STORYMIRROR

Samar Ballav Bhoi

Tragedy Inspirational

3  

Samar Ballav Bhoi

Tragedy Inspirational

ମନ ଭାଙ୍ଗିଗଲେ ଚୁନା

ମନ ଭାଙ୍ଗିଗଲେ ଚୁନା

2 mins
195


ମନ କେତେ ବେଳେ ଉଡନ୍ତା ଚଢ଼େଇ ପରି ଆକାଶରେ ଉଡିବୁଲେ ତ କେତେବେଳେ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇଥାଏ। ବିକାଶ ସକାଳ ସକାଳୁ ସମସ୍ତ ନିତ୍ୟକର୍ମ ସାରି ତରବର ହୋଇ ଅଫିସ ବାହାରି ଯାଆନ୍ତି। ଅଫିସରେ ଅନେକ କାମ, କିରାଣୀ ଚାକିରି ଦରମା ବହୁତ କମ୍ ମିଳେ। ସେହି ଦରମାରେ ଘର ଚଳିବା ସହିତ ରୋଗାକ୍ରାନ୍ତ ବାପାଙ୍କ ପାଇଁ ଔଷଧ କିଣିବା ଭାରି କଷ୍ଟକର ହୋଇପଡେ। ଅନେକ ସମୟରେ ବନ୍ଧୁବର୍ଗଙ୍କ ପାଇଁ ଖର୍ଚ୍ଚ ଭାର ମନକୁ ଭାରାକ୍ରାନ୍ତ କରିଦିଏ। ସବୁ କାର୍ଯ୍ୟକ୍ରମରେ ସାହାଯ୍ୟ ବି କରିବାକୁ ପଡ଼ିଥାଏ। କିଛି ନଦେଲେ ସେମାନେ ମନ ଉଣା କରି ବସି ରୁହନ୍ତି। ଅନେକ କଷ୍ଟରେ ସମୟ ଅତିବାହିତ କରିବାକୁ ପଡେ। ସମୟ ସମୟରେ ଅନେକ କଥା ଶୁଣିବାକୁ ପଡେ। ସବୁ କରିବା ସତ୍ତ୍ୱେ ଜଣେ ବନ୍ଧୁଙ୍କ ବ୍ୟବହାର ବିକାଶ ମନରେ ଅନେକ ଯନ୍ତ୍ରଣା ଦେଇଥିଲା। ସେମାନେ ଭାବନ୍ତି ବିକାଶ ଙ୍କ ପାଖରେ ବହୁତ ଟଙ୍କା ଅଛି, ଭିତରର କଷ୍ଟ ସମସ୍ତେ ଦେଖି ପାରନ୍ତି ନାହିଁ, ସମସ୍ତେ ଉପରମୁହାଁ ଭାବରେ ଦେଖନ୍ତି। ସହରରେ ରହିଥିବା ଛୋଟ ଚାକିରି କରିଥିବା ମଣିଷ ସାଧାରଣତଃ ଜୀବନ ଯାପନ ଭାରି କଷ୍ଟ। ବିକାଶର ଜଣେ ବଡ଼ ଭଉଣୀ ସବୁବେଳେ ସାହାଯ୍ୟ ମାଗନ୍ତି। ନ ଦେଇ ପାରିଲେ ଅନେକ କଟୁ କଥା କୁହନ୍ତି, ବିକାଶ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବାକୁ ଚାହାନ୍ତି, ନିଜ ପରିବାରର ଅଭାବ ମେଣ୍ଟାଇବା ଭାରି କଷ୍ଟ। ଏସବୁ କଥାକୁ ସମାଧାନ କରୁ କରୁ ଜୀବନର ବୟସ ବାର୍ଦ୍ଧକ୍ୟରେ ପହଞ୍ଚି ଗଲାଣି, ଥରେ ବଡ଼ ଭଉଣୀ କ'ଣ ଏମିତି ଘଟଣାକୁ ନେଇ ବିକାଶକୁ ଅନେକ ଗାଳିଗୁଲଜ କଲେ। ବିକାଶ ସହିତ ସମ୍ପର୍କ କାଟିଦେଲେ, ଅନେକ ବିରୋଧ ଆଚରଣ କଲେ, ଏସବୁ କଥାରେ ଶାନ୍ତ ସରଳ ବିକାଶର ମନ ଭାଙ୍ଗିଗଲା, ସେହି ଦିନ ଠାରୁ ବିକାଶ ମାନସିକ ଦୁର୍ବଳ ଓ ଦୁଶ୍ଚିନ୍ତାରେ ସମୟ କାଟିଲେ। ମନ ଭାଙ୍ଗିଗଲେ ମଣିଷ ଅନେକ ଦୁର୍ବଳତାରେ ସମୟ ଅତିବାହିତ କରେ। କାହାରି ମନ ଦୁଃଖ ଦେବା ପୂର୍ବରୁ ନିଜକୁ କିଛି ପ୍ରଶ୍ନ କରିବା ଉଚିତ। ସକରାତ୍ମକ ଚିନ୍ତାଧାରାରେ ମଣିଷ ମନକୁ ବୁଝିବା ଦରକାର। ସବୁ ମଣିଷ ପରିସ୍ଥିତିକୁ ସମ୍ମାନ ଦେବା ଉଚିତ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy