କ୍ଷୁଦ୍ର ଗଳ୍ପ
କ୍ଷୁଦ୍ର ଗଳ୍ପ
ପରିବାରରେ ପିତା ମୂଖ୍ଯକର୍ତ୍ତା ଭାବରେ ତାର କର୍ତ୍ତବ୍ୟ ସାଧନ କରିଥାଏ। ସେହିଭଳି ଗୋଟିଏ ବାପା ତାର ପୁଅପାଇଁ ସମସ୍ତ କର୍ତ୍ତବ୍ୟ ପୁରାକରି ପୁଅକୁ ମଣିଷ କଲା। ପୁଅ ବଡ ଚାକିରୀ ପାଇଲା ଏବଂ ବାପାର ଶେଷ କର୍ତ୍ତବ୍ୟ ହିସାରେ ଭଲ ପାଠୁଆ ବୋହୁଟିଏ ଦେଖି ବିବାହ କରିଦେଲା। ସମୟ ଗତିଶୀଳ। ସମୟ ଅନୁସାରେ ବାପା ବୁଢା ହେଲା ଏବଂ ପୁଅର ପୁଅଟିଏ ହେଲା। ସମୟ ଅତିକ୍ରମ କରି ଚାଲିଥା। ନାତି ପାଠ ପଢିଲା। ପିଲାର ବାପ ମା' ବହୁତ ଖୁସି ଥାଆନ୍ତି। ବୁଢା ଜେଜକୁ ନାତି ନାମକ ଏକ ସାଙ୍ଗ ମିଳିଗଲା। ସମୟ ବିତୁଥାଏ। ବୁଢା ରୋଗରେ ଆକ୍ରାନ୍ତ ହେଲା। ବୃଦ୍ଧ ବୟସର ରୋଗ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥାଏ। ବୁଢା କାଶି କାଶି ଦମ୍ ବାହାରି ଯାଉଥାଏ। ବେଳେବେଳ ଲୁଗାପଟାରେ ପରିସ୍ରା ହୋଇଯାଉଥାଏ। ଏପରି ଅବସ୍ଥାରେ ବୁଢାକୁ ଯେତିକି କଷ୍ଟ ହେଉଥାଏ ତାଠାରୁ ଅଧିକ କଷ୍ଟ ପୁଅ ବୋହୂଙ୍କୁ ହେଉଥାଏ । ବିରକ୍ତ ହୋଇଗଲେଣି। ଚିନ୍ତା କଲେ ଟିକିଏ ଶାନ୍ତିରେ ଶୋଇ ହେଉନି। ବାସନ କୁସନରେ ଖାଇଲାବେଳେ ଲାଳ ସିଙ୍ଗାଣୀ ପଡିଯାଉଛି। ବୁଢାକୁ ଘର ବାହାରେ ଥିବା ଗୋଟିଏ ଚାଳିଆରେ ରଖିବା। ସମୟ କାହାରିକୁ ଅପେକ୍ଷା କରେନା। ଶେଷରେ ନିଷ୍ପତ୍ତି ନେଇ ବୁଢାକୁ ଚାଳିଆରେ ରଖିଲେ। ଘର ବାସନ କୁସନରେ ଖାଇବାକୁ ନ ଦେଇ ବୁଢାପାଇଁ ପଥରର ଥାଳି ଗିନା ନେଇ ଆସି ସେଥିରେ ଖାଇବାକୁ ଦେଲେ ଏବଂ ବୁଢାକୁ କହିଲେ ତୁମେ ନିଜେ ଏ ଥାଳି ଗିନା ପୋଖରୀରେ ଧୋଇ ଆଣିବ।
ଥରେ ବୁଢା ପୋଖରୀରେ ପଥର ବାସନ ମାଜୁଥିବା ସମୟରେ ନାତି ସ୍କୁଲରେ ଆସି ଗୋଡ ହାତ ଧୋଇହେବାକୁ ପୋଖରୀକୁ ଗଲା। ଦେଖିଲା ଜେଜ ପଥର ଅଇଁଠା ବାସନ ମାଜୁଛି। ପଚାରି ଜେଜଠାରୁ ସବୁ ବୁଝିଲା ଏବଂ ଜେଜକୁ କହିଲା :-
"କାଲି ମୁଁ ସ୍କୁଲରୁ ଆସି ଗୋଡ ହାତ ଧୋଇବା ସମୟରେ ତୁମେ ବାସନ ମାଜୁଥିବ। ମୋତେ ଦେଖିଲେ ସେ ବାନକୁ ଫୋପାଡି ଭାଙ୍ଗିଦେବ। ତାପରେ ମୋର ଯାହା କରିବାକଥା ମୁଁ କରିବି"।
ବୁଢା ପରଦିନ ନାତି କହିବା ଅନୁସାରେ ତାର ସ୍କଲରୁ ଆସିବା ସମୟରେ ନାତି କହିଥିବା କାମ କରିଦେଲା। ନାତି ଦେଖିଲା ବୁଢା ହାତରୁ ପଥର ବାସନ ପଡି ଭାଙ୍ଗିଗଲା। ନାତି ଖୁବ୍ ଯୋରରେ ପାଟିକରି ବୁଢାକୁ ସୋଦାଗଳି କଲା ଏବଂ ବଡ ପାଟିରେ ବାପ ମାଆଙ୍କୁ ଶୁଣେଇ କହିଲା :-
"ଆରେ ଶଳା, ତୁ ତ ଏ ପଥର ବାସନ ଫୋପାଡି ଭାଙ୍ଗିଦେଲୁ। ମୋ ବାପ ମାଆ ଯେତେବେଳ ବୁଢାହେବେ ଓ ରୋଗ ବେମାରିରେ ପଡିବେ, ମୁଁ କଣ ତାଙ୍କ ପାଇ ପୁଣି ପଥର ବାସନ କିଣିବି !! ସିଏ ସେଇ ଚାଳିଘରେ ରହିବେ ଓ ସେଇ ବାସନରେ ଖାଇଥାଆନ୍ତେ"।
ଏକଥା ବାପ ମାଆଙ୍କ କାନରେ ବାଜିଲା। ବାପ ମା ମୁଣ୍ଡରେ ହାତ ଦେଇ ବସିଗଲେ। କିଛି ସମୟ ପରେ ବୁଢାକୁ ସସମ୍ମାନେ ଘରକୁ ଡାକି ଆଣିଲେ ଓ ତାଙ୍କ ଖବର ଅନ୍ତର ଭଲରେ ବୁଝାବୁଝି କଲେ।
ପୁଅକୁ ମଧ୍ୟ ବହୁତ ଆଦର ମମତା କଲେ।
