Narayan chandra Senapati

Tragedy

3  

Narayan chandra Senapati

Tragedy

ଲୁଚିଗଲେ ଅସଲ ଶହୀଦ

ଲୁଚିଗଲେ ଅସଲ ଶହୀଦ

3 mins
526



  ସେଦିନ ଅଙ୍କିତ ତା ବାପାଙ୍କୁ ଆସି ବିଦ୍ୟାଳୟର ପୁଲୱାମା ଦୁର୍ଘଟଣା ପାଇଁ ଶୋକ ସଭା କଥା କହୁ କହୁ ତା ଆଖିରୁ ଝରି ପଡିଲା ଦୁଇ ଧାର ଅଶ୍ରୁ।ବାପା ସୋମନାଥ ଜଣେ ଅବସରପ୍ରାପ୍ତ ସେନା ବିଭାଗର ଅଧିକାରୀ।ଭାରି ଦରଦୀ ମଣିଷ ସେ।ଯୁଦ୍ଧ ଦେଖି ଦେଖି ଯେମିତି ଛାତିଟା ବଜ୍ର,ମୃତକଙ୍କ ପରିବାର ଲୋକଙ୍କ କାନ୍ଦ ଶୁଣି ଶୁଣି ତାଙ୍କ ହୃଦୟ ବି ହୋଇଯାଇଛି ଲହୁଣି ପରି କୋମଳ।ସେ ପୁଅର ଆଖିରୁ ଲୁହ ପୋଛି ଦେଲେ।


 ଅଙ୍କିତ କହିଲା ବାପା,ଓଡ଼ିଶାର ଦୁଇଜଣ ଏହି ଦୁର୍ଘଟଣାରେ ଶହୀଦ ହୋଇଯାଇଛନ୍ତି ଆମ ଶିକ୍ଷକ କହୁଥିଲେ। କହିଲ ଦେଖି,ଏଇ ଶହୀଦ ର ଅର୍ଥ କ'ଣ ? ବାପା କହିଲେ,ଶତ୍ରୁଙ୍କ ସହ ଯୁଦ୍ଧ କରି କରି ଯିଏ ଦେଶପାଇଁ ହସି ହସି ଜୀବନ ଦିଏ,ତାକୁ କୁହାଯାଏ ଶହୀଦ।ଅଙ୍କିତ କହିଲା, ବାପା,ଏ ଶହୀଦ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ଦେଶ ରକ୍ଷା କରନ୍ତି ଦେଶ କଣ ତାଙ୍କୁ ସମ୍ମାନ ଦିଏ?ସୋମନାଥ ବାବୁ କହିଲେ,ଦେଶ ଖାଲି ସମ୍ମାନ ନୁହଁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ବି ଦିଏ।ଜାତି ତାଙ୍କୁ ଝୁରିହୁଏ।ଇତିହାସରେ ମଧ୍ୟ ତାଙ୍କ ନାମ ଲିପିବଦ୍ଧ ହୁଏ।


 ତୁମେ ମିଛ କହୁଛ ବାପା,ସବୁ ଶହୀଦଙ୍କୁ ଏ ସମ୍ମାନ ମିଳେ ନାହିଁ,କେତେକ ଅସଲ ଶହୀଦଙ୍କ ସମ୍ମାନ ବି ଶହୀଦ ହୋଇଯାଏ ....,କାହାର ଆଖିରୁ ବି ଟୋପାଏ ଲୁହ ଝରେନାହିଁ ଏମାନଙ୍କ ପାଇଁ.....,ସମ୍ମାନ ତ ଦୂରର କଥା।ବାପା କହିଲେ ନାଁ ରେ ଅଙ୍କିତ ମୋ ଜାଣିବାରେ ଆଜିଯାଏ ଏଭଳି ସ୍ୱାର୍ଥପରତା ମୋ ଭାରତବର୍ଷରେ ଘଟିନାହିଁ।ଅଙ୍କିତ କହିଲା, ବାପା ମୁଁ କହୁଛି ଶୁଣ,ତାପରେ ମୋତେ କହିବ କେତେକ ଅସଲ ଶହୀଦଙ୍କୁ ସମ୍ମାନ ଦିଆ ଯାଏ କି ନାହିଁ।  

 

  କିଏ ଜାଣିଥିଲା ସେଦିନ ଏମିତି ଅଘଟଣ ଘଟିବ ବୋଲି।ଆତଙ୍କବାଦୀଙ୍କ ଗୋଳାବାରୁଦ ପୂର୍ଣ୍ଣ ଭ୍ୟାନ ଆଶଙ୍କା ଭିତରେ ବିଜୁଳି ଗତିରେ ଚାଲିଥାଏ।ଭାରତୀୟ ସୈନିକ ମାନଙ୍କ ସମାବେଶ ଦେଖି ଥରୁଥିଲା ସେମାନଙ୍କ ଛାତି।କେମିତି ସେସବୁ ଧରି ଯିବେ ସେମାନେ ? ଅତି ଜଟିଳ ପରିସ୍ଥିତି ! ଧରାପଡିଲେ ଗୋଳାବାରୁଦ ଗାଡି ତ ତୁଚ୍ଛ, କିନ୍ତୁ ଆତଙ୍କବାଦୀମାନେ ହେବେ ବନ୍ଦୀ।ତାଙ୍କୁ ଜେରା କରି କରି ସମୂହ ସଙ୍ଗଠନ ବି ହେବ ଧ୍ବଂସ।ଜଣାଇଲେ ଆତଙ୍କବାଦୀ ସଂଗଠନର ମୁଖିଆଙ୍କ।ସେ ନିର୍ଦ୍ଦେଶ ଦେଲେ ପବନ ବେଗରେ ଆସିବ, ମାତ୍ର ଯେପରି ଧରାପଡି ସଙ୍ଗଠନକୁ ଧ୍ବଂସ ନ କର।ଜାଳି ଦିଅ,ନଚେତ ଜଳିଯାଅ କିନ୍ତୁ ଆମ ବିଶ୍ୱାସକୁ କେବେ ଯେମିତି ପାଉଁଶ ନ କର।ଅତି ଦ୍ରୁତ ଗତିରେ ଚାଲିଲା ସେ ଭ୍ୟାନ।ଭାରତୀୟ ସୈନ୍ୟବାହିନୀର ଗୁଡାଏ ଭ୍ୟାନ ଚାଲିଥାଏ ଧାଡି ଧାଡି।ସୈନିକଙ୍କ ମନରେ ଅଦମ୍ୟ ବୀରତ୍ୱ ଓ ମାତୃଭୂମି ପ୍ରତି ପ୍ରେମ ଭକ୍ତିର ଜୁଆର।ମଝିରେ ଥାଏ ଏ ଗୋଳା ବାରୁଦର ଭ୍ୟାନ।କିଂକର୍ତ୍ତବ୍ୟବିମୁଢ ପ୍ରାୟ ଛୁଟୁ ଚାଲିଛି ସତେ ଅବା ଶୁନ୍ୟରେ।ଏକଥାକୁ ସିନା ପରଖି ପାରିଲାନି ସୈନିକ ଦଳ ହେଲେ ପରଖିଥିଲା ପାନା, ଏକ ବିଶ୍ୱସ୍ତ ପୋଲିସ କୁକୁର।ଏ ଦୁର୍ବୃତ୍ତର ବାସ୍ନା ବାଜି ତା ହୃଦୟ କମ୍ପୁଥିଲା,ମନ ଚାହୁଁଥିଲା ସେମାନଙ୍କୁ ଝୁଣି ପକାନ୍ତାକି ତା ତୀକ୍ଷଣ ଦାନ୍ତରେ।ବାରମ୍ବାର ସମ୍ବାଦ ଦେବା ପାଇଁ ଚାହିଁଲା ଭାରତୀୟ ସୈନିକଙ୍କୁ କିନ୍ତୁ କାହାର ଲକ୍ଷ୍ୟ ଭେଦି ପାରିଲା ନାହିଁ ଏ ଦେଶପ୍ରେମୀ ବିଶ୍ୱସ୍ତ ଜୀବଟିର ଅନ୍ତରର ବାର୍ତ୍ତା।ଶେଷରେ ଝାମ୍ପ ଦେଲା ଦୁର୍ବୃତ୍ତଙ୍କ ଗାଡି ସମ୍ମୁଖକୁ।ଲକ୍ଷ୍ୟ ଭ୍ରଷ୍ଟ ହୋଇ ଦୁର୍ବୃତ୍ତ ଗାଡି ଚାଳକ ଦକ୍ଷିଣକୁ ଷ୍ଟିଅରିଂ ବୁଲାଇଲା।ବିଚରା ପାନାଟା ଶହୀଦ ହୋଇଗଲା ଗାଡି ଆଗରେ ।ଗାଡି ଧକ୍କା କଲା ଗୋଟିଏ ଭ୍ୟାନକୁ।ଜଳିଗଲେ ବାରୁଦରେ ମୋ ଆର୍ଯ୍ୟ ଭୂମିର ଦାୟାଦ ଚୌରାଲିଶ ଜଣ।ଯଦି ପାନା ଏତିକି ଉଦ୍ୟମ କରିନଥାନ୍ତା ତେବେ ତିନି ତିନିଟି ଭ୍ୟାନରେ ଅନ୍ୟୁନ ଶହେ କୋଡ଼ିଏରୁ ଉର୍ଦ୍ଧ୍ଵ ହୋଇଥାନ୍ତେ ଶହୀଦ।ଆଜି ଖାଲି ଓଡ଼ିଶାର ଦୁଇ ବରପୁତ୍ର ନୁହଁ ଏଇମିତି ଭାରତବର୍ଷର ଚୌରାଲିଶ ଜଣଙ୍କ ଶୋକ ସଭା,ପରିବାରକୁ ସହାୟତା,ଜୟଗାନରେ ଭାରତବର୍ଷ ଉତ୍ଫୁଲ୍ଲିତ ହେଲା,ହେଲେ ଲୁଚିଗଲେ ଅସଲ ଶହୀଦ। ଏସବୁ ପାଇବାକୁ କଣ ଯୋଗ୍ୟ ନ ଥିଲା ପାନା ? ଜାତୀୟ ପତାକା,କି ଜାତୀୟ ସଙ୍ଗୀତର ସମ୍ମାନ କ'ଣ ସେ କରି ନ ଥିଲା ?ମାଟିକୁ କଣ ମହାନ କରି ନ ଥିଲା?ମୋ ମତରେ ଶତ୍ରୁଙ୍କୁ ଚିହ୍ନି ସମ୍ମୁଖ ଯୁଦ୍ଧ ସେ ହିଁ ବୀରତ୍ୱର ସହ କରିଥିଲା,ହେଲେ ଆର୍ଯ୍ୟ ଭୂମି ତାକୁ ଅନାର୍ଯ୍ୟ ଭାବିଲା କାହିଁକି?କେବଳ ତଫାତ ଏତିକି,ସେ ମଣିଷ ନ ଥିଲା,ଥିଲା ଏକ ପଶୁ।ହେଲେ ସେ କଣ ଶହୀଦର ଆସନ ପାଇବାକୁ ଅଯୋଗ୍ୟ?

 

ପୁଅର ଅକାଟ୍ୟ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ପାରିଲେ ନାହିଁ ସୋମନାଥ ବାବୁ।ହେଲେ ତାଙ୍କ ପାଖରେ ଏ ଜଟିଳ ପ୍ରଶ୍ନର ସରଳ ଉତ୍ତର ଦେବାକୁ ତାଙ୍କ ଅଭିଜ୍ଞତାର ଦୀପାଳିରେ ଆଲୋକ ନ ଥିଲା।ପୁଅର ମୁଣ୍ଡରେ ହାତ ଦେଇ ଖାଲି ଏତିକି କହିଲେ,ଅଙ୍କିତ ସତରେ ତୋର ଏ ଯୁକ୍ତି ଅକାଟ୍ୟ।ସମସ୍ତଙ୍କର ସୂକ୍ଷ୍ମ ଦୃଷ୍ଟି ନିଶ୍ଚିତଭାବେ ଏଥିପ୍ରତି ପଡିବା ନିତ୍ୟାନ୍ତ ଆବଶ୍ୟକ।




Rate this content
Log in

Similar oriya story from Tragedy