ଓଡ଼ିଆ ଗଳ୍ପ ଓ କବିତା - ୩

Children

2.5  

ଓଡ଼ିଆ ଗଳ୍ପ ଓ କବିତା - ୩

Children

କାଉଙ୍କ ସଂଖ୍ୟା ଗଣନା

କାଉଙ୍କ ସଂଖ୍ୟା ଗଣନା

2 mins
7.7K


ଶ୍ରୀମତୀ ସୁଜାତା ସିହ୍ନା

ଆକବରଙ୍କ ଦରବାରରେ ବୀରବଲ ହେଉଛନ୍ତି ସବୁଠାରୁ ଚତୁର ଓ ବିଜ୍ଞ ମନ୍ତ୍ରୀ l ଏ କଥା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚାରିତ ହୋଇଯାଇଥାଏ l ସେ ତାଙ୍କର ବିଚାକ୍ଷଣ ବୁଦ୍ଧିଯୋଗୁଁ ସବୁ ସମସ୍ୟାର ସମାଧାନ ଅତି ସହଜରେ କରି ପାରୁଥିଲେ l ତେଣୁ ଆକବର ତାଙ୍କୁ ବହୁତ ଭଲ ପାଉଥିଲେ l

ଥରେ ଜଣେ ପଣ୍ଡିତ ଆକବରଙ୍କ ଦରବାରକୁ ଆସିଲେ l ସେ ବିରବଲଙ୍କ ବିଷୟରେ ବହୁତ କଥା ଶୁଣିଥିଲେ କିନ୍ତୁ ତାଙ୍କର ବିଶ୍ଵାସ ନ ଥିଲା l ତେଣୁ ସେ ତାଙ୍କ ବୁଦ୍ଧି ପରୀକ୍ଷା କରିବା ପାଇଁ ମନେ ମନେ ଚିନ୍ତା କରି ବାଦଶାହଙ୍କୁ କହିଲେ, ଜାହାଁପନା ! ମୁଁ ଶୁଣିବାକୁ ପାଇଲି ଯେ ଏ ଖଣ୍ଡ ମଣ୍ଡଳରେ ବିରବଲଙ୍କ ଠାରୁ ବୁଦ୍ଧିଆ ଆଉ କେହି ନାହାନ୍ତି l ଯଦି ଏହା ସତ୍ୟ ତେବେ ମୋର ଏକ ସମସ୍ୟା ଅଛି ତାଙ୍କୁ ପଚାରି ଏହାର ସମାଧାନ ଟିକେ କରି ଦିଅନ୍ତୁ l ବାଦଶାହ ବୀରବଲଙ୍କୁ ଆଦେଶ ଦେଲେ ଯେ ତୁମେ ସେହି ପଣ୍ଡିତ ମହାଶୟଙ୍କର ସମସ୍ୟାର ସମାଧାନ କରିଦେବା ପାଇଁ l ଏଥର ପଣ୍ଡିତ କହିଲେ, ବୀରବଲ ତୁମେ ଗଣିକରି କହିପାରିବ ତୁମ ରାଜ୍ୟରେ କାଉ ସଂଖ୍ୟା କେତେ ? ବୀରବଲ କହିଲେ- ମୁଁ ଏହାର ଉତ୍ତର କାଲୀ ନିଶ୍ଚୟ ଦେବୀ ଏହା ଶୁଣି ପଣ୍ଡିତ ସେଠୁ ଚାଲିଗଲେ l

ଆକବର ଏପରି ଅଜବ ପ୍ରଶ୍ନ ଶୁଣି ବ୍ୟସ୍ତ ହୋଇ ପଚାରିଲେ – ବୀରବଲ ମୁଁ ଜାଣେ ତୁମେ ହେଉଛ ସବୁଠାରୁ ବୁଦ୍ଧିଆ ହେଲେ ଏତେ ବଡ଼ ଆଗ୍ରା ସହରରେ ଆକାଶରେ ଉଡୁଥିବା କାଉସବୁକୁ ଗଣି ତୁମେ ଏତେ ଶୀଘ୍ର ଉତ୍ତର ଦେବା ଅସମ୍ଭବ ?

ବୀରବଲ ବାଦଶାହଙ୍କୁ ସନ୍ତ୍ୱନା ଦେଇ କହିଲେ- ହଜୁର ! ମୋ ଉପରେ ଭରସା ରଖନ୍ତୁ l ମୁଁ ମୋର ତଥା ଆମ ରାଜ୍ୟର ନାଁ ତଳେ ପକାଇ ଦେବି ନାହିଁ l ତା’ପର ଦିନ ପଣ୍ଡିତ ମହାଶୟ ଆସି ଦରବାରରେ ପହଞ୍ଚି ଯାଇ ବୀରବଲଙ୍କୁ ପୁଣି ଥରେ ସେହି ପ୍ରଶ୍ନ ପଚାରିଲେ ବୀରବଲ ସଙ୍ଗେ ସଙ୍ଗେ ଉତ୍ତର ଦେଲେ ଆଜ୍ଞା ! ଆମ ରାଜ୍ୟ ଆଗ୍ରାରେ ବର୍ତ୍ତମାନ ୪୭, ୮୩୫ଟି କାଉ ଅଛନ୍ତି l ଏହା ଶୁଣି ପଣ୍ଡିତ ତଥା ବାଦଶାହ ଚକିତ ହୋଇଗଲେ l ପଣ୍ଡିତ କହିଲେ- ତୁମେ ଗୋଟି ଗୋଟି କରି କାଉ ସବୁ ଗଣି କରି ଠିକ୍ ଠିକ୍ କହୁଛ ତ ?

ଏହା ଶୁଣି ବୀରବଲ କହିଲେ- ପଣ୍ଡିତ ମହାଶୟ ! ମୁଁ ଆମ ରାଜ୍ୟରେ ବର୍ତ୍ତମାନ ଉପସ୍ଥିତ ଥିବା ସମସ୍ତ କାଉ ସବୁ ଗୋଟି ଗୋଟି କରି ଗଣି କହିଲି l ଆଉ କେତୋଟି କାଉ ଅନ୍ୟ ରାଜ୍ୟରେ ଥିବା ତାଙ୍କ ବନ୍ଧୁ ବାନ୍ଧବଙ୍କ ଘରକୁ ବୁଲିବାକୁ ଯାଇଛନ୍ତି l ସେମାନେ ପରେ ଆସି ପାରନ୍ତି l ତା ଛଡା ଅନ୍ୟ ରାଜ୍ୟର କାଉ ମାନେ ମଧ୍ୟ ଆମ ରାଜ୍ୟର ତାଙ୍କ ବନ୍ଧୁ ବାନ୍ଧବଙ୍କ ଘରେ ଅଛନ୍ତି l ସେମାନେ ମଧ୍ୟ ତାଙ୍କ ରାଜ୍ୟକୁ କେବେ ଫେରି ପାରନ୍ତି l ଆପଣଙ୍କର ଯଦି ଅବିଶ୍ଵାସ ହେଉଛି ଆପଣ ପୁଣି ଥରେ ଗଣି ପାରନ୍ତି l

ଏହା ଶୁଣି ପଣ୍ଡିତ ମନେ ମନେ ଭାବିଲେ ପ୍ରକୃତରେ ବିରବଲଙ୍କ ଭଳି ଚତୁର ବ୍ୟକ୍ତି ହିଁ ଏତେ ବଡ଼ ଜଟିଳ ପ୍ରଶ୍ନର ଉତ୍ତର ଦେଇ ପାରିଲେ l ସେ ନିଜକୁ ନିଜେ ଲଜ୍ୟାବୋଧ କରି କହିଲେ- ହେ ବୀରବଲ ! ମୁଁ ତୁମକୁ ପରୀକ୍ଷା କରୁଥିଲି l ତୁମେ ଦେଇଥିବା ଉତ୍ତରରେ ମୁଁ ସନ୍ତୁଷ୍ଟ l ପ୍ରକୃତରେ ତୁମ ଭଳି ଚତୁର ଓ ବୁଦ୍ଧିମାନ ଖଣ୍ଡମଣ୍ଡଳରେ କେହି ନାହାଁନ୍ତି l


Rate this content
Log in

Similar oriya story from Children