ମନର ଲଗାମ-:
ମନର ଲଗାମ-:
ମାଆ, ମୁଁ ବଡ ହେଲେ ଅଭିନେତା ହେବି, ତୁମେ ଦେଖିବ ଏତେ ସୁନ୍ଦର ନିଖୁଣ ଅଭିନୟ କରିବି ଯେ ଲୋକେ ମୋତେ କାଳ କାଳ ମନେ ରଖିବେ ।
ମାଆ, ମୁଁ ବଡ ହେଲେ ପାଇଲଟ ହେବି ଓ ତୁମେ ଛାତ ଉପରେ ଠିଆ ହୋଇଥିବ, ସର୍ କରି ତୁମ ମୁଣ୍ଡ ଉପରେ ଉଡାଜାହାଜ ଉଡେଇ ନେବି । ଢିମା ଢିମା ଆଖି ଖୋଲି ମୋତେ ହାତ ଠାରି ଡାକୁଥିବ ।
ମାଆ, ଯେତେବେଳେ ମୁଁ ଇଞ୍ଜିନିୟର ହେବି, ସମୁଦ୍ର ମଝିରେ ବଡ ବଡ ପୋଲ ତିଆରି କରିବି । ଯେପରି ଦୁନିଆର ପ୍ରତ୍ୟେକ ଦେଶକୁ ଯୋଡି ପାରିବ ।
ମାଆ ତୁମେ ଦେଖିବ ଡାକ୍ତର ହୋଇ ଏପରି ଚିକିତ୍ସା କରିବି ଯେ ସଂସାରରେ ରୋଗ ବୈରାଗ ରହିବ ନାହିଁ ।
ମାଆ, ଦେଖିବ ବଡ ହୋଇ ଏତେ ଧନ ଊପାର୍ଜନ କରିବି ଯେ ତୁମକୁ କୌଣସି ଜିନିଷର ଅଭାବ ରହିବ ନାହିଁ ।
ଅଧମରା ଅବସ୍ଥାରେ ପଡିରହିଥିବା ମାଆ କାନରେ ପୁଅ ପିଲାଦିନେ କହିଥିବା କଥା ସବୁ ଗୁଞ୍ଜରିତ ହେଉଥାଏ । ପୁଅ ଏତେ ଧନ ଉପାର୍ଜିତ କଲା ଯେ ପୁରା ଘର ଜିନିଷ ପତ୍ରରେ ଭରିଗଲା, କିନ୍ତୁ ମାଆ ଡାକ ସବୁୁଦିନ ପାଇଁ ହଜିଗଲା । ଏପରି ଡାକ୍ତର ହେଲା ଯେ ମା ମନର ଯନ୍ତ୍ରଣାକୁ ଅନୁଭବ କରି ପାରିଲା ନାହିଁ । ଏତେ ଦୂରକୁ ଉଡିଗଲା ଯେ ସଂସାରର କୌଣସି ପୋଲ ମାଆ ଓ ପୁଅର ମିଳନ କରି ପାରିଲେ ନାହିଁ । ଏତେ ବଡ ଅଭିନେତା ହୋଇଗଲା ସତ, ଘରକୁ ନଫେରିବାର ମିଛ ଅଭିନୟ ମାଆ ଆଖିରେ ସତ କରି ପାରିଲା ନାହିଁ ।
ଦୁଇ ବୁନ୍ଦା ଆଖିରୁ ଲୁହ ଝରେଇ ମା ସବୁଦିନ ପାଇଁ ପୁଅ ମନର ଲଗାମକୁ ସବୁଦିନ ପାଇଁ ଢିଲା ଛାଡିଦେଲେ ।
ସମାଜର ଦର୍ପଣ
ମୋ-9600168163