Hrusikesh Pradhan

Inspirational

3.0  

Hrusikesh Pradhan

Inspirational

ବତୀଘର

ବତୀଘର

1 min
473


ଏମାନଙ୍କ ଠାରୁ ଆରମ୍ଭ ହୁଏ ପରିବର୍ତ୍ତନର ଧାରା । ଦିନେ ଘରର ଏରୁଣ୍ଡି ଡେଇଁ ନଥିବା ଏହି ମହିଳାମାନେ ଆଜି ସମସ୍ତଙ୍କ ପାଇଁ ପାଲିଟିଛନ୍ତି ପରିବର୍ତ୍ତନର ବାର୍ତ୍ତାବହ । ଯାହାଙ୍କ ପାଇଁ ବୟସ ମାପକାଠି ହୋଇ ଛିଡା ହୋଇନାହିଁ; ବରଂ ସଙ୍କଳ୍ପବଦ୍ଧ ଓ କର୍ମନିଷ୍ଠା ମନ ବଦଳାଇ ଦେଇଛି ଗାଁର ଚିତ୍ର ।

       ଲୋକମାନଙ୍କ ଚରିତ୍ର । ଦିନେ ଅଲୋଡ଼ା ହୋଇଯାଇଥିବା ଏହି ଚରିତ୍ରମାନେ ଆଜି ଜଣେ ଜଣେ ନାରୀ ନେତ୍ରୀ । ଯଦିଓ କୈାଣସି ରାଜନୈତିକ ଦଳର ମୋହର ଏମାନଙ୍କ ଠାରେ ଲାଗିନି । ତଥାପି ଏମାନେ ଆଜି ନିଜ ଅଞ୍ଚଳର ଏକ ଚିହ୍ନା ମୁହଁ । ନିଜର ବଳିଷ୍ଠ ଉଦ୍ୟମ ଓ କର୍ମନିଷ୍ଠା ଯାତ୍ରା ପାଇଁ ନିଜର ଅସ୍ତିତ୍ବ ଖୋଜି ପାଇଥିବା ଏହି ମହିଳାମାନେ କିନ୍ତୁ ଆଜିଯାଏଁ କେବେ ଟେଲିଭିଜନ ଆଗରେ ଆସି ନିଜର ମନ କଥା କହି ନାହାନ୍ତି । ବରଂ ଅଲକ୍ଷ୍ୟରେ ରହି ନିଜର କାମ ନିଜେ କରି ଚାଲିଛନ୍ତି ।

      ଏମାନଙ୍କ ଶ୍ରମ ନିଷ୍ଠା ଆଉ ହାତର ଯାଦୁରେ କେବଳ ଗାଁ ସୁନା ପାଲଟିନି ବରଂ ଜିଲ୍ଲା, ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ପାଇଁ ଏମାନେ ପାଲିଟି ଯାଇଛନ୍ତି ଗୋଟିଏ ଗୋଟିଏ ବତୀଘର । ଯାହା ନାରୀ ଅଗ୍ରଣୀ, ସବଳା, ମହାବାହିନୀ, ଅନନ୍ୟା, ପ୍ରତିଭା ରୂପରେ ଆଜି ପ୍ରଥମ ଧାଡିରେ ସ୍ଥାନ ରହିବା ଆବଶ୍ୟକତା ରହିଛି ।

ଯଦି ବାସ୍ତବରେ ଆମ ଭିତରେ ଆନ୍ତରିକତା ଓ ମାନବିକତାର ମୂଲ୍ୟବୋଧ ବୋଲି କିଛି ଅଛି, ତେବେ ନାରୀର ସେହି ସ୍ପଷ୍ଟ କଥା ଦି ପଦ ଆମ ଭଳି କଥାକଥିତ ବୁଦ୍ଧିଜୀବୀ ବୋଲାଯାଉଥିବା ଲୋକଙ୍କ ଅନ୍ତରାତ୍ମାକୁ ବାଧିବ ନିଶ୍ଚିତ ।



Rate this content
Log in

Similar oriya story from Inspirational