ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

କ୍ରିକେଟ ଖେଳ

କ୍ରିକେଟ ଖେଳ

3 mins
7.2K


ଶ୍ରୀମତୀ ଲୀନା ମିଶ୍ର

ବାନର ରାଜା ସିଂହ l ତାଙ୍କର ମନ୍ତ୍ରୀ ଭଲ୍ଲୁକ ମହାଶୟ l ଦିନକର ଘଟଣା ସିଂହ ମହାରାଜା ଆଦେଶ ଦେଲେ l କ୍ରିକେଟ ଖେଳ ହେବ l କେମିତି ହେବ, କେଉଁଠାରେ ହେବ ? ଏବଂ ସେ ଖେଳରେ କିଏ କିଏ ଭାଗ ନେବେ ? ଏସବୁ ଭଲ୍ଲୁକ ମହାଶୟ କହିବେ l ଭଲ୍ଲୁକ ମହାଶୟ କହିଲେ, କ୍ରିକେଟ ଖେଳରେ ଦୁଇଜଣ ଆମ୍ପାୟାର୍ ସହିତ ଦୁଇ ଦଳରେ ଖେଳିବା ପାଇଁ ବାଇଶି ଜଣ ଆବଶ୍ୟକ l ଖେଳାଳୀମାନଙ୍କ ଦେଖାଶୁଣା କରିବା ପାଇଁ ଆଉ ଦଶଜଣ ଆବଶ୍ୟକ l ଖେଳରେ ସେମାନଙ୍କୁ ଉପହାର ଦିଆଯିବ l ଯେ ଜିତିବ ସେ ଉପହାର ନେବ ଲ ବେକରେ ଫୁଲମାଳ ପଡିବ l ଖେଳ ପାଇଁ ପଡିଆ ଆବଶ୍ୟକ l ବ୍ୟାଟ୍,ବଲ୍, ଉଇକେଟ୍ ସବୁ ତିଆରି କରିବାକୁ ପଡ଼ିବ l ଖେଳ ସରିଲା ପରେ ସେମାନଙ୍କୁ ଖାଇବା ପାଇ ଦିଆଯିବ l ସିଂହ ମହାରାଜା ଆଦେଶ ଦେଇଛନ୍ତି l ବାଘ ମାମୁଁ ବସି ତାଲିକା କରିଛନ୍ତି l ଜିନିଷ ଯୋଗାଇବାର ଦାୟିତ୍ଵ ବିଲୁଆ ଓ ମାଙ୍କଡ଼ ଗଛରେ ଚଢି ଡାଳ ଭାଙ୍ଗି ପକାଉଥାଏ ତ ବିଲୁଆ ଟାଙ୍ଗିଆ ଧରି ହଣାହାଣି କରି ଉଭୟେ କାମରେ ଲାଗି ପଡିଥାନ୍ତି l ଖେଳରେ ଓ କାମରେ ସାହାଯ୍ୟ କରିବା ପାଇଁ ସବୁ ପଶୁ ଓ ପକ୍ଷୀଙ୍କୁ ନିମନ୍ତ୍ରଣ ଥାଏ l ଦୁଇ ମାସ ଆଗରୁ ଅଭ୍ୟାସ କରାଗଲା l ସିଂହ ମହାରାଜଙ୍କ ପାଇଁ ଏକ ସିଂହାସନ ତିଆରି କରାଗଲା l ଅନ୍ୟ ବିଚାରକ ମାନେ ବସିବା ପାଇଁ ଚୌକି ତିଆରି ହେଲା l କ୍ରିକେଟ ପଡିଆ ଚଞ୍ଚାଚଞ୍ଛି କରି ସଫା କରାଗଲା l ଅଭ୍ୟାସ ସମୟରେ କ୍ରିକେଟ ବଲ୍ ଗାତରେ ପଡିଗଲା l ଚିନ୍ତା ପଡ଼ିଲା ଗାତରୁ ବଲ୍ କିଏ ବାହାର କରିବ ? ସାପ କହିଲା ମୁଁ ଆଣିବି l ପୋଖରୀ ଥିବା ମାଛ, କଙ୍କଡ଼ା ଆଡିକୁ ମଧ୍ୟ ନିମନ୍ତ୍ରଣ ଥିଲା l ସେମାନେ ଥିଲେ ଦେଖଣାହାରୀ l କ୍ରିକେଟ ଖେଳରେ ମୁଖିଆ ଥିଲେ ଭଲ୍ଲୁକ ମହାଶୟ l ସେ ଯେମିତି କହିବେ ସେ ଅନୁସାରେ ଖେଳ ହେବ l କ୍ରିକେଟ୍ ଖେଳର ଯୋଗାଡ଼ ଯତ୍ନ ଚାଲିଲା l

