The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Tragedy

3  

Satyabati Swain

Tragedy

ମାସକୁ ଦଶ ହଜାର ଟଙ୍କା ଦେବାକୁ ବାଧ

ମାସକୁ ଦଶ ହଜାର ଟଙ୍କା ଦେବାକୁ ବାଧ

4 mins
558


ଅଦ୍ଭୁତ ଏଫାୟାର ଟିଏ ଥାନାରେ ଦିଆ ଯାଇଥିଲା।ପୋଲିସ୍ ବାବୁ ଏଫାୟାର ଦର୍ଜ କରି କାରବାଇ ଆରମ୍ଭ କଲେ ଓ ଏଫେୟାର ଦେଇଥିବା ବ୍ୟକ୍ତିଙ୍କୁ ଥାନାଙ୍କୁ ଆଣିଲେ।କଣ ପଚାରିଲେ କଣ ବୁଝିଲେ ଜଣା ପଡିଲା ନାହିଁ।କେବଳ ଏତିକି ଆଦେଶ ଦେଲେ ଆଜି ଠାରୁ ତୁମେମାନେ ମାସିକ ଦଶ ହଜାର ଟଙ୍କା ଶମ୍ଭୁକୁ ଦେବ।ନଲେ ଆସି ଚକି ପେଷିବ।କୋର୍ଟ ଚାଲାଣ କରିଦେବି ଶଳା ନାମ ନେଉଥିବ।ଆଇନ ଦେଖାଉଛନ୍ତି।ଆମେ କହିଲୁ ମାନେ ତୁମେ ମାନିବାକୁ ବାଧ୍ୟ।କଣ ଭାବିଛ ଏଇଟା ସ୍କୁଲ ପଢେଇବ ଆମକୁ।ଆରେ ....ପୋଲିସ୍ ବାଲାଙ୍କୁ ଆଇନ ପାଠ ପଢ଼ାଉଛନ୍ତି।ଖୁସି ଲାଗୁଥିଲା ଜନ୍ମ କରିବାକୁ।ଯେମିତି ଜନ୍ମ କରିଛ ସେମିତି ପୋଷିବ।

      ସେଇ ଏକା ପୋଲିସ୍ ଷ୍ଟେସନ୍ ରେ ଆଉ ଗୋଟିଏ ଏଫେୟାର ଆଦର୍ଶ ଓ ଶମ୍ଭୁ ନାମକ ଦୁଇଜଣ ବାପା ଦେଇଥିଲେ ଏକ ବର୍ଷର ପୁଅକୁ ନେଇ।ଆଦର୍ଶ କହୁଥିଲା 'ଅରୁଣ' ମୋର।ଶମ୍ଭୁ କହୁଥିଲା ଅରୁଣ ମୋର।ଏହାର ଏକମାତ୍ର କାରଣ ପ୍ରିୟା ।ଏ ଦୁଇ ଜଣଙ୍କ ସ୍ତ୍ରୀ।ଜଣଙ୍କର ମାନେ ଆଦର୍ଶର ଏକ ବର୍ଷ ପୂର୍ବେ ସ୍ତ୍ରୀ ଥିଲା।ଏବେ ଶମ୍ଭୁର।ଏମିତି ରେ ଆଇନତଃ ପ୍ରିୟା ଆଦର୍ଶ ସ୍ତ୍ରୀ। କାରଣ ସେ ଏଯାଏ ଡିଭୋର୍ସ ନେଇନି ଆଦର୍ଶଠାରୁ।ତାଙ୍କର ଆଉ ଗୋଟେ ପାଞ୍ଚ ବର୍ଷର ପୁଅ ଅଛି।ଆଦର୍ଶ କହିବା ମୁତାବକ ଅରୁଣ ଯିଏ କି ଶମ୍ଭୁ ଘରେ ଜନ୍ମ ନେଇଛି ସେ ତା ପୁଅ।ଶମ୍ଭୁ କହୁଛି କି ପ୍ରିୟା ତା ସହ ଆସିଲା ପରେ ଅରୁଣ ଜନ୍ମ ହୋଇଛି ଏଣୁ ଅରୁଣ ତା ପୁଅ।ଆଦର୍ଶ କହୁଛି କି ପ୍ରିୟା ଏକ ମାସର ଗର୍ଭବତୀ ହୋଇଥିଲା ବେଳେ ଶମ୍ଭୁ ସାଥେ ପଳେଇ ଯାଇଛି କିମ୍ବା ତାକୁ ଉଠାଇ ନିଆ ଯାଇଛି।ସେ ପ୍ରେଗାନ୍ସି ଟେଷ୍ଟ କରିଥିଲା ପ୍ରିୟାର।ଏଣୁ ସେ କନଫର୍ମ ଅରୁଣ ତା ପୁଅ।ଶମ୍ଭୁ କହୁଛି ନା ମୋ ପୁଅ ସେ।ଶମ୍ଭୁ ଦୃଢତାର ସହିତ କହୁଛି ଏମିତି ଡିଏନ ଟେଷ୍ଟ କଲେ ଆଦର୍ଶ ବଡ଼ ପୁଅ 'ବିଭବ' ବି ଶମ୍ଭୁ ପୁଅ ହୋଇ ପାରେ।

     ଆଦର୍ଶ ଏକବାରେ ଚୁପ୍।କଣ କହୁଛି ଏ ଗୁଣ୍ଡଟା।ବିଭବ ବି ତା ପୁଅ ନୁହେଁ।ଅସମ୍ଭବ ସମସ୍ତେ ବିଭବକୁ ଜୁନିଅର ଆଦର୍ଶ ବୋଲି କହୁଛନ୍ତି।ଅବିକଳ ଆଦର୍ଶ ଙ୍କ ପରି।ସେଇ ରଙ୍ଗ,ସେଇ ନାକ, କାନ,ଆଖି।ଢଙ୍ଗ ବି ଆଦର୍ଶ ପରି।ମିଛ କଥା କହୁଛି ଏ ଶମ୍ଭୁ।ଆଦର୍ଶ ଜଣେ ବିଶ୍ୱସ୍ତ ସ୍ୱାମୀ।ପ୍ରିୟାକୁ ସେ ବହୁତ ଭଲ ପାଏ।କାହିଁକି ପ୍ରିୟା ଆଦର୍ଶକୁ ଧୋକା ଦେଲା ଜାଣିନି ସେ।କିନ୍ତୁ ସେ ଜଣେ ପୁରୁଷ, କେମିତି ସହନ୍ତା ତା ସ୍ତ୍ରୀ ତାକୁ ଛାଡି ଅନ୍ୟ ସହ ପଳେଇଛି।କାହାକୁ ବା ଏକଥା ଜଣାଇବ?ନିଜେ ମହମାନ୍ୟ କୋର୍ଟ ତ ରାୟ ଦେଇଦେଲେ ପରକ୍ରିୟା ପ୍ରୀତି ଅପରାଧ ନୁହେଁ।ସେଇ ସୁଯୋଗକୁ ଅପେକ୍ଷା କରିଥିଲା ବୋଧେ ପ୍ରିୟା।ପ୍ରିୟା ଯେ ଅସାମାନ୍ୟ ସୁନ୍ଦରୀ ଏଥିରେ ଭୁଲ ନାହିଁ।କିନ୍ତୁ ଆଦର୍ଶ କେଉଁ କମ୍ କି।ହଟା କଟା ସେକ୍ରେଟେରିଏଟରେ ଚାକିରୀ କରେ।ରାଣୀ ପରି ରଖିଥିଲା।ହେଲେ ପ୍ରିୟା ଏମିତି କରିବ ତାର ଆଦୌ ବିଶ୍ୱାସ ନଥିଲା।ବାହା ହେବା ସ୍ତ୍ରୀଟା ପୁଣି ଗୋଟିଏ ପୁଅର ମା।ଝିଅଟିଏ ଆଶାରେ ଦ୍ଵିତୀୟ ବାର ବି ମା ହେବାକୁ ଯାଉଥିଲା।କିନ୍ତୁ କଣ ହେଲା ତାର ଦିନେ ଗାଏବ ଶମ୍ଭୁ ସହ ଘର ଛାଡ଼ି।ଅଫିସ୍ ରୁ ଆସିଲା ବେଳକୁ ପୁଅ ବିଭବ ବସି ମା ମା ହେଉଛି ମା ତେଣେ ଛୁ। ଅନେକ ଖୋଜିଲା।ପାଇଲା ନାହିଁ।କାହାକୁ କହିବ!ଛିଗୁଳେଇବେ ସାଙ୍ଗ ମାନେ ।ଏଣୁ ତୁନି ରହିଲା।ଥାନାରେ କହିଥାନ୍ତା ଯାହା ପଡିଶା ବିନୋଦ ବାବୁ କହୁଥିଲେ ସେ ଶମ୍ଭୁ ଗୁଣ୍ଡଟା କାଇଁ ତୁମ ଘରକୁ ଆସିଥିଲା ବିଶ୍ୱାଳେ।ବୁଝିବାକୁ ବାକି ରହିଲା ନାହିଁ।ଗୋଟିଏ ପୁରୁଷରେ ସନ୍ତୁଷ୍ଟ ହେବା ସ୍ତ୍ରୀ ନୁହେଁ ପ୍ରିୟା ବୋଲି ସେ ବୁଝିଗଲା।

      ଗୋଡ଼ରେ ଆଡେଇ ବିବାହର ସାତ ବର୍ଷ ପରେ ଯଦି ସ୍ତ୍ରୀ ଟି ଅନ୍ୟ ପୁରୁଷ ସଂଗ ଖୋଜେ ସ୍ୱାମୀ ନାମକ ପୁରୁଷ ପୁଅ ପ୍ରତି ଏହା ଠାରୁ ଲଜ୍ଜା ଅପମାନ କଣ ଥାଇ ପାରେ!! ନୀରବେ ନିଜକୁ ବହୁତ କୋଶିଲା।ସେ ଯଦି ପ୍ରିୟା ସ୍ବେଚ୍ଛାଚାରିତା ଉପରେ ପାବନ୍ଧି ଲଗାଇ ଥାନ୍ତା,ହାତ ଖୋଲି ଖର୍ଚ୍ଚ କରିବାକୁ ଦେଇ ନଥାନ୍ତେ ହୁଏତ ଭଲ ହୋଇଥାନ୍ତା।କିନ୍ତୁ ସାତ ଜନ୍ମକୁ ଜୀବନ ସାଥି ହୋଇ ଯିଏ ଆସିଛି,ଯିଏ ତା ପୁଅର ମା ତାକୁ ସନ୍ଦେହ କରନ୍ତା କି!!ଛାଡ଼ ପ୍ରିୟା ପରି ସ୍ତ୍ରୀ ମାନଙ୍କ ଶରୀରକୁ ସିନା ଯେ କୌଣସି ମତେ ଆୟତ୍ତ କରିହେବ।ହେଲେ ମନ ସେଇଟାକୁ ବାନ୍ଧି ହେବକି?ଯେ କୁଳଟା ସେ କୂଳଭୂଆଷୁଣି ହେବା ପାଇଁ ଅଯୋଗ୍ୟ।ପଘା ଛିଣ୍ଡାଇବା ଓଳେଇ ଗାଈ।ଯାଉ ବରଂ ଶାନ୍ତିରେ ନିଃଶ୍ୱାସ ମାରିବ। ତଥାପି ହୃଦୟ କାନ୍ଦେ ଆଦର୍ଶ ର।ତା ଜୀବନରେ ଏମିତି ଘଟିଲା କାହିଁକି।ଖବର ମିଳିଲା ପ୍ରିୟା କଟକରେ ଶମ୍ଭୁ ସହ ରହୁଛି।ଏଇତକ ଖବର ଯଥେଷ୍ଟ ଥିଲା ପ୍ରିୟାକୁ ଭୁଲିବାକୁ।କିନ୍ତୁ ଯେବେ ଶୁଣିଲା ପ୍ରିୟା ଯିବାର ନଅ ମାସ ପରେ ତାର ଗୋଟିଏ ପୁଅ ହୋଇଛି ସେଦିନ ନିଜକୁ ଅଟକାଇ ପାରିଲା ନାହିଁ।ଏଫେୟାର ଟିଏ ଥାନାରେ ଦେଲା ତା ପୁଅକୁ ତାକୁ ଦିଆଯାଉ।

     ଆଉ ଶମ୍ଭୁ ଭବାନୀ ଶଙ୍କର ପାଣିଗ୍ରାହୀ ଓ ଲାବଣ୍ୟବତୀଙ୍କର୍ ପୁଅ,ବେକାର ,କୁଳାଙ୍ଗାର ଗୁଣ୍ଡଟା।

ସବୁଠୁ କ୍ଷତି ଗ୍ରସ୍ତ ଏଇ ଦମ୍ପତ୍ତି।ଏକମାତ୍ର ପୁଅ ଭୁବନେଶ୍ୱର ରହି ପଢୁଥିଲା।ମାସକୁ ମାସ ଟଙ୍କା ଦିଆଯାଏ ପୁଅ ପଢିବାକୁ।କିନ୍ତୁ ପୁଅ ପଢିବା ନାଁରେ ଏମିତି କାରନାମା କରୁଛନ୍ତି ବୋଲି କଣ ଜାଣନ୍ତି??ଜଗତସିଂହପୁରେ ଜାଗା ଖଣ୍ଡେ କିଣି ଘର କରିଛନ୍ତି।ଝିଅଟିକୁ ଭଲ ଘରେ ବାହା ବି ଦେଇଛନ୍ତି।କେତେ ଆଶା କରିଥିଲେ ପୁଅ ବଡ଼ ହେବ,ମଣିଷ ହେବ,ତାଙ୍କ ନାଁ ରଖିବ ,ବୁଢା ବେଳକୁ ପଚାରୁ ବା ନ ପଚାରୁ।କିନ୍ତୁ ପୁଅଟି ଏମିତି କାହିଁକି ହେଲା ସେ କାରଣ ଖୋଜି ପାଆନ୍ତି ନାହିଁ ପାଣିଗ୍ରାହୀ ଦମ୍ପତି।ପାଣିଗ୍ରାହୀ ରିଟାୟଡ଼ ପିଅନ ଜଣେ।ଆଶା ଥିଲା ପୁଅ ପଢି ଅଫିସର୍ ହେବ ତାଙ୍କ ପରି କାହାକୁ ସଲାମ ଠୁଙ୍କିବ ନାହିଁ।କିନ୍ତୁ ସବୁ ଆଶା ଉଭେଇ ଗଲା ସେଦିନ ଯେଉଁଦିନ ଶୁଣିଲେ ଗୋଟେ ବିବାହିତ ସ୍ତ୍ରୀ ଲୋକକୁ ଆଣି ପାଖରେ ରଖିଛି ଓ ସ୍ୱାମୀ ସ୍ତ୍ରୀ ପରି ଚଳୁଛନ୍ତି।କବାଟ ଦେଇ ପାଣିଗ୍ରାହୀ ଦମ୍ପତି ବହେ କାନ୍ଦିଲେ।ସତ୍ୟା ସତ୍ୟ ପରଖିବା ପାଇଁ ପୁଅ ପାଖକୁ ଗଲେ।ପୁଅ ଭୁବନେଶ୍ୱର ନୁହେଁ ଆଜିକାଲି କଟକରେ ଘର ଭଡା ନେଇ ରହୁଛି।ଯାହା ଦେଖିଲେ ଓ ଶୁଣିଲେ ତାପରେ ନିଜ ପିତୃତ୍ୱ ଓ ମାତୃତ୍ୱ କୁ ଧିକାର କଲେ ଯେ ଏପରି ଅସାମାଜିକ ପୁଅ ଜନ୍ମ କରିବା ଅପେକ୍ଷା ବନ୍ଧ୍ୟା ହେବା ଶହେଗୁଣ ଭଲ।ପୁଅ କିନ୍ତୁ ଶୁଣେଇ କହିଲା "ଭଲ ଗତି ଅଛି ଯେବେ ମାସକୁ ମାସ ଟଙ୍କା ପଠେଇଦେଵ ।ନଚେତ ଭଲ ହେବନି"।

