Barsha Swain

Tragedy Inspirational

4.5  

Barsha Swain

Tragedy Inspirational

ବୁନ୍ଦାଏ ଜଳ

ବୁନ୍ଦାଏ ଜଳ

3 mins
376


          ଆକାଶରେ ଅସରନ୍ତି ମେଘମାଳା, ତଳେ ଘାସର ଗାଲିଚା, ପରିବେଶ ଶାନ୍ତ, ଶୁଷ୍କ ଆଉ ଅପେକ୍ଷାରତ ବର୍ଷା ପାଇଁ। ହାତରେ କୋଦାଳ ଧରି ଧାଇଁଛି ସନିଆ ତାର ପୃଥିବୀ ଆଡକୁ ଉର୍ଦ୍ଧ୍ୱ ମୁଖରେ। ସମୟର ସୁଅ ଛୁଟିଛି ।ସନିଆ ପାଠ ଶାଠ ଏତେ ପଢିନି, ହେଲେ ନିତିଦିନିଆ ଜୀବନରେ ଯୋଉ ହିସାବ ଦରକାର ତାହା ତାକୁ ବେଶ୍ ଜଣା। ସବୁଦିନ ମୁହଁ ଅନ୍ଧାର ରାତିରୁ ଉଠି ବିଲକୁ ଧାଏଁ।ଚାଷ ଭଲ ତ ସିଏ ଭଲ।

              

         ଦିନେ ସକାଳୁ ସନିଆ ବିଲକୁ ଯାଉଯାଉ ଦେଖିଲା ବାଟରେ ଗାଁର ପୁରୋହିତ ନିମାଇଁ ଙ୍କୁ। ହାତ ଯୋଡ଼ି ପ୍ରଣାମ କଲା ଆଉ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଆଶୀର୍ବାଦ ମାଗିଲା। ପୁରୋହିତ ଜଣେ କଥାକଥିତ ପଣ୍ଡିତ, ସ୍ୱଭାବରେ ଅତି ଦାନୀ ,ନିଜ ଦେହରୁ ମଳି ଟିକିଏ ବି କାହାକୁ ଦିଅନ୍ତି ନାହିଁ। ସେଟା ବି କ'ଣ ଦେବା ଜିନିଷ ଗୋଟେ ! କି କଥା ଏଗୁଡାକ ମଇଳା ଅସନା ଜିନିଷ କ'ଣ ଦାନ ଦିଆଯାଏ।

             


          ସନିଆର ପଡୋଶୀ ଅଗାଧୁ,ସ୍ୱଭାବରେ ସରଳ, ନମ୍ର ବୋଲି ମତ ଦିଏ ସନିଆ। ହେଲେ ସେ ଯେ ସବୁବେଳେ ସନିଆ ପଛରେ ତାର ଚେର କାଟିବାରେ ଲିପ୍ତ, ତାହା ଅଜଣା ଥାଏ ସନାକୁ ।ଝାଟିମାଟିର ଚାଳଛପର ଘର ସେଥିରେ ପୁଣି ଘରେ ତିନି ପ୍ରାଣୀ। ସନା ,ତା ମା ଆଉ ତାର ସ୍ତ୍ରୀ। ଗାଁ ନାଁ ଶୁଖୁଆ ପାଟଣା। କେତେ କାଳୁ ଏଠି ମାଝୀ ପରିବାରର ବସବାସ ସେ ଇତିହାସ ଜଣାନାହିଁ। ସନିଆ ମାଝୀ ଟା ଦରିଦ୍ର ଲୋକଟାଏ ଲୋଭ ତାର ନାହିଁ,ଅଭାବ ଅନଟନ ଥାଇ ବି ପରକୁ ସାହାଯ୍ୟ କରେ। ସନାର ଆଦର ଗାଁ ସାରା। ଅଗାଧୁ ସହିପାରେନି ସନାକୁ। କାହାରି ଭଲ ସେ ଚାହିଁ ନାହିଁ। ସେ ଚାହେଁ ନିଜ ଉନ୍ନତି ଅନ୍ୟର ତଣ୍ଟି ଚିପି ହେଉ କି ଅନ୍ୟ ଉପରେ ଚଢି ଉପରକୁ ଉଠିବ।

        

           ସମୟ ପ୍ରାୟ ଏଗାରଟା ସନା ବିଲକୁ ଯାଉଛି। ଖରା ଟାଣ। ସନାର ତ ଏ ବିଲରୁ ଫେରିବା ସମୟ ହେଲେ ତାର ଦେହ ଖରାପ ଥିବାରୁ ବିଲକୁ ଚାରି ଦିନ ହେବ ଯାଇନାହିଁ। ମନ ଆଉ କି ସମ୍ଭାଳେ ବାହାରିଯାଇଛି ଖରାରେ, ଯାଇ ବିଲରେ ଦେଖେ ତ ଜଳର ଅଭାବରୁ ତା ବିଲ ଜଳିଗଲାଣି। ବୈଶାଖ ର ଝାଞ୍ଜିରେ ଚାରିଆଡ଼େ ହାହାକାର। ଏ ତ କିଛି ନୂଆ କଥା ନୁହେଁ, ଖରାଦିନେ ତ ପିଇବା ପାଣି ମିଳେନି, ବିଲଗୁଡାକୁ ଜଳ ବା ଦିଏ କିଏ? ସନା କିନ୍ତୁ ଦୂରଦୃଷ୍ଟି ସମ୍ପନ୍ନ ସେ ଆଗରୁ ତା ବିଲ ପାଇଁ ଜଳ ସଞ୍ଚି ରଖିଥାଏ। ହେଲେ ଏଥର ତା ବିଲ ପାଖ ଚୂଆରେ ଜଳ ବୁନ୍ଦାଏ ବି ନାହିଁ। ସାରା ଗାଁର ବିଲ ଗୁଡା ଫାଟି ଠୋ ଠୋ।ହେଲେ ତାର ପାଖ ଜମି ଅଗାଧୁର ବିଲ ରେ ଅଯଥା ଜଳଗୁଡା ଭାସୁଛି ଶୁଷ୍କ ଟାଙ୍ଗରା ଭୂଇଁରେ। ସନା ଭାବିଲା ଅଗାଧୁ ତ ପାଣି ରଖିନଥିଲା ହେଲେ ତା ଜମିରେ ଅଯଥା ଏତେ ଜଳ କୁଆଡୁ ଆସିଲା। ସନା ବୁଝିଗଲା ତା ଫସଲ ଉଜାଡିବାକୁ ଅଗାଧୁର ଉଦ୍ୟମ। ଘରକୁ ଯାଇ ମୁହଁ ମାଡି ପଡି ରହିଲା ,ସେଦିନ ଘରେ ଖାଇବା ପିଇବା ବନ୍ଦ।

       

        ସନା ଗାଁରେ ପଞ୍ଚାୟତ ଡାକିଲା ଅଗାଧୁର ଚାଲାକି ବିଷୟରେ ଅଭିଯୋଗ ଆଣିଲା। ହେଲେ ପ୍ରମାଣ ବିନା ