Kamal Kumar Dash

Tragedy Others

1  

Kamal Kumar Dash

Tragedy Others

କରୋନା ଆସିଛି

କରୋନା ଆସିଛି

1 min
2.7K


 କରୋନା ଆସିଛି କରୋନା ,ସହର ବଜାର ବନ୍ଦ ହୋଇ ଯାଇଛି | ଗାଡି ମଟର ଚାଲିବା ବନ୍ଦ ହୋଇଗଲାଣି | ଦିନ ମଜୁରିଆ ଦିନୁ ର ଘର ଭୁବନେଶ୍ୱର ରୁ 150କିମି | ଦିନୁ ର ସ୍ତ୍ରୀ ଓ ଝିଅ ବେଙ୍ଗ ଲୋକଙ୍କ ଘରେ କାମ କରନ୍ତି | କିନ୍ତୁ କରୋନା ପାଇଁ ଘର ଵାଲା କାମ କରିବାକୁ ମନା କରିଦେଲେ |ଦିନୁ ର କାମ ବି ବନ୍ଦ ହୋଇଗଲା |  କଣ କରିବେ ଭାବି ଭାବି ଦିନୁ ଓ ତା ସ୍ତ୍ରୀକୁ ନିଦ ଆସୁନଥିଲା | ଘରେ ଥିବା ଡାଲି ଚାଉଳ ପାଞ୍ଚ ଛ ଦିନରେ ସରିଯିବ | ଗାଁରୁ କ ତା ସାଙ୍ଗ ଫୋନ କରି କହିଲା ଗାଁରେ କଣ୍ଟ୍ରୋଲରେ ଡାଲି ଚାଉଳ ମିଳୁଛି , ଗାଁକୁ ପଳାଇ ଆସ | ଦିନୁ ଭାବିଲା ଗାଁକୁ ପଳାଇବ,  ହେଲେ 150 କିମି ଯିବ କେମିତି | ପାଖ ବସ୍ତିରେ ଥିବା ଅଟୋ ଡ୍ରାଇଭର କୁ ତା ମନ କଥା କହିଲା | ଅଟୋ ଡ୍ରାଇଭର ଘର ବି ଦିନୁ ଗାଁ ପାଖରେ ଥିଲା |ସେ କହିଲା ଦି ହଜାର ଦେବୁତ ତୋତେ ନେଇ ଗାଁରେ ଛାଡ଼ିଦେବି | ତା ଅଟୋ ବି ଚାଲୁ ନଥିଲା ତେଣୁ ସେ ବାହାରିଲା | ଦିନୁ ତା ଝିଅ ଓ ସ୍ତ୍ରୀ କାମ କରୁଥିବା ଘର ମାନଂକୁ ଯାଇ କିଛି ଟଙ୍କା ମାଗି ଆଣିଲେ | ରାତି 12ଟାରେ ସେମାନେ ଅଟୋରେ ବସି ତା ଗାଁକୁ ବାହାରିଲେ ଓ ସକାଳୁ ସକାଳୁ ଘରେ ପହଁଚିଗଲେ | ଗାଁ ରେ ସବୁ ଠିକ ଠ|କ ଚାଲିଥିଲା | କଣ୍ଟ୍ରୋଲରୁ ଡାଲି ଚାଉଳ ଆଣି, ବାଡିରୁ ଶାଗ ତୋଳି ସେମାନେ ଭାତ ଡାଲି ଶାଗ ଭଜା କରି ଶାନ୍ତିରେ ଖାଇଲେ | ଦିନୁ ଭାବୁଥିଲା ସହରୀ ଜୀବନ କେତେ ଟେନସନ ସତରେ ଓ ଗାଁରେ କେତେ ଶାନ୍ତି |


Rate this content
Log in

Similar oriya story from Tragedy