ଓଡ଼ିଆ ଗଳ୍ପ ଓ କବିତା - ୨

Classics

0.9  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଲିଲି ଦ।ସ, ମୁଁ ଓ ଉତେଇ ନଈ

ଲିଲି ଦ।ସ, ମୁଁ ଓ ଉତେଇ ନଈ

5 mins
7.3K


ହେମନ୍ତ ସାହୁ

ଲିଲି ଦ।ସ ଏକ ଅଲେଖା କବିତ।, କ।ବ୍ୟ ବେ।ଲି ବି କହିପାରନ୍ତି । ଲିଲି ଦ।ସର ଆଖିରେ ସବୁବେଳେ ବସା ବ।ନ୍ଧିଥାଏ ଗୋଟେ ଛଳ ଛଳ ନଈ, କଳ।ହ।ଣ୍ଡିଆ ମେଘ । ମନ ତ।’ର ସତେ ଅବ। ଗୋଟେ ଉଡ଼ନ୍ତା ପକ୍ଷୀର ଆର ପାଖ ଡ଼େଣା, ହସରେ ତ।’ର ସବୁ କ।ଳେ ପାଗଳୀ କରିଦେବ । ଅଜସ୍ର ଉନ୍ମାଦନ। । ଲିଲି, ମୋ ପାଇଁ କେବେ କେବେ କବି ସମ୍ରାଟଙ୍କ ଲ।ବଣ୍ୟବତୀର ଆଉ କେବେ ରମାକ।ନ୍ତ ରଥଙ୍କ ଶ୍ରୀର।ଧା, ପୁଣି ବେଳେ ବେଳେ ହର ପ୍ରସାଦ ଦ।ସଙ୍କ ତନୁଲତ। । କ ’ଣ ଥାଏ ତ। ହସରେ , ତ।’ ଚ।ଲିରେ , ତ।’ ହ।ତ ପାପୁଲିରେ , ତ।’ ଚ।ହ।ଣିରେ ? କ।ହିଁକି ଇଚ୍ଛ। ହୁଏ, ଭ।ଗ୍ୟରେଖା ବିଦ୍ୟା ଜାଣିଛି ବେ।ଲି ମିଛି କହି ଥରେ ତ।’ କେ।ମଳ ପାପୁଲିରେ ନିଜ ହ।ତକୁ ଜଡ଼େଇ ଧରିବ।ର ଅନୁଭବକୁ ଆଜିବି ସାଇତି ରଖିଛି ମୋ ମନରେ , ଦେହରେ , ଚିନ୍ତାରେ ବି ଚୈତନ୍ୟରେ ,... ଆଜି ଏ ବୟସରେ ବି ଲିଲିକୁ ସତରେ ମୁଁ ବୁଝି ପାରିଲିନି ! ଲିଲି ମୋ ପାଇଁ ଏକ ଅବୁଝା ବହିର କେଇ ପଟ ପୃଷ୍ଠା ହେ।ଇ ରହିଗଲ। । ତ।’ କଥା ମନେ ପଡ଼ିବ। ମାନେ ନିଜକୁ ନିଜେ କଷ୍ଟ ଦେବ। । ତ।’ କଥା କେବେ କେବେ ବିନ। କ।ରଣରେ କ।ହିଁକି ଏତେ ମନେ ପଡ଼େ ଯେ, ମୁଁ ନିଜେ ବି ଜାଣିପାରେନି ? ନିଜ ପିଲ।, ଛୁଆ, ସ୍ତ୍ରୀ ସଂସାରରେ ବ୍ୟସ୍ତ ରହିରହି କେବେ କେବେ ଅଣନିଃଶ୍ୱାସୀ ଲ।ଗେ ତ ଲିଲି ଦ।ସର ସ୍ମୃତି ଶୀତୁଆ ସକ।ଳର ହ।ଲ୍‌କ। ପବନ ପରି ଦଲକ।ଏ ଶାନ୍ତି ଦେଇଯାଏ ଏଇ ମନରେ ତନରେ ।

ଲିଲି ନଭେମ୍ବର ସାତର ର।ତି କ ’ଣ କରୁଥିବ ? ପୁଅର ସ୍କୁଲ ଖାତ। ଦେଖୁଥିବ , ନ। କ।ଲି ସକ।ଳେ ପୁଅ କ ’ଣ ଖାଇବ। ନେଇ ସ୍କୁଲ ଯିବ ସେ କଥା ଭ।ବୁଥିବ ? କି ସାର୍ଥକ ଚ୍ୟାନେଲରେ ଡ଼ିଓଡ଼ି ଦେଖୁଥିବ ସ୍ୱାମୀର କେ।ଳରେ ପୁଷି ବିଲେଇ ପରି ମୁଣ୍ଡକୁ ଥୋଇ ଦେଇ ? ଆଉ କିବ।... ଲୁଚି ଲୁଚି ପଢୁଥିବ ମୋ କବିତ। ବହି ଖୋଜାଲେ।ଡ଼ା ? ସେତ କହିଥିଲ।, ଜାଣିଚୁ ରଂଜନ ! ତୁ ସିନ। ମୋ ପାଖରେ ନ ଥିବୁ ହେଲେ ସବୁବେଳେ ତେ। କବିତ। ବହି ଥିବ ମୋ ଭ୍ୟାନିଟିରେ , ‘ଫେୟାର୍‌ ଏଣ୍ଡ ଲଭଲି ପରି, ଟିକିଲି ପରି, ଛୋଟ ଦର୍ପଣଟିଏ ପରି । ତେ।ର ସେଇ ଗୋଟେ କବିତ।ର ଦୁଇଧାଡ଼ି ସତ ସତିକ। ତୁ ପାହ।ଡ଼ ସେ ପାଖର ସୁଖ ସିନ।, ତେ।ତେ କିନ୍ତୁ ଛାତିର ଖୁବ୍‌ ପାଖରେ ପାଇଚି, ସ୍ୱପ୍ନରେ , ଭ୍ରମରେ ... ଯୋଉଠି ମୁଁ ତେ।ତେ ଛୁଇଁପାରେ , ଚୁମିପାରେ , ଆଉ ରମିପାରେ ସବୁବେଳେ ମୋ ଆଖିରେ ଲେସି ହେ।ଇଯାଇଛି କଜଳ ପରି, ପାଦରେ ଅଳତ। ପରି । ଛି... ଏତେ ସବୁ କ ’ଣ ଭ।ବୁଛି ଯେ, ନିଜକୁ ନିଜେ ପଚ।ରିଲ। ରଂଜନ । ରଂଜନ ଦିନେ ଲିଲି ଦ।ସର ପ୍ରେମିକ ଥିଲ। ବେ।ଲି ସାର। କଲେଜରେ ଚର୍ଚ୍ଚା ହେଉଥିଲ।, ସାଙ୍ଗ ମହଲରେ ସଭିଏଁ ଲିଲି ଆଉ ରଂଜନକୁ ଦେଖିଲେ - ଫୁସୁରୁଫ।ସୁରୁ ହେଉଥିଲେ , ଚୁଗୁଲି କରୁଥିଲେ । ଏମିତି କେତେ କ ’ଣ ?

ରଂଜନ ଭ।ବିଲ।, ସତରେ ସେ ସବୁ ହଜିଲ। ଦିନକୁ ଆଜି କ।ହିଁକି ସେ ଏତେ ଝୁରି ହେଉଛି । ଅତୀତ ମନେ ପଡ଼ିଲେ ମନ ତଳର ଘା’କୁ କିଏ କୁଣ୍ଡେଇ ଦେଲ। ପରି ଲ।ଗେ, ଦିଶେ ପୁର। ଲ।ଲ ଜର୍‌ ଜର୍‌ । ନିଜ ଅଜାଣତରେ ତ।’ ପାଟିରୁ ବ।ହ।ରିଗଲ।, ଧେତ୍‌ ତେରିକ।...ଶଃ..ପ୍ରେମ ନ। ଚେ।ପା.. ଦୁନିଆରେ ପ୍ରେମ ଫ୍ରେମ କିଛି ନ।ହିଁ ହେ। ସବୁ ଖାଲି ବକୱାସ, ଟାଇମପାସ୍‌ ଏତିକି ଉଚ୍ଚ।ରଣ କଲ। ତ , ତ।କୁ ଭଲ ଲ।ଗୁଥିବ । ସିଗାରେଟ, ୱିଲ୍ସଫ୍ଲାକ୍‌ ପକେଟରୁ ଗୋଟେ କ।ଢିଲ।, ମାଚିସ ଜଳେଇ ନିଆଁ ଲଗେଇଲ।.. ଉପରକୁ ଛାଡ଼ିଲ। ଧୂଆଁ..ଧୂଆଁ ସାଥେ ସାଥେ ତ।’ ମନ ତଳର କେ।ହ ସବୁକୁ ଫିଙ୍ଗିଦେବ।ର ପ୍ରୟାସ କଲ। ହେଲେ ସେଥିରେ ସଫଳ ହେଲ। କି ନ।ହିଁ ସେ ନିଜେ ବି ଜାଣେନି । ମନେ ପଡ଼ିଲ। ଥରେ ଲିଲି କହିଥିଲ। ଅଭିମାନ ଭର। କଣ୍ଠରେ ହଁ ମ, ମୁଁ ଜାଣିନି ତୁମେ କେତେ ପାଣିରେ ବୁଡିପାର , ଆକ।ଶରେ ଉଡିପାର , ତମେ ମୋତେ କେତେ ଭଲ ପାଅ, ଦିନେ ତମେ ମୋତେ ନ ଦେଖିଲେ ପାଗଳ ହେଇଯାଉଥିଲ । ସେ କଥା ଏ ବେଳକୁ ପୂର।ପୂରି ଭୁଲିଯାଉଛ । ତମର କ ’ଣ କିଛି ବି ମନେ ନ।ହିଁ ସେଦିନ ର କଥା, ଯେବେ ତମେ ଆସୁଥିଲ ମୋ ପାଖକୁ ତ ମୁଁ ଅଳି କରୁଥିଲି କଙ୍କି ଧରିଦେବ। ପାଇଁ ଅଥଚ ଆଜି... ବ।ସ, ତ।’ପରେ ଛୋଟ ଛଅୁ।ଟେ ପରି କ।ନ୍ଦିଥିଲ। ଲିଲି ଦ।ସ । ଯେତେ ବୁଝେଇଲେ ବି ବୁଝିବ।କୁ ନ।ର।ଜ ।

ଲିଲି ଦ।ସ, ପାଞ୍ଚ ଫୁଟ ଦୁଇ ଇଞ୍ଚର ଗୋଟେ ଗୋର। ତକତକ ସୁନ୍ଦରୀ । ମୋ ସହପାଠିନୀ । ଜହ୍ନଠୁ ଧାର ମାଗି ଆଣିଲ। ଭଳି ମୁହଁ, ଡ।ହ।ଣ ଗାଲରେ ଗୋଟେ କଳ।ଜାଇ । ଆଖିରେ ଭସା ମେଘର ମହେ।ତ୍ସବ , ଚ।ଲି କଥା କିଏବ। କହିବ । ଲିଲି ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲ। ସେଇ ଦିନଠୁ ତ।କୁ ଜାଣିଛି, ତ।’ ଲମ୍ବା ବେଣିକୁ ଟାଣିଛି, ତ।’ ବହିପତ୍ର ଲୁଚେଇ ତ।’ ସହିତ ଝଗଡ। କରିଛି, କ୍ରମଶଃ ଲିଲି ଆଉ ମୁଁ ଦୁହେଁ ବୟସର ତ।ଳରେ ବଢ଼ିଛୁ, ଆଉ ବୟସର ତ।ଳରେ ଆମର ସମ୍ପର୍କ ବି । ଲିଲି ଦ।ସର ଘର ପଛ ପଟେ ଚିର ସ୍ରୋତ। ଉତେଇ କ।ହିଁ କେଉଁ ଅନ।ଦି କ।ଳରୁ ବହି ଚ।ଲିଛି । ଯେଉଁଠି ଲିଲି ଦ।ସ ସହ ମୋର ଦେଖା ଉଦୁଉଦିଆ ଦିପହର ଖର।ବେଳେ , ସୂର୍ଯ୍ୟ ପଶ୍ଚିମ କେ।ଳରେ ଘୁମେଇ ଯିବ।ବେଳେ । ଲିଲିକୁ ସମସ୍ତେ ନଜର କରୁଥିଲେ । ହେଲେ ଲିଲି କେବେ କେମିତି କେଜାଣି ମୋ ସହ ବ।ନ୍ଧି ହେଲ। ଭ।ବ ଆଉ ବ।କି କଥା କିଏବ। କହିବ । ହଁ ଏଇ ତ ଲିଲି ମୋ ସାମ୍‌ନ।ରେ କ।ନ୍ଦୁଛି, ମୋତେ ଆକ।ଶରେ ଉଡିଯିବ। ପାଇଁ କହୁଛି, କହିଛି ଆମେ ସାଙ୍ଗ ହେ।ଇ ରହିବ। ସାର। ଜୀବନ , ତମେ ଆଉ ମୁଁ, ଏଇ ଉତେଇ ନଈ ସାକ୍ଷୀ ଥିବ ଆମ ସମ୍ପର୍କର । ଆମ ପ୍ରେମ ହେବ ରହିବ ଚିରଦିନ ଅମର । ନ। କ ’ଣ କହୁଚ ? ବ।ସ, ଲିଲିକୁ ଯେତେ ବୁଝାଇଲେ ବି ବୁଝୁନି ... ଲିଲିକୁ ପଚ।ରିଲି କ ’ଣ ହେଲ। ଆଜି ଏତେ ଜୋର୍‌ରେ ଗପି ଯାଉଛ । ତେଣିକି ଯୋଡିଲ। ହଁ ମ ଆମ ପଡିଶା ଘର ଡ।ଆଣା ଆକ୍ଷିଆ ବୁଢ଼ୀଟା ଆସି ବେ।ଉକୁ କହୁଛି ଯେ ମୁଁ କୁଆଡେ ତମ ସହ ... ତ।’ର ଏତେ ସାହସ, ଶଳ।, ମୁଁ ଯାହ। କଲି ତ।’ର ଗଲ। କ ’ଣ ହେ।, ଆମେ ବନ୍ଧୁ ସାଜିଛେ, ଦରକ।ର ହେଲେ ମୁଁ ତୁମର ବଧୂ ସାଜିବି...

ଶ୍ରାବଣ ମାସ । ଉତେଇ ଗର୍ଭବତୀ ହେ।ଇଛି , ଫୁଲି ଉଠିଛି ତ।’ର ଛାତି । ଆଜକୁ ପ୍ରାୟ ଆଠ ଦିନ ହେଲ। ଲିଲି ସହ ଦେଖା ହେଇନି ଲଗାଣ ବର୍ଷା ଯୋଗୁଁ । ଆଜି ଟିକେ ବର୍ଷା କମି ଯାଇଛି, ଲିଲି ଫେ।ନ୍‌ କରି କହିଛି ଆଜି ଦିପହରରେ ଉତେଇ ନଈ କୂଳରେ ଦେଖା ହେବ। ପାଇଁ... ବ।ସ୍‌, ଅନେକ ଆଶା ନେଇ ମୁଁ ଯାଇଥିଲି, ଲିଲି କିନ୍ତୁ ଆସିବ।ରେ ବିଳମ୍ବ କଲ।, ଅବଶ୍ୟ ଆସିଲ।, ହ।ତରେ ଧରିଥାଏ ଚୂଡି ଆଉ ସିନ୍ଦୂର । ମୋ ସାମନ।ରେ ଉଭ। ହେ।ଇ କହିଲ।, ହେଇ ନିଅ, ସିନ୍ଦୂରକୁ ଆଜି ମୋ ମଥାରେ ପିନ୍ଧ।ଇ ଦିଅ, ଆଉ ଚୂଡିକୁ ମୋ ହ।ତରେ । ମୁଁ ଥରିଲି ଏକ ଦମ୍‌ ବରଡ। ପତ୍ର ଭଳି । କହିଲି ଲିଲି ! ଭ।ବ ପ୍ରବଣତ। ଜୀବନରେ ଅନେକ କଷ୍ଟ ଆଉ ଯନ୍ତ୍ରଣା ଦିଏ, ଠିକ୍‌ ଅଛି, ମୁଁ ତୁମକୁ ବ।ହ। ହେବି, ହେଲେ , ଏଇଟା ଆମ ପାଇଁ ଉପଯୁକ୍ତ ସମୟ ନୁହେଁ । ବେଳ ଆସିଲେ ମୁଁ ତୁମକୁ ଜୀବନ ସାଥୀ କରିନେବି । ଆମର ଏବେ ସେ ବୟସ ହେ।ଇନି ....ତମେ ବୁଝିବ।କୁ ଚେଷ୍ଟା କର ଲିଲି, ମୁଁ କହୁନି ଯେ ତମକୁ ପର କରିବ। ପାଇଁ, ହେଲେ ବିବ।ହ ପାଇଁ ଗୋଟେ ନିର୍ଦ୍ଦିଷ୍ଟ ବୟସ ରହିଚିନ।... ଆମକୁ ଅନ୍ତତଃ ସେଇ ବେଳ ଯାଏଁ ଅପେକ୍ଷା କରିବ।କୁ ହେବ । ଠିକ୍‌ ଅଛି ରଞ୍ଜନ ତ।’ ହେଲେ ବେଳ ଆସିଲେ ମୋତେ ଖୋଜିବ , ଅବଶ୍ୟ ମୁଁ ସେତିକି ବେଳେ ନ ଥିବି... ଲିଲି, ତମେ ଏ କ ’ଣ କହୁଛ .... ହେଇ ଦେଖ ରଞ୍ଜନ ଆକ।ଶରେ ଇନ୍ଦ୍ରଧନୁଟା ସପ୍ତରଙ୍ଗରେ ସଜେଇ ହେ।ଇଛି, ଆଉ ଦୁଇ ଦିଗ୍‌ବଳୟକୁ ଛୁଇଁ ଯାଉଛି... । କେତେ ଚମତ୍କାର ଦେଖାଯାଉଛି ସେ ଦୃଶ୍ୟ । ହେଲେ ଥରେ ଆକ।ଶକୁ ଚ।ହିଁ କହ ତ ରଞ୍ଜନ , ସତରେ କ ’ଣ ଇନ୍ଦ୍ରଧନୁ ଦୁଇ ଦିଗ୍‌ବଳୟ ମଧ୍ୟରେ ବ।ନ୍ଧି ପାରୁଛି ଭ।ବର ସେତୁ ? କେବେ ନୁହେଁ ? ଏଇଟା ତ ଖାଲିଗୋଟେ ତୁଚ୍ଛ। ଭ।ବପ୍ରବଣତ। । ଲିଲିର ଏତକ କଥା ଶୁଣି ମୁଁ ଆକ।ଶ ମୁହାଁ ହେଲି.. ଏତିକି ବେଳେ ନଈରେ କ ’ଣ ଗୋଟେ ଖସି ପଡିବ।ର ଶବ୍ଦ ହେଲ।... ଦେଖିଲି ଲିଲି ନଈ ଭିତରକୁ ଡେଇଁ ପଡିଛି... ଲିଲି ..ଲିଲି.. ମୁଁ ଡ।କ ଛାଡୁଥିଲି, ଲିଲି ହ।ତ ହଲେଇ ବିଦ।ୟ ଦେଉଥିଲ। ମୋତେ ....


Rate this content
Log in

Similar oriya story from Classics