ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

କାହା ସ୍ନେହ ପାଇବ

କାହା ସ୍ନେହ ପାଇବ

2 mins
7.0K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ଏଥର ବେତାଳ ରାଜାକୁ ଆଉ ଗୋଟିଏ କାହାଣୀ ଶୁଣାଇଲା l ଉଜ୍ଜୟିନୀରେ ଗନ୍ଧର୍ବସେନ ନାମରେ ଜଣେ ଧନୀ ଲୋକର ପୁଅଥିଲା l ତା’ର ରାଜକୁମାର ପରି ଚେହେରା, ତାକୁ ଦେଖି ସବୁଝିଅ ପସନ୍ଦ କରୁଥିଲେ l ମାତ୍ର ସେ କାହାରିକୁ ପସନ୍ଦ କରୁଥିଲେ l ମାତ୍ର ସେ କାହାରିକୁ କରୁ ନଥିଲା l ଏମିତି ଥରେ ବୁଲୁବୁଲୁ ନଦୀ କୂଳରେ ରୂପବତୀ ବୋଲି ଦେବୀଙ୍କ ନିକଟକୁ ଯାଇ କହିଲା, ‘ ମାଆ ! ମୋର ଯଦି ସେହି ଝିଅ ସହିତ ବିଭାଘର ହୋଇଯାଏ, ତେବେ ବିବାହର ଏକ ମାସ ପରେ ମୋର ମୁଣ୍ଡ କାଟି ତୁମ ପାଦତଳେ ରଖିବି l ‘’

ଏ କଥାଶୁଣି ଘରେ ଗୋଟେ ଚହଳ ପଡ଼ିଗଲା ଗନ୍ଧର୍ବସେନର ଦେବଦତ୍ତ ବୋଲି ଗୋଟିଏ ଘନିଷ୍ଟ ବନ୍ଧୁ ଥିଲା l ସେ ଖବର ପାଇଁ ପାଖକୁ ଆସିଲା l ଏକାନ୍ତରେ ତାକୁ ପଚାରିଲା l ଗନ୍ଧର୍ବସେନ ବନ୍ଧୁ ଆଗରେ ସବୁ କଥା କହିଦେଲା l ସେ ସେହି ଝିଅର ବାପା ମାଆଙ୍କ ପାଖକୁ ଗଲା l ତେଣେ ସେହି ଝିଅ ରୂପବତୀ ମଧ୍ୟ ମନେମନେ ଗନ୍ଧର୍ବସେନକୁ ଭଲ ପାଉଥିଲା l ଶେଷରେ ସେମାନେ ରାଜି ହୋଇଯିବାରୁ ଗନ୍ଧର୍ବସେନ ରୂପବତୀକୁ ବିବାହ କରି ବେଶ୍ ମନ ଆନନ୍ଦରେ କାଳ କାଟିଲା l

ଏହିପରି ଗୋଟିଏ ମାସ ଖୁସିରେ କଟିଗଲା ପରେ ଗନ୍ଧର୍ବସେନ ପ୍ରତିଜ୍ଞା କଥା ମନେ ପଡ଼ିଲା l ସେ ନିଜର ସ୍ତ୍ରୀ ରୂପବତୀକୁ ସାଥିରେ ଧରି ଦେବୀ ମନ୍ଦିରକୁ ଗଲା l ଦେବୀଙ୍କୁ ପ୍ରଣାମ କରି ନିଜର ମୁଣ୍ଡକୁ କାଟି ଦେଲା l ତା’ସହିତ ତାକୁ ଦେବୀଙ୍କ ଚରଣରେ ଅର୍ପଣ କଲା l ସେମାନଙ୍କ ସହିତ ଦେବଦତ୍ତ ମଧ୍ୟ ଯାଇଥିଲେ l ଦେବଦତ୍ତ ଓ ରୂପବତୀ ବାହାରେ ଥିଲେ l ବିଳମ୍ବ ବେଶୀ ହେବାରୁ ଦେବଦତ୍ତ ମନ୍ଦିର ଭିତରକୁ ଗଲା l ଗନ୍ଧର୍ବସେନର କଟାମୁଣ୍ଡକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା l ସେ ମନେ ମନେ ଭୟଭୀତ ହୋଇ ଭାବିଲା – ଲୋକେ ତାକୁ ହିଁ ଦୋଷ ଦେବେ l କାରଣ ରୂପବତୀର ସୌନ୍ଦର୍ଯ୍ୟ ଲୋଭରେ ବୋଧ ହୁଏ ସେ ନିଜର ବନ୍ଧୁକୁ ହତ୍ୟା କରିଛି ! ଏହି ଲୋକ ଭୟରେ ସେ ମଧ୍ୟ ନିଜର ମୁଣ୍ଡକୁ କାଟି ଦେବୀଙ୍କ ପାଖରେ ଅର୍ପଣ କରିଦେଲା l

ଗନ୍ଧର୍ବସେନର ଏପରି ବଳିଦାନ ଓ ଭକ୍ତି କାରଣରୁ ଦେବୀଙ୍କର ସିଂହାସନ ହଳିବାରେ ଲାଗିଲା l ସେ ସଙ୍ଗେ ସଙ୍ଗେ ସେଠାରେ ଆବିର୍ଭୂତ ହୋଇ ଦେବଦତ୍ତର ମୁଣ୍ଡ ଗନ୍ଧର୍ବସେନର ଶରୀରରେ ଓ ଗନ୍ଧର୍ବସେନର ମୁଣ୍ଡ ଦେବଦତ୍ତର ଶରୀରରେ ଲଗାଇଦେଲେ l ତା’ପରେ ଦୁହେଁ ଜୀବନ ଫେରି ପାଇଲେ l

ବେତାଳ କହିଲା - ରାଜା ! ଏବେ ତୁମେ କୁହ, ରୂପବତୀ କାହାକୁ ସ୍ଵାମୀ ଭାବରେ ଗ୍ରହଣ କରିବ ?’’

ବିକ୍ରମାଦିତ୍ୟ କହିଲେ – ‘’ ଯେଉଁ ଶରୀରରେ ଗନ୍ଧର୍ବସେନର ମୁଣ୍ଡ ଲାଗିଛି ତାକୁ ହିଁ ସ୍ଵାମୀ ଭାବରେ ଗ୍ରହଣ କରିବ l କାରଣ ମନୁଷ୍ୟର ପରିଚୟ ତାର ମଥାରୁ ହିଁ ଜଣାପଡ଼େ l ଶରୀରର ଆଖି ଦୁଇଟି ଗୋଲାମ l ଆଖି ଯାହା କହିବ, ଶରୀର ତାହା ହିଁ କରିବ l ସେହି ଦୃଷ୍ଟିରୁ ରୂପବତୀ ଗନ୍ଧର୍ବସେନର ସ୍ନେହ ପାଇବ l ‘’


Rate this content
Log in

Similar oriya story from Children