STORYMIRROR

Samita Swain

Tragedy

4  

Samita Swain

Tragedy

'କୁଆଁରୀ‌ ମା'

'କୁଆଁରୀ‌ ମା'

6 mins
223

ନିଦାଘ ର ପ୍ରଚଣ୍ଡ ରୌଦ୍ରତାପରେ ଯେତେବେଳେ ଦିଗହରା ପଥିକ ତାର କ୍ଲାନ୍ତ ଶରୀରକୁ ବୃକ୍ଷ ଛାୟାରେ ଲୋଟାଇ ଦିଏ ସେତେବେଳେ ସେ ପାଏ ଅପାର ଆନନ୍ଦ।ଅନୁଭବ କରେ ଯେପରି ସ୍ବର୍ଗର ଅମରାବତୀ ରେ ସେ ବିଚରଣ କରୁଛି।

ସେମିତି ଏକ‌ମ୍ଳାନ ଗୋଧୂଳିର ଅତି ଶଯ୍ୟା ରେ‌ ସୁରଭି ଭାବି ଚାଲିଥିଲା ଅନେକ କିଛି।

ଜୀବନ ନାଟକର ଜାଲରେ‌ ଶିକୂଳି‌ ଗୁଡିକ ପରସ୍ପର ଛନ୍ଦାଛନ୍ଦି ହୋଇଯାଇଥିଲା ନିବିଡ଼ତାର ଆଲିଙ୍ଗନ ମଧ୍ୟରେ।

ଦିଗନ୍ତ ବିସ୍ତାରି ନୀଳ ଆକାଶର ବକ୍ଷଦେଶରେ ଉଡ଼ି ବୁଲୁଥିଲା ଅତୀତ ର ସ୍ମୃତିରୁ ଖେଦାଏ। ଯେଉଁଠି ଥିଲା ଅନେକ ବାଲୁକାରାଶି, ସମୁଦ୍ରର ନୀଳ ନୀଳ ଲହରୀ ମାଳା ସବୁ ଆସି ମଥା‌ପିଟି‌ ଫେରି ଯାଉଥିବା ର ଅତିବ ମନୋରମ ଦୃଶ୍ୟ,ତା ସହିତ ପେନ୍ଥା ପେନ୍ଥା ମଧୁମାଳତୀ ର ବାସ୍ନା ମୟ ପ୍ରଲେପ ର ଅପୂର୍ବ ମାଦକତା।

ସେଦିନ ନୂଆ କରି‌ ସେ‌ ଦେଖିଥିଲା‌ ଶୁଭେନ୍ଦୁ କୁ। ପ୍ରଥମ ଦେଖାରେ ସୁରଭି ଭଲ ପାଇ ଯାଇଥିଲା ତାଙ୍କୁ।ସାରା ଆକାଶକୁ ଚାହିଁଲେ ‌ତାକୁ ଲାଗୁଥିଲା ଆମେ ଆମେ ଶୁଭେନ୍ଦୁ ଆଉ ସୁରଭି‌ ।

ସମୟ ବି'ତ‌ ଏମିତି ବହିଯାଏ ଆଗକୁ ଆଗକୁ, ଠିକ ସେମିତି ସମ୍ପର୍କର ଇନ୍ଦ୍ରଧନୁ ଟି ଆଙ୍କି ହୋଇଯାଇଥିଲା ସୁରଭି ର ମନ‌ ଆକାଶରେ। ମୈସୁମୀର ପ୍ରଥମବର୍ଷାଛିଟା ତା ମନକୁ ଆନମନା କରୁଥିଲା।ସେ ଲାଲ୍ ଟୁକୁ ଟୁକୁ ସାଧବ ବୋହୂଟି ପରି ସବୁଜ‌‌ ରଙ୍ଗର ଘାସ ଗାଲିଚା ରେ ବୁଲିବୁଲି ଜୀବନ ର ପ୍ରଥମ ସୋପାନରେ ପାଦ ଥାପିଥିଲା ସେହି ଦିନଠାରୁ ତାକୁଲାଗୁଥିଲା ପ୍ରତିଟି ମୂହୁର୍ତ୍ତ ତାର ମଧୁମାସ।ସୁରଭି ର ମନ‌ରୂପକ ବର୍ଗ କ୍ଷେତ୍ରର ଚାରିବାହୁ ମଧ୍ୟରୁ ଏକ ଦୁର୍ବଳ ବାହୁ ଶୁଭେନ୍ଦୁର‌ ମନର ଇଲାକାକୁ ଅପସରି ଯାଇଥିଲା, ଦୁହେଁ ଭଲପାଇ ବସିଥିଲେ ପରସ୍ପରକୁ।ଆଉ ସବୁଦିନ ଦେଖା ହେଉଥିଲା ସେଇ ନିର୍ଦ୍ଦିଷ୍ଟ ଠିକଣାରେ।ସୂର୍ଯ୍ୟାସ୍ତର ଅନେକ ସମୟ ପରେବି‌ ଦୁହେଁ ଫେରି ନଥିଲେ ସମୁଦ୍ର କୂଳରୁ, ନିବିଡ଼ତାର ଆଲିଙ୍ଗନ ମଧ୍ୟରେ ଅତିବାହିତ ହୋଇଥିଲା କିଛିଟା ମୂହୁର୍ତ୍ତ।ହଠାତ୍ ଚମକି‌ପଡିଥିଲା‌ ସୁରଭି ଏ'ମା ଦଶଟା ବାଜିଲାଣି ଉଠ ଉଠ ଚାଲଯିବା‌ ଘରକୁ ବୋଉ ମୋତେ ଚାହିଁଥିବ ଯେ,........, ଏପରି କହି ସେଦିନ ଫେରି ଯାଇଥିଲା ସୁରଭି।‌ଏମିତି‌‌ ବେଶ୍ ହସ‌ଖୁସି ରେ କେତେ ଦିନ,ମାସ, ବର୍ଷରେ ବିତିଯାଇଥିଲା‌‌ ଦୁହିଁଙ୍କ ଜୀବନର ପ୍ରତିଟି ପୂର୍ଣ୍ଣିମା। କିନ୍ତୁ ସମ୍ପର୍କ ଟା ଭାରି ଅସ୍ଥିର ପାରଦ ପରି, ତାର ଆୟୂଷ ଏତେ କ୍ଷୀଣ ଯେ କୌଣସି ସମୟରେ ତୁଟି ଯାଏ କାଚର ଟୁକୁଡା ପରି।ଏଇ ଅଛି ଏଇ ନାହିଁ ର ଜୀବନର ଚଲାପଥରେ ବିତି ଯାଇଥିବା ସେହି ସବୁ ମୁହୂର୍ତ୍ତକୁ ଗୋଟି ଗୋଟି କରି ମନେ ପକାଉ ଥିଲା ସୁରଭି। ସମ୍ପର୍କ ଥିଲାବେଳେ ‌ଯେତେସବୁ‌ ଭାବପ୍ରବଣତା ଓ ଇନ୍ଦ୍ରଧନୁର ର ସପ୍ତ ରଙ୍ଗର ଛଟା ସବୁ ସ୍ବପ୍ନ ଭଳି ଲାଗୁଥିଲା ତାକୁ। କେଜାଣି କେଉଁ ଏକ ଅଶୁଭ ମୁହୂର୍ତ୍ତରେ ଆକାଶ‌ ଛାତିରେ‌ ଢଙ୍କା କଳା ବାଦଲଟା ଶୁଭେନ୍ଦୁର ମନ ଆକାଶରେ ଘୋଟିଗଲା‌।ତା ପର ଠାରୁ଼ ସୁରଭି ଆଖିରେ ଝରା ଶ୍ରାବଣର ବାରିଧରା ଶୁଖିବା ର ନାଁ ଧରିଲାନୀ।

ପ୍ରେମରେ ପଡିଲେ ନିଜକୁ ତ ଅନେକ ପରୀକ୍ଷା ଦେବାକୁ ପଡେ, ମଣିଷ ମାତ୍ରକେ ଭୁଲ ଅଛି।କ୍ଷଣ କ୍ଷଣର ଉତ୍ତେଜନା ରେ ସୁରଭି ବି କିଛି ଭୁଲ୍ କରିଛି ଯାହା ପାଇଁ ଜୀବନ ଟା ତାର ଦୁର୍ବିସହ ହୋଇପଡ଼ିଛି ।

ସେଦିନ ର କଥା ଯେଉଁ ଦିନ ସେ ଜାଣିଲା ତା ଅନ୍ତରେ‌ଏକ ନବ‌ସୃଜନ ଅଙ୍କୁରିତ ହୋଇଛି,ସେ ଖୁସିରେ ଶୁଭେନ୍ଦୁ କୁ କହିଥିଲା ମୁଁ ତୁମ ପିଲା ର ମା ହେବାକୁ ଯାଉଛି‌ ଶୁଭେନ୍ଦୁ, ଯେତେ ଶୀଘ୍ର ସମାଜର ସ୍ଵୀକୃତି ପାଇଁ ଆମେ Certificate କରିନେବା।ହଠାତ୍ ଏକ ଅସ୍ବାଭାବିକ ସ୍ଵରରେ ଶୁଭେନ୍ଦୁ ଚମକି ଉଠି କହିଥିଲେ ଏ। ତା ପରଠାରୁ ସୁରଭି ଅନୁଭବ କରିଥିଲା ଶୁଭେନ୍ଦୁ ର ଗମ୍ଭୀରତା ଓ ଅନ୍ୟମନସ୍କତା ଯେମିତି ବଢ଼ି ବଢ଼ି ଚାଲିଛି । କିଛି ଦିନର ବ୍ୟବଧାନ ପରେ ଶୁଭେନ୍ଦୁ କହିଥିଲେ "ପ୍ରେମ କରିବାର ମାନେ ନୁହଁ ବନ୍ଧନ,ମୁଁ ନାଚାର ସୁରଭି",ତୁମେ ବରଂ ଗର୍ଭପାତ କରାଇନିଅ।ସତରେ ଏ ଦୁନିଆ ବଡ‌‌ ବିଚିତ୍ର ,ଆଉ ଜୀବନ ଟା ଅବୁଝା ଗଣିତ ପରି।ସେ ବୁଝି ପାରିଲାନି ଯେଉଁ ପ୍ରେମକୁ ‌ସେ ପୂଜା ବୋଲି ଭାବିଥିଲା‌ ସେ ପ୍ରତାରଣା  ହେଲା କେମିତି,.....?? ଦିନ ଥିଲା ଯେଉଁ ଶୁଭେନ୍ଦୁ ତା ଆଖି ର ଭାଷା ଆଉ ମନର କଥାକୁ‌ଏତେ ବୁଝୁଥିଲେ ସେ ଆଜି ଏତେ ନିଷ୍ଠୁର ହେଲେ କିପରି।ତାର କ'ଣ‌ ସବୁ ଭୁଲ୍,ଜଣକୁ ବିଶ୍ବାସ କରି‌ ତନ,ମନ‌‌ ସବୁ ସମର୍ପି ଦେବାଟା‌ ବୋଧେ ସବୁଠାରୁ ବଡ଼ ଭୁଲ୍ ନିଶ୍ଚିତ ଭାବରେ। ଏମିତି ଭାବି ଭାବି ଅହେତୁକ ଯନ୍ତ୍ରଣାରେ ସେ ଚିତ୍କାର କରି ଉଠିଲା,ସେ ଅନୁଭବ କଲା ତା ଦେହର ଉଷ୍ଣତା ଟା ବଢ଼ି ବାରେ ଲାଗିଛି। ଅସ୍ପଷ୍ଟ କଣ୍ଠରେ କହି ଉଠିଲା ନାଁ ଶୁଭେନ୍ଦୁ "ମୋ ପବିତ୍ର ପ୍ରେମକୁ ତୁମେ ଉପେକ୍ଷା କରନି"।

ତାର ଶତ ଅନୁରୋଧ ପରେ ବି ଶୁଭେନ୍ଦୁ ତାକୁ ଛାଡି‌ ଚାଲି ଯାଇଥିଲା। ସୁରଭି ର ମନଟା ବିଷ ହୋଇଯାଇଥିଲା ସାରା‌‌ ପୁରୁଷ ଜାତି ଉପରେ,ଖାଲି ମନେ ମନେ କହୁଥିଲା ନାରୀ କ'ଣ ସିଗାରେଟ ର ଅବଶିଷ୍ଟାଶ‌ ,...?? ଗୋଟିଏ ପରେ ଗୋଟିଏ ଟାଣି ଡଷ୍ଟବିନ୍ ରେ ଫିଙ୍ଗା ହେବା ପାଇଁ ତାଙ୍କ ର ଜନ୍ମ,ସେ ଗୋଟେ ଚାବି ଦିଆ କଣ୍ଢେଇ ଯେ ଯେମିତି ମୋଡିବ ସେମିତି ଚାଲିବ।ଏମିତି କେତେ ଯେ ପ୍ରଶ୍ନ ସୁରଭି ମନକୁ ଆନ୍ଦୋଳନ କରୁଥିଲା। ଭଗ୍ନ ମନ ଓ‌ କ୍ଷତାକ୍ତ ଯୋୖବନକୁ‌ ନେଇ‌ ସେଦିନ ସେ ଫେରି ଯାଇଥିଲା ତା‌ ଘରକୁ।ନିର୍ବାକ୍ ମୂର୍ତ୍ତି ଟିଏ ହୋଇ ଯାଇଥିଲା ସେ ଯେପରି.....। ଖାଲି ଭାବୁଥିଲା ଆମ ସମାଜ ର ନଗ୍ନ ରୂପକୁ, ନାରୀ ମାଂସ ଲୋଭି ପୁରୁଷ ମାନଙ୍କ ର ଛଳନା ର ଛଦ୍ମବେଶକୁ,ଜଳ ଭାବି ମରିଚିକା ପଛରେ ଧାଉଁଥିବା ତାର ମନକୁ,ଲୁହ ଆଉ କୋହର ସମାହାରରେ ନିରବତାର ଅଲିଭା ପ୍ରେମକୁ ,ସେ ଦେଖିଥିବା ଅନେକ ସ୍ବପ୍ନର କୁଢ଼ କୁଢ଼ କ୍ଷତକୁ, ଆସନ୍ତା କାଲି ର ଅନିଶ୍ଚିତ ଭବିଷ୍ୟତ କୁ।

 ରଙ୍ଗୀନ ଚଷମା ରେ ଜୀଵନକୁ ବାରମ୍ବାର କ'ଣ ଦେଖି ହୁଏ କି ...ନା, ପରିବର୍ତ୍ତନର ପାଣିପାଗ କୁ ମାପିବା ଟା ବି ଏତେ ସହଜ ନୁହେଁ। ସୁରଭି ଚାହିଁ ରହିଥିଲା ଅପଲକ ନୟନରେ ତାରା ଭର୍ତ୍ତି ଆକାଶକୁ, ବେଡି ଉପରେ କୋରଡ଼ା ପରି ମା'ବି ତା ର ଆରପାରିକୁ ଚାଲିଗଲେ ଠିକ୍ ସେହି‌ ସମୟରେ,ତାପରେ ସେ ହୋଇଗଲା ସମ୍ପୂର୍ଣ୍ଣ ଏକା ଏତେବଡ଼ ଦୁନିଆରେ। ଚାରିଆଡ ତାକୁ ଅନ୍ଧାର ଲାଗିଲା 

