STORYMIRROR

Dr Jharana Satapathy

Tragedy

4.1  

Dr Jharana Satapathy

Tragedy

କରୋନାରେ କରୁଣ ଚିତ୍ର

କରୋନାରେ କରୁଣ ଚିତ୍ର

3 mins
11.9K



ମୋବାଇଲରେ ମାଆର ଶେଷକୃତ୍ୟ ଦୃଶ୍ୟ ଦେଖି କୋହ ନ ସମ୍ଭାଳି ଆଖିରୁ ବୋହି ଯାଉଥାଏ ଧାର ଧାର ଅଶ୍ରୁ ବିଶ୍ବେଶ୍ବରର।ଫୋନରେ ମୋ ବୋଉ ମୋ ବୋଉ ଡାକି କୋହଭରା ହୋଇ ଉଠୁଥାଏ। ତା ବୋଉକୁ କଣ ତାର ତାର ଡାକ ଶୁଭିଵ ନା ସିଏ ଫେରିଆସିବ। ସିଏ ପରା ପଞ୍ଚଭୂତରେ ଲୀନ ହେବାକୁ ଯାଉଛି।ଏଭଳି ପରିସ୍ଥିତିରେ ଦୁଃଖ ବୁଝିବା ପାଇଁ କେହି ଆତ୍ମୀୟ ନିଜ ପାଖରେ ବି ନାହାନ୍ତି ? ସବୁ ଆତ୍ମୀୟ ସେହି ଗାଁରେ। 


ଗାଁ ମସାଣିର ଦୃଶ୍ୟ ସହ ତା ମାଆର ଶବଦାହ। ନାଲି ରଙ୍ଗର ଶାଢୀରେ ସଧବା ବେଶରେ ସଜ୍ଜିତ ହୋଇ ତା ବୋଉ ଶୋଇଥାଏ କୋକେଇ ରେ।ମଥାରେ ନାଲି ରଙ୍ଗର ସିନ୍ଦୁର,ପାଦରେ ଗାଢ ଅଳତା।ବାପା କାନ୍ଦି କାନ୍ଦି ବୋଉର ମଥାରେ ସିନ୍ଦୁର ବୋଳିବାର ଦୃଶ୍ୟ।ବାପାଙ୍କୁ ସାହାସ ଦେବାଙ୍କୁ ପାଖରେ ବି କେହି ନାହାନ୍ତି।


ନିଜକୁ ନିଜେ ବିଶ୍ବେଶ୍ବର ଆଉ ସମ୍ଭାଳି ପାରିଲା ନାହିଁ କାନ୍ଥରେ ମୁଣ୍ଡବାଡେଇ ଅନୁତପ୍ତ କରିବାକୁ ଲାଗିଲ।।ଖାଲି ଛି ଛାହେଉଥାଏ।ସାରା ବିଶ୍ବର ଏଭଳି ପରିସ୍ଥିତିରେ ବୋଉକୁ ଆରପାରିକୁ ଯିବାର ଥିଲା ଆଉ କିଛି ଦିନ ବଞ୍ଚିପାରିଲା ନାହିଁ।ମଣିଷ ଜୀବନ ପାଣି ଫୋଟକା। କେତେବେଳେ କଣ ହୋଇଯିବ କହି ହେବ ନାହିଁ। 


----ହେ ଭଗବାନ ମୁଁ କରିବି କଣ! ସାରା ବିଶ୍ୱରେ ମାତିଛି କରୋନା ଆତଙ୍କ । କରୋନା ଭୟରେ ଘରୁ ବାହାରିବାକୁ ଡ଼ରୁଛନ୍ତି ଲୋକେ ।ଚାରିଆଡ ଶୁନ ସାନ ହୋଇପଡିଛି। ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରୁ ନାହାଁନ୍ତି।


ଏପଟେ କରୋନା ଦାଉରୁ ସ୍ଥିତି ସଂକଟାପର୍ଣ୍ଣ ।ମୃତ୍ୟୁର ବିଭିଷିକା ଖେଳାଇ ଚାରିଆଡେ ତାଣ୍ଡବ ।ସେଥିପାଇଁ ସବୁ ବନ୍ଦବାନ୍ଦ।ଘରୁ ବାହାରିବାକୁ ଵିପଦ। 


----ହେ ଭଗବାନ ପୁଅ ହୋଇ ମୁଁ ମୋ ବୋଉ ପାଇଁ କିଛି କରିପାରିଲି ନାହିଁ।କେତେ ମନା କରୁଥିଲା ମତେ ଆମେରିକା ଯାଆନି ମୁଁ ତା କଥା ମାନିଲି ନାହିଁ ।ପଇସା ମୋହରେ ଅନ୍ଧ ହୋଇଗଲି।କି ଆମେରିକା ମୋହ ମତେ ଲାଗିଲା ସବୁ ଚାକିରିକୁ ହତାଦର କରି ଏଠି ଚାଲିଆସିଲି।ଏବେ ଉପାୟ ଶୂନ୍ୟ ହୋଇ ପଡିରହିଛି।ନା ଖାଇବାକୁ ମିଳୁଛି ନା ଶାନ୍ତିରେ ଟିକେ,ରହିପାରୁଛି ନା ଶୋଇ ପାରୁଛି।ଆଖି ଆଗରେ ଶହ ଶହ ଲୋକଙ୍କର ଜୀବନ ଚାଲି ଗଲାଣି।କେତେ ବେଳେ ମୋର ଜୀବନ ଚାଲିଯିବ ଏକଥା ମୁଁ ଜାଣିନି।


 ବିଦେଶରେ ଆସି କିଛି ବର୍ଷ ରହଣୀ ଭିତରେ ନା ମନରେ ଶାନ୍ତି ଅଛି ନା କେହି ଆତ୍ମୀୟ ଅଛନ୍ତି କଥାବାର୍ତ୍ତା କରିବାକୁ । ସତରେ ଟଙ୍କା ମନରେ ଶାନ୍ତି ଦେଇ ପାରେନି । ମାଆ ହାତ ରନ୍ଧା ଖାଇବାକୁ ମିଳିଲା ନା ଭଲରେ ଖାଇବାକୁ ମୁଠେ କିଏ ବାଢିଦେଲା । ଭାରି ମନେପଡୁଛି  ମାଆ ହାତର ପଖାଳ କଂସା । ବିଦେଶରେ ରହି ରହି ପାଶ୍ଚାତ୍ୟ ସଂସ୍କୃତି ସହିତ ଏତେ ବୋର ହୋଇ ମନରେ ଆସିଗଲା ଭାରି ବିସ୍ତାପ ।



ବିଦେଶକୁ ଆସି ମନରେ ଭରିଗଲା ଭାରି ପଶ୍ଚାତାପ । ଟଙ୍କାର ଲୋଭ ମୁଣ୍ଡ ଭିତରେ କାଇଁ ପଶିଥିଲା । ଦିନରାତି ଖାଲି ସ୍ବପ୍ନ ଥିଲା ଟଙ୍କା ରୋଜଗାର କରିବା ।କି ବିଦେଶରେ ରହିଲି ନିଜ ଭାରତଭୂମି ଜନ୍ମମାଟିକୁ ସବୁବେଳେ ଝୁରି ହେଲି । ସତରେ ଯାହା ନାହିଁ ଭାରତେ ତାହା ନାହିଁ ଜଗତେ । ଏଥର ଫେରିଯିବି ଆମ ଭାରତମାଟିକୁ&

nbsp;।



ବାପାଙ୍କର ଶେଷ ପଦିଏ କଥା ଏବେ ବି ମନେପଡୁଛି ଗଲା ପୁତ୍ର ବାହୁଡି ନ ଅଇଲା।ମୁଁ କଥା ଦେଇଥିଲି ଆସନ୍ତା ବର୍ଷ ଠିକ୍ ଏ ସମୟରେ ସେମାନଙ୍କ ପାଖରେ ପହଞ୍ଚିବି ବୋଲି।


କିନ୍ତୁ ସବୁ......ଓଲଟପାଲଟ ।ଜନ୍ମକଲା ପୁଅ ଥାଉ ଥାଉ ଅନ୍ୟ ହାତରେ ମୁଖାଗ୍ନି ।କିଛି କରିପାରିଲି ନାହିଁ ନିଜ ମାଆ ବାପା ପ୍ରତି।ଧିକ ଏ ଜୀବନ।ବାପା ଏ ବୟସରେ ବଞ୍ଚିବେ ଅବା କିପରି? 


ବହୁଟିଏ ଆଣିବାକୁ କେତେ ସ୍ବପ୍ନ ଦେଖିଥିଲା ବୋଉ।


---ମତେ ବୁଝେଇ ବୁଝେଇ ଥକି ପଡିଥିଲା କିନ୍ତୁ କିଛି ଲାଭ ହେଲା ନାହିଁ ତାର।ମୁଁ କେମିତି କହିଥାନ୍ତି ମୁଁ ଜଣେ ଫରେନିୟରକୁ ଭଲ ପାଉଛି ବୋଲି।ଭାବୁଥିଲି ଏ ଥର ଗାଁକୁ ଗଲେ ବୋଉ ଆଗରେ ମୋ ସତ କଥା କହିଦେବି ।ବୋଉକୁ ଯେମିତି ହେଲେ ରାଜି କରାଇଥାନ୍ତି।କିନ୍ତୁ ସବୁ ସ୍ବପ୍ନ ଧୂଳିସାତ୍ ହୋଇଗଲା।


ବୋଉକୁ ଆଦୌ ଇଛା ନଥାଏ ମତେ ବିଦେଶ ପଠାଇବା ପାଇଁ ମୁଣ୍ଡର ଝାଳ ତୁଣ୍ଡରେ ମାରି ମଣିଷ କରାଇଥିଲେ ବାବା ବୋଉ। 


