Barsha Swain

Tragedy

4.0  

Barsha Swain

Tragedy

ଏ କାହାଣୀ ମାଟିର ମଣିଷର

ଏ କାହାଣୀ ମାଟିର ମଣିଷର

2 mins
258


     

  ଦିନକର କଥା ସମୟ ପ୍ରାୟ ନଅଟା । ଗାଡ଼ି ମଟରର କେଁ କେଁ ଶବ୍ଦ ବ୍ୟଥିତ କରୁଥିଲା ନଟବର କାନକୁ । ବାରମ୍ବାର ନିରୀକ୍ଷଣ କରି ସେ ଜାଣିପାରୁଥିଲା ଯାନବାହନର ନାମକୁ । ବନ୍ଦୀ ଜୀବନ ଅସହ୍ୟ ବେଦନା ତାପକ୍ଷେ ଭାରି ଅସହ୍ୟ । ଆମେ ତ ସ୍ୱାଧୀନ ଭାରତର ନାଗରିକ ବନ୍ଦୀ ଜୀବନ ବୁଝିବା ଆମ ପକ୍ଷରେ ଅସମ୍ଭବ । ବନ୍ଦ ଚାରିକାନ୍ଥ ଭିତରେ ସେ ଦେଖେ ଆରପାଖର ଦୁନିଆଁକୁ । 

  

  ଜୀର୍ଣ୍ଣ ମଣିଷ ରୁଗ୍ଣ ସ୍ୱାସ୍ଥ୍ୟ ତାର । ମୁଖମଣ୍ଡଳରେ ଏକ ଅସହାୟ ମଳିନ ଆଶା । ଆଖି ଦୁଇଟି କୋରଡରେ ପଡିଯାଇଛି । ବୟସ ପ୍ରାୟ ୮୫ହେବ । ବୟସର ଅପରାହ୍ନରେ ସେ ଆଜି ଉପନୀତ । ଘୁମୁରି ଘୁମୁରି ଗାଏ ଚଷା ଗୀତ ବନ୍ଦ ଝରକା ବାଟେ ଦେଖେ ସୂର୍ଯ୍ୟକୁ । 

     

    ଗାଆଁ ତାର ଭବାନୀପୁର । ଛୋଟ ପରିବାରଟିଏ । ଜାତିରେ ଚଷା । କୁହାଯାଏ -"ଚାଷ କାମ ଯାହାର କେଡେ ସୁଖ ତାହାର ସେହି ସିନା ଜଗତକୁ ଯୋଗାଉଛି ଆହାର । "ବାସ୍ତବରେ ସେ ମାଟିର ମଣିଷ । ମାଟି ସହ ଲାଗିଥାଏ ଉଇଟିଏ ପରି । ଘରେ ସମୁଦାୟ ୩ଟି ପ୍ରାଣୀ । ନଟ, ତାପୁଅ କୁମାର ଆଉ ଝିଅ ସୁନା । ଭାର୍ଯ୍ୟା ତାର ଆରପାରିକୁ ଚାଲିଯାଇଛି ଝିଅକୁ ଜନମ ଦେଇ । ସୁଖ ଦୁଃଖ ଆଦରି ନଟବର ପ୍ରଧାନ ଆଗେଇ ଚାଲିଛି । ସକାଳ ନପାହୁଣୁଧାଏଁ କ୍ଷେତକୁ । ଫସଲ ଅମଳରେ ଦିଏ ତାର ଶ୍ରମ । ପାଠ ପଢିଛି ସେ ନାମ ଲେଖିବା ସହ ହିସାବବି ଜାଣେ । ଭଗବତ ବି ପଢେ । ଇଛା ପୁଅ ତାର ଭଲ ଚାକିରି କରୁ ଉପରକୁ ଉଠୁ ଯେଉଁଠି ସେ ନିଜେ ଅଭାବରୁ ପହଞ୍ଚପାରିନାହିଁ । ସଭ୍ୟତାର ପରିବର୍ତ୍ତନ ଯନ୍ତ୍ରପାତିର ବ୍ଯବହାର ଯୋଗୁଁ କୃଷିରେ ହାରିଯାଇଛି ସେ । ଆବୋରି ପାରିନାହିଁ ବିଷକୁ, ସହିପାରିନି ମାଟି ମାଆ ଦୁଃଖକୁ ତେଣୁ ସେ ହାରିଯାଇଛି ଦାନାପଣି ଦଉଡରେ । ବୟସ ବି ସରି ଆସିଛି । 

  

     ପାଠ ପଢି କୁମାର ଆଜି ବଡ ଡାକ୍ତର ଭୁବନେଶ୍ୱରରେ । ବଡ କୋଠାବାଡି କରିଛି ସୁନାକୁ ବି ବାହାଦେଇଛି । ମାତ୍ର ଭୁଲିଯାଇଛି ମାନବିକତା ଆଉ କୃଷିକୁ । ବାପାକୁ ନେଇ ଆସିଛି ନିଜପାଖକୁ ମାତ୍ର ଇଚ୍ଛା କରିଛି ପାଇବାକୁ ନଟଠାରୁ ଆଧୁନିକ ବ୍ୟବହାର । ହେଲେ ମାଟିର ମଣିଷ ଆଦରି ପାରିନି ସହରୀ ଜୀବନ ବନ୍ଦୀ ହୋଇ ରହିବା ତା ପକ୍ଷେ ଅସମ୍ଭବ । କେଉଁଠି ମାଟି ଦେଖିଲେ ଧାଇଁ ଯାଏ ତାରିପାଖକୁ ଶିଶୁଟିଏ ପରି । ବାରମ୍ବାର ବାରଣ ସତ୍ତ୍ୱେ ନଟର ଏ ବ୍ୟବହାର କୁମାରକୁ ନିନ୍ଦିତ କରେ ସହରୀ ସଭ୍ୟତାରେ । ତେଣୁ ନଟ ଆଜି ବନ୍ଦୀ ତାର ପୁଅ ଆଉ ବୋହୁ ଦ୍ୱାରା ୩ ନମ୍ବର କୋଠରୀରେ । ହେଲେ ସେ ଭାବେ ସବୁ ଦୋଷ ସମାଜର ଯନ୍ତ୍ର ସଭ୍ୟତାର ,ତେଣୁ ସେ ଦୋଷଦିଏନି ନିଜ ଶିକ୍ଷା ସଂସ୍କାରକୁ । ଝରକାର ଫାଙ୍କ ଦେଇ ଚାହିଁ ରହିଥାଏ ଦୂର ନାଲିବତୀକୁ, କିଛି ଗୋଟେ ପାଇବା ଆଶାରେ । 



Rate this content
Log in

Similar oriya story from Tragedy