ମରିବାକୁ ଚାହିଁଲେ ବି ମରି ପାରିଲାନି ସେ। ଛାତିରେ ପଥର କୁ ଲଦି ସବୁ ନିନ୍ଦା ଅପବାଦ କୁ ପଛରେ ପକାଇ ମା'ର ମମତା ବୋଧର ଦ୍ୱାହି ଦେଇ ଦୃଢ‌ ସଂକଳ୍ପ କରି ଚିର ପରିଚିତ ନିଜର‌ ଜନ୍ମମାଟି ଘର ଗାଁ ଓ‌ ସବୁ କିଛି‌ ଛାଡି‌ ଦେଇ ସେ ଚାଲି ଆସିଲା ଭୁବନେଶ୍ୱର ,ନିଜକୁ ପ୍ରସ୍ତୁତ କରି‌ନେଲା ତା‌ ପ୍ରେମକୁ ସାକାର ରୂପଦେବା ପାଇଁ।

 ଆମ ସମାଜରେ ଜଣେ କୁଆଁରୀ ମା' ର କରୁଣ କାହାଣୀ କେତେ ଯେ ହୃଦ ବିଦାରକ ତାହା ସମସ୍ତଙ୍କୁ ଜଣା। କିନ୍ତୁ ମା' ତ ସର୍ବ଼ସହା ବସୁଧା,ତା ଭିତରେ ରହିଛି ଅସୀମ ଧୈର୍ଯ୍ୟ ଶକ୍ତି, ଯେତେ ସବୁ ପ୍ରତିକୂଳ ପରିସ୍ଥିତି ଆସୁ ପଛେ ତା ସନ୍ତାନ ର‌ ସୁରକ୍ଷା ପାଇଁ ସେ ସବୁବେଳେ ସଜାଗ ଥାଏ। ମା'ର ବାତ୍ସଲ୍ୟ ମମତା ତା ସନ୍ତାନ ପାଇଁ ସଂଜୀବନି ସଦୃଶ୍ୟ।ଜଣେ ମା,'ଯଦି ହାରିଯିବ ତା ହେଲେ ସଂସାର ଟା ହାରିଯିବ,ଏପରି ଅନେକ କଥା ତା ଭାବନା ଭିତରେ ଆସି‌ ତା ମନୋବଳକୁ‌ ଦୃଢ କରିଲା ଓ ସାହସ ସଞ୍ଚୟ କରି ଆଗକୁ ବଢିବାର ରାହା ଦେଖାଇଲା।

କ୍ଷତାକ୍ତ ମନ ଆଉ ଆହତ ଶରୀରକୁ ନେଇ ଆଖି ଦୁଇଟି ତାର ଟିକେ ଆଶ୍ରୟ ପାଇଁ କାହାକୁ ଖୋଜୁଥିଲା‌ ଯେମିତି.....।।

