Kamal Kumar Dash

Tragedy

3  

Kamal Kumar Dash

Tragedy

ଜୀବନ

ଜୀବନ

1 min
181


ଡାକ୍ତର ନୀଲେସ ଦିଲ୍ଲୀ ଯାଇଥିଲେ ଏକ ମେଡିକାଲ କନଫରେନ୍ସ ରେ ଯୋଗ ଦେବାକୁ । ଘରେ ଥିଲେ ବାପା ,ମା, ସ୍ତ୍ରୀ ନୀଳିମା ଓ କୁନି ଝିଅ ବୁଲବୁଲ । କନଫରେନ୍ସ ସାତ ଦିନର ଥିଲା ସବୁଦିନ ରାତିରେ ନୀଲେସ କଥା ହୁଅନ୍ତି ନୀଳିମା ସାଥିରେ । ତିନି ଦିନପରେ ପୁରା ଦେଶରେ ଲକ ଡାଉନ ହେଲା ,ଆଉ ଦି ଦିନ ପରେ କନଫରେନ୍ସ ବନ୍ଦ ହୋଇଗଲା କାରଣ ଡାକ୍ତରମାଙ୍କୁ କରୋନା ଡ଼ିଉଟି କରିବାକୁ କୁହାଗଲା । ସ୍ପେସିଆଲ ହସ୍ପିଟାଲରେ ତାଙ୍କର ଡିଉଟି ଲାଗିଲା । ଦିନକୁ ଦିନ ରୋଗ ବଢିବାକୁ ଲାଗିଲା ,ନୀଲେସଙ୍କର କାମ ବି ବଢିବାକୁ ଲାଗିଲା । ବେଳେ ବେଳେ ରାତିରେ ଘରକୁ କଥା ହେବାକୁ ବି ଭୁଲି ଗଲେ । ପ୍ରାୟ 20 ଦିନ ବିତିଗଲାଣି ଏ ଭିତରେ । ଦିନେ ତାଙ୍କ ମା ନୀଳିମାଙ୍କୁ ନୀଲେସଙ୍କୁ ଫୋନ କରିବାକୁ କହିଲେ । ସେ ଫୋନ କଲେ କିନ୍ତୁ ନୀଲେସ ଫୋନ ଉଠାଇଲେନି । ରାତି 7ଟାରେ ନୀଲେସ ଫୋନ କଲେ ଓ କହିଲେ ମତେ ଟିକେ ଭଲ ଲାଗୁନି ମୁଁ ହୋଟେଲ ଫେରି ଆସିଛି ଟିକେ ରେଷ୍ଟ ନେଉଛି ବୁଲବୁଲ ସାଙ୍ଗରେ ବି ଭିଡିଓ କଲ କରି କଥା ହେଲେ । ବୁଲବୁଲ କଣ କଣ ଆଣିବାକୁ କହିଲା ,ସେ ସବୁ ଶୁଣୁଥିଲେ କିନ୍ତୁ ବହୁତ ହାଲିଆ ଲାଗୁଥିଲେ । ତାପରଦିନ ସକାଳୁ ରିଂ କରି କହିଲେ ତାଙ୍କର କରୋନା ପଜେଟିଭ ଆସିଛି ତାଙ୍କୁ କ୍ଵାରେଣ୍ଟିନ ସେଣ୍ଟର ଯିବାକୁ ହେବ । କ୍ଵାରେଣ୍ଟିନରେ ଦଶଦିନ ରହିବ। ପରେ ଫୁଣି ହୋଟେଲ ଫେରିଲେ । କିଛି ଦିନ ପରେ ଏକ ସ୍ପେସିଆଲ ଡାକ୍ତରୀ ଟିମରେ ଭୁବନେଶ୍ୱର ଆସିଲେ ହେଲେ ତାଙ୍କୁ ଘରକୁ ଯିବାକୁ ସମୟ ନଥିଲା । 


ବୁଲବୁଲ ପାପାଙ୍କୁ ଦେଖିବାକୁ ବହୁତ କାନ୍ଦିଲା କାରଣ ତାର ଗଲା ବାର୍ଥ ଡେରେ ବି ପାପା ନଥିଲେ । ପାପ ତାକୁ ଦେଖିବାକୁ ଘରକୁ ଆସିଲେ ହେଲେ ଗେଟ ବାହାରେ ଠିଆ ହେଇ ସମସ୍ତଙ୍କୁ ଦେଖି ଫେରିଗଲେ । ବୁଲବୁଲକୁ ବୁଝାଇଲେ କି କରୋନା ଚାଲିଗଲା ପରେ ସେ ଘରକୁ ଆସିବେ । ସେ ଘର ଛାଡିଲା ବେଳେ ସମସ୍ତଙ୍କ ଆଖିରେ ପାଣି ଆସିଯାଇଥିଲା । 


Rate this content
Log in

Similar oriya story from Tragedy