STORYMIRROR

Dr Jharana Satapathy

Tragedy Inspirational

4  

Dr Jharana Satapathy

Tragedy Inspirational

ମାଆ ମୁଁ ସ୍ବାଧୀନ ହୋଇଯାଇଛି

ମାଆ ମୁଁ ସ୍ବାଧୀନ ହୋଇଯାଇଛି

1 min
213

ଆଲୋ ଝିଅ ପରୀ, ସେ ପ୍ରଜାପତିଟାର ପଛେ ପଛେ କାହିଁକି ଦୌଡୁଛୁ !


ଏ ମାଆ ଦେଖ ଦେଖ ପ୍ରଜାପତିର କେମିତି ଡେଣା ଅଛି। ମୋର ସେମିତି ଡେଣାଥିଲେ ମୁଁ ପରୀ ଭଳି ଦିଶନ୍ତି ନା। 


ତୁ ତ ଏମିତିରେ ମୋର ନହ୍ନି ମୁନି ପରିଟିଏ। 


ସିଏ ଯେଭଳି ସ୍ବାଧୀନ ଭାବରେ ଉଡି ବୁଲୁଛି ମୁଁ ସେଭଳି ଉଡି ବୁଲିବାକୁ ଚାହେଁ ମାଆ।


ମୋ ନାଆଁ ପରା ତୁମେ ପରୀ ଦେଇଛ। ମୋର ଡେଣା ଯଦି ଥାଆନ୍ତା ମୁଁ ଏମିତି ଉଡି ଵୁଲନ୍ତି। ଦୁନିଆ କଣ ଦେଖନ୍ତି ? ତୁମେ ସବୁବେଳେ ପରୀରାଇଜର କାହାଣୀ କୁହ। ସୋନପରୀ କଥାତ ମୁଁ ଜାଣିଛି। 


ଏ ଭଳି ସ୍ବାଧୀନତା କ'ଣ ମତେ ମିଳିବ ନାହିଁ ମାଆ !


ତୁ ପରା ଝିଅ ପିଲାଟିଏ !


ତା ମାନେ ଝିଅମାନଙ୍କର କୌଣସି ସ୍ବାଧୀନତା ନାହିଁ।


ତା ମାନେ ତୁ ନିର୍ଭୟରେ ଏକୁଟିଆ ଯାଇପାରିବୁ ଵୁଲିପାରିବୁ, ଖେଳିପାରିବୁ! 


ହଁ ମା କାହିଁକି ନୁହଁ ! 


ମାଆ ସେ ଝିଅ ହେଉ କିମ୍ବା ପୁଅ ନିଜକୁ ଆତ୍ମନିର୍ଭରଶୀଳତା ହେବା ସହ ନିର୍ଭିକ ବି ହେବା ଉଚିତ। ନାରୀ କୌଣସି କ୍ଷେତ୍ରରେ ଅବଳା ଦୁର୍ବଳା ନୁହଁ। ସେ ବି ପୁରୁଷଙ୍କ ସହ ସମକ୍ଷକ ହୋଇ ପାରିବ। କଣ କରି ନ ପାରେ ଏ ନାରୀ। ଗୋଟେ ଘର କୋଣରେ ପଡି ରହି ଜୀବନକୁ ତଳିତଳାନ୍ତ କରି ନିର୍ଯ୍ୟାତନା ସହି ଲୁହ ଗଡେଇ ସଵୁ ସହ୍ୟ କରିଦେଲେ ହେଵ ନାହିଁ। 


ଶୁଣେ ଶୁଣେ ମୋ କଥା ପିଲାଟା ଯମା ମୋ କଥା ବୁଝୁନି କି ଶୁଣୁନି। ଦେଖ ତ୍ରିରଙ୍ଗା ପତକା କେମିତି ଫରଫର ହୋଇ ଉଡୁଛି ସ୍ବାଧୀନ ଭାବରେ ଆଜି ସ୍ବାଧୀନତା ଦିଵସରେ। ମୁଁ ବି ଟିକେ ସ୍ବାଧୀନତା ଚାହେଁ ମାଆ। କିଛି ସମୟ ପରେ ମିଳିଥିଲା ଝିଅର ଶବ ବିଲ ମାଳରୁ। ମାଆକୁ ବାରମ୍ବାର ସେହି କଥାଟି ଶୁଭୁଥିଲା ମାଆ ମୁଁ ସ୍ବାଧୀନ ହୋଇଯାଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy