STORYMIRROR

Dhaneswar Dash

Inspirational

3  

Dhaneswar Dash

Inspirational

ବୋହୂ ବି କେବେ ଶାଶୁ ହେବ

ବୋହୂ ବି କେବେ ଶାଶୁ ହେବ

3 mins
171


ଠକ୍, ଠକ୍, ଠକ୍।

କବାଟଟିକୁ ଖୋଲିଦେଇ ପତ୍ନୀ ସ୍ବାମୀଙ୍କ ଆଗରେ ଗୁହାରୀ କଲେ :-  

ଯେତେ କହିଲେ ବି ତୁମେ ଶୁଣୁନା। ସବୁବେଳେ ତୁମ ମାଆର ପକ୍ଷ ନେଉଛ। କହୁଛ, ମୋ ମାଆ ବହୁତ ଭଲ। ତୋର ପ୍ରକୃତି ଖରାପ। ସୁଧାର କରିନେଲେ ଭଲହେବ। ଆଜି ଛୋଟିଆ କଥାଟାରେ ଟାଉଁ ଟାଉଁ କରି ବାରକଥା କହିଗଲେ। ମୁଁ, ମୋ ମାଆ ସଙ୍ଗରେ କଥା ହେଉଥିଲି ବୋଲି। କହିଲେ, ବାରଟା ବାଜିଲାଣି। ପାଇଟି ପଡିଛି। ରୋଷେଇ ହୋଇନି। ଇଏ କୋଉ ସମୟ ମାଆ ସାଙ୍ଗରେ କଥା ହେବାକୁ।

ଗୋଟାଏ ବେଳେ ପୁଅ ଆସିବ। ନାକରେ କାନରେ ଗଣ୍ଡେ ପୁରାଇ ଦେଇ ଟିକେ ବିଶ୍ରାମ କରିଥିବ କି ନାହିଁ ଦୁଇଟା ବେଳକୁ ପୁଣି ଅଫିସ ଯିବ। ମୁଁ ଯଦି ମୋର ସାଙ୍ଗଙ୍କ ସାଥିରେ କଥା ହେଲା। ତେବେବି ସେଇଆ। ମୋ ଭାଇ ସାଙ୍ଗରେ କଥା ହେଲେ ବା ପଡ଼ିଶାଘରକୁ ଟିକେ ଚାଲିଗଲେ ମଧ୍ଯ ଟାଉଁ ଟାଉଁ କରି କହୁଛନ୍ତି। କୋଉ ବୁଢି ହୋଇଗଲେଣି ଯେ !! ସିଏ ତ କାମ, ରୋଷେଇବାସ କରି ପାରିବେ। ବର୍ଷ ଦୁଇଟା ହୋଇନି ବାହାହୋଇ ଆସିଲି। ଏବେ ତ ଜାଣିଛ ମୋ ପେଟରେ ତୁମର ପିଲା ଅଛି ଦୁଇ ମାସ ହେଲାଣି। ମୁଁ ନଇଁ ପାରୁନି। ପେଟ ଦରଜ କରୁଛି। ଏ ସମୟରେ ବିଶ୍ରାମ କରିବା କଥା। ହେଲେ କୋଉଠି ରଖି ଥୋଇ ଦେଉଛନ୍ତି ଯେ ??

କହିଲାରୁ କହୁଛନ୍ତି, ମୋର କ'ଣ ପିଲା ହୋଇନାହାନ୍ତି। ଛଅଟା ପିଲାର ମାଆ ମୁଁ। ତମେ ଆଝୋଉଁ ଏମିତି, ଆଗକୁ କଣ କରିବ ?


ସ୍ତ୍ରୀର ସବୁ କଥା ଶୁଣି ସ୍ବାମୀ କହିଲେ, ଠିକ୍ ଅଛି, ମୋତେ ଶିଘ୍ର ଖାଇବାକୁ ଦିଅ। ଆଜି ଦେଢଟାବେଳେ ମିଟିଙ୍ଗ ଅଛି। ମୁଁ ଝଅଟି ଯିବି।

ତୁମେ କେବେ ବି ମୋ କଥା ଶୁଣୁନା। ଏ କାନରେ ପୁରେଇ ସେ କାନରେ ବାହାର କରିଦେଉଛ।


ସ୍ତ୍ରୀ :- ହଉ, ଟିକେ ରୁହ। ଡାଲିଟାକୁ ଛୁଙ୍କ କରିଦିଏ, ଖାଇବାକୁ ଦେବି।


ସ୍ବାମୀ :- ଦେଖିଲ, ମାଆ ଠିକ୍ କହୁଥିଲା। ରନ୍ଧା ସରିନି। ମୁଁ ଶିଘ୍ର ଫେରିବି। ତୁମେ କଣ କରୁଥିଲ ?