 ପାଣିଗ୍ରାହୀ ଦମ୍ପତ୍ତି ବ୍ରାହ୍ମଣ।ତାଙ୍କ ସାଇ ଭାଇ ଙ୍କ ପରମ୍ପରା ଭାରି କଠୋର।ବ୍ରାହ୍ମଣ ଶାସନି ରେ କ୍ଷତ୍ରିୟ ପୁଣି ବିବାହିତ ସ୍ତ୍ରୀଟାକୁ ବୋହୁରୂପେ ସ୍ୱୀକାର କରିବେ ନାହିଁ।ଲାଜ ଅପମାନରେ ଷଢ଼ି ଗଲେ ସେ ଦୁହେଁ।ଲାବଣ୍ୟବତୀ ଏ ଘଟଣା ସହଜରେ ଗ୍ରହଣ କରି ପାରିଲେ ନାହିଁ।ଏବେ ସେ ଅତ୍ୟଧିକ ବ୍ଲଡ଼ ପ୍ରେସର୍ ଓ ହାଇ ଡାଇବେଟିସ ପୀଡିତ ରୋଗୀ।କେଇଟା ମାତ୍ର ପେନସନ୍।ଔଷଧ କୁ ନିଅଣ୍ଟ । ଏଣୁ ଶମ୍ଭୁ ପାଖକୁ ଟଙ୍କା ପଠାଇବା ବନ୍ଦ କରିଦେଲେ।ଯାହା ଯେମିତି ବୋହୂକୁ ଗ୍ରହଣ କରିଥାନ୍ତେ;ମାତ୍ର ତାଙ୍କ ପୁଅର ପୁଅ ଆଦର୍ଶ ବିଶ୍ୱାଳର!ଏତିକ ହଜମ କରିବା ନା ବଳ ନା ବୟସ ସ୍ୱୀକୃତି ଦେଲା।ରଟ୍ କରି ରହିଗଲେ ପାଣିଗ୍ରାହୀ ଦମ୍ପତ୍ତି।ଥିବ ଥିବ ଝଡ଼ ପରି ଆସି ବାପା ମାଙ୍କୁ ବାଡିଆ ବାଡ଼ି କରି ପଇସା ପତ୍ର,ଏପରିକି ଘର ଜିନିଷ ବିକ୍ରି କରି ଚାଲିଣିବ ଶମ୍ଭୁ।ରହି ପାରିଲେନି ପାଣିଗ୍ରାହୀ ଦମ୍ପତ୍ତି ବଜାରରେ ଘୋର ଲଜ୍ଜାରେ ଯାଇ ନିଜ ଗାଁରେ ରହିଲେ।ସେଠି ବି ହାଜର ହୋଇଗଲା କୁଳାଙ୍ଗାର ଟା।ଶାନ୍ତିରେ ମରିବାକୁ ବି ଦେଲାନି।ଶେଷରେ ପଇସା ପଠାଇବା ବନ୍ଧ କାହିଁକି କଲ ବୋଲି ଥାନାରେ ଯୋଗ୍ୟ ପୁଅ ଦେଇଛି ବାପା ମା ବିରୁଦ୍ଧରେ ଏଫେୟାର।କି ମାଲ ପାଣି ଦେଇଛି ପୋଲିସ୍ ବାବୁଙ୍କୁ ସେ ବି କହୁଛନ୍ତି ହଁ ଜନ୍ମ କରିଛ ଯେତେବେଳେ ପୋଷିବାକୁ ବାଧ୍ୟ।ପ୍ରତି ମାସରେ ଦଶ ହଜାର ଟଙ୍କା ପଠେଇବେ ପାଣିଗ୍ରାହୀ ବାବୁ।ଔଷଧ ପାଇଁ ପଇସା ନିଅଣ୍ଟ।ସେ କେଉଁଠୁ ଆଣିଦେବେ!!ଯୁବକ ସେ ରୋଜଗାର କରି ବାପା ମାଙ୍କୁ ପୋଷିବା କଥା;ଅଥଚ ଓଲଟି ଏଫେୟାର ଦେଇଛି ବାପା ମା ପୋଷୁ ନାହାନ୍ତି ତାକୁ !!ଆଉ ପୋଲିସ୍ ଵାଲା ବି କହୁଛନ୍ତି ହଁ ଦେବ।ନ ଦେବାରୁ ଏବେ କେସ୍ ଟି କୋର୍ଟ ଚାଲାଣ ହୋଇଛି।ପ୍ରତି ମଙ୍ଗଳବାର କେସ୍ ତାରିଖକୁ ଯାଉଛନ୍ତି ପାଣିଗ୍ରାହୀ ବାବୁ।ଏବେ ପୁଣି ଆଦର୍ଶ ବିଶ୍ବାଳ କେସ୍ ଟି ଭାଙ୍ଗି ଦେଇଛି ପାଣିଗ୍ରାହୀଙ୍କ ବୁଢା ବୟସର ମେରୁଦଣ୍ଡ।ଅପେକ୍ଷା ଡ଼ି ଏନ ଟେଷ୍ଟ ଫଳା ଫଳକୁ.....

..


   


Rate this content
Log in