Lopamudra Parida

Tragedy Inspirational

4.6  

Lopamudra Parida

Tragedy Inspirational

ଲାଚାର

ଲାଚାର

2 mins
59



ଆମେ ଯେମିତି ଟେବଲ ତଳେ ଲୁଚିକି ଛୁପା ଛୁପି ଖେଳୁନୁ, ଏଇଠି ଦେଖ୍ ସେ ଆଣ୍ଟି ବି ନା କେମିତି ସେ ବକ୍ସ ତଳେ ଛୁପିଛନ୍ତି ।


ମିଟୁନ୍ ମିଆଉଁ ମୀନୁ କୁ କଣ ଗୋଟେ ଆଡେ ଆଙ୍ଗୁଠିରେ ଠାରି ବାହାର ଝରକା ରେଲିଙ୍ଗ ବାଟେ ଦେଖଉଥିଲା ।ମୁଁ ସେଇଠି ଖଟ ଝାଡୁଥିଲି କାନରେ ପଡିଲାରୁ ମୁଁ ବି କୌତୁହଳରେ ଡୁଙ୍ଗିଲି ।ବାହାରେ ଯାହାକୁ କୁହନ୍ତି ମୂଷଳ ଧାରାରେ ଗଳୁଛି ।


ଦେ ମାହାପୁରୁ ଦେ କଚାଡି, ଆଇଲେ ଖାଇବୁ ଖିରି ଖେଚଡି ।


କଣ ଦେଖଉଛୁ କିରେ ଭଉଣୀକୁ, ମୋ ପାଟି ଶୁଣି ଦିହେଁ ଯାକ ଏକାଠି ଚିଲେଇଲେ ...ମାସୀ ମାସୀ ( ମାଉସୀ) ଦେଖ ସେ ଆଣ୍ଟି କେମିତି ଛୁପିଛନ୍ତି ,ସିଏ କାହା ସାଙ୍ଗରେ ଖେଳୁଛନ୍ତି? କିଏ ତାଙ୍କୁ ଖୋଜୁଛି? ବଢିଆ କୁନି ବକ୍ସ ଟା ନା ?


ହେଲେ ଭାଇ ସେଇଟା ତ ଖୋଲା ଖୋଲା ବକ୍ସ ,ଦେଖୁନୁ ସେ ଆଣ୍ଟି ବି ତ ଦିଶୁଛନ୍ତି ଆଉ ଓଦା ହେଇଯାଉଛନ୍ତି ନା ।


 ଆମେ ବି ସେଥିରେ ଜାଗା ହେଇଯିବା ନା ମୀନୁ? ଆଇ କ୍ଲୋଜ୍ କରି ବସିଯିବା ଆଉ କିଏ ଆମକୁ ଖୋଜି ପାଇବେନି ।ଆମେ ୱିନ୍ କରିବା ।ହିପ୍ ହିପ୍ ହୁର୍ରେ । 


ମାସୀ .କହନା...ତାଙ୍କୁ ଥଣ୍ଡା ହବନି ? ରେନ୍ କୋଟ୍ ଆଉ ମାସ୍କ କାଇଁ ନେଇ ନାହାନ୍ତି? କରୋନା ବୁଲୁଛି ନା ବାହାରେ । ଷ୍ଟେ ହୋମ୍, ଷ୍ଟେ ସେଫ୍ ବା କାଲି ମ୍ଯାମ୍ କହୁଥିଲେ ।କେୟାର ଫୁଲ୍ ରହିବା କଥା ନା !ଏବେ ଯାଏ କିଏ କାଇଁ ତାଙ୍କୁ "ଗଟ୍ ୟୁ " କହିବାକୁ ଆସୁନି? ତାଙ୍କୁ ଶୀତ ଲାଗୁନି କି ମାସୀ ।ମାମା କାଇଁ ଆମକୁ ବର୍ଷା କୁ ଛାଡୁନି? ଆମେ ବି ସେଇ ବକ୍ସ ରେ ଲୁଚିବା ଦିନେ ??କହୁନ?


ଚାଲିଥାଏ, ଚାଲିଥାଏ ପ୍ରଶ୍ନ ର ସୁଅ ........


ମତେ ତାଙ୍କ ଦିହିଁଙ୍କ କଥା ଝାପ୍ସା ଶୁଭୁଥାଏ ,କିନ୍ତୁ ମନ ସ୍ତବ୍ଧ ଫିଲ୍ କରୁଥାଏ ।ସାଉଣ୍ଡ ଲେସ୍ ।


ମୁଁ ଭାବୁଥାଏ ଲାଚାର ଆକ୍ଚୁଆଲି କିଏ ?


ସିଏ ନା ମୁଁ?


ସିଏ ସିନା ଉପାୟ ଶୂନ୍ୟ ଭାଗ୍ୟ ହାତରେ, ଆଉ ମୁଁ?


କୋଉ ଭୟରେ?


ଦୟା, କ୍ଷମା ସବୁ କଣ ଉଭେଇ ଯିବ ଏ ଭୟ ଭୟକା ଖେଳରେ ।


ଶିଖିଥିଲେ ବା ,ରୋଗକୁ ଘୃଣା କର .... ରୋଗୀକୁ ନୁହେଁ ।


*****


ମାଉସୀ ଓ ମାଉସୀ ଏଇଠି ଏଇଠି ଏପଟେ ।ସେ ଚାହିଁଲା କି ? ଲାଗିଲା ତ ।


ଏଇଠି ଆମ ପିଣ୍ଢାକୁ ଉଠିଆସ ।ଭାବିଲି ଆସୁ ଚା ' କପେ ଆଉ ଶୁଖିଲା ଲୁଗା ଖଣ୍ଡେ ତ ଦେଇ ପାରିବି ।କୋଉ ଘରୁକୁ ଡାକୁଛି ନା କଣ ।ନିଜ ସେଫ୍ଟି ସହ ହେଇ ତ ପାରିବ ହି ।


ସେ କିନ୍ତୁ ହାତ ଠାରି ଠାରରେ ହିଁ କହିଲା ସେ ସେଇଠି ଠିକ୍ ଅଛି ।ମେଘ କମିଲେ ଚାଲିଯିବ ।ହସର ସରୁ ଧାରଟେ ବି ଦିଶିଲା ତା ଶେଥା ମୁହଁରେ ।କଲ୍ଯାଣ କଲା ପରି ହାତ ବି ଟେକିଲା ।


 ଏମିତି କେମିତି?


ଏବେ ମତେ ଏକା ଲାଚାର ଲାଗୁଥିଲା ।


*****

ମୂଷଳରୁ କୁଣ୍ଡାଝଡକୁ ପରିବର୍ତ୍ତିତ ହେବା ମାତ୍ରେ ସେ ବାହାରିଲା ,

ମୁଁ ବି ଜଗିଥିଲି ।


ଗୋଟେ ଜରିରେ ପାଉରୁଟି, କଦଳୀ, ବିସ୍କୁଟ ଆଉ ଦିଟା ଲୁଗା ପୁରେଇ ଗେଟ୍ ପାଖରେ ଦେଇ ଆସିଲି ।


ସେ ଆଖିରେ ଗୋଟେ ଅପୂର୍ବ ଚମକ ଦେଇ ,ତା ମୁଣ୍ଡରେ ହାତ ଜୋଡି ଜୋର୍ ଜୋର୍ ଚାଲିଗଲା ।


ବୋଧେ ଶୀତଟା ଜୋର ଥିଲା ।


ଲାଚାରିଟା ଧିରେ କାନ୍ଧରୁ ଓହ୍ଲେଇ ଯାଉଥିଲା ।




Rate this content
Log in

Similar oriya story from Tragedy