Lalita Mohan Mishra

Tragedy Classics Others

3  

Lalita Mohan Mishra

Tragedy Classics Others

କମ୍ବଳ

କମ୍ବଳ

2 mins
245



                ଶୀତ ରାତିର ସାଥୀଟିଏ । ଶିତଭିଜା ରାତିରେ ଲୋଡା। ସେ ଯେମିତି କଥା କୁହେ ରାତିସାରା । ତା ଭିତରେ ମନକୁ ଛୁଏଁ ,କେତେ ହଜି ବାର କଥା - କେତେ ଗଢିବାର ଆଶା । ଦିନା ସାହୁ ବୁଢା । ମନଥାଏ ନୂଆ କମଳ ଟିଏ ପାଇଁ । ମୋଟା ସାତସିଆଁ କମଳ ଭିତରେ ଵିତି ଗଲାଣି ପିଲା ଦିନ ଠାରୁ ଆଜି ପର୍ଯ୍ୟନ୍ତ । ଗରିବ ମନୁଷ୍ଯର ସାଥିଟିଏ ।

                  

            ପୁଅ ରାଉରକେଲା ଫାକ୍ଟେରୀରେ କେତେ ଦିନ ହେଲାଚାକେରୀ କଲାଣି । ଆଶା ବାନ୍ଧିଛି ଦିନା ସାହୁ ଦୁଖ ଚାଲିଯିବ। ଗଲାସନ ପୁଅକୁ ବାହାକଲା ଘୁମୁସରରେ । ନୁଆ ଖଟ , ନୂଆସେଜ, ନୂଆ କମ୍ବଳ ଏମିତି କେତେ କ'ଣ ରେ ପୁରିଉଠିଲା ଘର । କିନ୍ତୁ ଚିରା ସାତସିଆଁ କମ୍ବଳଟାକୁ ଗୁଡେଇ ହୋଇ ଶୋଉଛି ଦିନା ସାହୁ । ଶୀତ ରାତିରେ ଥର ଥର ହେଉଛି । ପୁଅ ଚାକିରୀ କଲା । ଘରକୁ ନୁଆ ବୋହୁ ଆସିଲା। ହେଲେ ଦିନା ସାହୁର ଶୀତ ଦିନ ଦୁଃଖ ଗଲା ନାହିଁ। ଶୀତ ଦିନେ ମନେପଡେ ଏବଂ ଲୋଭ ଓ ଆଶା ରଖେ ନୂଆ କମ୍ବଳ ଆସିବ। ଘୋଡେଇ ହୋଇ ଭଲରେ ଶୋଇବ ।


                   ଏଥର ଶୀତ ପ୍ରବଳ। ପୁଅକୁ କହିଲା - କମ୍ବଳ ଟିଏ ଆଣିବା ପାଇଁ । ପୁଅ ଶୁଣି ନ ଶୁଣିଲା ପରି ରହିଲା । ଵୋହୁକୁ କହିଲା - ବୋହୁ କହିଲା ପୁଅ କହିଛନ୍ତି ଏଥର ଆସିଲେ ବେଳେ ଆଣିବେ । ସେଇ ସାତ ସିଆଁ କମ୍ବଳରେ ଶୀତ କାଟିବାକୁ ଲାଗିଲା ଦିନା ସାହୁ । ଶୀତ ଛୁଟିରେ ପୁଅ ନୁଆ କମ୍ବଳଟିଏ ଆଣିଦେଲା । ଦିନା ସାହୁ ଖୁସିର ବିଶିଆ, ବୁଧିଆ, ହରିଆ ସବୁରି କାନରେ କଥା ପକେଇ ଦେଇଚି ଯେ ପୁଅ ମୋ ପାଇଁ ନୂଆ କମ୍ବଳଟିଏ ଆଣି ଦେଇଛି । ବହୁତ ସୁନ୍ଦର କମ୍ବଳଟି । ଘୋଡେଇ ହୋଇ ଶୋଇବି ବୁଲିବ ।


               ମନ ପୁରିଗଲା । ରାତି କୁ ବୁଢା ବୋହୁକୁ କମ୍ବଳଟି ମାଗିଲା । ବୋହୁ କହିଲା ନୂଆ କମ୍ବଳଟି । ମୁଁ ସାଇତି ରଖିଛି ଆଲମାରୀରେ ପରେ ନେବ । ବୁଢା ର ଦୁଃଖ ଅପସାରିତ ହେଲା ନାହିଁ । ଆନନ୍ଦଟି ବିଷାଦରେ ପରିଣତ ହେଲା। ପୁଣି ଖୋଲିଲା ସେହି ସାତସିଆଁ କମ୍ବଳ । ତା ଭିତରେ ଭାଵୁଥାଏ, କେଵେ ସେ ଆଉ ଘୋଡେଇ ହବ ତା ନୁଆ କମ୍ବଳକୁ ।

              

ଏହା ଭିତରେ ନୂଆ କମ୍ବଳ ଆସିବାର ଏକ ଶୀତ ଯାଇ ପୁଣି ଶୀତ ଆସିଲାଣ । ଏଥର ଆଉ ଆକାଂକ୍ଷା ନାହିଁ କମ୍ବଳକୁ । ବୟସ ଆଉ ସାଥି ଦେଉ ନାହିଁ । ବୁଢା ଚାଲିପାରୁନି କି ଚିହ୍ନି ପାରୁନି । ବାଉଳା ଚାଉଳା ହେଉଛି । କାଲି ରାତି ରେ କମ୍ବଳ ପାଇଁ ଵାଉଳି ଚାଉଳି ହେଉଥିଲା ।


ପଡୋଶୀ ବୁଧିଆ ସାହୁ ପାଟି କରି କହିଲା - ଦିନା ନନାଟା ରାତିରେ କମ୍ବଳ ପାଇଁ ବାଉଳି ହେଉଛି ।ପଛ କଥା ପଛରେ ରହିଯାଇଛି । ଏହା ଭିତରେ ଦିନା ସାହୁ ଚାଲି ଯିବାର କେତେ ବର୍ଷ ବିତିଗଲାଣି । ଦିନା ସାହୁର ପୁଅ ରାଉରକେଲାରେ ବଡ ଅଫିସର । ସପରିବାର ରାଉରକେଲାରେ । ସମସ୍ତେ କୁହନ୍ତି ଦିନା ସାହୁର ପୁଅ ଭାରି ଧାର୍ମିକ ପରୋପକାରୀ । ଏଥର ଶୀତ ଦିନରେ ବୃଦ୍ଧାଶ୍ରମ ଯାଇ ବୁଢାବୁଢୀ ମାନଙ୍କୁ କମ୍ବଳ ଟଙ୍କା ଇତ୍ୟାଦି ବାଣ୍ଟୁଥିଲେ । ବୁଢାବୁଢୀ ମାନେ ଏବଂ ଆଶ୍ରମର କର୍ମକର୍ତ୍ତା ମାନେ ସାର୍ ଙ୍କୁ ଭାରି ପ୍ରଶଂସା କରୁଥିଲେ । ମୋତେ ଲାଗୁଥିଲା ସ୍ବର୍ଗରେ ଥାଇ ଦିନା ସାହୁ କ'ଣ ଭାବୁଥିବ.....


Rate this content
Log in

Similar oriya story from Tragedy