kamal kumar dash

Tragedy Thriller Others

3  

kamal kumar dash

Tragedy Thriller Others

ଜୀବନ

ଜୀବନ

2 mins
239



ଘରୁ କାମ କରୁଥିବା ପୁଅକୁ କରୋନା ହେଲା ପରେ ରାମ ବାବୁ ବହୁତ ଚିନ୍ତିତ ଥିଲେ । ସବୁବେଳେ ଘରେ ବସି ରହୁଥିବା ପୁଅକୁ କେମିତି କରୋନା ହେଲା ବୁଝି ପାରୁ ନଥିଲେ । ସେ କୱାରେଣ୍ଟିନ ରେ ରହିଲେ ଘରେ । ଘରେ ଶ୍ରୀମତୀ ନ୍କ ସହ ମିଶି ଘରର ସବୁ କାମ କଲେ ଓ ତା ସାଙ୍ଗରେ ଫେସବୁକ ଓ ହ୍ୱାଟ୍ସଅlପ  । ନିଜେ ବି ବହୁତ ସତର୍କ ରହୁଥିଲେ ,ପୁଅକୁ ଗୋଟେ ଘରେ ବନ୍ଦ କରିଦେଲେ ଖାଲି ଖାଇବା ପାଇଁ ତାକୁ କବାଟ ଖୋଲି ଦେଉଥିଲେ । ପୁଅ ଖାଇବା ନେଇ ତା ଘରେ ବସି ଖାଉ ଥିଲା ଓ ନିଜେ ବାସନ ଧୋଉଥିଲା । ଦିନେ ଦିପହର ରେ ସେ ଟିକେ ଶୋଇପଡିଲେ ଉଠିଲା ପରେ ଦେଖିଲେ ଶ୍ରୀମତୀ ତାଙ୍କ ମୋବାଇଲ ନେଇ ବଡ଼ ଧ୍ୟାନର ସହ ଦେଖୁଛନ୍ତି । ସେ ମୋବାଇଲ ମାଗିବାରୁ କହିଲେ ତୁମର ତ ବହୁତ ଝିଅ ସାଙ୍ଗ ଅଛନ୍ତି ଫେସ୍ବୁକରେ ,ତାଙ୍କର ଖବର ନେବାକୁ ପଡିବ । ତା ପର ଦିନ ସକାଳୁ ପୁଅ କହିଲା ବାବା ଚିକେନ ଅlଣ । ଜ୍ଵର ଛାଡିଗଲା ପରେ ତାକୁ ଚିକେନ ଖାଇବାକୁ ଇଚ୍ଛା ହେଉଥିଲା । ରାମ ବାବୁ ଚିକେନ ପାଇଁ ବାହାରୁଥିଲେ ତାଙ୍କ ଫୋନ ବାଜିଲା 30 କିମି ଦୂର ଗାଁରୁ ବୋଉ ଫୋନ କରିଥିଲା ବାପରେ ତୋ ବାବାଙ୍କ ଦେହ ଭଲ ନାହିଁ କାଲିଠୁ ଜର ଜର ଲାଗୁଚି ,ତୁ ଆସିଲେ ଟିକେ ଭଲ ହେବ । ହଉ ଦେଖୁଚି କହି ସେ ଚିକେନ ପାଇଁ ଘରୁ ବାହାରି ଗଲେ । ଚିକେନ ଦୋକାନ ଆଗରେ ପହଁଚି ଚିକେନ କାଟିବାକୁ କହି ଠିଆହେଲେ । ଦୋକାନୀ ପିଲା ଚିକେନର ମୁଣ୍ଡକୁ ବlଡାଇ ଡ୍ରମ ଭିତରେ ମାରିବା ପାଇଁ ଛାଡିଦେଲା ।ଚିକେନ ଟା ଠକ ଠକ ହୋଇ ଡ଼େଉଁଥିଲା ଡ୍ରମ ଭିତରେ । ରାମ ବାବୁ ଚିନ୍ତା କରୁଥିଲେ ଚିକେନ କଥା । ଟିକେ ସମୟ ପରେ ଶ୍ରିମତୀ ଫୋନ କଲେ ଓକହିଲେ ଏତେ ବେଳ ଯାଏଁ କଣ କରୁଛ ଜଲ୍ଦି ଆସ ମୋ ବୋଉର ଦେହ ଭଲ ନାହିଁ ଟିକେ ଦେଖିବାକୁ ଯିବା । ରାମ ବାବୁଙ୍କ ଚିକେନ କଟା ହେଉଥିଲା ସେ ପଚାରିଲା ସାର ବେକ ଦେବି ନl ନାହିଁ । ରାମ ବାବୁ ଅନ୍ୟ ମନସ୍କ ହୋଇ କହିଲେ ଜଲ୍ଦୀଦେ ଯାହା ଦେଉଛୁ ।

   ଚିକେନ ଧରି ଘରେ ପହଞ୍ଚିଲl ପରେ ତାଙ୍କ ବୋଉର ଫୋନ ଆସିଲା ବାବାରେ ତୋ ବାପା ସକାଳୁ କିଛି ଖାଉନାହାନ୍ତି ତାଙ୍କୁ ଟିକେ ବୁଝା । ସେ ବାବାଙ୍କ ସଂଗେ କଥା ହେଲେ ଓ କହିଲେ ଟିଫିନ ନଖାଇଲେ ମୁଁ ଯାଉଛି ଇଞ୍ଜେକ୍ସନ ଲାଗିବ । ବାବା ରାଜି ହୋଇ ବାହାରିଲେ ଟିଫିନ ଖାଇବାକୁ ଓ ବୋଉକୁ  କହିଲେ ଟିଫିନ ଖାଇଲା ପରେ ତାଙ୍କୁ କଣ ମେଡ଼ିସିନ ଦେବେ । ଶ୍ରୀମତୀ କହିଲେ ତମ ଡାକ୍ତର ସାଙ୍ଗକୁ ଟିକେ ପଚାର ମୋ ବୋଉକୁ କଣ ମେଡ଼ିସିନ ଦେବା ? ରାମ ବାବୁ ଧୀରେ କହିଲେ ସେ ସାଙ୍ଗ ଝିଅଟା ,ତା ସାଙ୍ଗରେ କଥା ହେଲେ ଚଳିବ ତ ? ଶ୍ରୀମତୀ ତାଙ୍କୁ ବଡ଼ ବଡ଼ ଆଖିରେ ଚାହୁଁ ଥିଲେ ।


Rate this content
Log in

Similar oriya story from Tragedy