STORYMIRROR

Dr Jharana Satapathy

Tragedy Others

2  

Dr Jharana Satapathy

Tragedy Others

ମଦ ନିଶା

ମଦ ନିଶା

2 mins
2.9K

ବୟସ ପାଖାପାଖି ୬୦ ଭିତରେ । ବୟସ୍କ ମହିଳା । କି ଉନ୍ମାଦ ବେହାଲ ଅବସ୍ଥା ତାର ଢୋକେ କି ଦୁଇ ଢୋକ ନୁହଁ ପୁରା ମାତାଲ। ନିଶା ଚଢି ଯାଇଛି। ପାଦ ଟଳମଳ ଗୋଟେ ପାଦ ଆଗକୁ ଆଉ ଗୋଟେ ପାଦ ପଛକୁ। ରୋଡ ଉପରେ ଏମିତି। ପୁଣି ଯାନବାହାନ ଚଳାଚଳ। ଆଜିକାଲି ଟ୍ରାଫିକ୍ ଅବସ୍ଥା ଯାହା ତାହା ପୁଣି ସ୍ମାର୍ଟସିଟି ଭୁବନେଶ୍ବରରେ। ସନ୍ଧ୍ୟା ସମୟ ପାଖାପାଖି 6.00। ମୁଁ ସନ୍ଧ୍ୟା ଭ୍ରମଣରେ ଯାଉଥାଏ ସେ ବୟସ୍କ ମହିଳା ଟଳମଳ କରି ଆଗରୁ ଆସୁଥାଏ। ମୁଁ ଦୂରରୁ ତାଙ୍କୁ ଦେଖି ଭାବିଲି ଜଣେ ବୟସ୍କ ବୃଦ୍ଧା ହୋଇଥିବା ହେତୁ ଏଭଳି ଚାଲୁଛନ୍ତି ନଚେତ୍ ତାଙ୍କ ମୁଣ୍ଡ କଣ ଘୂରେଇ ହେଉଥିବ ବୋଧେ ! କିନ୍ତୁ ପାଖକୁ ଆସିବା କ୍ଷଣି ଜାଣିଦେଲି ଏହାର ପିଇବା ବେମାରି। ପୁରା ନାକ ଯାଏଁ ଚଢ଼ିଛି ନିଶା। ସେ ଆଉ ଚାଲି ପାରୁନଥାଏ। ମୁଁ କିଛି ସମୟ ଅଟକି ତାକୁ ଏମିତି ଦେଖିଥାଏ। ମୁଁ ରାସ୍ତା ସାଇଡ୍ କଦଳୀ ବାଲାଠୁ କଦଳୀ କିଣି ତାକୁ ପଚାରିଲି ଏ ବୟସ୍କ ମହିଳା କିଏ ? ସିଏ କଣ ଏତେ ମଦ ପିଇଛନ୍ତି ଉତ୍ତରରେ କଦଳୀ ବାଲା ମତେ କହିଲା ସେ ପ୍ରତିଦିନ ଏମିତି ମଦ ପିଏ ଏ ରାସ୍ତା ଦେଇ ଘରକୁ ଯାଏ। କେତେବେଳେ ଗାଡି ଦୁର୍ଘଟଣାରେ ମରିବ ଏଠିସେଠି ପଡିବ। ଖାଲି ମଦ ନୁହଁ ଗଞ୍ଜେଇବି ଖାଏ। ଭୂତଳ ଜଳ ବିଭାଗର ଅଫିସରେ ପିଅନ ଭାବେ ସେ କାମ କରେ। ଯାହା ପଇସା ମିଳେ ସେଥିରେ ମଦ ପିଇଦିଏ। ସେ କଦଳୀବାଲା ମତେ କହିଲା ସେତିକି ନୁହଁ ମେଡମ ଦିନେ ସେ ତାର ଭେନିଟ୍ ବେଗରେ ୪୦ ହଜାର ଟଙ୍କା ଧରି ଘରକୁ ଫେରୁଥିଲା। ମଦ ପିଇବା ଯୋଗୁ ତାର ଜ୍ଞାନ ହଜି ଯାଇଥିଲା। ଏଇ ବାଟ ଯାଉଥିବା ଜଣେ ଲୋକ ସେ ବୃଦ୍ଧାକୁ ଘରେ ଛାଡିଦେବ କହି ଗାଡିରେ ବସାଇ ସେହି ଟଙ୍କାତକ ନେଇ କୁଆଡେ ଚାଲିଗଲା ଏ ମଦୁଆ ବୃଦ୍ଧାକୁ ରାସ୍ତା ଉପରେ ଛାଡି। ତାର ମତି ଗତି କିଛି ନାହିଁ। ସକାଳେ ଅଫିସ୍ ରେ କାମ କରେ ଆଉ ସନ୍ଧ୍ୟା ସମୟରେ ଏଭଳି ଅବସ୍ଥା ପ୍ରତ୍ୟକ ଦିନ। ମୁଁ ସେହି ବୃଦ୍ଧାଙ୍କୁ ଦେଖି ଚିନ୍ତାକଲି ଜଣେ ଶିକ୍ଷିତ ହୋଇ ଏଭଳି ଅଶିକ୍ଷିତ କାମ କରିବ ଅନ୍ୟମାନଙ୍କୁ କଣ ସେ ଶିକ୍ଷା ଦେବ। ତାର ପିଲାମାନେ ତାହାଠୁ କଣ ଶିକ୍ଷା ପାଇବେ ? ନିଜେ ତ ମରିବ ପରିବାର ବର୍ଗ ତା ଲାଗି ଦହଗଞ ହେବେ। ସେ ପୁଣି ଗୋଟିଏ ସ୍ତ୍ରୀଲୋକ ଯିଏ ମାଆ ସମାନ ଆଉ କଣ କହିବି ଛି ଛି ଲଜ୍ଜା ଲାଗୁଛି ମତେ। ସମାଜ ଆଗରେ ସେ କେତେ ତଳକୁ ଖସିଯାଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy