STORYMIRROR

Smruti S Routray

Inspirational Others

2  

Smruti S Routray

Inspirational Others

ମା'

ମା'

1 min
2.6K


ଅପଲକ ନୟନରେ ମୋ ଆଡ଼କୁ ଚାହିଁ "ମ୍ୟାଉଁ ମ୍ୟାଉଁ" ହେଉଥାଏ କୁନି ବିଲେଇ ଛୁଆଟି ।ମୁଁ ତା ଆଡ଼କୁ ଥରେ ଦି ଥର ଚାହିଁ ନଜର ଫେରାଇ ଆଣୁଥାଏ ମୋ ବହି ଉପରକୁ ।ବୁଝିବାକୁ ଚେଷ୍ଟା କରୁନଥାଏ ଅବଶ୍ୟ ତା ବିଳାପକୁ ।ବୋଉ ଆସି କହିଲା ବିଲେଇ ଛୁଆଟା ଏତେ ଜୋରରେ ଡାକୁଛି କ’ଣ ?କଥା କ’ଣ କି...ଆମ ପଢା ଘରେ ଛୁଆ ବିଲେଇ ଯାଇ ଖଟ ଉପରେ ଶୋଇଥିଲା ।ମୁଁ ତାକୁ ଘଉଡ଼ାଇ ଦେଇ କହିଲି.. ହୁଁ... ବିଲେଇ ମାନଙ୍କ ପାଇଁ ବି ଆଜିକାଲି ଗଦି ଲୋଡ଼ା ହେଲାଣି..। ବିରକ୍ତ ହେଇ ତାକୁ ବାହାରକୁ ଆଣି କବାଟଟା କିଳିଦେଲି ବାହାର ପଟୁ ।ବୋଉ ଏବେ ଯେତେବେଳେ ଛୁଆର ପାଟି ଶୁଣି କବାଟଟା ଖୋଲିଦିଅନ୍ତେ ମା’ ବିଲେଇ ଦଉଡି ଆସି ତା’ ଛୁଆ ପାଖରେ ।ଆହା...।ବୋଉ କହିଲା ଦେଖିଲୁ..ତା’ ମା’କୁ ନ ପାଇ ସେ ଏମିତି ଡାକୁଛି.. ମୁଁ ଚାହିଁ ରହିଥାଏ ସେ ମା ବିଲେଇକୁ ।ମନେ ପଡିଗଲା ଆଜି "ମାତୃତ୍ୱ ଦିବସ"। ଆଉ ଆଜି ଭଳି ଦିନରେ ମୁଁ...।ବୋଉ ଯେ ସଙ୍ଗେ ସଙ୍ଗେ ଆସି ଛୁଆ ବିଲେଇର ମନକୁ ବୁଝିପାରିଲା... ଅଥଚ ମୁଁ ଜାଣି ପାରିଲିନି?ଉତ୍ତର ବୋଧେ ଥିଲା ସେ "ମାତୃତ୍ୱ" ଶବ୍ଦ ଭିତରେ,ବୁଝିବାକୁ ବାକି ରହିଲାନି ଯେ,"ମା ତ କେବଳ ମା’.. ସେ ପଶୁର ହେଉ ଅବା ମଣିଷ ର..."।

©ସ୍ମୃତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Smruti S Routray

ମା'

ମା'

1 min ପଢ଼ନ୍ତୁ

Similar oriya story from Inspirational