ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

କିଏ ଯୋଗ୍ୟବର

କିଏ ଯୋଗ୍ୟବର

2 mins
7.7K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଶୂନଶାନ୍ ଅନ୍ଧାର ରାତିରେ ରାଜା ବିକ୍ରମାଦିତ୍ୟ ବେତାଳକୁ କାନ୍ଧରେ ଧରି ଯାଉଥିଲା ବେଳେ ବେତାଳ କହିଲା-ଶୁଣ ରାଜା ! ଯମୁନା ନଦୀ କୂଳରେ ଥିବା ଏକ ସହରରେ କେଶବ ପଣ୍ଡିତ ବୋଲି ଜଣେ ବ୍ରାହ୍ମଣ ରହୁଥିଲେ l ତାଙ୍କର ମଧୁମାଳତୀ ନାମରେ ସୁନ୍ଦରୀ ଝିଅଟିଏ ଥିଲା l ଝିଅର ବିଭାହ ବୟସ ହେବାରୁ ବାପା ତା’ର ଜଣେ ଯୋଗ୍ୟବର ଖୋଜି ବାରେ ଲାଗିଲେ l

ଥରେ କେଶବ ପଣ୍ଡିତ କୌଣସି କାମରେ ପାଖ ଗାଁକୁ ଯାଇଥିଲେ l ସେଠାରେ ଗୋଟିଏ ବରପାତ୍ର ଠିକ୍ କରି ଘରକୁ ପେରି ଆସିଲେ l ଘରକୁ ଆସିବାରୁ ତାଙ୍କ ସ୍ତ୍ରୀ କହିଲେ,ଆଜି ତ୍ରୟମ୍ବକ ଶାସ୍ତ୍ରୀଙ୍କ ପୁଅ ଆସିଥିଲା l ମୁଁ ତାକୁ ମଧୁ ମାଳତିର ବର ରୂପରେ ବାଛିଚି l ହେଲେ ପଣ୍ଡିତେ ନିଜ ମନକଥା ସ୍ତ୍ରୀକୁ କହିବାରୁ ସ୍ତ୍ରୀ ବ୍ୟସ୍ତ ହୋଇ ପଡ଼ିଲେ l ଏତିକି ବେଳେ ତାଙ୍କ ପୁଅ ଆସି କହିଲା – ‘’ ମାଆ ! ଗୋଟିଏ ଗୁଣବାନ୍ ପୁଅ ସହ ଆମ ମଧୁମାଳତୀ ବିଭାଘର ହେବା ପାଇଁ ମୁଁ କଥା ହୋଇ ଆସିଛି l ‘’

ଏବେ ସମସ୍ତେ ଅଡୁଆରେ ପଡ଼ିଗଲେ l କାହାକୁ ଜ୍ଵାଇଁ କରିବେ ଠିକ୍ କରି ପାରିଲେ ନାହିଁ l ଏତିକି ବେଳେ ତିନି ଯୁବକ ବିକ୍ରମ, ବାମନ ଓ ମଧୁସୂଦନ ତାଙ୍କ ଘରେ ଆସି ପହଞ୍ଚିଲେ l ହେଲେ ହଠାତ୍ ଏକ ବିଷଧର ସାପ ମଧୁମାଳତୀକୁ କାମୁଡ଼ି ଦେବାରୁ ସେ ମରିଗଲା l ପଣ୍ଡିତେ ଝିଅର ଶବ ଦାହ କରି ଦେଲେ l ବିକ୍ରମ ଝିଅର ହାଡ଼ତକ ନେଇ ବଣକୁ ଗଲା l ତାକୁ ପାଖରେ ରଖି ତପସ୍ୟା କଲା l ବାମନ ପାଉଁଶତକ ନେଇ ଗୋଟିଏ କୁଡ଼ିଆ ଘରେ ଯାଇ ରହିଲା l ଆଉ ମଧୁସୂଦନ ସାଧୁ ବେଶ ଧରି ବିଦେଶକୁ ଚାଲିଗଲା l

ବିଦେଶରେ ଥାଇ ସେ ତନ୍ତ୍ରବିଦ୍ୟା ଶିଖି ଫେରି ଆସିଲା l ତା’ପରେ ସେ ମୃତସଞ୍ଜିବନୀ ମନ୍ତ୍ରବଳରେ ମଧୁମାଳତୀକୁ ବଞ୍ଚାଇ ଦେଲା l ଏହାପରେ ତିନିଜଣ ଯୁବକ ମଧୁମାଳତୀକୁ ବିବାହ କରିବାକୁ ଜିଦ୍ ଧରିଲେ l ମଧୁସୂଦନ କହିଲା-ସେ ମନ୍ତ୍ରପାଠ କରି ମଧୁମାଳତୀକୁ ବଞ୍ଚାଇଛି l ତେଣୁ ସେ ହିଁ ତାକୁ ବିବାହ କରିବ l

ବାମନ କହିଲା- ସେ ଯଦି ପାଉଁଶ ନ ରଖିଥାନ୍ତା, ତେବେ ମଧୁମାଳତୀ ବଞ୍ଚିଥାନ୍ତା କିପରି ? ବିକ୍ରମ କହିଲା- ‘’ ମୁଁ ହାଡ଼ତକ ରଖିଥିବାରୁ ସିନା ମଧୁମାଳତୀ ବଞ୍ଚିଲା l ଏଣୁ ମୁଁ ତାକୁ ବିଭାହେବି l ‘’

ବେତାଳ କଥାଟିକୁ କହିସାରି କହିଲା- ‘’ ରାଜା ! ତୁମେ ଏବେ କୁହ ମଧୁମାଳତୀ କାହାର ସ୍ତ୍ରୀ ହେବ ?’’ ବିକ୍ରମାଦିତ୍ୟ କହିଲେ- ‘’ ମଧୁମାଳତୀ ବାମନର ସ୍ତ୍ରୀ ହେବ l ବାମନ ଯେହେତୁ ପାଉଁଶ ରଖିଥିଲା, ସେ ତାର ସ୍ବାମୀର କାମ କରିଥିଲା l ତେଣୁ ସେ ହିଁ ତା’ର ସ୍ଵାମୀ ହେବ l ‘’

ବେତାଳ କହିଲା- ‘’ ରାଜା ! ତୁମେ ଠିକ୍ କହିଛ l ‘’

ଏହାପରେ ଏକ ଅଟ୍ଟହାସ୍ୟ କରି ସେ ପୁଣି ବିକ୍ରମାଦିତ୍ୟଙ୍କର କାନ୍ଧରୁ ଖସିଯାଇ ପୂର୍ବ ଭଳି ଗଛଡ଼ାଳରେ ଝୁଲି ପଡ଼ିଲା l


Rate this content
Log in

Similar oriya story from Children