STORYMIRROR

Hrusikesh Pradhan

Abstract

2  

Hrusikesh Pradhan

Abstract

ଛାତ୍ର ସମାଜ

ଛାତ୍ର ସମାଜ

1 min
457

ଛାତ୍ର ସମାଜ ଏକ ସର୍ବ ଶ୍ରେଷ୍ଠ ସମାଜ ଯାହା କି ଏହି ସମାଜରେ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ଜୀବନ ଶୈଳୀକୁ ଖେଳକୁଦ, ଦୋୖଡ଼, ବ୍ୟାୟାମ ଠାରୁ ଆରମ୍ଭ କରି ସର୍ବଦା ଅଗ୍ରସର ହେବା ସହିତ ସମସ୍ତ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ନିଜକୁ ନିୟୋଜିତ କରିଥାଏ। ଯାହା ଜୀବନର କୈାଣସି ସମସ୍ୟା ଉପରେ ସବୁବେଳେ ସଜାଗ ହୋଇ ଇଚ୍ଛା ପୂରଣ କରିବା ଦିଗରେ ନିଜକୁ ଲକ୍ଷ୍ୟ ସ୍ଥଳରେ ଅବସ୍ଥାପିତ କରିଥାଏ।

ଛାତ୍ରର ଏହି ମୂଳ କର୍ତ୍ତବ୍ୟ ବ୍ୟତିତ ଅନ୍ୟ ଏକ ନୂଆ ଭାବନା ଯାହା ସେ ନିଜ ଜୀବନକୁ ଗଢ଼ି ତୋଳିବାକୁ ପ୍ରୟାସ କରିଥାଏ ତାହା ହେଉଛି ଶିକ୍ଷା ଏହି ଶିକ୍ଷା ପ୍ରଣାଳୀକୁ ଉପଯୋଗ କରିବା ପାଇଁ ପିତା ମାତାଙ୍କ ଠାରୁ ଆରମ୍ଭ କରି ଗୁରୁଙ୍କର ସମସ୍ତ ବିଷୟବସ୍ତୁକୁ ଗ୍ରହଣ କରିଥାଏ। ଯାହାଫଳରେ ଛାତ୍ର ଜୀବନର ମୂଲ୍ୟବାନ ଅଭିଜ୍ଞତା ସହ ନିଜର ଲକ୍ଷ୍ୟ ପଥକୁ ଆଗମନ କରିବା ପାଇଁ ଏକ ନିରନ୍ତର ପଥ ଫିଟି ଯାଏ।

ଅନ୍ୟ ଏକ ଦିଗରେ ଛାତ୍ରର ପାଦଦେଶରେ ଛାତ୍ର ସମାଜ ସ୍ଵାଗତ କରିବା ପାଇଁ ଦ୍ବାର ଖୋଲା ରଖିଥାଏ। ଏହି ସମାଜରେ ଛାତ୍ର ନିଜ ଜୀବନକୁ ଉତ୍ସର୍ଗୀକୃତ କରେ ଏବଂ ସାରା ଜୀବନ ଶୈଳୀକୁ ଏହି ସମାଜରେ ବିଭିନ୍ନ ସମୟରେ ବିଭିନ୍ନ ମାର୍ଗ ଉପରେ ଆଲୋଚନା କରିବାର ସୁଯୋଗ ପାଇଥାନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract