ସ୍ମିତା ତ୍ରିପାଠୀ

Inspirational Others

3  

ସ୍ମିତା ତ୍ରିପାଠୀ

Inspirational Others

ମାନବିକତା

ମାନବିକତା

5 mins
14.7K


ବେଳେବେଳେ ମୋର ଅନୁଭୂତିକୁ ନେଇ କିଛି ବି ଲେଖିବାକୁ ଇଚ୍ଛା ହୁଏ କିନ୍ତୁ ସେ ଲେଖାଟା ଅତ୍ୟନ୍ତ ମାମୁଲି କଥାକୁ ହିଁ । ଅବଶ୍ୟ ଅଧିକାଂଶ ନିଜ ଆଖିରେ ଦେଖିଲା ପରେ ବି ପ୍ରକାଶ କରିବାକୁ ଚାହାନ୍ତିନି ଏମିତି କି ବହୁତ କ୍ଷେତ୍ର ରେ ଅଫିସର ସହକର୍ମୀ ଜଣେ ସେ ସବୁବେଳେ ଖୋଲା ହିଁ ଉସକେଇଛି ଲେଖିବାକୁ..

ଭଗବାନ ତ ଆମକୁ ଓ ଆମ ସହଜାତ ଗୁଣକୁ ହିଁ ଜନ୍ମ ଦେଇଛି ସେଇ ନିଜ ଗୁଣକୁ ଆମେ ନିଜେ ହିଁ ଭଲ ପାଉ । ସେଇ ଗୁଣ ବି ମୋର ଅଛି ଅବଶ୍ୟ ମୁଁ ବି ନିଜେ ନିଜ ଭୁଲ ଜାଣିବାକୁ ଚାହିଁଛି ।

ହଁ ସେ ଅଫିସ ସହକର୍ମୀ ବି ବହୁତ ଥର ଝଗଡା ରାଗ ରୁଷା ମାନ ଅଭିମାନ ପରେ ବି ପୁଣି ମିଶି ଯାଏ କିନ୍ତୁ ତାର ଗୋଟେ ଗୁଣ ଠିକ ଲାଗେ ସେ ମୋତେ ମୋ ଭୁଲକୁ ହିଁ କହେ ତାହା ଦ୍ୱାରା ମୁଁ ସଂଗେ ସଂଗେ ସୁଧୁରି ବି ଯାଏ ଓ ଅଧିକାଂଶରେ ମୁଁ ଘରେ ହିଁ ଭାବେ ଠିକ ନା ଭୁଲ..

ଏଇମିତି ଗୋଟେ ଘଟଣା ମୋର ପ୍ରତି ଦିନ ହିଁ ଘଟି ଚାଲିଥାଏ ଓ ମୁଁ ସମୟ ଅଭାବରୁ ଲେଖି ପାରେନି।

ଅଫିସରେ ଆଉ ଦୁଇ ଜଣ ନାରୀ ସହକର୍ମୀ ବି ମୋ ସହ ଥିଲେ ଅବଶ୍ୟ ସେଥିରୁ ଗୋଟେ ପୁରା ପୁରି ମୋ ଗୁଣର ହିଁ ଥିଲା କେବଳ ବ୍ୟତିକ୍ରମ ସେ ସହି ଯାଏ ମୁଁ କିନ୍ତୁ ସହେନି ସଂଗେ ସଂଗେ ପ୍ରତିକ୍ରିୟା ପ୍ରକାଶ କରେ ତେଣୁ ଆମେ ପରସ୍ପରକୁ ରାଗ ସମୟରେ ନିଜ ରାଗ ଆଉ ଜଣ କ ଉପରେ ଛାଡ଼ିକି ହିଁ ବୁଝେଇ ଦେଉ ।ଏ ବନ୍ଧୁତ୍ଵ ଅଧିକାଂଶଙ୍କ ଆଖିରେ ବି ଯାଉ ନ ଥିଲା କହିଲେ ଠିକ ହେବ ।ଆର ସହକର୍ମୀ ଟିକେ ଉପର statusରୁ ଆସିଥିବାରୁ ତା ବାପାଙ୍କୁ ନେଇ ଅବଶ୍ୟ ଗର୍ବ କରେ ଓ ପଇସା ଥିବା ସତ୍ଵେ ଆହୁରି ମନ ଥାଏ ଯୋଗାଡିବାରେ । ତଥାପି ଆମେ ମିଶୁଥିଲୁ ପୂର୍ବ ପରି ।

