STORYMIRROR

Samar Ballav Bhoi

Tragedy Inspirational

2  

Samar Ballav Bhoi

Tragedy Inspirational

କାର୍ଯ୍ୟବ୍ୟସ୍ତତା

କାର୍ଯ୍ୟବ୍ୟସ୍ତତା

2 mins
78

ପ୍ରାୟ ଅନେକ ସମୟରେ ମନ ଆଉ କାର୍ଯ୍ୟବ୍ୟସ୍ତତା ଯୋଗୁଁ ମଣିଷଟି ଘର ଭିତରେ ହେଉ କି ବାହାରେ ହଇରାଣ ହେବାକୁ ପଡ଼ିଥାଏ, ଏହି ବ୍ୟସ୍ତତା ଯୋଗୁଁ ଅନେକ କିଛି ଘଟଣା ଘଟିଥାଏ।

ନରେନ୍ଦ୍ର ଦାସ ଜଣେ କଚେରୀର ବଡ଼ବାବୁ, ସମସ୍ତେ ନରେନ୍ଦ୍ର ବଡ଼ବାବୁ ବୋଲି ଡାକନ୍ତି, ବହୁତ ଖାତିର ଅଫିସରେ, ପ୍ରତିଦିନ ଅଫିସରୁ ଫେରିବା ଡେରି ହୋଇଥାଏ, ଅଫିସରୁ ଆସିଲେ ଘରର ଅନେକ କାମ ପଡ଼ିଥାଏ।କାମ ସବୁ ସରିଲା ବେଳକୁ ରାତି ଦଶଟା ହୋଇଯାଏ, ସକାଳୁ ଉଠିଲେ ବାଡ଼ି ବଗିଚାର କାମ, ସେଦିନ ରାତିରେ ଶୋଇବା ଡେରି ଯୋଗୁଁ ସକାଳୁ ଉଠିବା ଡେରି, ଉଠି ପଡ଼ି ବାଡ଼ି ବଗିଚାର କାମ ଟିକିଏ ଦେଖୁ ଦେଖୁ ଦିନ ନଅଟା, ଆରେ ଆରେ ନଅଟା ବାଜିଲାଣି, ବୋଉ ମୋ ପାଇଁ ଟିକେ ଖାଇବା ବାଡିକରି ରଖ, ମୁଁ ଶୀଘ୍ର ଶୀଘ୍ର ଗାଧୋଇ ଆସୁଛି, ଅଫିସ ଟାଇମ୍ ହୋଇଗଲାଣି, ନରେନ୍ଦ୍ର ବାବୁ ଶୀଘ୍ର ଶୀଘ୍ର ପ୍ରସ୍ତୁତ ହୋଇଗଲେ, ଗାଡି ବାହାର କଲେ, ବୋଉ ମୋ ହେଲମେଟଟା ଆଣିଲୁ, ନହେଲେ ଏ ଟ୍ରାଫିକ ପୋଲିସ ମୋ ଜନ୍ମ ଜାତକ ଖୋଜିବେ। ଏତେ କୈଫିୟତ ଦେଇପାରିବି ନାହିଁ, ହେଲମେଟ ପିନ୍ଧି ଦେଲେ ଗଲା। ବୋଉ କହିଲା ମୋ ପାଇଁ ଔଷଧ ଆସିଲା ବେଳକୁ ନେଇ ଆସିବୁ, ମୋ ଔଷଧ ଆଜି ସରିଯିବ। ହଁ ବୋଉ ମୁଁ ଫେରିଲା ବେଳକୁ ତୋର ପ୍ରେସର ଔଷଧ ନେଇ ଆସିବି, ଯଦି ମନେ ପଡେ ତ? ଅଫିସରେ ପହଞ୍ଚିଲା ବେଳକୁ ଦଶ ମିନିଟ ଡେରି ହୋଇଥାଏ। ଅଫିସରମାନଙ୍କୁ ନମସ୍କାର କରି ତାଙ୍କ ସିଟରେ ଯାଇ ବସିପଡ଼ିଲେ। କଚେରୀର କାମ ତ ଭାରି କଷ୍ଟକର। କେତେ କଥା କାହାର, କେମିତି ବୁଝିବୁ, ଦିନଟା ସାରା ସିଟରୁ ଅଫିସରଙ୍କ ପାଖକୁ, ଅଫିସରଙ୍କ ପାଖରୁ ସିଟ୍, ଏ ଫାଇଲ୍ ସେ ଫାଇଲ୍ ଧରି ସିଟ୍ ସରୁ ଅଫିସରଙ୍କ ଚେମ୍ବରକୁ। ସେଦିନର କାର୍ଯ୍ୟ ସରିଲା ବେଳକୁ ମୁଣ୍ଡରେ ଖାଲି ଫାଇଲ୍ କଥା ସବୁ ଘୁରି ବୁଲୁଥାଏ, ଯାହା ହେଉ ଛଅଟା ପାଖାପାଖି ହେଲାଣି ଅଫିସ ଛାଡ଼ିଲା ବେଳକୁ, ବାଟରେ ଔଷଧ କଥା ମନେ ପଡ଼ିଲା, ଏତେ କାର୍ଯ୍ୟ ବ୍ୟସ୍ତ ଭିତରେ ଔଷଧ ଆଣିବାକୁ ଭୁଲିଗଲି, ବୋଉର ଔଷଧ ନ ନେଲେ ସିଏ ରାଗିଯିବ, ଅଧା ବାଟରୁ ଫେରି ଆସି ଔଷଧ ଦୋକାନରୁ ଔଷଧ ଧରି ଘରକୁ ଫେରିଲି। ବୋଉ ଅପେକ୍ଷା କରି ବସିଥାଏ ମୋ ଯିବା ପର୍ଯ୍ୟନ୍ତ।



Rate this content
Log in

Similar oriya story from Tragedy