Barsha Swain

Tragedy Inspirational

4.5  

Barsha Swain

Tragedy Inspirational

ଝୁରୁଛି ବନୁ ତା ଭିଟାମାଟିକୁ

ଝୁରୁଛି ବନୁ ତା ଭିଟାମାଟିକୁ

4 mins
357



        ନୀଳ ଆକାଶର ଶୋଭାମଣ୍ଡନ କରି ସବୁଦିନ ପରି ଆଜି ବି ଉଇଁ ଆସିଛି ସୂରଜ ,ଝରକା ବାଟ ଦେଇ ସକାଳୁ ସକାଳୁ ଚାହିଁ ରହିଛି ବହୁ ବାହାର ପରିବେଶକୁ ବନୁ। କୋଠରୀ ଭିତରେ ସେ ବ୍ଯସ୍ତ ଥାଏ ତା ଅଫିସ କାମରେ ଅନେକ ସମୟରେ। ହେଲେ ଆନନ୍ଦ ପାଏ ତା କର୍ମରୁ। କର୍ମ ତା ପାଇଁ ଭଗବାନ। ସେ ଭଲପାଏ ନିଜ ଜୀବନକୁ ,ଆନନ୍ଦ ପାଏ ଅଭିଜ୍ଞତାରୁ। ବର୍ତ୍ତମାନ କିନ୍ତୁ ଜୀବନ ପ୍ରତି ତାର ଭିନ୍ନ ଦୃଷ୍ଟି ।ଆଶ୍ଚର୍ଯ୍ୟ କରେ ତାକୁ, ସବୁ ଖୁସି ଯେମିତି ଆଜି ତାକୁ ଅଡୁଆ ଲାଗେ ।      

             ଦିନ ଶୁକ୍ରବାର ସମୟ ୧୧ଟା ହେବ। ବନୁ ବାହାରିଛି ଅଫିସ୍ ଯିବାକୁ। ତରତର ହୋଇ ଖାଇବାକୁ ସମୟ ପାଇନି ।ସେ କାର ଚଳାଇ ଧାଇଁଛି ନିଜ କର୍ମଶାଳାକୁ। ବାଟରେ ଦେଖିପାରିନି ସେ ହଠାତ୍ ଟ୍ରାଫିକ୍ ଲାଇଟ୍ କୁ ସେଥିପାଇଁ ତାକୁ ମୋଟା ଅଙ୍କର ଅର୍ଥ ଦେବାକୁ ପଡିଛି ଫାଇନ୍।ହେଲେ ସେଥିପାଇଁ ସେ ବିସ୍ମିତ ନୁହଁ ,କାରଣ ସେ ଏବେ SBIର ଆସିଷ୍ଟାଣ୍ଟ ମ୍ୟାନେଜର ଦରମା ତାର ମାସକୁ ପ୍ରାୟ ୫୦ହଜାର। ସେଥିରେ ପୁଣି ସରକାରୀ କ୍ୱାଟର ମିଳିଛି,ଏବେ ସେ ରହୁଛି କଲିକତାରେ। ନାଁ ତାର ବନବିହାରୀ ପଟ୍ଟନାୟକ। ସ୍ତ୍ରୀ ସୁଷମା ପଟ୍ଟନାୟକ ଓ ପୁଅ ଆଶିଷ୍ ସହ ସେ ରୁହେ ବେଶ୍ ଆନନ୍ଦରେ।

            ଏଇ ବ୍ଯସ୍ତ ବହୁଳ ଜୀବନରେ କେବେ ହୁଏତ ସେ ମନେପକେଇ ପାରିନି ତା ପିଲାଦିନକୁ, ହୁଏତ ସମୟ ପାଇନଥିବ।ତଥାପି ଆଜି ସେ ସବୁଦିନ ପରି ଅଫିସ୍ ଯିବାକୁ ବାହାରିଛି ହାତରେ ଲାପଟପ୍ ଆଉ ଫାଇଲ ଗୁଡିଏ ଧରି। ପଛରୁ ଶୁଣିଛି ଜଣେ ନାରୀର କଣ୍ଠସ୍ୱର ପୁଅ ଚମକିପଡି ବନୁ ପଛକୁ ବୁଲି ଦେଖିଛି ହେଲେ କେହି ତ ନାହିଁ ଏଠି। ଏ ଶେଷରେ ପତ୍ନୀ ସୁଷମା ତାକୁ ଟିଫିନ୍ ବଢାଇ ଦେଇଛି, ବନୁ ଚାଲିଯାଇଛି ଅଫିସ୍। ଯିବା ବାଟରେ ସେ ବହୁ ଚିନ୍ତାକରିବା ପରେ ସେ କଣ୍ଠସ୍ୱର ତା ମାର ବୋଲି ମନେ ହୋଇଛି, ସେ ଟିକେ ଭାବବିହ୍ୱଳ ହୋଇପଡିଛି।"ହେଲେ ମା ଆସିବ କେଉଁଠୁ ସେ ତ ଦୀର୍ଘ ୮ବର୍ଷ ତଳୁ ଚାଲିଗଲାଣି ଆରପାରିକୁ ତାକୁ ଶୋକସାଗରେ ଭସେଇଦେଇ "ଶୁଭୁଛି ଅନ୍ତର ମଧ୍ୟରୁ। ପୁଣି ନିଜକୁ ସମ୍ଭାଳି ସେ ଆଗେଇ ଯାଇଛି, ବାଟରେ ଭେଟିଛି ତା ପିଲାଦିନର ସାଙ୍ଗ ସୁବାସକୁ ।ଦୁଇ ବନ୍ଧୁଙ୍କ ସାକ୍ଷାତରେ ସତେ ଯେମିତି ଅଟକିଯାଇଛି ସମୟ, ମନେ ପକାଇଛନ୍ତି ଅତୀତର ଗାଁ ପରିବେଶକୁ ତତ୍କ୍ଷଣାତ୍ ମନେ ପଡିଛି ସୁବାସର ସେ କହିଉଠିଛି" ବନୁ ଆଜି ବଉଳ ଅମାବାସ୍ୟା! "ତାପରେ ପରିବେଶ ନୀରବ । 

          ଆସୁଛି କହି ବିଦାୟ ନେଇଛି ସୁବାସ। ଦୈନନ୍ଦିନ କାର୍ଯ୍ୟ ସମାପନ କରି ବନୁ ଫେରିଛି ବସାକୁ ମନେ ପଡିଛି ତା ବାଲ୍ଯଜୀବନର ଗ୍ରାମ ପରିବେଶ, ନଦୀ କୂଳରେ ଆମ୍ବତୋଟା, ବିଲବାଡି ପୁଣି କେତେ ଯେ ପୁନେଇଁ ପରବ। ସତେ ଯେମିତି ସବୁ ଛବି ତା ଆଖିରେ ବାସ୍ତବ ପ୍ରତୀତ ହୋଇଛି। ତାର ଜନ୍ମ ୧୯୭୦ ମସିହା ଜୁଲାଇ ୧୦ ରେ ପ୍ରତାପପୁର ନାମକ କ୍ଷୁଦ୍ର ଗ୍ରମରେ ହୋଇଥିଲା। ତାର ପିତାଙ୍କ ମୃତ୍ୟୁ ପରେ ତା ମା ଜେମା ତାକୁ ବହୁ କଷ୍ଟରେ ବଡ କରିଛି। ସମୟର ପରିବର୍ତ୍ତନ ସହ ତାଳଦେଇ ଚାଲିବା ସୃଷ୍ଟିର ନିୟମ, ଯେ ପଛେଇ ଯାଏ ସେ ବିଲୀନ ହୋଇଯାଏ ସୃଷ୍ଟିରୁ। ବନୁ କିନ୍ତୁ ଉଠିଛି ବେଶ୍ ପରିଶ୍ରମ କରି ସାକାର କରିଛି ସ୍ୱପ୍ନ ତା ମାର। କିନ୍ତୁ ସଫଳତା ଦେଖିବାକୁ ମା ନାହିଁ ତା ପାଖରେ।

       ଆଖିର ଲୁହକୁ ପୋଛି ବନୁ କଫି ପିଉ ପିଉ ମନେ ପଡିଛି ତା ପିଲାଦିନେ ସେ କେମିତି ଚା ପିଇବାକୁ ଜିଦ୍ କରୁଥିଲା, ହସି ଦେଇଛି ଟିକିଏ। ପୁଣି ନିଜ ପୁଅ ହାତରେ ଟାବଲେଟ ଦେଖି ମନେ ପକାଏ ଅତୀତର ହାତୀ ଘୋଡା ଆଦି ଖେଳିବାକୁ। ତା ପିଲାଦିନର ସ୍ମୃତି ଯେମିତି ସତେଜ ହୋଇଉଠିଛି। ଭାବିଛି ସେ ବଉଳ ଅମାବାସ୍ୟା କଥା ଯାହା ମନେପକାଇଦେଇଥିଲା ସୁବା। ସେଦିନ ସେ କେତେ ଖୁସିରେ ଆମ୍ବ ବଗିଚାରେ ଉସ୍ଚବ ମନାଉଥିଲା, ମା ହାତ ତିଆରି ପିଠା ମଣ୍ଡା କେତେ ମଧୁର ଥିଲା। ଆରିସା କାକରର ସ୍ୱାଦ ଚାଖି ପାରିନି ତା ପାଟି ଦୀର୍ଘ ୧୦ବର୍ଷ ହେବ। ମ୍ଯାକଡୋନାଲ୍ଡର ପିଜା ବର୍ଗର ମଧ୍ୟରେ ସେ ଖୋଜେ ମା ହାତ ତିଅରି ପିଠାର ସ୍ୱାଦକୁ। 

ମାଟିହାଣ୍ଡି ତିଆରି ଆଚାର, ଖାଦ୍ଯ ଆଦି ଆଜି ନାଚିଉଠୁଛି ତା ଆଖିରେ। ପୁଅର ପିଲାଦିନ ବନ୍ଦୀ ମନେ ହୋଇଛି ତାର,ଖେଳନା ,ସାଥୀ ବଦଳରେ ଏବେ ଯନ୍ତ୍ର ତାର ସାଥୀ। ପିଲା ଦିନ ମରିଯାଇଛି ଏଇ ଜୀବନ ଢାଞ୍ଚାରେ!  

        ମନେପଡିଛି ବନୁର ବିଂଶ ଶତାବ୍ଦୀର ଜଗତୀକରଣ କଥା। ଯେବେକି ଆରମ୍ଭ ହୋଇଥିଲା ଏହା ଭାରତରେ ଆରମ୍ଭ ହୋଇଥିଲା ପ୍ରତିଯୋଗିତା ନିଜକୁ ବିଶ୍ୱ ଅର୍ଥନୀତିରେ ସାମିଲ କରିବାର। ବାଦ୍ ପଡିନଥିଲା ବନୁ ସେଥିରୁ। ସେ ବି ଧାଇଁଆସିଥିଲା ସହରକୁ ତାଳ ଦେଇ ଥିଲା ଜଗତୀକରଣର ପ୍ରତିଯୋଗିତାରେ। ସାରା ବିଶ୍ୱରେ ଗୋଟିଏ ସ୍ୱର ଜଗତୀକରଣ ବିଶ୍ୱ ପରିବର୍ତ୍ତନର ।ଆହ୍ୱାନ ଗ୍ରାମରୁ ସହର ଯାଏ ଆଗେଇଚାଲ। ପୁଣି ପ୍ରତିଯୋଗିତା ପରସ୍ପର ମଧ୍ୟରେ ତୀବ୍ରତର।

        ଆଜି ବନୁ ଭାବୁଛି "ଅତୀତ ଜୀବନ ଗ୍ରାମ ପରିବେଶ, ନିର୍ମଳ ପବନ କେତେ ଯେ ଆନନ୍ଦକର ଥିଲା ହେଲେ ଆଜି କୁରୁକୁରି ପ୍ଯାକେଟରେ ପବନ ଭର୍ତ୍ତି, ଗାଁ ପରବ ବି ବିଲୀନ, ପିଠାପଣା ବି ବିଲୁପ୍ତ। ଜଗତୀକରଣର ତତଲା ତାୱାରେ ଜୀବନ ଆଜି ତରଳି ଯାଉଛି। ଶାନ୍ତି ନାହିଁ ଜୀବନରେ। ଢେର୍ ଉନ୍ନତି କରିଛି ସେ ବଙ୍ଗଳା, ଗାଡ଼ି,ପଇସା ପ୍ରଚୁର ତାରିଖରେ ହେଲେ ମନଖୋଲି ସେ ହସିପାରେନି କି ଖୁସି ହୋଇପାରିନି। "ସ୍ୱପ୍ନ ତ ପୁରା କରିଛି, ଦିଗବିଜୟୀ ହୋଇଛି, ହେଲେ ହଜେଇଛି ପିଲାଦିନକୁ।ପାଇଛି ବହୁକିଛି ତଥାପି ଖୁସି ହୋଇପାରିନି! ପିଲାଦିନର ଚିଠି ପତ୍ର ଲେଖା ଆଜି ଆକୃଷ୍ଟ କରେ ତାକୁ, ମୋବାଇଲ ଫୋନ ଯେମିତି ତାକୁ ଅଡୁଆ ଲାଗେ। ବିଜୁଳି ବତୀର ଆଲୋକ ଯାହା ପିଲାଦିର ସ୍ୱପ୍ନ ଥିଲା, ଆଜି ତାହା ତା ପାଇଁ ତୁଛ ମନେ ହେଉଛି। ଆକାଶର ଗୋଲ ଜହ୍ନକୁ ଦେଖି ଆକୃଷ୍ଟ ହେଉଛି ସେ ମନେ ପଡୁଛି ପିଲାଦିନ ଜହ୍ନ ଆଲୁଅରେ ଖେଳକୁଦ। ଜହ୍ନ ମାମୁ ଗୀତ ଗାଇ ଗାଇ ମା ତାକୁ ଶୁଆଇଦିଏ। ଆଜି ଆକାଶ ରେ ନାହିଁ ସେ ଗୋଲଜହ୍ନ। ବନ୍ଦୀ ଆଜି ତା ପିଲାଦିନ ।ଚାରି ପାଖର କୋଠାବାଡି ତାକୁ ଅଣନିସ୍ୱାସୀ କରି ପକାଇଛି। ଚାଳଛପର ଚାଳ ଘର ଯେ କେତେ ଆନନ୍ଦ,ଶାନ୍ତି ଦେଇଥିଲା ତାହା ମନେପକାଇ ବନୁର ଆଖି ଭିଜିଯାଇଛି। ମନେ ପଡିଛି ତା ଭିଟାମାଟି ।କଣ୍ଠରୁଦ୍ଧ ହୋଇଯାଉଛି ତାର। ଇତି ମଧ୍ୟରେ ପଛପଟରୁ ବାପା ଶବ୍ଦ ଶୁଣି ମିଳେଇଯାଇଛି ଅତୀତର ସବୁଦୃଶ୍ଯ କ୍ଷଣକ ମଧ୍ୟରେ। ବନୁ ତା ପୁଅକୁ କୋଳେଇ ନେଇ ଗାଇଛି ଜହ୍ନ ମାମୁ ଗୀତ -

          "ଆ ଜହ୍ନ ମାମୁ ସରଗଶଶୀ

         ମୋ କାହ୍ନୁ କୋଳରେ ପଡେ ଖସି। "


Rate this content
Log in

Similar oriya story from Tragedy