ଲକ୍ ଡାଉନ୍
ଲକ୍ ଡାଉନ୍


ଶ୍ରମିକ_ଦିବସ(ମଇ ୧)୨୦୨୦
ଶ୍ରମିକ ଦିବସ ପାଳନ ନାମରେ ଯେଉଁମାନେ ଶ୍ରମିକ ନ ଥାନ୍ତି ହୁଏତ ନିଜ ଫଟୋ ଦେଖେଇ ହେବା ପାଇଁ ଛୋଟ ବଡ଼ ସଭା ଓ ସମିତି ବିଭିନ୍ନ ଜାଗାରେ କରିଥାନ୍ତି କିନ୍ତୁ ଏଥିରେ ଶ୍ରମିକ ର ନା ହୁଏ କିଛି ଉନ୍ନତି ନା ହୁଏ କିଛି ପ୍ରଗତି ସେ ସେମିତି ପୁଣି ଶ୍ରମିକ ହୋଇ ରହିଯାଏ ସବୁଦିନ କାମ କରିବା ପାଇଁ।
ହେଲେ ଆଜି ଏଇ କରୋନା ବିପତ୍ତି ସମୟରେ କିନ୍ତୁ ତାଙ୍କର ଦେଖା ନାହିଁ କାହିଁକି ବା ଆସିଥାନ୍ତେ ନିଜେ ବଞ୍ଚିଲେ ପରା ବାପା ର ନାଁ।
ଆଜି ଆସିଛି ସେଇ ଦିନ ଯାହାକୁ ଶ୍ରମିକ ଦିବସ କୁହାଯାଏ ମଇ ୧ ତାରିଖ ହେଲେ ଆଜି ଶ୍ରମିକ ଅଛି ସତ କିନ୍ତୁ ତା ପାଇଁ ଦିବସ ନାହିଁ ଆଉ ଏଇ ପାଳନ କଥା କିଏ ପଚାରେ!!!
ଏଇ କରୋନା ଲକଡାଉନ୍ ଗତ ଚାଳିଶି ଦିନ ହେବ ତା ପାଇଁ ଆଣି ଦେଇଛି ସବୁ ଦିବସ ଗୁଡ଼ିକ ରାତି କରି ଅନ୍ଧକାର କୁ ଠେଲି ଦେଇଛି ଆଉ ଅଣ୍ଟା ସଳଖି ଠିଆ ହୋଇ ପାରୁନି ଏଇ ଶ୍ରମିକ। ଯେଉଁ ମାନେ କିଛି ସରକାରୀ ସହାୟତା ପାଇଲେ କିଛି ଦିନ ଚଳିଲେ ଆଉ ଯିଏ ନ ପାଇଲେ କର୍ମ କୁ ଆଦରି ରହିଲେ। ଆଉ ଏବେ ଘରକୁ ଫେରୁଛନ୍ତି ଲକଡାଉନ୍ ପରେ।
ନା ଥିଲା କିଛି କହିବାକୁ ନା ଅଛି କିଛି କହିବାକୁ। ସବୁକିଛି ସରିଯାଇଛି!! ସ୍ବପ୍ନ ଉଜୁଡି ଯାଇଛି!!
କିଛିଦିନ_ପରେ_ପୁଣି_ସେଇ_ଦାଦନ_ଯିବା_ପାଇଁ_ଦିନ_ଗଣୁଛି_ନ_ହେଲେ_ତା_ପରିବାର_ଚଳିବ_କେମିତି_!
ଖୁସିର କଥା ଯେ , ପୂରା ବିଶ୍ୱରେ ଏହି ଦିବସକୁ ଗମ୍ଭୀରତାର ସହିତ ପାଳନ କରାଯାଉଛି । ଆଜିର ଦିନରେ ଶ୍ରମିକମାନଙ୍କ ପାଇଁ ସରକାର ନୂଆଁ ନୂଆ ଯୋଜନାର ଶୁଭାରମ୍ଭ କରୁଛନ୍ତି । ଶ୍ରମିକଙ୍କ ମଙ୍ଗଳ ପାଇଁ ହଜାର ହଜାର କୋଟି ଟଙ୍କା ମଞ୍ଜୁରୀ ଦେଉଛନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଯେ , ସରକାର ଯେଉଁ ଉଦେଶ୍ୟ ନେଇ ଯୋଜନାଗୁଡ଼ିକ ଆରମ୍ଭ କରିଥାନ୍ତି , ତା ' କୁ ଶ୍ରମିକଙ୍କ ପାଖରେ ପହଞ୍ଚାଇବାରେ ବିଫଳ ହୋଇ ଥାନ୍ତି ।
ଅନ୍ୟ ରାଜ୍ୟମାନଙ୍କରେ ଯୋଜନାକୁ ଆରମ୍ଭ କରି ସେଗୁଡ଼ିକ କିପରି ରୂପାୟନ ହେବ , ସେଥିପାଇଁ ସରକାର ଯତ୍ନବାନ ଥାନ୍ତି । କିନ୍ତୁ ଆମ ରାଜ୍ୟରେ ଓଲଟା ।
#ଓଡ଼ିଶା_ଶ୍ରମିକ_ରାଜ୍ୟ_ଭାବରେ_ପୁରା_ଭାରତରେ_ଭଲ_ନାମ_କରିପାରିଛି
ରାଜ୍ୟରେ କର୍ମ ସଂସ୍ଥାନର ଅଭାବ ଯୋଗୁଁ ଲକ୍ଷାଧିକ ଶ୍ରମିକ ତାମିଲନାଡୁ , ଆନ୍ଧ୍ରପ୍ରଦେଶ , କେରଲ , ମହାରାଷ୍ଟ୍ର , ଦମନ , ଗୁଜୁରାଟ , ଛତିଶଗଡ , ଝାରଖଣ୍ଡ ରାଜ୍ୟମାନଙ୍କରେ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଆଉ ଫେରିବାକୁ ମନ ବଳାଉ ନାହାନ୍ତି । ପରିବାର ପୋଷିବାକୁ ଯାଉଥିବା ହଜାରେ ସଂଖ୍ୟାରେ ଓଡ଼ିଆ ଶ୍ରମିକମାନେ ବାହାର ରାଜ୍ୟରେ ଗୋତି ଶ୍ରମିକ ଭାବରେ କାମ କରୁଥିବାବେଳେ , ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମାଲିକଙ୍କ ନିର୍ଯ୍ୟାତନା ସହିବାକୁ ପଡ଼ୁଛି । କେବଳ ସେତିକି ନୁହେଁ ଓଡ଼ିଆ ଲୋକମାନେ ଓଡ଼ିଆ ଲୋକମାନଙ୍କୁ ଶ୍ରମିକ ବନାଇବାକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ମଧ୍ୟମ ଶିକ୍ଷିତ ଓଡ଼ିଆ ଯୁବକମାନେ ଅଳ୍ପ ଶିକ୍ଷିତ ଓ ଅପାଠୁଆ ଯୁବକମାନଙ୍କୁ ପ୍ରଲୋଭନ ଦେଖାଇ ବାହାର ରାଜ୍ୟକୁ ଡାକି ନେଉଛନ୍ତି । ସେମାନେ ସେଠାକାର ମାଲିକମାନଙ୍କଠାରୁ ଭଲ କମିଶନ୍ ପାଉଥିବା ବେଳେ , ଶ୍ରମିକର କ୍ଷତି ହେଉଛି । ଓଡ଼ିଆ ଶ୍ରମିକମାନେ ଆଜି ବିଦେଶରେ ବି ଭଲ ନା କରିଛନ୍ତି । ଓମାନ , ସାଉଦୀ ଆରବରେ ହଜାର ହଜାର ସଂଖ୍ୟାରେ ଓଡ଼ିଆ ଶ୍ରମିକ କାମ କରୁଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି ।
ତଥାପି_ସେଇ_ଶ୍ରମିକ_ଆମ_ଦେଶର_ମେରୁଦଣ୍ଡ_ମଧ୍ୟରୁ_ଅନ୍ୟତମ
ସେଇ ଶ୍ରମିକ ମାନଙ୍କୁ ଆଜି ଶ୍ରମିକ ଦିବସରେ ମୋର କୋଟି କୋଟି ପ୍ରଣାମ।