ଵିଦେଶରେ ମୁଁ ରହିବା ଲାଗି ମନରେ ବଡ ଦୁଃଖ ଥାଏ। ତଥାପି ଵାହାରେ କହି ଵୁଲନ୍ତି ପୁଅ ଆମର ବଡ ଚାକିରି କରୁଛି।ବିଦେଶରୁ ପୁଳେ ପୁଳେ ଟଙ୍କା ଆଣିଵ।ସମସ୍ତଙ୍କୁ କହି ବୁଲୁଥିଲେ ମୋ ପୁଅ ଆମେରିକାରେ ଅଛି।କେତେ ଟଙ୍କା ପାଉଛି ଜାଣିଛ ନା।ଏତେ ବଡ ବଙ୍ଗଳାରେ ରହୁଛି।ନିତି ଗାଡି ଗୋଟେ ଗୋଟେ ଧରି ବୁଲୁଛି।


ସେଦିନ ମୋ ମୁହଁରୁ ଭଲ ଚାକିରୀ ପାଇବା କଥା ଶୁଣି ସାହି ପଡିଶା ମିଠା ବାଣ୍ଟି ଗର୍ବରେ ଫାଟି ପଡୁଥିଲେ ଵାପା ।ଖୁସିରେ ତାଙ୍କ ପାଦ ତଳେ ଲାଗୁ ନଥିଲା।- ସମସ୍ତଙ୍କୁ କହି ପାରୁଥିଲେ ମୋ ପୁଅ ପରା କୋଟି କୋଟି ଟଙ୍କା ପାଉଛି।ଫ୍ଲାଟ,ଗାଡି ସବୁ କିଣି ସାରିଲାଣି।"


କିନ୍ତୁ ଏବେ ଆମେରିକା ସ୍ଥିତି ଅସମ୍ଭାଳ।ଟିଭି ଦେଖି ବୋଉ ଅନ୍ୟ ମୁହଁରୁ ଶୁଣି ସବୁବେଳେ ନିତି ଚିନ୍ତାଗ୍ରସ୍ତ ହୋଇ ପଡୁଥିଲା ।ଦୁଇଦିନ ତଳେ ଫୋନ କରି କଥା ହୋଇଥିଲା କଥାହେଵା ସମୟରେ ସବୁବେଳେ ଗୋଟିଏ କଥାକହେ ପୁଅରେ ତୋ ଦେହର ଯତ୍ନ ନେବୁ।


ସମଗ୍ର ବିଶ୍ବରେ ଏଭଳି ଅଣାୟତ ପରିସ୍ଥିତିରେ ନିଜକୁ ନିଜେ ସଚେତନ ହୋଇ ରହିବା ନିହାତି ଦରକାର। ପଇସା ଆଜି ନ ହେଲେ କାଲି ରୋଜଗାର ହେବ। କାଳିଆକୁ ମନପ୍ରାଣ ଦେଇ ଡାକିଵୁ ସେ ସବୁ ଠିକ୍ କରିଦେବେ।


ନିଜେ ଆମେରିକାରେ ପଡିରହିଛି।ଦିନକ ଭିତରେ ଶହ ଶହ ମୃତଦେହ। ଗୋଟିଏ ଦିନ ଗୋଟିଏ ଯୁଗ ଭଳି ଲାଗୁଛି। ନିଜ ଭିଟାମାଟି ଜନ୍ମଭୂମି ଛାଡି ବିଦେଶ ଯିବାର ଲୋଭ ଏହି କରୋନା ମହାମାରୀ ଏକାଥରକେ ଚୁରମାର କରିଦେଲା। 


ଦୈନିକ ଏମିତି ଅନେକ ଘଟଣା ଘଟୁଛି ।ବହୁ ସଂଖ୍ୟକ ଲୋକମାନେ ଦେଶ ତଥା ଦେଶ ବାହାରେ ଫସି ରହିଥିଵା ଯୋଗୁ ଏଭଳି ଅସମୟରେ ନିଜ ପରିବାର ନିକଟରେ ପହଞ୍ଚି ପାରୁ ନାହାନ୍ତି । କିଏ ନିଜ ବାପା-ମା’ଙ୍କ ଶେଷ ଦର୍ଶନ କରିପାରୁନି ତ ଆଉ କିଏ ଗଙ୍ଗାଜଳ ଟିକେ ମଧ୍ୟ ଦେଇ ପାରୁନାହାନ୍ତି । ଆଉ କିଏ ବଡ଼ ପୁଅ ହୋଇ ମଧ୍ୟ ମୁଖାଗ୍ନି ଦେବାରୁ ବଞ୍ଚିତ ହେଉଛି । ହେଲେ ଏହି ଲକ୍‌ଡାଉନ ସମୟରେ ଏମିତି କିଛି ଘଟଣା ଘଟି ଯାଇଥିବ ଯାହାକେବେ ସଜାଡ଼ି ହୋଇ ପାରିବନି । 




Rate this content
Log in

Similar oriya story from Tragedy