ସମୟର ତାଳ କ୍ରମେ ମୋର ଗୁଣ ରଖିଥିବା ସହକର୍ମୀର ବଦଳି ଆଦେଶ ଆସି ଗଲା ।ଅବଶ୍ୟ ଖୁସି ସହ ଦୁଃଖ ବି ଥାଏ ତଥାପି ନିଜ ଘର ପାଖେ ନିଶ୍ଚିନ୍ତ ରହିବାର ଅନୁଭବ ଅନୁଭବି ହିଁ ଜାଣେ ।

ସେ ଯିବା ପୂର୍ବରୁ ଆମର ଗୋଟେ ନିତି ଦିନିଆ ଅଭ୍ୟାସ ଥିଲା ପଇଡ଼ ପିଇବା ।ସେଠି ଅଧିକାଂଶ ଛୁଆ ମାଗନ୍ତି ପଇଡ଼ ପିଇବା ଲୋକଙ୍କୁ ହାତ ପତେଇକି ।

କିଏ ଛିଃ ଛକର କହେ କିଏ ବି କହେ ତୋ ମା’ କାଇଁ ଏତେ ଛୁଆ କରୁଥିଲା ।

ଏ ପରିପ୍ରେକ୍ଷୀରେ ସେ ବଦଳି ହେଇ ଗଲା ପରେ ମୋର ପଇଡ଼ ପିଇ ବା ଅବଶ୍ୟ ବନ୍ଦ ହେଇଯାଇଥିଲା ଯେହେତୁ ଘରକୁ ପଇଡ଼ ଆସୁଥିଲା ଭାଇଙ୍କ ଜରିଆରେ ।

ଦିନେ ମୁଁ ଅଭ୍ୟାସ ବଶତଃ ସେ ରାସ୍ତାରେ ଝିଅର ଜନ୍ମ ଦିନ ଗିଫ୍ଟ ପାଇଁ ରଙ୍ଗ ବକ୍ସ କିଣିବାକୁ ଯିବା ବାଟରେ ମନ ହେଲା ଝିଅ ପାଇଁ ଆପଲ ନେବାକୁ ।ନେଇ କି ଗଲା ବାଟରେ ଗୋଟେ ପାଗେଳି ମାଗି ମାଗି ଆସୁଥିଲା ।

ମୋ ଆଖି ସବୁବେଳେ ଦୁଃଖୀ ଗରିବ ନିଃସହାୟ ଛୁଆଙ୍କ ଆଡକୁ ସବୁବେଳେ ପଳାଏ ମୁଁ ଜାଣିପାରେନି ସେଥିଲାଗି ଅବଶ୍ୟ ସେ ଭି ଆଇ ପି ସହକର୍ମୀ ଠୁ ତାତ୍ସଲ୍ୟ ଶୁଣିଥିବି ବହୁତ ଥର କିନ୍ତୁ ମୋର ପ୍ରକୃତି ମୁଁ କାହାକୁ ଖାତିର କରେନି ନିଜ ବାବୁ ପୁଅ ଓ ଘର ଲୋକଙ୍କ ବ୍ୟତିତ ।

କାଇଁକି କେଜାଣି ସେ ପାଗେଳି ମୋତେ ମାଗିଲା କିଛି ଖାଇବାକୁ । ମନ ହେଲା ଦେଇଦେବାକୁ ଶାନ୍ତି ହୋଟେଲରୁ ଆଣିକି ହିଁ ଦେଲି । ତାପରେ ସେ ସହକର୍ମୀର ତିରସ୍କାର ଆପଣ ଏତେ ଦାନ କରି କଣ ପାଉଛନ୍ତି ଝିଅ ଅଛି ବାହା କରିବେ ପଇସା ରଖନ୍ତୁ ନ ହେଲେ ସେଇ ପାଗେଳି ପରି ତା ଅବସ୍ଥା ହେବ ।ମୁଁ ଚିରାଚରିତ ଭାବେ କହିଲି ହଁ ଛାଡ଼ ।ସେ ଗଲା ପରେ ମୁଁ ରଙ୍ଗ ତୁଳି କିଣି ଫେରି ଆସିଲି ସେ ରାସ୍ତାରେ ପୁଣି ସେ ପାଗେଳି ଉପରେ ଆଖି ପଡ଼ିଲା ।ସେ ମୋତେ ହାତ ଠାରି ଡାକୁଥାଏ ।

ମୁଁ ଭାବିଲି ଆଉ ମାଗିବ ଯିବି ନ ଯିବି ଦ୍ଵନ୍ଦରେ ଗଲି । ସେ କହିଲା ମୋ ପାଇଁ ଆଜି ତ ଦେଲ ଖୁସି ଲାଗିଲା କିନ୍ତୁ ସେ ଝିଅ ଏତେ କଥା କହି ଗଲା ମୁଁ ତମକୁ କ୍ଷମା ମାଗୁଛି ।ମୁଁ କହିଲି ନା ମ ମୁଁ ତା କଥା କିଛି ଶୁଣେନି ମୋତେ ଫରକ ପଡେନି ବହୁତ ଲୋକ ବହୁତ କହନ୍ତି କିନ୍ତୁ ମୋ ବାବୁ ଓ ପୁଅ ମୋ ସପୋର୍ଟରେ ମୁଁ ନିଶ୍ଚିନ୍ତ ।

ତାପରେ କହିଲା ଭଲ ଯାଗାଟେ ବୁଝି ଦିଅନ୍ତ ଏମିତି ଘର ମୁଁ ନୁହଁ ମାଗି ଖାଇବି ଓ ପାଗେଳି ବି ନୁହଁ ଯେ ମାଗିବି କିନ୍ତୁ କଣ କରିବି ସେ ମଣିଷ ଗୁଡା କଣ ମଣିଷ ହେଇକି ଅଛନ୍ତି ଏତେ ସୁନ୍ଦର ଝିଅ ସ୍ତ୍ରୀ ଥାଇ ମୋ ଅସନା ପାଖକୁ କାହିଁକି ଆସୁଛନ୍ତି ।ତମେ ସିନା ଆସିକି ନିଜେ ଦେଇକି ଗଲ ଦେଖୁନ ସେଇ ଝିଅଟା କେମିତି ଘୃଣାରେ ନାକ ଟେକୁଥିଲା ।ମୁଁ ଅବଶ୍ୟ ଘରକୁ ଯିବାକୁ ତରବରରେ ଥିଲି କହିଲି ହଁ ଛାଡ଼ ମଣିଷ ସମାନ ଥିଲେ ତୋ ଅବସ୍ଥା ଏମିତି ନ ଥାନ୍ତା ।

ତାପରେ ତା ନିଜ କଥା ସେ କହି ଗଲା ମୁଁ ଆଡ଼େଇକି ହିଁ ଯାଇ ପାରିଲିନି ।

ପାଗେଳିଟି କହି ଚାଲିଲା "ମୁଁ ବି ଭଲ ଘରର ଝିଅ ସାଇକେଲ ବି ଚଳେଇ କଲେଜ ଯାଏ (ଅବଶ୍ୟ ଜାଗା ଗୋପନ ରଖିବାକୁ ଅନୁରୋଧ ତାର,ଭୁଲ ଜଗା ଜାଣିକି ଲେଖୁଛି) ପ୍ଲସ ୨ ପଢ଼ିଛି କିନ୍ତୁ ପ୍ରେମ ଦୁନିଆ କି ମାୟା ପ୍ରେମରେ ପଡି ବାପା ମା’ଙ୍କୁ ଛାଡ଼ିକି ଆସିଲି ସିନା ସେ ପିଲା ମୋତେ ଏଠି ଛାଡ଼ିକି ଗଲା..ନା ନିଜ ଘରକୁ ନା ସେ ପିଲା ଘରକୁ ଯାଇପାରୁଛି ।କିଛି ଦିନ ଥାନାରେ ଗୁହାରି କଲି କିଏ ବି ଶୁଣିବେ କଣ ଏମିତି କାମନା ଆଖିରେ ଦେଖିଲେ ଯେ ପଳେଇ ହିଁ ଆସିଲି । ମାଗି ଯାଚି ହିଁ ଖାଇଲି ମରିବାକୁ ବାର ବାର ଯାଇ ବି ଲୋକ ସବୁ କୁଆଡୁ ମୋତେ ବାର ବାର ବଞ୍ଚେଇ ଅଣୁଛନ୍ତି। ଆଉ ଜାଣିଛ ତମେ ସିନା ଖାଇବାକୁ ଦେଲ ଆଜି ରକ୍ଷା ନ ହେଲେ ନା ଧୋବ ଧଉଳିଆ ଭଲ ଭଲ ଲୋକ ବି ଆସନ୍ତି କିନ୍ତୁ ଖାଇବାରେ କଣ ମିଶନ୍ତି କେତେବେଳେ ଜଣା ନାଇଁ ଖାଇଲା ପରେ ମୁଁ ପ୍ରାୟତଃ ନିରୋଳା ଯାଗାରେ ନିଜକୁ ପାଏ ଉଲଗ୍ନ ଅବସ୍ଥାରେ ପଇସା ତ ନାଇଁ ଆଉ କଣ ଆଣିକି ପିନ୍ଧିବି। ଜଣେ କହିଲେ କାମ ଦେବେ କହି ନେଲେ ଯେ ନିଜ ସ୍ତ୍ରୀ ନ ଥିଲାକୁ ଯାହା ଅତ୍ୟାଚାର ।ଆରେ ଯାହା ତ କରୁଛ ଲୁଗାଟା ଫାଡ଼ି ଦଉଚ କାହିଁକି ଓ ନିଜର ସେଇ କାମନାର ଶେଷ ନିର୍ଯାସକୁ ତ ମୋ ଲୁଗାରେ ପୋଛି କି ଅସନା ଆହୁରି । "

