ ଚାଲି ଗଲେ ।ଅଭାବ ଅନଟନ ରେ ଥାଇ ମଧ୍ୟ ବାପା ଆମକୁ କେବେ ଅନୁଭବ କରିବାକୁ ଦେଇ ନାହାନ୍ତି ।ବାପାମାଆ ହୋଇ ଆମକୁ ପାଳିଛନ୍ତି। ମୋ ଛୋଟ କୃଷକ ବାପା ମୁଣ୍ଡ ଝାଳ ତୁଣ୍ଡେ ମାରି ରକ୍ତ କୁ ପାଣି କରି ପରିଶ୍ରମ କରିଛନ୍ତି ଆମ ମୁଖରେ ଟିକିଏ ହସ ଉକୁଟାଇବା ପାଇଁ ।ଆମେ ଦଶମ ରେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେବାରୁ ମଉସା ଆଉ ମୋ ବାପାଙ୍କର ମାଟିରେ ପାଦ ଲାଗୁ ନଥାଏ , ଗ୍ରାମବାସୀଙ୍କ ମୁଁହ ମିଠା କରି ଆମ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶୀର୍ବାଦ ଭିକ୍ଷା କରୁଥିଲେ ।ବାପା ନୀଳ ପୀୟଧିର ଶାମୁକା ର ମୁକ୍ତା , ଆଉ ତାଙ୍କ ସ୍ନେହ ସାଗର ସଲିଳୁ ଅଧିକ ।


      

            ତୁ ତ ଠିକ୍ ଜାଣିଛୁ ବାପାଙ୍କ ଉପଦେଶରେ ଅନୁପ୍ରେରିତ ହୋଇ ପାଠ ପଢ଼ା ର ନିଶା ଲାଗିଥିଲା , ଏମିତି ନିଶାରେ ମୁଁ ଦିବା ନକ୍ତ ବୁଡ଼ି ରହୁଥିଲି । ଇଂଜିନିୟରିଂ ପଢ଼ିବା ପାଇଁ ବହୁତ୍ ଇଛା ଥିଲା କିନ୍ତୁ ବାପାଙ୍କ ପାଇଁ ଏହା ସହଜ ନଥିଲା । ଅଭାବ ଅନଟନ ନଡ଼ା ରେ ନିର୍ମିତ ଛୋଟ କୁଡ଼ିଆ ରେ ଏତେ ସ୍ବପ୍ନ ପାଇଁ ରାତି ନିଅଣ୍ଟ । କୁଆଡେ ମୋ ସ୍ବପ୍ନ ଆରମ୍ଭରୁ ଭାଙ୍ଗିଯିବ , ତେଣୁ ସେ ସାହସ ର ଭିତ୍ତି ଦେଇ ସ୍ବପ୍ନ କୁ ମଜ୍ ବୁତ୍ କରି ଦେଲେ । ପୁଅ ର ଦୁଃଖକୁ ଦେଖିଲେ ତାଙ୍କ ଛାତି କୁଆଡେ ଫାଟି ଯିବ, ସେ ଆମର କୋଡ଼ିଏ ଘୁଣ୍ଟ ଚାଷ ଜମି ବିକ୍ରି କରି ମୋତେ ଭୁବନେଶ୍ୱର ଇଞ୍ଜିିନିୟରିଙ୍ଗ୍ ପଢ଼ିବା ପାଇଁ ପଠେଇଲେ । ସ୍ବାର୍ଥ ର ନାଆ ରେ ମୁଁ କୂଳ ଲଙ୍ଘନ କାଲି କିନ୍ତୁ ସାନ ଭଉଣୀ ରଶ୍ମିତା କଥା ଟିକିଏ ବି ଭାବିଲିନି .......


           ଆରେ ବୋକା ତୁ ଚାକିରି କରି ମଉସାଙ୍କ କାନ୍ଧ ରେ କାନ୍ଧ ମିଳାଇ ସବୁ ବୁଝିବୁ ।


          ଗାଆଁ ଗହଳିରୁ ଯାଇଥିବା ଆଲୋକ ଭୁବନେଶ୍ୱର ଗଲାପରେ ତାର ପରିବର୍ତ୍ତନ ହେଇଛି ଦେବସ୍ମିତା । ମୁଁ ଆଉ ଆଗ ଭଳି ନାହିଁ ଲୋ...

 

     କଣ ଯେ କହୁଛୁ , ମୁଁ ବୁଝି ପାରୁନି । ତୋର ସେ ବଙ୍କେଇ ବୁଲେଇ କଥା କହିବା ଅଭ୍ୟାସ ଗଲାନି.......


