STORYMIRROR

Dr Jharana Satapathy

Tragedy

3  

Dr Jharana Satapathy

Tragedy

କରୋନା ଦୁର୍ବ୍ଦଶାରେ ଦିନମଜୁରିଆ

କରୋନା ଦୁର୍ବ୍ଦଶାରେ ଦିନମଜୁରିଆ

2 mins
145

କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ସମଗ୍ର ରାଜ୍ୟରେ ଲକ୍ ଡାଉନ ଜାରି କରିଛନ୍ତି। ଲକ୍ ଡାଉନର ପ୍ରଭାବ ପ୍ରାୟ ସମସ୍ତଙ୍କର ଉପରେ ପଡିଛି। ଏ ଲକ୍ ଡାଉନ୍ ଯୋଗୁ ଅନେକ ଶ୍ରମିକ କାମଧନ୍ଦା ହରାଇ ଭୋକ ଉପାସରେ ରହିଛନ୍ତି। ମୋ ନଜର ସବୁବେଳେ ସେହି ଛଅ ସାତ ଜଣ ଶ୍ରମିକ ଉପରେ ପଡୁଥିଲା ଯେଉଁମାନେ କି ସର୍ବଦା ଆମ ଆପାର୍ଟମେଣ୍ଟ ସାମାନାରେ ଥିବା ଏକ ଘର କାମରେ ଲିପ୍ତ ଥିଲେ। ସେମାନେ ପ୍ରାୟ ଦୁଇ ତିନି ମାସ ପୂର୍ବରୁ ଆସି ଏଠାରେ ରହି ଶ୍ରମିକ ଭାବରେ ଘର କାମ କରୁଥିଲେ । ସବୁ କାମ ସେମାନେ ଠିକ୍ ଭାବରେ କରନ୍ତି।। ମୁଁ ବାଲକୋନିରେ ଛିଡା ହେଲେ ସବୁ ଦେଖାଯାଏ। କିନ୍ତୁ କରୋନାପାଇଁ ଯେତେବେଳେ ମାର୍ଚ୍ଚ ବାଇଶିରେ ଲକ୍ ଡାଉନ ଘୋଷଣା କରାଗଲା ସେମାନେ ସବୁ କାମ ଧନ୍ଦାବନ୍ଦ କରି ଚିନ୍ତାଗ୍ରସ୍ତ ହୋଇ ଖାଲି ଵସି ରହୁଥିଲେ। ମନେ ମନେ ଭାବୁଥିଲେ କେବେ ଲକ୍ ଡାଉନ ଅବଦ୍ଧି ସରିବ ପୁଣି କାମ କରିବେ। ସେମିତି କିଛି ଦିନ ଚୁପଚାପରେ ବସିରହିଥିଲେ। ପୁଣି ପରେ ପରେ ଦୁଇଦିନ ପାଇଁ ଭୁବନେଶ୍ବରକୁ ଯେତେଵେଳେ ସଟ୍ ଡାଉନ ଘୋଷଣା କରାଗଲା ସେମାନଙ୍କର ଚିନ୍ତା ଆହୁରି ଦ୍ବିଗୁଣ ବଢିଗଲା। କିଛି କାମ ଧନ୍ଦା ନ କରି ଖାଇବାକୁ ନ ପାଇ ସେମିତି ସେ ଛାତ ଉପରେ ଦିନରାତି ପଡିରହୁଥିଲେ। ମୁଁ ବାଲକୋନି ପଟୁ ସେମାନଙ୍କୁ ଦେଖୁଥାଏ। ଲାଗୁଥାଏ ସେମାନେ କାମର ଅନ୍ବେଷଣରେ ବହୁ ଦୂରଦୂରନ୍ତରୁ ଆସିଛନ୍ତି ବୋଧେ। କେତେଦିନ ସେମାନେ ଭୋକ ଉପାସରେ ପଡିରହିବେ ଏମିତି ଏ ଲକ୍ ଡାଉନ ଅବସ୍ଥାରେ । ନିଜ ଘରକୁ ଛାଡି କେତେଦିନ ରହିପାରିବେ। ମୁଁ ପ୍ରାୟ ଛଅ ସାତ ଦିନ ହେଲା ନଜର କରୁଛି ସେମାନ ଆଉ ଦେଖାଯାଉ ନାହାନ୍ତି। ନିଶ୍ଚୟ ସେମାନଙ୍କ ଘରକୁ ଚାଲିଯାଇଥିବେ। ଗାଡି ମଟର ସବୁ ଚଳାଚଳ ବନ୍ଦ।ପାଦରେ ଚାଲିଚାଲି ନିଶ୍ଚୟ ଘରକୁ ଯାଇଥିବେ। କାମଧାମ କରି ଯାହା ରୋଜଗାର କରୁଥିଲେ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ କରୋନା ପାଇଁ ସବୁକିଛି ଠପ୍ ହୋଇଗଲା।ଏଠାରେ ରହିବାରେ ଅସୁବିଧା ହେତୁ ନିଜ ଘରକୁ ବୋଧେ ଫେରିବାକୁ ଚାହିଁଲେ। ସେମାନଙ୍କ ପାଖରେ କିଛି ଖାଇବାକୁ ନଥିଲା ସେମାନେ ଅବା କରିବେ କଣ? ଯେତେ କଷ୍ଟହେଉ ପଛେ ନିଜ ଘର ପରିଵାର ପାଖକୁ ପହଞ୍ଚିବାକୁ ଚାହୁଁଥିଲେ। କିନ୍ତୁ ଭୁବନେଶ୍ବର ଫେରାନ୍ତକୁ କରୋନା ଭୟରେ ଗ୍ରାମବାସୀ ସମସ୍ତେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି।ଗାଁରେ ପ୍ରବେଶ କରିବାକୁ ବାରଣ କରୁଛନ୍ତି।ବିଚାରା ସେମାନେ ରହିବେ କେଉଁଠି ଏବଂ ବଞ୍ଚିବେ କିପରି? ଡକ୍ଟର ଝରଣା ଶତପଥୀ ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy