STORYMIRROR

Hrusikesh Pradhan

Tragedy

4  

Hrusikesh Pradhan

Tragedy

ବାତ୍ୟାଫୋନୀଉଜାଡ଼ିଲା ଜୀବନ ଜୀବିକା

ବାତ୍ୟାଫୋନୀଉଜାଡ଼ିଲା ଜୀବନ ଜୀବିକା

1 min
599

ଜୀବନ ଜୀବିକା ପ୍ରତ୍ୟେକ ମନୁଷ୍ୟ ଜାତିର ଗୋଟିଏ ମୂଳ ପନ୍ଥା। ମନୁଷ୍ୟ ତାହାର ଜୀବିକା ନିର୍ବାହ କରିବା ପାଇଁ ପ୍ରତ୍ୟେକ ଦିନ ଘୁରିବୁଲୁଥାଏ । ସେହି ଜୀବିକା ନିର୍ବାହ କରିବା ପାଇଁ ମନୁଷ୍ୟ ଚାଷରୁ ଆରମ୍ଭ କରି ବିଭିନ୍ନ ପଶୁ ପାଳନ କରିଥାଏ। ସେଥିରୁ କିଏ କ'ଣ ମୂଖ୍ୟ ଭାବରେ ଗ୍ରହଣ କରିଥାନ୍ତି।

                 

          ଅଭିନାଷ ନାୟକ ନାମକ ଜଣେ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକରେ ଥିବା ପଲଙ୍କ ପଞ୍ଚାୟତର ପଲଙ୍କ ଗ୍ରାମରେ ବାସ କରେ। ସେହି ଗ୍ରାମରେ ୧୦୮୦ ପରିବାର ବାସ କରନ୍ତି ଓ ସମୁଦାୟ ୪୭୫୦ ଜଣ ଜନସଂଖ୍ୟା। ନାୟକ ବାବୁଙ୍କର ମୂଖ୍ୟ ଜୀବନ ଜୀବିକା ଗାଈ ପାଳନ । ସେଥିରୁ ନାୟକ ବାବୁ ଚାଷ କରିବା ସହିତ କ୍ଷୀର ଦୁହିଁ ତାକୁ ବିକ୍ରୟ କରି ନିଜ ପରିବାରର ସାତ ଜଣଙ୍କର ପେଟ ପୋଷଣ କରନ୍ତି ।ପ୍ରତିଦିନ ଗାଈମାନେ ନିଜେ ଚରନ୍ତି ଏବଂ ସନ୍ଧ୍ୟାରେ ଗୁହାଳ ଅର୍ଥାତ୍ ନାୟକ ବାବୁଙ୍କ ଘରକୁ ଫେରନ୍ତି। ଦିନେ ହଠାତ୍ ଫୋନୀ ନାମକ ବାତ୍ୟା ଝଡ଼ ଦୁଇ ଦିନ ଧରି ଆସେ ଓ ଚାରିଆଡ଼େ ଜଳମଗ୍ନ ହୋଇଯାଏ। ବାତ୍ୟା ଶେଷର ପରବର୍ତ୍ତୀ ଦିନ ନାୟକ ବାବୁ ହଠାତ୍ ନିଦ୍ରା ଭଙ୍ଗ ସଦୃଶ ହୋଇଯାଆନ୍ତି ଏବଂ ସେ ସିଧା ଚାଲିଥାନ୍ତି ଚରୁଥିବା ସେହି ସ୍ଥାନକୁ । କିଛି ସମୟ ପରେ ନାୟକ ବାବୁଙ୍କ ଆଖିରୁ ଅଶ୍ରୃଧାର ଛଳ ଛଳ ହୋଇ ବୋହି ଯାଉଥାଏ। କାରଣ ଯିଏ ନାୟକ ବାବୁଙ୍କ ପରିବାରକୁ ସୁଖ ଶାନ୍ତି ଦେଇପାରୁଥିଲା ଏବଂ ଯାହା ପାଇଁ ନାୟକ ବାବୁଙ୍କର ଅର୍ଥରାଶି ବଢ଼ିପାରୁଥିଲା ଏବଂ ନାୟକ ବାବୁଙ୍କ ପରିବାର ଚଳୁଥିଲା। ସେହି କ୍ଷୀର ଦିଆ ଗାଈ ଫୋନୀ ନାମକ ବାତ୍ୟାର ପରବର୍ତ୍ତୀ ସମୟରେ ନଥିଲା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy