Anita Jena

Tragedy

3.8  

Anita Jena

Tragedy

ଜୀବନ ହାଟର ବାକି ସଉଦା

ଜୀବନ ହାଟର ବାକି ସଉଦା

6 mins
256



ଗାଆଁ ପାଖରେ ଆମର ହାଟ ବସେ ସପ୍ତାହ କୁ ମାତ୍ର ଥରେ । ସେଥି ପାଇଁ ପ୍ରବଳ ଭିଡ଼ ହୁଏ । ପୁରା ସପ୍ତାହ ପାଇଁ ପରିବା କିଣା ହୁଏ । ଆଉ ପ୍ରତି ରବିବାର ହିଁ ହାଟ ବାରି । ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ପ୍ରାୟେ ଦେଖା ଯାଆନ୍ତି ହାଟ ରେ । ଖାଲି ବାପା ମାଆ ଙ୍କୁ ଛାଡି ଦେଲେ ହାଟ ରେ ଆଉ ଯାହା ଖୋଜିବ ସବୁ ମିଳି ଯିବ । ଛୋଟ ଛୁଆ ଙ୍କ ଖେଳନା ଠୁ ଆରମ୍ଭ କରି ସାର୍ଟ ପ୍ୟାଣ୍ଟ୍ ସବୁ ମିଳେ । ସକାଳ ୧୦ ଟାରୁ ଆରମ୍ଭ ହେଇ ଯାଇ ହାଟ ପ୍ରାୟେ ରାତି ୧୦ ଟା ପର୍ଯ୍ୟନ୍ତ । 

     ମୁଁ ସବୁ କାମ ସାରି ଦେଇ ସବୁ ଥର ୪ ଟା ବେଳକୁ ଯାଏ ହାଟ କୁ ଆଉ ସାଙ୍ଗ ମାନଙ୍କ ସହ ବୁଲା ବୁଲି କରି ଫେରିଲା ବେଳକୁ ସନ୍ଧ୍ୟା । ସବୁ ଥର ହାଟ ରେ ବୁଲିଲା ବେଳେ ମୁଁ ଜଣେ ମଉସା ଙ୍କୁ ଦେଖେ ,ଗୋଟିଏ କୋଣରେ କିଛି ଅଳ୍ପ ପରିମାଣ ର ପରିବା ଧରି ବସି ଥାନ୍ତି ସବୁ ଠୁ ଆଶ୍ଚର୍ଯ୍ୟ ର କଥା ଯିଏ ବି ତାଙ୍କୁ କିଛି ପରିବା ର ମୂଲ୍ୟ ପଚାରନ୍ତି ସେ କୁହନ୍ତି ନାଇଁ ମୁଁ ପରିବା ବିକିବିନି । ଗରାଖ ସେ ବୁଢ଼ା ମଉସା ଙ୍କୁ ଗୁଡାଏ କଥା ଶୁଣେ ଇ ଦେଇ ଚାଲି ଯାନ୍ତି । ହେଲେ ସେ କାହା କଥାକୁ ବି ଖାତିର କରନ୍ତି ନାହିଁ । ମତେ ବହୁତ୍ ଅଜବ ଲାଗେ । ଭାବେ ଯାଇ ପଚାରିବି ହେଲେ ସେ ଯେମିତି ଅଲଗା ଲୋକ ଙ୍କ ଉପରେ ଚିଡ୍ ଚିଡ ହୁଅନ୍ତି ଦେଖିଲେ ଡର ଲାଗେ । ମନ କଥା ମନରେ ରଖି ମୁଁ ଘରକୁ ଫେରି ଆସେ । ଦିନେ ଭାବିଲି ଯାଇ ମଉସା ଙ୍କୁ ପଚାରିବି କଥା ଟା କଣ!? 

     ସେଦିନ ହାଟ ପାଳି ଦିନ ମୁଁ ପ୍ରଥମରୁ ହିଁ ପଳେଇ ଗଲି ହାଟ କୁ । ଯାଇ ଗୋଟେ ଗଛ ଛାଇ ମୂଳରେ ବସିଲି ଗଛ ର ଆର ପଟେ ସେ ମଉସା ଜଣଙ୍କ ବସନ୍ତି । ମୁଁ ଯିବା ପୂର୍ବରୁ ହିଁ ମଉସା ଜଣଙ୍କ ଆସି ସାରି ଥିଲେ । ଅନେକ କିସମର ପରିବା ନେଇ ଆସି ଥିଲେ । ହେଲେ ତାଙ୍କ ମୁଁହ ମୁଁ ଆଜି ଯାଏଁ ଦେଖି ପାରି ନ ଥିଲି ସବୁ ବେଳେ ସେ ନିଜ ମୁହଁ କୁ ଗାମୁଛା ରେ ବାନ୍ଧି ଲୁଚେଇ ରଖନ୍ତି । ଲାଗେ ସତେ ଯେମିତି ସେ ନିଜ ମୁହଁ କୁ କାହାକୁ ଦେଖେଇବାକୁ ଚାହାନ୍ତି ନାହିଁ । ଭାବିଲି ଏବେ ଯାଇ ତାଙ୍କୁ ପଚାରିବି ହେଲେ ସେ ନିଜ ପରିବା ଗୁଡାକୁ ସଜେଇ କରି ରଖିବାରେ ବ୍ୟସ୍ତ ରହିଲେ ଭାବିଲି ଏବେ ଯଦି ପଚାରିବି ତାହେଲେ ସେ ରାଗି ଯିବେ । ସତ କହିବାକୁ ଗଲେ ମତେ ସେ ବୁଢ଼ା ମଉସା ଉପରେ ସନ୍ଦେହ ହଉ ଥିଲା । ବୁଢାଟା ହାଟ କୁ ଆସୁଛି କଣ ପାଇଁ !? କାହାକୁ ତ କିଛି ବିକୁନି ଆଉ ମୁହଁ କୁ ବି ଲୁଚେଇ ରଖିଛି । ମୁଁ କହିଲି ଆଜି ବୁଢ଼ା ର ମନ୍ଦ ଉଦ୍ଦେଶ୍ୟ କୁ ଜାଣି କି ହିଁ ରହିବି । ଯେତେ ଡେରି ହେଉ ପଛେ ବୁଢ଼ା ଉପରେ ନଜର ରଖିବା ଏ ଆଉ ଛୁଆ ଚୋର ନୁହେଁ ତ !? ମୋ ମନରେ ଉତ୍କଣ୍ଠା ବଢ଼ି ଚାଲୁ ଥାଏ । 

    ମୁଁ ଅନତି ଦୂରରେ ବସି ଖାଲି ସେ ବୁଢ଼ା ମଉସା ଉପରେ ନଜର ରଖି ଥାଏ । କିଛି ସମୟପରେ ବୁଢ଼ା ତା ବ୍ୟାଗ୍ ରୁ ଗୋଟେ ମୁଣି ବାହାର କଲା ଆଉ ତାକୁ ଦେଖି ହସି ଦେଇ ପୁଣି ବ୍ୟାଗ ଭିତରେ ପୁରେଇ ଦେଲା । ମତେ ସବୁ କିନ୍ତୁ କିନ୍ତୁ ଲାଗୁ ଥାଏ କଥା କଣ ସେ ମୁଣି ରେ ଅଛି କଣ !? 

    ମଝିରେ ମଝିରେ କିଛି ଲୋକ ଆସୁ ଥାନ୍ତି ଆଉ ବୁଢ଼ା ଠୁ ପରିବା ନେଇ ଯାଉ ଥାନ୍ତି ହେଲେ ବୁଢ଼ା ଖାଲି ଗେରେଗେରେ ହେଉ ପରିବା ଦଉ ଥାଏ ଆଉ ବାରମ୍ବାର ଖାଲି ହାଟକୁ ପ୍ରବେଶ କରିବା ବାଟ କୁ ଅନାଉ ଥାଏ ଯେମିତି ସେ କାହାକୁ ଅପେକ୍ଷା କରିଛି । ମୁଁ ଭାବିଲି ବୋଧେ ସେ ନିଜର ଛୁଆ ଚୋର ସାଙ୍ଗ କୁ ଅପେକ୍ଷା କରିଛି । ଲୋକଙ୍କୁ ଜଲ୍ଦୀ ଜଲ୍ଦୀ ପରିବା ଦେଇ ନିଜ ଆଗରୁ ହଟେଇ ଦେବାକୁ ଚାହୁଁ ଥାଏ ।

     କିଛି ସମୟପରେ ଜଣେ ଦମ୍ପତି ସାଙ୍ଗରେ ନିଜର ଗୋଟେ ଟିକି ପୁଅ କୁ ଧରି ହାଟ ଭିତରକୁ ପ୍ରବେଶ କଲେ । ତାଙ୍କୁ ଯେମିତି ଦେଖିଛି ବୁଢ଼ା ର ମୁହଁ ଖୁସି ରେ ଝଲସି ଉଠିଲା ମୁଁ ଭାବିଲି ବୋଧ୍ ହୁଏ ବୁଢ଼ା ଆଜି ଏଇ ପିଲାକୁ ଚୋରି କରିବାକୁ ଭାବିଛି । ହେଲେ ଏ କଣ! ସେ ଦମ୍ପତି ଜଣ କ ଆସି ବୁଢ଼ା ହାତ କୁ ବ୍ୟାଗ୍ ସହ ଏକ ଚିଠା ବଢେଇ ଦେଲେ ବୋଧ ହୁଏ ସେ ପରିବା ଚିଠା ଥିଲା । ଆଉ ନିଜ ଛୁଆ କୁ ବୁଢ଼ା ପାଖରେ ବସେଇ ଦେଇ ହାଟ ଭିତରକୁ ଚାଲି ଗଲେ । ବୁଢ଼ା ବ୍ୟାଗ୍ ରେ ସବୁ ପରିବା ପୁରେଇ ଦେଇ ଛୁଆ ଟିକୁ ବହୁତ୍ ଗେଲ କଲା । ମତେ ସବୁ ଠୁ ବେଶୀ ଆଶ୍ଚର୍ଯ୍ୟ ଲାଗିଲା ବୁଢ଼ା ମଉସା ଜଣଙ୍କ ପରିବା ଗୁଡକୁ ନିଜ ମନ ମୁତାବକ ବ୍ୟାଗ୍ ରେ ପୁରେଇ ଦେଲେ ଓଜନ ହିଁ କଲେ ନାହିଁ । ମତେ କିଛି ବୁଝା ପଡୁ ନ ଥାଏ । ଓଜନ ନ କରି କିଏ କାହାକୁ ଆଜି କାଲି ପରିବା ଏମିତି ଦବ !? ପରିବା ଗୁଡ଼ାକୁ ଗୋଟିଏ ପାଖରେ ରଖି ଦେଇ ପିଲା ଟି ସହିତ ଗପିବାକୁ ଲାଗିଲେ ସେ ମଉସା । ପିଲା ଟି ମଧ୍ୟ ମନ ଖୁସିରେ ମଉସା ସହ ଖେଳୁ ଥାଏ । ମୁଣି ଭିତରୁ ମଉସା କିଛି ହାତ ତିଆରି ବିସ୍କୁଟ ଆଉ ପଶୁ ପକ୍ଷୀ ଆକାର ର କିଛି ଚକୋଲେଟ୍ ବାହାର କରି ଦେଲେ ଛୁଆ ଟିକୁ । ଛୁଆଟି ସେଗୁଡା ଦେଖି ଭାରି ଖୁସି ହେଲା ଆଉ ତରବର ରେ ଖାଇବାକୁ ଲାଗିଲା । ସତେ ଯେମିତି ସେ ଚାହୁଁ ଥିଲା ତା ବାପ ମା ଆସିବା ଆଗରୁ ସେ ସେଗୁଡା ଖାଇ ଦବ ।

    ମୁଁ ଏ ସବୁ ଦେଖି କିଛି ବୁଝି ପାରୁ ନ ଥାଏ । ମୋ ମନ ର ଛୁଆ ଚୋର ର ଭ୍ରମ ଧିରେ ଧୀରେ ଦୂରେଇବାରେ ଲାଗୁ ଥିଲା । ସେ ବୁଢା ମଉସା ଛୁଆ ଟିକୁ ଅତି ଯତ୍ନ ର ସହ ପାଖରେ ବସେଇ ଗପୁ ଥିଲେ ଆଉ ଖେଳୁ ଥିଲେ ତା ସହ ମତେ ଲାଗୁ ଥିଲା ବୋଧ ହୁଏ ଦି ଜଣ ଙ୍କ ଭିତରେ କିଛି ନିବିଡ଼ ସଂପର୍କ ଅଛି । 

    କିଛି ସମୟପରେ ସେ ଦମ୍ପତି ଆସିଲେ ଆଉ ନିଜ ଛୁଆ କୁ ନେଇ ସେଠୁ ଚାଲି ଗଲେ । ଛୁଆ ଟି ପଛକୁ ଅନେଇ ବୁଢ଼ା ମଉସା ଆଡ଼କୁ ହସ ର ଏକ ଝଲକ ଦେଇ ଆଗକୁ ବଢିଲା । ବୁଢ଼ା ମଉସା ସେଠୁ ନିଜ ବଳକା ପରିବା ଗୁଡା ବାନ୍ଧି ଘରକୁ ଫେରିବାକୁ ଲାଗିଲେ । ମୁଁ କହିଲି ଆରେ କଣ ଏ ମଉସା କଣ ଏଇ ଦମ୍ପତି ପାଇଁ କେବଳ ପରିବା ଆଣି ଥିଲେ ନା କଣ !? ଆଜି ଯେମିତି ହଉ ତାଙ୍କ ସହ କଥା ହେବି ।

     ମଉସା ଜଣ ଙ୍କ ନିଜ ସାଇକେଲ ଧରି ଚାଲିଲେ ହାଟ ବାହାରକୁ । ମୁଁ ବି ମଧ୍ୟ ଚାଲି ଚାଲି ତାଙ୍କ ସହ ଗଲି ଆଉ କଥା ଛଳ ରେ ନିଜ ମନ ର ପ୍ରଶ୍ନ ର ଉତ୍ତର ଜାଣିବାକୁ ଚେଷ୍ଟା କଲି । ମୁଁ କିଛି ପଚାରିବା ଆଗରୁ ବୁଢ଼ା ମଉସା ଜଣ ଙ୍କ ତାଙ୍କ ଆଡ଼ୁ ମତେ କହିଲେ ବାପା ରେ କାହିଁ କେତେବେଲୁ ତମେ ମତେ ନଜର ରେ ରଖିଛ! ମୁଁ ଜାଣି ପାରୁଛି ତମ ମନ ର ପ୍ରଶ୍ନ। ସେଠୁ ସେ କହିବା ଆରମ୍ଭ କଲେ ।

  ମଉସା -    ମୁଁ ଏଇ ପାଖ ଗାଁ ରେ ରୁହେ । ସ୍ତ୍ରୀ ମୋର ବେମାରି ଟି । ଆମର ଗୋଟେ ପୁଅ ଆଉ ଗୋଟେ ଝିଅ ଥିଲେ । ହସ ଖୁସିରେ କଟୁ ଥିଲା ଦିନ । ଝିଅ ର ବିବାହ ବୟସ ହେଲାରୁ ଭଲ ଘର ଦେଖି ବାହା ଦେଇ ଦେଲୁ । ପୁଅ ପାଠ ଦି ଅକ୍ଷର ପଢିଲା । ସହର ରେ ଚାକିରି ଖଣ୍ଡେ କଲା। ସ୍ତ୍ରୀ ମୋର ଝିଅ ଅପେକ୍ଷା ପୁଅ କୁ ବେଶୀ ଭଲ ପାଉ ଥିଲେ । ପୁଅ ପ୍ରେମରେ ଅନ୍ଧ ଥିଲା ବୁଢୀ ଟା । ପୁଅ କୁ ବାହା କରି ବୋହୂ ଟିଏ ଆଣିଲୁ । ବୋହୂ କଣ କେଜାଣି କହିଲା ବୁଢୀ କୁ ବୁଢୀ ସବୁ ଜମି ବାଡ଼ି ପୁଅ ବୋହୂ ନା ରେ କରିବାକୁ କହିଲା ଆଉ ମୁଁ ସେୟା ବି କଲି ଖାଲି ଘର ଢିହ ଛାଡ଼ି ବାକି ସବୁ ପୁଅ ନା ରେ କରି ଦେଲି । ଝିଅ ଯେତେବେଳେ ଜାଣିଲା ତା ପାଇଁ ଆମେ କିଛି ରଖିନୁ ସେ ଆମ ସହ ସବୁ ସମ୍ପର୍କ କାଟି ଦେଲା । 

    ଛାଡ଼ ନାତି ଗୋଟେ ହେଲା ଆମର ଭାବିଲୁ ଏଇ ମାନଙ୍କ ମୁହଁ କୁ ଚାହିଁ ବାକି ଜୀବନ କାଟି ଦବୁ ହେଲେ ଦିନେ ବୋହୂ କହିଲା ଏଠି ରହିଲେ ମୋ ପୁଅ ଭଲ ସ୍କୁଲ୍ ରେ ପଢ଼ିବନି ଆଉ ଏଠି ଆମ ସହ ରହିଲେ ଛୁଆ ଟା କୁ ବିଭିନ୍ନ ରୋଗ ହଉଛି । ଦିନେ ପୁଅ ବୋହୂ ନାତି କୁ ନେଇ ପାଖ ସହରକୁ ଚାଲି ଗଲେ । ଗାଁ ଠୁ ବେଶୀ ଦୂର ବି ନୁହଁ । ପୁଅ ଚାଲି ଗଲା ପରେ ବୁଢୀ ଚିନ୍ତା ରେ ଝଡି କଣ୍ଟା । ସବୁ ସାପ୍ତାହିକ ହାଟ ରେ ପୁଅ ବୋହୁ ନାତି କୁ ନେଇ ଆସନ୍ତି । ଏଠି କୁ ମୁଁ ପରିବା ବିକିବା ପାଇଁ ଆସେନି ନାତି ଟୋକା କୁ ଟିକେ ଦେଖିବାକୁ ଆସେ ଗଲା ବେଳେ କେତେ କାନ୍ଦୁ ଥିଲା ସେ କହୁ ଥିଲା ମୁଁ ଜେଜେ ଆଉ ଜେଜେ ମା ଙ୍କୁ ଛାଡି କୁଆଡେ ଯିବିନି ।

     ବୁଢୀ ନିଜେ ହାତରେ ବିସ୍କୁଟ ତିଆରି କରି ନାତି ପାଇଁ ପଠାଇ ଦିଏ । ନାତି ଟୋକା ବି ଭାରି ଚାଲାକ ବାପା ମା ଆସିବା ଆଗରୁ ସବୁ ଖାଇ ଦିଏ ।ମୁଁ ସେଠି ମୁହଁ ଲୁଚେଇ କି ବସେ କାଳେ ପୁଅ ମୋର ଦେଖିଲେ ମୋ ଉପରେ ରାଗିବ ଆଉ ନାତି ଟାକୁ ଟିକେ ଦେଖି ବି ପାରିବିନି ।

   ମଉସା ଙ୍କ ଘର ଆସି ଯାଇ ଥିଲା । ଆଉ ମୁଁ ବି ମୋ ସବୁ ପ୍ରଶ୍ନ ର ଉତ୍ତର ପାଇ ସାରିଥିଲି । ମୋ ମନ ର ଭୁଲ୍ ଧାରଣା ପାଇଁ ମୁଁ ତାଙ୍କ ଠୁ କ୍ଷମା ମାଗିଲି । ବୁଝି ସାରି ଥିଲି ମୁଁ ମଉସା ହାଟ କୁ ପରିବା ବିକି ବାକୁ କି ଛୁଆ ଚୋରି କରିବାକୁ ଯାଉ ନ ଥିଲେ । ଜୀବନ ର ହାଟ ରେ ବାକି ରହି ଥିବା କିଛି ସଉଦା କୁ ସାଉଁଟି ବାକୁ ଯାଉ ଥିଲେ ।। ।


Rate this content
Log in

Similar oriya story from Tragedy