ମାଆ ପରି କେହି ନାହିଁ ଜଗତେ...
ମାଆ ପରି କେହି ନାହିଁ ଜଗତେ...
ନିଜ ଜୀବନର ସମସ୍ତ ଅକୁହା କଥା କୁ ଲୁକ୍କାୟିତ ଭାବରେ ଚାପି ରଖିବାର ଅନନ୍ତଶକ୍ତି ରହିଛି ମାଁ ପାଖରେ ା
ମାଁ କୌଣସିବି ପରିସ୍ଥିତିରେ ନିଜ ଦୁଃଖ ଯନ୍ତ୍ରଣାକୁ ନିଜ ସନ୍ତାନ ଆଗରେ କହିବା ପାଇଁ କୁଣ୍ଠିତବୋଧ ମନେକରିଥାଏ ା
ଜଣେ ମାଁ ଜାଣିଥାଏ ସନ୍ତାନ ଆଗରେ ଯଦି ନିଜର ଦୁଃଖ ପ୍ରକାଶ କରିବ ତାହେଲେ ତାହାର ପ୍ରଭାବ ନିଜର ସନ୍ତାନ ଉପରେ ପଡିବ ବୋଲ ା
ଯଥାଚିତ ଭାବେ ସବୁ ଦୁଃଖ କୁ ନିଜ ପାଖରେ ଚାପି ରଖିଥାଏ ା
ବହୁ ଦୁଃଖ,କଷ୍ଟ,ଝଡ଼,ଝଞ୍ଜାକୁ ଅତିକ୍ରମ କରି ମାଁ ଟି ନିଜ ସନ୍ତାନ କୁ ସୁଖ ଦେବାପାଇଁ ବହୁଚେଷ୍ଟା କରେ ା
କେତେକ ମହାପୁରୁଷଙ୍କ ମତରେ - ମାଁ ଜଣେ ଏପରି ଚୁଲି ସ୍ୱରୂପ ନାରୀ ,ଯେଉଁ ଚୁଲି ରେ କି ଯେତେ ବି ଦୁଃଖ ରୂପକ କାଷ୍ଠକୁ ଅଗ୍ନିର ସଂଯୋଗ କରିଲେ ମଧ୍ୟ ମାଁ ସବୁପ୍ରକାରର ଜ୍ୱାଳାକୁ ସହ୍ୟକରି ଯେଉଁ ଅମୃତ ରୂପକ ଦାନ ଦେଇଥାଏ, ତାହା ଏହି ବିଶ୍ୱରେ ଚକିତ ସୃଷ୍ଟି କରୁଥିବାର ବିଶେଷ ଅନୁମାନ କରାଯାଏ ା
ଏହି ପୃଥିବୀ ପୃଷ୍ଠରେ ସୃଷ୍ଟିର ପ୍ରାରମ୍ଭରୁ ସବୁ ଯୁଗରେ ମାତୃମୟୀ ନାରୀଙ୍କୁ ନାରାୟଣୀ ଭାବରେ ପୂଜା କରାଯାଇଥାଏ ଏବଂ ପ୍ରତ୍ୟେକ କ୍ଷେତ୍ରରେ ମଧ୍ୟ ମାଁ ର ଭୂମିକା ଅତ୍ୟନ୍ତ ଅଗ୍ରଣୀ ଭାବରେ ବିବେଚନା କରାଯାଏ ା
ଆମ ସନାତନ ହିନ୍ଦୁ ଧର୍ମରେ (ମାତା-ପିତା)ଙ୍କ କ୍ଷେତ୍ରରେ ମାଁ କୁ ପ୍ରଥମରେ କୁହାଯାଇଥାଏ ା ଭାରତୀୟ ସଂସ୍କୃତିର ପ୍ରଥମ ରକ୍ଷକ ଭାବରେ ମାଁ ହିଁ ପୂଜିତା ା
ମାଁ ହେଉଛି ନାରୀଜାତିର ଜଣେ ଏପରି ଶ୍ରେଷ୍ଠ ଦାତ୍ରୀ, ଯିଏକି ସନ୍ତାନ ପାଇଁ ଜୀବନର ସବୁ ସୁଖ, ସୌନ୍ଦର୍ଯ୍ୟକୁ ତ୍ୟାଗ କରିଥାଏ।
ସାରା ବିଶ୍ୱରେ ଜଣେ ସନ୍ତାନ ପାଇଁ ପ୍ରଥମେ ତ୍ୟାଗର ପ୍ରତିମୂର୍ତ୍ତି ଭାବରେ ମାଁ ର ସ୍ଥାନ ରହିଆସିଛି ଏବଂ ରହିଚାଲିଥିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ା
ଜଣେ ମାଁ କେବେବି ନିଜର ଆନ୍ତରିକତାର ହୃଦୟରେ ନିଜ ସନ୍ତାନର ଅମଙ୍ଗଳ ହେବାକୁ ଦେଇନଥାଏ କି ଦୁଃଖ ଦେବାକୁ ମଧ୍ୟ ଚାହିଁନଥା ା
କୌଣସି ପରିସ୍ଥିତିରେ ମାତା ଓ ସନ୍ତାନ ଭିତରେ ମତାନ୍ତର ସୃଷ୍ଟି ହୋଇଥାଇ ପାରେ କିନ୍ତୁ କେବେ ବି ମନାନ୍ତର ହୋଇ ପାରିବ ନାହିଁା
ଆମ ସନାତନ ହିନ୍ଦୁ ଧର୍ମର ଜ୍ଞାନ କୁହେ, ଆମ ବେଦ,ଶାସ୍ତ୍ର କହେ - ଜଣେ ଭାଗ୍ୟବାନ ସନ୍ତାନ ପ୍ରଥମେ ନିଜର ସେବା ଓ ପୁରୁଷାର୍ଥ ଦ୍ୱାରା ମାତା -ପିତାଙ୍କର ଯୋଗ୍ୟସନ୍ତାନ ହୋଇଥାଏ ା
ଜଣେ ନିଷ୍ପାପ ଶିଶୁ ସନ୍ତାନ ର ପ୍ରଥମ ଶିକ୍ଷକ ଭାବରେ ନିଜର ମାଁ ହିଁ ଶିକ୍ଷା ଦାନ ହେଇଥାଏ ା
ଶିଶୁଟିର ପ୍ରାରମ୍ଭିକ ଜ୍ଞାନ ଯଥା,-ଖାଇବା, ଚାଲିବା,କହିବା ଆଦି ବିଭିନ୍ନ କାର୍ଯ୍ୟର ଜ୍ଞାନ ପ୍ରଥମରେ ମାଁ ଠାରୁ ମିଳିଥାଏ.
ଗର୍ଭ ଧାରିଣୀ ଜନନୀ ନିଜର ସନ୍ତାନଟିଏ ପାଇଁ କେତେଯେ ଠାକୁରଙ୍କ ବ୍ରତ,ଉପବାସରେ ଦିନ କାଟିଥାଏ ତାହାର କୌଣସି ହିସାବ ନଥାଏ.
କେତେଯେ ଦୁଃଖ ରୂପକ ଝଡ଼ଝଞ୍ଜାକୁ ଅତିକ୍ରମ କରି ମାଁ ଏକ ଶିଶୁସନ୍ତାନ କୁ ଦାନ ଦେଇଥାଏ, ଯେଉଁ ସନ୍ତାନ କି ଏହି ଧରାଧାମରେ ଜନ୍ମଗ୍ରହଣ କରି ସମଗ୍ର ବିଶ୍ୱରେ କୀର୍ତ୍ତିର ସ୍ଥାପନ କରିଥାଏ.
ଜଣେ ମାଁ ନିଜର ଗର୍ଭରେ ଦଶ ମାସ ଧରି ଯେଉଁ ଦୁଃଖ କଷ୍ଟକୁ ସହ୍ୟ କରିଥାଏ ବୋଧେ ତାହାଠାରୁବଳି ଅଧିକ ଦୁଃଖ ଆଉ ଜଗତରେ ନଥିବ !
ସେଇଥିପାଇଁ ମାଁକୁ ସର୍ବସଂହିଣୀ ବୋଲି କୁହାଯାଏ.
ସେହି ମାଁଙ୍କ ପାଇଁ ହୃଦୟ କଲମରୁ ଝରିପଡ଼େ --
ମାଁ ତୁମ ଚରଣେ ଶରଣ, ଧନ୍ୟ ହେଲା ମୋର ଏ ଜୀବନ.
ତୁମ ଆଶିଷରୁ ମୁହିଁ ସଂସାର ଦେଖିଲି, ମଣିଷ ଜୀବନ ମୋର ଧନ୍ୟ ମଣିନେଲି.
ତୁମରି ଚରଣ ତଳେ, ମୋ ଜୀବନ ଭାଗ୍ୟ ଖେଳେ (2)
ଦିଅ ମାଁ ମୋତେ ସଦଜ୍ଞାନ!!!
ମାଁ ତୁମ ଚରଣେ ଶରଣ.
ଧନ୍ୟହେଲା ମୋର ଏ ଜୀବନ..
ହେ କରୁଣା ପ୍ରଦାୟୀନି! ହେ ଦୁଃଖ ହାରିଣୀ! ସର୍ବ ସଂହିଣୀ ମାଁ! ତୁମରି ଚରଣ ତଳେ ଅନନ୍ତକୋଟି ପ୍ରଣାମ.
ଆପଣ ମାତା-ପିତା ହେଉଛନ୍ତି ଏହି ବିଶ୍ୱରେ ଚାଲନ୍ତି ପ୍ରତିମା ଭାବେ ତୁମେ ହିଁ ପ୍ରଥମେ ପୂଜ୍ୟ.
ଆପଣାର ଦୁଃଖକୁ ଖାତିରି ନକରି ନିଜର କୋଳରେ ସ୍ଥାନ ଦେଉଥିବା ଜନନୀ ତୁମରି କୋଳ ମଣ୍ଡନକରି ଏ ଜୀବନକୁ ଧନ୍ୟ ମନେ କରିଛି.
ତୁମ ପ୍ରେମଭରା ପଣତକାନି ରେ ତୁମରି ଦାନ ଏ ଶରୀରକୁ କୃପା ରୂପକ ଦୃଷ୍ଟିରେ ଢାଙ୍କି ରଖିଥାଅ. ମୋ ଜୀବନର ପ୍ରଥମ ପଥ ପ୍ରଦର୍ଶକ ରୂପରେ ତୁମେହିଁ ମୋତେ ଦୁନିଆ ଦେଖାଇଛ. ଯେଉଁ ଦୁନିଆରେ ତୁମେ ମୋତେ ବଞ୍ଚିବାର ସାହାରା ଦେଇଛ ସେହି ଦୁନିଆର ସେବାରେ ମୋଜୀବନ ଉତ୍ସର୍ଗୀକୃତ ହେଉ ଏବଂ ସମଗ୍ର ମାତୃସ୍ୱରୂପା ନାରୀ ସମାଜରେ ଯେପରି ମୋତେ ସେବା କରିବାର ସୁଯୋଗ ମିଳୁ ଏହା ହିଁ ତୁମ ଚରଣରେ ପ୍ରାର୍ଥନା.
ମାଁ ପାଇଁ ଯେତେବି କହିଲେ ତାହା ଯେପରି, ଲୁଣ ସମୁଦ୍ରର ଗଭୀରତା ମାପି ପାରିନଥାଏ ଠିକ ସେହି ପରି ଆମେ ମଧ୍ୟ ପାରିବା ନାହିଁ.
ସ୍ୱୟଂ ଭଗବାନ ଶେଷଦେବ ମଧ୍ୟ ମାଁର ମହିମା ଓ ଗୁଣଗାନକୁ ଶେଷ କରି ପାରିବେ ନାହିଁ.
ଦୁଃଖ ଲାଗେ ଆମ ସମାଜରେ କିଛି କଳଙ୍କିତ ଲୋକଙ୍କ ପାଇଁ. ଯେଉଁ ମନେ ମାତା-ପିତାଙ୍କୁ ନେଇ ବାଦ ବିବାଦ କରିଥାନ୍ତି.
ମାତା-ପିତା ମଧ୍ୟରେ ବଡ଼ ସାନ କଥାକୁ ନେଇ ବହୁ ଚର୍ଚ୍ଚା କରିଥାନ୍ତି.
ଜଣେ ଯୋଗ୍ୟ ସନ୍ତାନ ପାଇଁ ଏପରି ଚିନ୍ତାଧାରା ଠିକ ବୋଲି ବିବେଚନା କରାଯାଇନଥାଏ.
ଏହାର ଜ୍ୱଳନ୍ତ ପ୍ରମାଣ ଆମ ଭାରତୀୟ ହିନ୍ଦୁଧର୍ମର ପୁରାଣ ଗ୍ରନ୍ଥ ଗୁଡିକରେ ମିଳିଥାଏ. ଧର୍ମୀୟ ଭାବନା ସହିତ ଆମ ହିନ୍ଦୁ ଧର୍ମର ସମ୍ପର୍କ ଅତି ନିବିଡ ତେଣୁ ଭାରତୀୟ ସଂସ୍କୃତିର ପ୍ରଥମ ପ୍ରାଣକେନ୍ଦ୍ରର ମୂଳାଧାର ହିଁ ହିନ୍ଦୁ ଧର୍ମକୁ କୁହାଯାଇଥାଏ.
ସେହି ପୁରାଣ ଗୁଡିକ ମଧ୍ୟରୁ ମନୁସ୍ମୃତିରେ ଲେଖା ଅଛି, ''ସହସ୍ରଂ ତୁ ପିତୃନ୍ମାତା ଗୌରବେଣା ତିରିଚ୍ୟତେ" (ମନୁସ୍ମୃତି -2/145) ଅର୍ଥାତ, ମାତାଙ୍କର ସ୍ଥାନ ପିତାଙ୍କ ଅପେକ୍ଷା ଶହେ ଗୁଣ ବଡ଼ ବୋଲି କଥିତ ରହିଛି.
ମାଁ ଯେତେବେଳେ ନିଜ ସୌନ୍ଦର୍ଯ୍ୟର ସୁଖକୁ ତ୍ୟାଗ କରି,ନିଜ ଶରୀରର ବିନିମୟରେ ନିଜ ବୁକୁର ଦୁଗ୍ଧ ପାନ କରାଇ ନିଜ ସନ୍ତାନକୁ ପାଳନ କରିଥାଏ.
ସେହି ପରି ମାଁ ନିଜ ସନ୍ତାନ ପାଇଁ କେତେଯେ କାର୍ଯ୍ୟ ତୁଲାଇଥାଏ ତାହାର କୌଣସି ତୁଳନା ନାହିଁ.
ବିଶେଷକରି ମାଁ
ଧାତ୍ରୀ,ନାପିତ,ରଜକ,ଦର୍ଜୀ,ଗୁରୁ ଏବଂ ଭଲ ବନ୍ଧୁ ଭାବରେ କାର୍ଯ୍ୟ କରିଥାନ୍ତି.
ସବୁଠାରୁ ବଡ଼ କାର୍ଯ୍ୟ ସନ୍ତାନର ମଳ-ମୁତ୍ରାଦିକୁ ପରିଷ୍କାର କରୁଥିବା ହେତୁ ମାଁ ଜଣେ ମେହେନ୍ତର କାର୍ଯ୍ୟ ମଧ୍ୟ କରିଥାନ୍ତି.
ଏତେ ସବୁ କାର୍ଯ୍ୟକୁ ମାଁ ବୋଝ ସ୍ୱରୂପ ମନେନକରି, ଅତ୍ୟନ୍ତ ସ୍ନେହ, ମମତା ଓ ଉଦ୍ୟମର ସହିତ ଯତ୍ନ ମଧ୍ୟ କରିଥାନ୍ତି ଏବଂ ତାହାର ବିନିମୟରେ କୌଣସି ପ୍ରାପ୍ତିର ଆଶାମଧ୍ୟ ରଖନ୍ତି ନାହିଁ.
ଶିଶୁର ଶରୀରରେ କେବେ ଦୁଃଖ କଷ୍ଟ ହେଲା ତେବେ ମାଁ ଶରୀରର ଶକ୍ତିମଧ୍ୟ କମି ଯାଇଥାଏ.
ଫଳତଃ ଏହି ସଂସାରରେ ସନ୍ତାନର ଲାଳନ ପାଳନ କ୍ଷେତ୍ରରେ ମାଁ ସମକକ୍ଷ ଆଉ କିଏ ବା ହୋଇ ପାରିବ?
କୁହାଯାଏ -"ମାତା ସମ ନାସ୍ତି ଶରୀର ପୋଷଣଂ"
ସେହି କାରଣ ହେତୁ ମାଁର ସ୍ଥାନ ଉଚ୍ଚରେ ରହିଥାଏ.
ଶାସ୍ତ୍ରରେ ମଧ୍ୟ କୁହାଯାଇଛି -"ମାତା ଚ କମଳା ଦେବୀ " ମାଁଙ୍କୁ ସ୍ୱୟଂ ଲକ୍ଷ୍ମୀ ବୋଲି କୁହାଯାଏ.
ଆମ ଜୀବନର ସେହି ସମୟ ଅତ୍ୟନ୍ତ ଚିରସ୍ମରଣୀୟ ଏବଂ ହୃଦୟସ୍ପର୍ଶୀ ହୋଇଥାଏ, ଯେଉଁ ସମୟରେ ମାଁର ପ୍ରେମ ଓ ମମତା ଅତ୍ୟଧିକ ଭାବରେ ପ୍ରସ୍ଫୁଟିତ ହେଉଥିଲା ଆମ ଉପରେ.
ଦୁଃଖ ର କଥା ଆମେ ସେତେବେଳେ ବିଚାର କରିବା ପାଇଁ ସକ୍ଷମ ନଥିଲୁ.
ଯେତେବେଳେ ଆମେ ଆମେ ଛୋଟ ଛୋଟ କଥା ରେ କାନ୍ଦିଥାଉ ଆମ କାନ୍ଦକୁ ବନ୍ଦ କରିବା ପାଇଁ,ଆମ ମୁହଁ ରେ ଟିକେ ହସଫୁଟେଇବା ପାଇଁ, କେତେଯେ ପ୍ରଚେଷ୍ଟା ମାଁ କରିଥାନ୍ତି ତାହାର କୌଣସି କଳନା ନଥାଏ. ଯେତେବେଳେ ଛୋଟ ଶିଶୁଟି ଶୋଇବା ସମୟରେ ପରିଶ୍ରା କରିଦିଏ ସେତେବେଳେ କନ୍ଥାଟି ଓଦା ହୋଇ ଯାଇଥାଏ କିନ୍ତୁ ମାଁ ସେହି ଓଦା ପଟରେ ନିଜେ ଶୋଇ ଭଲ ଜାଗାରେ ନିଜ ଛୁଆକୁ ଶୁଆଇ ଥାନ୍ତି.
ସେତେବେଳେ ମାଁ କୌଣସି ବାଛ ବିଚାରର ଭାବନା ନକରି ସଦା ସର୍ବଦା ଶିଶୁକୁ ଖୁସିରେ ରଖିଥାନ୍ତି.
ଛୋଟ ଶିଶୁ ଯେତେବେଳେ ଚାଲିବା ଶିଖିନଥାଏ ମାଁର ହାତଆଙ୍ଗୁଳି ଧରି ଚାଲୁଥାଏ ଏବଂ ବେଳେ ବେଳେ ମାଁ ର ଶାଢ଼ୀର ପଣତକାନିକୁ ଧରି ମଧ୍ୟ ଚାଲିବା ପାଇଁ ଚେଷ୍ଟା କରିଥାଏ.
କେହି ଅଚିନ୍ହା ଲୋକଙ୍କୁ ଦେଖିବାକ୍ଷଣୀ ମାଁ ର ପଣତକାନି ରେ ଲୁଚିଯାଇଥାଏ.
ସବୁପ୍ରକାର ଆମକୁ ସେବା ଯୋଗାଇଦେବା ରେ ମାଁର ଭୂମିକା ରହିଅଛି, ତେଣୁ ମାଁ ହେଉଛି ବିଶ୍ୱବନ୍ଦିତା! ସର୍ବ ପୂଜିତା ! ସର୍ବ ସଂହିଣୀ ! କଲ୍ୟାଣ ପ୍ରଦାୟୀନି! ମମତା ଦାୟୀନି. ମାଁ ଠାରୁ ସନ୍ତାନ ପାଇଥାଏ ସର୍ବଶ୍ରେଷ୍ଠ ଜ୍ଞାନ ଏବଂ ସେହି ଜ୍ଞାନ ହିଁ ପିଲାଙ୍କୁ କରିଥାଏ ସଂସ୍କାରି. ଦେଶରେ ପିଲାଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏବଂ ଦେଶ ଗଠନ ପାଇଁ ଓ ଚରିତ୍ର ନିର୍ମାଣ ପାଇଁ ଏକ ମାତ୍ର ପ୍ରଥମ ପଥପ୍ରଦର୍ଶକ ହେଉଛନ୍ତି ମାଁ. ଏହି ବିଶ୍ୱରେ ସନ୍ତାନ ପାଇଁ ମାଁ ହିଁ ଏକମାତ୍ର ଦେବୀସ୍ୱରୂପା ଅଟନ୍ତି.
ଏଣୁ କୁହାଯାଏ "ମାଁ ପରି କେହି ନାହିଁ ଜଗତେ " .