ମୋ ଅବସ୍ଥା ଅବଶ୍ୟ ଆଉ ନ ଥାଏ ନିଜ ନିୟନ୍ତ୍ରଣରେ କିନ୍ତୁ ସିନି ଚାଲିଥାଏ ମନ ହଉଥାଏ ପୁଅକୁ ଡାକନ୍ତି।ବାବୁ ତ ବ୍ୟସ୍ତ ଲୋକ ।

କିନ୍ତୁ ସେ ପୁଅ ଜାତିକୁ ଏତେ ଘୃଣା କରି ସାରିଥିଲା ।

ପୁଣି ସେ ମୋ ନୀରବ ଦେଖି କହି ଚାଲିଲା " ମୋ ପାଇଁ ଟିକେ ଠିକ କାମଟେ ବୁଝି ଦିଅ ନା ମାଗି ଖାଇବାକୁ ଭଲ ଲାଗୁନି ଓ ନିଶା ଖାଇବା ଖାଇକି ଆଉ କଷ୍ଟ ସହି ହଉନି"।

ମୁଁ ହଁ କହି ସେଠି ହିଁ ମେସେଜ ଦେଲି ତାଙ୍କ ବୃଦ୍ଧାଶ୍ରମରେ ରଖିବାକୁ ଓ ତାକୁ ଆରଦିନ ସେ ଯାଗାରେ ଦେଖା କରିବାକୁ ହଁ କରି ଗଲା କିନ୍ତୁ ଆଉ ୨ ଦିନ ଯାଏ ଆସିଲାନି।

ଲାଗିଲା ସେ ମିଛ କହି ଦୟା ନେଉଥିଲା ।

ପୁଣି ଯେବେ ମୁଁ ବ୍ରେଡ଼ କିଣିବାକୁ ଯାଏ ସେ ଧାଇଁ ଆସିଲା କହିଲା ଆପଣ ଆସିଲେନି କାହିଁକି ।

ମୁଁ କହିଲି ମିଛ କହନି ଆଉ ଖେଳ କରନି।

କିନ୍ତୁ ସେ କହିଲା ମୁଁ ଲୁଚିକି ହିଁ ବୁଲୁଛି କାଳେ କିଏ ପୁଣି ମୋତେ ନେଇ କି ଉପଭୋଗ କରିବ ।

ତାପରେ ଜାଣେ ଭାଇଙ୍କ ସହ ମେସେଜ କରିକି ତାକୁ ତାଙ୍କ ସ୍କୁଲରେ ଝାଡ଼ୁଦାର ଭାବେ ପ୍ରଥମେ ରଖେଇ ଦେବାକୁ କହିଲେ ।

ବର୍ତ୍ତମାନ ସେ ରୋଷେଇଆ ହିସାବରେ କାମ କରୁଛି ।

ଗତ କାଲି ମୋତେ ମେସେଜ କରିଥିଲା " ମାଡମ ଧନ୍ୟବାଦ ଗୋଟେ ଝିଅକୁ ରକ୍ଷା କରିଦେଲେ ।ଏଇ ମାନବିକତା କାଶ ସମସ୍ତଙ୍କ ପାଖେ ଥାନ୍ତା.."

ତା ମେସେଜରୁ ଲାଗୁଥିଲା ସେ ମଧ୍ୟବିତ୍ତ ଘରର।

ସେଇ ରାତିରେ ଝରି ଆସିଥିଲା ଆନନ୍ଦାଶ୍ରୁ..

ସବୁ ପରେ ଯେବେ ମୁଁ ତାକୁ ନେଇ ପାଗେଳିର ଚିତ୍କାର ଲେଖିଥିଲି, ସେବେ ମୋତେ ମୋ ଭୁଲ ବାଛୁଥିବା ସହକର୍ମୀ କହିଥିଲା ମାଡମ ଆପଣଙ୍କ ଭିତରେ ଥିବା ଏଇମିତି କିଛି ଗୁଣ ଯୋଗୁ ମୁଁ ଛାଡି ପାରେନି ଏତେ ରାଗ ରୁଷା ପରେ.. ସେଇ ପଦ ହିଁ ଖୁସି ଦେଇଥିଲା ।

ସ୍ମିତା ତ୍ରିପାଠୀ

ଖଲାରୀ ଅନୁଗୁଳ


Rate this content
Log in

Similar oriya story from Inspirational