        କିଛି କୁସଂଗ ସହ ମିଶି ମୁଁ ନଷ୍ଟ ହେଇ ସରିଛି । କଥାରେ ଅଛି ମେଣ୍ଢା ପଲ ରେ ବାଘ ଟିଏ ଥିଲେ ବି ସେ ମେଣ୍ଢା ହୋଇ ଯାଏ। 

ପାଠ ପଢ଼ା ନାଆ ରେ ମୁଁ ମଉଜ ମସ୍ତି କରି ଚାଲିଲି । ବାପା ଙ୍କୁ ସବୁ ବେଳେ ଟଙ୍କା ମାଗି ଚାଲିଲି । ରଶ୍ମିତା ର ବାହାଘର ପାଇଁ ଆମ ଶେଷ ସମ୍ବଳ ଘର ଡିହ ଟିକୁ ବନ୍ଧକ ରେ ଦେଇ ଦେଲେ । ବାପା ସମ୍ପୂର୍ଣ ଏକା ହେଇ ଗଲେ । ମୁଁ କିଛି ନ ବୁଝି ଖାଲି ପଇସା ମାଗି ଚାଲୁ ଥାଏ । ବାପା ଭାବିଲେ ପୁଅ ପଢୁଛି କିନ୍ତୁ ମୁଁ ବହି ପ୍ରତି ବଦଳରେ ମଦ ଗ୍ଲାସ ଧରିଲି, କଲମ ବଦଳରେ ସିଗାରେଟ୍ ଟାଣିଲି । ଏସବୁ ବାପା ଙ୍କୁ ଅଜଣା ଥିଲା ।

ମୋ ପାଦ ଏମିତି ଖସି ଯାଇଥିଲା କି ମୁଁ ପଛକୁ ଫେରି ପାରିଲିନି, ଯଦିଓ ଚେଷ୍ଟା କରି ଥିଲି କିନ୍ତୁ ସାଙ୍ଗ ମାନେ ମୋତେ ଉତ୍ସାହିତ କଲେ ନିଶା ପାଇଁ। ପାଞ୍ଚ ବର୍ଷ ପୂର୍ବେ ସେ ନିଶାରେ ମୁଁ ଦିନ ରାତି ବୁଡି଼ ରହୁଥିଲି ଆଉ ଆଜି ବି ମୁଁ ଏ ନିଶାରେ ଦିନ ରାତି ବୁଡ଼ୁଛି । ମୁଁ ଆଉ କେବଳ ନିଶା, ଯାହାକି କେବେ ଦୂରେଇ ହବନି..............


       ସମୟ ନା କୁସଂଗ ତତେ ବଦଳାଇ ଦେଇଛି ? ମୁଁ ବୁଝି ପାରୁନି ଆଲୋକ ? ହଉ ଚାଲ୍ ସବୁ ବିଚାର ମଉସାଙ୍କ ପାଖରେ ହବ......


         ଆଜି ମୋ କାନ ମୋଡ଼ି ନାଲି କରି ଶାସନ କରିବାକୁ ମୋ ବାପା ଆଉ ନାହାନ୍ତି ଲୋ ଦେବସ୍ମିତା । ଗାଁ କୁ ଆସିବା ବାଟରେ ମୁଁ ନିଶା ଗ୍ରସ୍ତ ହୋଇ ରାସ୍ତା କଡରେ ପଡି ଥିଲି, ମୋର ଚେତା ଠିକ୍ ସେ ନଥିଲା । ବାପା ମୋତେ ଖୋଜି ଖୋଜି ଯାଇ ମୋର ଏମିତି ଅବସ୍ଥା ଦେଖି ସହି ପାରିଲେନି, ହୃଦ୍ ଘାତ ରେ ସବୁଦିନ ପାଇଁ ଆଖି ବୁଜି ଦେଲେ। ମୋର ଯେତେବେଳେ ଚେତା ଫେରେ , ମୋ ବାପା ଆଉ ନଥିଲେ ।

ପର ଦିନ ଘରକୁ ଆସି ଶୁଣିଲି ମୋ ପାଠ ପଢ଼ା ପାଇଁ ନିଜ ରୋଗ ଲୁଚେଇ ରଖିଥିଲେ। ମୋର ଏମିତି ଅବସ୍ଥା ଦେଖି ସେ ଗାଁ ଦାଣ୍ଡରେ ମୁଁହ କେମିତି ଦେଖେଇଥନ୍ତେ ? ବୋଧହୁଏ ସେଥି ପାଇଁ ବାପା ମୋତେ ସବୁ ଦିନ ପାଇଁ ଏକା କରି ଚାଲି ଗଲେ


   " ମୁଁ ଅନାଥ ହୋଇଗଲି ଦେବସ୍ମିତା "


         ଛାତିର କୋହ କୁ ହୁଏତ ସେ ମୋ ସାମ୍ନାରେ ଲୁହ ମାଧ୍ୟମରେ ପ୍ରକାଶ କରି ଦେଲା । ସେଦିନ ସେ ବହୁତ୍ ଜୋର୍ ରେ କାନ୍ଦୁ ଥିଲା। ମୁଁ ନିସ୍ତବ୍ଦ ହେଇ ଗଲି, ଭାବିଲି

        "ଆଲୋକ ଭଗବାନ ସଦୃଶ ମାଟିର ମଣିଷ ତା ବାପାଙ୍କୁ ସବୁଦିନ ପାଇଁ ହରେଇ ଦେଲା " ।


         ସେ ସେମିତି ଚିତ୍କାର କରି କାନ୍ଦୁ ଥାଏ, ମୁଁ ତା ପାଖରେ ଠିଆ ହୋଇ ସାନ୍ତ୍ଵନା ଦେବାକୁ ଚେଷ୍ଟା କରୁ ଥାଏ


Rate this content
Log in

Similar oriya story from Tragedy