କିଛି ଦିନ ପରେ ପରେ ଖେଳ ଆରମ୍ଭ ହେଲା l ଦୁଇଜଣ କ୍ୟାପ୍ ଟେନ୍ ରହିବେ l ଦୁଇଜଣ କିପରି ରହିବେ ? ଗୋଟିଏ ପଟର କ୍ୟାପ୍ ଟେନ୍ ବିଲୁଆ ଓ ଅନ୍ୟପଟର କ୍ୟାପ୍ ଟେନ୍ ଜିରାଫ୍ l କିପର୍ ହେଲେ ମାଙ୍କଡ଼ ଓ ଠେକୁଆ l ଦୁଇ ଦଳ କରାଗଲା l ଗୋଟିଏ ଦଳରେ ବିଲୁଆ, ମାଙ୍କଡ,ହରିଣ,ମୂଷା, ଗୁଣ୍ଡିଚି ଇତ୍ୟାଦି ଥିଲେ l ଗଧ ଓ ବାଇସିଆଳି ଅନ୍ୟମାନଙ୍କୁ ନେଇ ଜିନିଷ ଯୋଗାଇବାରେ ଥାନ୍ତି l କ୍ରିକେଟ ଖେଳ ଆରମ୍ଭ ହେଲା l ଦଶଟି ଉଇକେଟ୍ l ଛଅ ଓଭର୍ ଖେଳ ହେବ l ଯିଏ ଅଧିକା ରନ୍ କରିବ ସେ ଜିତିକି ଯିବ l ଖେଳ ଆରମ୍ଭ ହେଲା l ପ୍ରଥମେ ବିଲୁଆ ଓ ମାଙ୍କଡ ଦଳ ବ୍ୟାଟିଙ୍ଗ୍ କରିବା ପାଇଁ ଗଲେ ଓ ଅନ୍ୟ ଦଳ ଫିଲ୍ ଡିଂ କାଲେ l ଖେଳ ଚାଲୁ ରହିଥାଏ l ସିଂହାସନ ଉପରେ ସିଂହ ମହାରାଜା ବସିଥାନ୍ତି l ଭଲ୍ଲୁକ ମହାଶୟ ମାଇକ୍ ରେ ଘୋଷଣା କରନ୍ତି l ମଝିରେ ମଝିରେ ଝିଙ୍କାରି ଖେଳାଳି ମାନଙ୍କୁ ସର୍ବତ ଯୋଗାଇଥାଏ l ଏପରି ଖେଳ ଲାଗି ରହିଥାଏ l ତେଣେ ଖାଇବା ପାଇଁ ଫଳମୂଳ ଆସି ଥୁଆ ହୋଇଥାଏ l ବାଘ ମାମୁଁ ମହାରାଜାଙ୍କ ପାଖରେ ବସି ଖେଳର ମଜା ନିଅନ୍ତି l ନାନା ଜାତିର ଫୁଲ ଅଣାଯାଇ ଫୁଲମାଳ କରି ସିଂହ ମହାରାଜ, ବାଘ ମାମୁଁ ଓ ଭଲ୍ଲୁକ ମହାଶୟଙ୍କ ବେକରେ ପଡିଥାଏ l ବାଘ ମାମୁଁ ଚିଫ୍ ଗେଷ୍ଟ ଥିଲେ l ଛଅ ଓଭର୍ ଖେଳ ସରିଲା l ତା’ ପରେ କିଛି ସମୟ ବେଶରମ ନିଆଗଲା l ସର୍ବତ ଟିକେ ପିଇ ପୁଣି ଠେକୁଆ ଓ ଜିରାଫ୍ ଦଳ ବ୍ୟାଟିଙ୍ଗ୍ କଲେ l ଖେଳ ଶେଷରେ ଠେକୁଆ ଓ ଜିରାଫ୍ ଦଳ ହାରିଗଲେ l ଖେଳ ସମାପ୍ତ କରାଗଲା l ମାଙ୍କଡ ଓ ବିଲୁଆ ଦଳଙ୍କ ବେକରେ ଫୁଲମାଳ ଦିଆଗଲା l ଫଳମୂଳ ସବୁ ଖାଇବାକୁ ଦିଆ ଗଲା l ଯେତେ ଦେଖଣାହାରୀ ଆସିଥିଲେ ସେମାନଙ୍କର ସମ୍ମାନ କରାଯାଇଥିଲା l ସିଂହ ମହାରାଜ ଖେଳ ଶେଷରେ ପଚାରିଲେ, ଖେଳ କେମିତି ଲାଗିଲା l ଦେଖଣାହାରୀ ବଡ ପାଟିରେ ଉତ୍ତର ଦେଲେ, ମହାରାଜ ବହୁତ ମଜ୍ଜାଳିଆ l ଆମେ ଖୁସି ହେଇ ଗାଲୁ l ସିଂହାସନ ଉପରୁ ସିଂହ ମହାରାଜ ବାଘ ମାମୁଁ ସହ ଆସିଲେ l ଖେଳ ସମାପ୍ତ କରା ଗଲା l


Rate this content
Log in

Similar oriya story from Children