ଅରକ୍ଷିତ କୁ‌ ଦଇବ ସାହା‌ ଭଳି‌‌ ଭାଗ୍ଯକୁ ଜଣେ ଭଦ୍ର ମହିଳାଙ୍କ ସହ ଦେଖା ହେଲା‌‌,କଥାରେ‌ କଥାରେ ତାଙ୍କର ସ୍ନେହ ପୂର୍ଣ୍ଣ ବ୍ୟବହାର ସହିତ ଆଶ୍ଵାସନା ଦେଇ ତାଙ୍କ ଘରକୁ ନେଇ ଆସି ତାର ରହିବା ପାଇଁ ସବୁ ବ୍ୟବସ୍ଥା କରିଦେଲେ। ସୁରଭି ବି ସବୁ ସତ କଥା କହି ଦେଲା ସେ ମହୀୟସି ମହିଳା ଙ୍କୁ। ସବୁ କଥା ଶୁଣି ସାରିଲା ପରେ ସହଯୋଗର ହାତ ବଢାଇ ଥିଲେ ଉକ୍ତ ମହିଳା ଜଣକ।ହେଲେ ଆଗରେ ତାର ଅନିଶ୍ଚିତ ଭବିଷ୍ୟତ, ପ୍ରେମ ଓ‌ ପ୍ରତାରଣାର ଅତୀତ,ନିର୍ମମ ବାସ୍ତବତା ମଧ୍ୟରେ ଅସହାୟ ବର୍ତ୍ତମାନ। ଦୁନିଆ‌ ନିତ୍ଯ‌‌ ପରିବର୍ତ୍ତନଶୀଳ, ଯୋୖବନ କ୍ଷଣସ୍ଥାୟୀ, ବିରାଟ ଏ ବିଶ୍ବରେ ସୁଖର କଳ୍ପନା କରିବା ନିଶ୍ଚିତ ଯନ୍ତ୍ରଣା ଦାୟକ।ସୁରଭି ର ମନ କାନନରେ ଯେଉଁ ଝଡ‌ ଆସିଲା ସେଥିରେ ତା ଜୀବନ ଯମୁନା ଉଛୁଳି ପଡିଲା ଲୁହ ଆଉ କୋହରେ । ଏସବୁ ପରେ‌ବି ତାକୁ ଧୈର୍ଯ୍ୟ ଧରି ବାକୁ‌ ପଡିବ ଭାବି‌‌ ମନକୁ ସ୍ଥିର କରିଥିଲା।ସବୁ କଥା ସହି ହୁଏନି କି କହି ହୁଏନି,କ'ଣ ବା ଦୋଷ ଥିଲା ତା'ର ଯାହା ପାଇଁ ସେ‌ ଏତେବଡ଼ ଶାସ୍ତି‌ ଭୋଗୁଛି। ଏମିତି ‌ଭାବନା ଭିତରେ ଦିନ ଗୁଡ଼ିକ କଟି ଯାଏ‌ତା'ର।