ସ୍ତ୍ରୀ :- ମୋତେ କଣ ରନ୍ଧେଇ ଦେଲେ। ପାଟେ କଜିଆ କରିସାରିଲେଣି। ମୁଁ ଟିକେ ମୋବାଇଲ ରେ ସିରିଏଲ ଦେଖୁଥିଲି ଓ ଇଉ ଟିଉବ୍ ରୁ ଖାଇବା ରନ୍ଧା ଦେଖୁଥିଲି ବୋଲି ମୋ ସାଙ୍ଗରେ ଝଗଡା।


ସ୍ବାମୀଙ୍କର ଡେରି ହେବାରୁ ନଖାଇ ମିଟିଙ୍ଗ ପାଇଁ ଚାଲିଗଲେ। ଶାଶୁ ଏ କଥା ଦେଖି ଗରମ ହୋଇଗଲେ ଏବଂ ବହୁତ କଥା କାଢିଲେ।


ସ୍ବାମୀ ଘରକୁ ଫେରିଲେ ରାତି ନଅଟା ବେଳକୁ। ମୁଁହ ଆଖି ଶୁଖିଯାଇଥାଏ। ମାଆ ଝପଟିକରି ପୁଅକୁ କହିଲେ, ଆଜି ମୋ ପୁଅ ଖାଇନି। ମୁଁହ ଆଖି ଶୁଖି ଗଲାଣି। ଗଲୁ ଗଲୁ ଶିଘ୍ର ଗୋଡ, ମୁଁହ, ହାତ ଧରି ଆସିଲୁ। ମୁଁ ଖାଇବାକୁ ବାଢୁଛି।


ପୁଅ :- ସୀମା କାହିଁ କି ?


ମାଆ :- ଶୋଇଲାଣି। କହୁଛି ତା ମୁଣ୍ଡ ବିନ୍ଧୁଛି।


ପୁଅ :- ସେ ଖାଇଛି ?


ମାଆ :- ହଁ। ଚାରିପଟ ରୁଟି ସନ୍ତୁଳା ଲଗାଇ ଖାଇ ଗିଲାସେ ଖିର ପିଇ ଶୋଇଛି।


ପୁଅ ଗୁଡ ହାତ ମୁଁହ ଧୋଇଆସି ଖାଇଲା ଏବଂ ଶୋଇବାକୁ ଗଲା ।


ସ୍ବାମୀ :- ତୁମ ମୁଣ୍ଡ ବାନ୍ଧୁଛି ବୋଲି ମାଆ କହୁଥିଲା।


ସ୍ତ୍ରୀ :- ହାତଟାକୁ ଛାଟି ଦେଇ, ହଁ। ତୁମର କଣ ଅଛି ? ମାଆର ସବୁ କଥା ବୁଝିବ। ମୋ ପାଇଁ ତୁମ ପାଖରେ ସମୟ ନାହିଁ।


ଥକି ଆସିଥିବାରୁ ସ୍ବାମୀ କିଛି ଉତ୍ତର ନ କରି ଶୋଇପଡିଲେ। ତା ପରଦିନ ସକାଳ ଆଠଟା।


 ସ୍ବାମୀ :- ଉଠୁନା, ଆଠଟା ବାଜିଲାଣି। ନଅଟା ବେଳେ ମୁଁ ଅଫିସ ଯିବି।


ସ୍ତ୍ରୀ :- ମୋ ଦେହ ଭଲ ନାହିଁ। ମୁଁ ଉଠି ପାରିବିନି। ମୋ ମାଆକୁ ଫୋନ୍ କରି କହିଦେବ ଭାଇକୁ ପଠାଇ ମୋତେ ନେଇଯିବ। ମୁଁ ଏଠାରେ ଚଳି ପାରିବିନି।


ସ୍ବାମୀ କିଛି ନ କହି ସମୟରେ ଅଫିସ ଚାଲିଗଲେ। ଗୋଟାଏ ବେଳେ ଆସିଲା ବେଳକୁ ସ୍ତ୍ରୀର ଭାଇ ଆସିଛି। ଘର ଜିନିଷ ପତ୍ର ଆଡେ ସାଡେ ଖେଳେଇ ହୋଇ ପଡିଛି। କଣ ଗୋଟାଏ ଖୋଜା ଚାଲିଛି।


ସ୍ବାମୀ :- ଇଏ ସବୁ କଣ ହେଇଛି ? ଇଏ ଘର ନା ଭୁତୁଖାନା ?


ସ୍ତ୍ରୀ :- ମୋ ସୁନା ଚୁଡି ପାଉନି। ବୋଧେ ବୋଉ ନେଇଛନ୍ତି। ତାଙ୍କ ଆଲମିରା ଖୋଜି ସାରିଲିଣି, ପାଉନି। ବୋଧେ ସେ ତାଙ୍କ ଝିଅକୁ ଦେଇ ଦେଇଛନ୍ତି ।


ପୁଅ :- ମା, ତୁ ତାର ଚୁଡି ଦେଖିଛୁ ? 


ମାଆ :- ନାହିଁରେ ପୁଅ, ମୁଁ ଜମା ଦେଖିନି।


ପୁଅର ମୁଣ୍ଡ ଖରାପ। ଏବେ ଏବେ ଲକ୍ଷେ ଟଙ୍କା ଦେଇ ସ୍ତ୍ରୀ ପାଇଁ ଚୁଡି କରିଛି। ମାଆ ଏପରି କାମ କରିବନି। ମୋର ବିଶ୍ବାସ। ତେବେ ଚୁଡି କଣ ହେଲା। ପୁଅ ମଧ୍ଯ ଖୋଜିବାରେ ଲାଗିଲା। ଏହି ସମୟରେ ସିଗାରେଟ୍ ପ୍ୟାକେଟ୍ ବାହାର କରୁ କରୁ ଶଳାର ମନିପର୍ସଟା ତଳେ ପଡିଗଲା ଏବଂ ସେଥିରୁ ଭଉଣୀର ଚୁଡି ବାହାରି ଛିଟିକି ପଡିଲା।

ଏ କଥା କେବଳ ସ୍ବାମୀ ଦେଖିଛି। ଆଉ କେହି ଦେଖି ନାହାନ୍ତି। 


ସ୍ତ୍ରୀ କହିଲା, ଦେଖୁଛ। ମାଆ ପରା ନେଇଥିଲେ। ହେଇ ଯେଉଁଠି ରଖିଥିଲେ ସେଠୁ ପଡିଗଲା। ଠାଏ ଠାଏ ଦୁଇଟି ଚାପୁଡା ବସିଗଲା ସ୍ତ୍ରୀ ଗାଲରେ। ଖବରଦାର, ମୋ ମାଆ ନାଁ ରେ ଏମିତି ଆଉ କେବେ କହିବ ନାହିଁ। ବହୁତ ବରଦାସ୍ତ୍ କଲିଣି। ଭାବୁଥିଲି, ଉଭୟଙ୍କ ଭିତରେ ସମନ୍ବୟ ରଖିବି। ହେଲେ ତୁମେ ତା'ର ଯୋଗ୍ଯ ନୁହେଁ। ନିଜ ଭାଇକୁ ପଚାର, ଚୁଡି କେଉଁଠୁ ପଡିଲା।


ସ୍ତ୍ରୀ କାନ୍ଦି କାନ୍ଦି :- ତୁମର କଣ ପାଇଁ ମାଆ ଉପରେ ଏତେ ଭରଷା ଓ ବିଶ୍ବାସ ?


ସ୍ବାମୀ :- ଅପେକ୍ଷା କର । ଭଗବାନ ତୁମକୁ ବି ପିଲା ଦେଲେଣି। ସେ ବଡ ହେଲେ ତାର ବାହାଘର ହୋଇ ବୋହୁ ଆସିଲେ ତୁମେ ଠିକ୍ ବୁଝିପାରିବ। 


ମାଆ କଣ ମାଆ ନିଜେ କହି ପାରିବନି। ହେଲେ ପିଲା କହିପାରିବେ। କାରଣ, ପିଲାଙ୍କ ଭରଷା ମାଆ, ପିଲାଙ୍କ ବିଶ୍ବାସ ମାଆ, ପିଲାଙ୍କ ନିଶ୍ବାସ ମାଆ।


         


Rate this content
Log in

Similar oriya story from Inspirational