STORYMIRROR

Dr Jharana Satapathy

Tragedy Inspirational

4  

Dr Jharana Satapathy

Tragedy Inspirational

କିଛିଦିନର ଅତିଥି

କିଛିଦିନର ଅତିଥି

2 mins
395


କ୍ୟାନ୍ସର ସହ ଲଢ଼େଇ କରୁଥିବା ସୌରଭ ତା ମମିକୁ ଦିନେ ପଚାରିଲା, କ'ଣ ହୋଇଛି ମମି ମୋର ତୁମେ ମତେ ଡକ୍ଟର ଅଙ୍କଲ ପାଖକୁ ନେଉଛ, ଆରୋଗ୍ୟ କାମନା ପାଇଁ ଠାକୁରଙ୍କ ନିକଟରେ ନିତି ପ୍ରାର୍ଥନା କରୁଛ ।


ତୁମେ ଏବଂ ବାବା ମିଶି ଠାକୁରଙ୍କ ପାଖରେ ନିତି କାନ୍ଦୁଛ !


ମୁଁ ବୁଝିପାରୁନି ମୋର କଣ ହୋଇଛି ?


ଦେଖୁନ ମମି ମୁଁ କେମିତି ବଳବାନ ହୋଇଛି। ତୁମର ପୁଅ ଦେଖୁନ କେମିତି ଶକ୍ତିମାନ ! ଏତେ ବଳବାନ ହୋଇ ମଧ୍ୟ ମତେ ଡକ୍ଟର ପାଖକୁ କାହିଁକି ନେଉଛ ? 


ଆହୁରି କଣ ମୁଁ ବଳବାନ ହେବି । ମୋର ତାକତ କେତେ ତୁମେ କଣ ଜାଣିଛ ହେ...... ହେ..... ହେ......ହା..... ହା..... ଆଜି ବିଟୁକୁ ମୁଁ ବଳକଷାରେ ବାଜିଲଗାଇ ହରାଇଦେଲି। ଜାଣିଛ ମୋର କେତେ ତାକତ ସବୁ ସେହି ଶକ୍ତିମାନଠୁ ପାଇଛି। ଶକ୍ତିମାନ ବୋଲି ଥରେ ଡାକିଦେଲେ ମତେ କେତେ ତାକତ ଆସିଯାଉଛି ଜାଣିଛ ।


ମୁଁ ପରା ଶକ୍ତିମାନ ସିରିୟଲ ସବୁବେଳେ ଦେଖୁଛି। ଅନ୍ୟାୟ, ଅନୀତି ବିରୋଧରେ ଲଢୁଥିବା ଶକ୍ତିମାନ ବିପଦ ପଡିଲେ ସଙ୍ଗେ ସଙ୍ଗେ ହାଜର ହୁଅନ୍ତି । ସବୁଠାରୁ ବଡ କଥା ଏହାଯେ ପିଲାମାନେ ଯଦି କୌଣସି ସମସ୍ୟାରେ ପଡନ୍ତି ତେବେ ସଙ୍ଗେ ସଙ୍ଗେ ଶକ୍ତିମାନ ବୋଲି ଡାକିଦେଲେ ସେ ଆକାଶରେ ଘୁରି ଘୁରି ହାଜର ହୋଇଯାଆନ୍ତି । ତେବେ ଶକ୍ତିମାନ ଖାଲି ରକ୍ଷା କରନ୍ତିନି ବରଂ ପିଲାଙ୍କୁ ଉଚିତ ଶିକ୍ଷା ମଧ୍ୟ ଦିଅନ୍ତି ।


ମୁଁ କେଉଁ ସମସ୍ୟାରେ ପଡିଛି କହୁନ। ଶକ୍ତିମାନକୁ ସଙ୍ଗେ ସଙ୍ଗେ କହିଦେବି। ତୁମେ ମୋ କଥା ଶୁଣି କାନ୍ଦୁଛ କ'ଣ ? 


ଆରେ ମୋର କ'ଣ ହୋଇଛି କହୁନ!


ମୁଁ ଛୋଟ ଛୁଆ ମୋ କଥା ସଙ୍ଗେ ସଙ୍ଗେ ଶକ୍ତିମାନ ଶୁଣିନେବେ। ଦେଖିବ ମୁଁ ଶକ୍ତିମାନକୁ କହୁଛି ହେ ଶକ୍ତିମାନ ମତେ ଆହୁରି ତାକତ ଦିଅ। ମୋ ପାଇଁ ମୋ ମମି ବାବା ବ୍ୟସ୍ତ ହୋଇ ପଡୁଛନ୍ତି କାରଣ କଣ ମୋ ଆଗରେ କହୁନାହାନ୍ତି। ମୁଁ ଯଦି ଦୁଷ୍ଟ ହେଉଛି ତାହାହେଲେ ମତେ ଭଲପିଲା କର। 


ସୌରଭର ଏତିକି କଥାରେ ତା ମାଆ ଭେଁ ଭେଁ ହୋଇ କାନ୍ଦିବାକୁ ଲାଗିଲେ। ଆଉ ପାଟିରେ ଭାଷା ନଥିଲା ପ୍ରକାଶ କରିବାକୁ।


ରୁହ ମମି ଶକ୍ତିମାନ ଯେତେଵେଳେ ମୋ ପାଖକୁ ଆସିଵେ ତୁମ ସହ ଦେଖାସାକ୍ଷାତ କରାଇଦେବି। କହିବି ମୋ ମମି ଦିନରାତି ଆଖିରୁ ଲୁହ ଝରାଉଛି । ତା ଦୁଃଖ ଦୂରକର। 


ତୁମେ ଆଉ ବାବା ମତେ କିଛି କହୁନ କାଲି ଡକ୍ଟର ଅଙ୍କଲ ପାଖକୁ ଗଲେ ସବୁ ବୁଝିନେବି। ଡକ୍ଟର ଅଙ୍କଲ ମତେ ନିଶ୍ଚୟ କହିବେ ମତେ ଭାରି ଗେଲ କରନ୍ତି। ମତେ ଚକଲେଟ୍ ଦିଅନ୍ତି। ସବୁ ଡକ୍ଟର ଅଙ୍କଲମାନେ ଚକଲେଟ୍ ଖାଇବାକୁ ମନା କରନ୍ତି ଦାନ୍ତ ପୋକ ଖାଇ ନଷ୍ଟ ହୋଇଯିଵ କହନ୍ତି କିନ୍ତୁ ଏ ଡକ୍ଟର ଅଙ୍କଲ କି ପ୍ରକାର ଅଜବ ମଣିଷ ମତେ କହୁଛନ୍ତି ତତେ ଯେଉଁ ଯେଉଁ ଚକଲେଟ୍ ପସନ୍ଦ ତୁ ଖାଇପାରିବୁ। ବହୁତ ସ୍ନେହ କରନ୍ତି ମତେ ଡକ୍ଟର ଅଙ୍କଲ ମମି। 


କିନ୍ତୁ ସୌରଭର ସେତିକି ବୟସ ହୋଇନି ସେ ରୋଗ ସଂପର୍କରେ କଣ ଜାଣିବ? କେମିତି କହିବେ ତା ବାପାମାଆ ତାକୁ ସେ କର୍କଟ ରୋଗରେ ଆକ୍ରାନ୍ତ ।


ସୌରଭ ଦିନେ ତା ମମି ବାବାଙ୍କୁ କିଛି ନ ଜଣାଇ ଡକ୍ଟର ଵାଵୁଙ୍କ ପାଖକୁ ଯାଇ ପଚାରିଲା ଡକ୍ଟର ଅଙ୍କଲ ମୋ ପାଇଁ ମମି ପାପା ଏତେ କାହିଁକି ବ୍ୟସ୍ତ ହୋଇପଡୁଛନ୍ତି ଆପଣ ତାର କାରଣ କଣ ଜଣାଇପାରିବେ କି ? ମୁଁ ତ ସେମାନଙ୍କୁ ପଚାରି ପଚାରି ଥକି ଗଲିଣି କିଛି କହୁନାହାନ୍ତି ।ଆପଣ ମତେ ଜଣାଇଥିଲେ ମୁଁ ଶକ୍ତିମାନକୁ କହିଦେଇଥାନ୍ତି। ସିଏ ସବୁ ସମାଧାନ କରିଦେଇଥାନ୍ତେ।


ଏତିକି କଥା ଶୁଣି ଡକ୍ଟରଙ୍କ ହୃଦୟ ତରଳି ଯାଇଥିଲା।


ଭାଵିଲେ ନିଜେ ଶକ୍ତିମାନ ଵେଶରେ ଆସିଵେ ଏବଂ ସୌରଭ ସହ ମିଶିବେ।

 

ଦିନେ ଡାକ୍ତରଖାନାକୁ ସୌରଭ ତା ମାଆ ଏବଂ ବାପା ସହ ଆସିବା ସମୟରେ ଡକ୍ଟର ଵାଵୁ ନିଜେ ଶକ୍ତିମାନ ବେଶରେ ସଜ୍ଜିତ ହୋଇ ସୌରଭ ସହ ମିଶିଥିଲେ। 

ସୌରଭ ଡକ୍ଟର ବାବୁଙ୍କୁ ଶକ୍ତିମାନ ଭାବି ଦେଖି ଦୌଡି ଯାଇ କୁଣ୍ଡେଇ ପକେଇଥିଲା। ନିଜର ପରିଚୟ ଦେବା ସହ ମାଆ ଏବଂ ବାପାଙ୍କର ପରିଚୟ କରାଇଥିଲା।


ତାର ସବୁକଥା ଶୁଣି ଶକ୍ତିମାନ ଵେଶରେ ପରଦାର ଆଢୁଆଳରେ ଥିବା ଡକ୍ଟରଙ୍କ ଆଖିରୁ ଖାଲି ଧାର ଧାର ଲୁହ ଝରିଗଲା। ଏକ ଅଦ୍ଭୁତ ବିଜୁଳିର ତରଙ୍ଗ ଖେଳିଗଲା ଶିରା ପ୍ରଶିରାରେ। ମନେମନେ ଭାବିଚାଲିଥିଲେ କଣ କହିବେ ତାକୁ ବିଚରା ଆଉ କିଛି ଦିନର ଅତିଥି ସେ ।


Rate this content
Log in

Similar oriya story from Tragedy