ଠିକ୍ ଛଅ ମାସ ପରେ ସେଇ ଦିନର‌ ସେଇ ସମୟ ଆସି ଉପସ୍ଥିତ ହେଲା, ଯେମିତି କୋୖଣସି ଶଙ୍କାକୂଳ ଅନ୍ଧାର ରାତ୍ରିର ଶେଷ ହୁଏ ଉଦୟ ଅରୁଣର‌ ମୁଗ୍ଧକର ସୁଷମା‌‌ ସମ୍ଭାରରେ। ସେତେବେଳେ‌ ଆକାଶର‌ ଅଳସ ଦେହଟା ବିଛେଇ ହୋଇପଡ଼ି ଧଳା ଶାଢୀଟିଏ‌ ପରି ଲାଗୁଥିଲା,ଶାଳବଣ ଭିତରେ ଚଇତାଳିର ଲୁଚକାଳି ଖେଳ ଚାଲି ଥିଲା, ଟିକିଏ ଦୂରରୁ ଶୁଭୁଥିଲା‌ ଚଢ଼େଇ ମାନଙ୍କର ଚି ଚି ସ୍ବର ,ସେହି ସମୟରେ ଉକ୍ତ ଭଦ୍ର‌ ମହିଳା ଙ୍କ ସହଯୋଗରେ ନିକଟସ୍ଥ ହସ୍ ପିଟାଲରେ ସୁରଭି ଏକ କନ୍ୟା ସନ୍ତାନର କୁଆଁରୀ ମା' ହେବାର ସୋଭାଗ୍ଯ ଲାଭ କଲା। ମାତୃତ୍ଵ ବୋଧର ପୁଲକରେ ପୁଲକିତ ହେଲା ସୁରଭି, ଅନେକ ଝଡ଼ଝଞ୍ଜା ଆସିଛି‌ ଓ‌‌ ଯାଇଛି,ସୁରଭି ନିର୍ବିକାର ଭାବେ ମଥା ଟେକି ଛିଡ଼ା ହୋଇଛି।ଛୁଆଟିର ଲାଳନ ପାଳନ ପାଇଁ କିଛି‌କାମ କରିବାର ଅଭିଳାଷ ମନରେ ଆଣି ସାହାଯ୍ୟ ଭିକ୍ଷା‌ କରିଥିଲା ଭଦ୍ର‌ମହିଳା ଜଣକ‌ ପାଖରେ।ଆଗରୁ ସେ ଟେଲର କାମ ଜାଣି ଥିବାରୁ ଗୋଟେ ଦୋକାନରେ କାମ‌‌ ବି‌ ପାଇଗଲା।କାମ‌କରି‌ ଯାହା ଉପାର୍ଜନ ‌କଲା ସେଥିରେ ଛୁଆଟିର‌ ପ୍ରତିପୋଷଣ କରିବା ସହିତ ‌କିଛି ସଞ୍ଚୟ କରି ସିଲେଇ ମେସିନ ଟି'ଏ କିଣି ନିଜର ଏକ ଦୋକାନ ଖୋଲିଲା ଏଵଂ ନିଜେ କାମ‌ କରିବା‌ ସହିତ‌ ଅନ୍ୟ ଦୁଇ ଜଣଙ୍କୁ‌ କାମ କରିବାକୁ ସୁଯୋଗ ଦେଲା। ଝିଅ କୁ ମଣିଷ ପରି ମଣିଷଟିଏ କରିବାର‌ ଏକମାତ୍ର‌ ଲକ୍ଷ୍ଯ ନେଇ ଏମିତି ସେ ଅକ୍ଳାନ୍ତ ପରିଶ୍ରମ କରି‌‌ ଆଗକୁ‌ ଆଗେଇ ଚାଲିଲା। ଝିଅ କୁ ପାଠ ପଢେଇ ନିଜେ ଚଳିବା ପାଇଁ ସକ୍ଷମ କରିବା ସହିତ ସେ ଦେଖିଥିବା ସ୍ୱପ୍ନ ବି ଆସ୍ତେ ଆସ୍ତେ ସାକାର କଲା।

ଜଣେ ମମତା ମୟୀ‌ କୁଆଁରୀ ମା'ର କରୁଣ କାହାଣୀ ‌କେତେ ଯେ‌ ଜଟିଳ ଗଣିତର ସମାହାର ତାହା କେବଳ‌ ସେ ଇ ଅନୁଭବି ମା' ହିଁ କହିପାରିବ।ସେ ଦେବୀ ନୁହେଁ ମାନବୀ ,ସବୁ ନିନ୍ଦା, ଅପବାଦ ର ଗରଳକୁ ସେ ଆକଣ୍ଠ ରେ ପାନ କରି ତା ସନ୍ତାନ କୁ ଦୁନିଆର ଆଲୋକ ଦେଖାଇଥାଏ।

ଠିକ୍ ସେମିତି ସୁରଭି ତା ପ୍ରେମକୁ ପୂଜାଭାବି ତ୍ୟାଗ, ତପସ୍ୟା ଓ ନିଷ୍ଠାର ସହ ଆତ୍ମବିଶ୍ବାସ ରେ ସୁରଭିତ କରିଛି ତା ମାତୃତ୍ଵକୁ କୁଆଁରୀ ହେଲେବି‌ ସେ‌ ଜଣେ ମା'ତ......। ନିଜେ ପ୍ରତାରିତ ହୋଇ ଅନ୍ଯ ପାଇଁ ପାଲଟିଛି ପ୍ରେରଣାର ଉତ୍ସ।।


   ‌   


Rate this content
Log in

Similar oriya story from Tragedy