ABADHOOT PANDA

Children

3  

ABADHOOT PANDA

Children

ଲୋଭି କୋକିଶିଆଳି

ଲୋଭି କୋକିଶିଆଳି

1 min
142



            

      ଅନେକ ବର୍ଷ ପୂର୍ବେ ଜଣେ ଗୋପାଳ ଯୁବକ ଜନୈକ ଜମିଦାରଙ୍କ ଗୋରୁ ଗୋଠର ଯତ୍ନ ନେବା ସହିତ ପ୍ରତିଦିନ ଜଙ୍ଗଲ ପାଖ ଘାସ ପଡିଆକୁ ଚରାଇ ନେଉଥିଲା l ଦିନକର ଘଟଣା l ଖରା ଦିନ l ଉଦୁଉଦିଆ ଖରା ଯୋଗୁଁ ଗାଈ ଜଗୁଆଳ ଯୁବକ ଏକ ବରଗଛ କୋରଡ଼ରେ ନିଜର ଖାଦ୍ୟ ପୁଟୁଳି ରଖିଦେଇ ଗଛ ମୂଳେ ଶୋଇ ପଡ଼ିଲା l

     ଗଛ ପାଖରୁ କିଛି ଦୂରରେ ଥିବା ଏକ ବୁଦା ଭିତରେ ଗୋଟେ କୋକିଶିଆଳି ରହୁଥିଲା l ଖାଦ୍ୟ ଖୋଜୁ ଖୋଜୁ ଆସି ବରଗଛ ମୂଳେ ପହଞ୍ଚିଲା l ବାସ୍ନା ଶୁଙ୍ଘି ଶୁଙ୍ଘି ଗଛ ଉପରେ ଚଢ଼ି କୋରଡ଼ ଭିତରେ ପଶି ପୁଟୁଳି ଛିଣ୍ଡେଇ ଭୋକିଲା କୋକିଶିଆଳି ଲୋଭରେ ସବୁ ଖାଦ୍ୟ ଖାଇଦେଲା ଓ ପେଟ ଫୁଲି ଯିବାରୁ କୋରଡ଼ ଭିତରୁ ବାହାରି ପାରିଲାନି l ତାପରେ ଗାଈଆଳ ନିଦରୁ ଉଠି ଖାଦ୍ୟ ପୁଟୁଳି ଆଣିବାକୁ କୋରଡ଼ ଭିତରେ ହାତ ପୁରାଇଦେବାରୁ କୋକି ଶିଆଳି ତା ହାତକୁ କାମୁଡ଼ିଦେଲା l ଗାଈଆଳ ପେଟରେ ଭୋକ l ହାତରେ କାମୁଡ଼ା ଘାଆରୁ ରକ୍ତ ବାହାରୁଥାଏ l ତେଣୁ ସେ ଭୀଷଣ ରାଗିଯାଇ ତାର ଲମ୍ବା ବାଡ଼ିରେ କେଞ୍ଚି କେଞ୍ଚି କୋକିଶିଆଳିଟିକୁ ମାରିଦେଲା l ମଲା କୋକି କୋରଡ଼ ଭିତରେ ପଡ଼ିରହିଲା l ତେଣୁ କଥାରେ ଅଛି ଲୋଭରୁ ପାପ ଓ ପାପରୁ ମୃତ୍ୟୁ l

             



Rate this content
Log in

Similar oriya story from Children