STORYMIRROR

KSHIRADRI SAHU

Inspirational

4  

KSHIRADRI SAHU

Inspirational

ଲୋଭ

ଲୋଭ

2 mins
200


   

   ଭଗବାନ୍ ସୃଷ୍ଟି ରଚନା କଲାବେଳେ ଏଇ ଛୋଟିଆ ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ ଲୋଭ''ଯାହାରକି ବିରାଟ ଆକାର'' ସୃଷ୍ଟିକରି ମଣିଷକୁ ଅମଣିଷ ହବାରେ ସାହାଯ୍ୟ କଲେ ! ଯେତେ ପାଇଲେ ବି ମଣିଷ ଏହି ଲୋଭର ବଶବର୍ତ୍ତୀ ହୋଇ ଆହୁରି ଲୋଭ କରେ ଆଉ ଶେଷରେ ଲୋଭ ହିଁ ମଣିକୁ ବିପଦକୁ ଟାଣି ନିଏ !!

       କୃପଣ ବା ଲୋଭ ମଣିଷର ଶୋଳ କଳାରୁ ଗୋଟିଏ କଳା ! କେହି ଏଥିରୁ ବାଦ ଯାଇନି ସଂସାରରେ !


       ଗୋଟିଏ ଗରିବ ବ୍ରାହ୍ମଣ ଥିଲା କାମଦାମ ନ କରି ଯୋଉଠି ଯାହା ମିଳେ ଖାଇଦେଇ ଖୁସିରେ ସମୟ କଟାଏ ! ଘରେ ସ୍ତ୍ରୀ ଓଳିଏ ଖାଇଲେ ଓଲିଏ ଉପାସରେ କଟାଏ ଦିନେ ଭାବିଲା କେଉଁ ଉପାୟ କଲେ ଘରେ ବସି ବସି ଖାଇବା ମିଳିବ ! ତା ମୁଣ୍ଡକୁ ଗୋଟେ ବୁଦ୍ଧି ଯୁଟିଲା ସେ ସକାଳୁ ସକାଳୁ ଗାଧେଇ ପାଧେଇ ଚିତା ଚଇତନ ହୋଇ ମହାଜନଙ୍କ ପାଖକୁ ଯାଇ କହିଲା ମହାଜନେ କାଲି ରାତିରେ ମତେ ଗ୍ରାମଦେବତୀ ସ୍ୱପ୍ନାଦେଶ କରିଛନ୍ତି ମୁଁ ତୁମର ଆର ଜନ୍ମର ପିତା ଥିଲି ତୂମ ପ୍ରତି ମୋର କିଛି କାମ କରିବାର ଅଛି ଯଦି ପାଖରେ ରଖିବ ! ଏମିତି ନଶୁଣି ଖୁସିରେ କୁଣ୍ଢେଇପକେଇ କହିଲେ ! କହିବି କଣ ଆପଣ ଆଜିଠୁ ମୋ ବାପା ହେଇ ମୋ ପାଖରେ ରହିବେ ! 



       ବ୍ରାହ୍ମଣ ଖୁସିରେ ରହିଲା ସଞ୍ଜରେ ତା ସ୍ତ୍ରୀ ଯାଇ କାନ୍ଦି କାନ୍ଦି ନାଟକ କଲା ଯେ ସେ ତା ସ୍ୱାମୀ ବିନା ବଞ୍ଚି ପାରିବନି ତାକୁ ବି ମହାଜନ ମାଆର ମାନ୍ୟତା ଦେଇ ରଖିଲେ ! ଚାକର ପୂଝାରୀ ସବୁ ସେବା ପାଇ ଆରାମ୍ ରେ କିଛି ଦିନ କଟିଗଲା ! ଦିନେ ରାଜା ଘୋଷଣା କଲେ ଯେ ଜଣେ ଦରିଦ୍ର ବ୍ରାହ୍ମଣକୁ ଶହେ ସ୍ୱର୍ଣମୂଦ୍ରା ଦାନ ଦେବେ ! ବିଚରା ବ୍ରାହ୍ମଣ ଲୋଭ ସମାଳି ପାରିଲାନି ତାଆର ପୂରୁଣା ପୋଷାକ ପିନ୍ଧି ଚିତା ତିଳକ ଲଗାଇ ପହଞ୍ଚିଗଲା ସଭାରେ! ସେଇଠି ମହାଜନ ବି ଥିଲେ !କହିଲେ ତୁମେ ଏଠି ବିଚରା ଲୋଭୀ ବ୍ରାହ୍ମଣ ଥଙ୍ଗ ଥଙ୍ଗ ହେଇ ଏଣୁ ତେଣୁ କହିଲା ! ରାଜା ଙ୍କ ଧମକ୍ ରେ ସବୁ ସତ ମାନିଲା ରାଜା ତାକୁ ଦଣ୍ଡ ଘୋଷଣା କଲେ ବିଚରା ଲୋଭର ଫଳ ପାଇ ସବୁ ସୁଖ ହରେଇ ଯୋଉ ଗରିବ ସେଇ ଗରିବରେ ରହିଗଲା ଅତି ଲୋଭରୁ ଏମିତି ହେଲା ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational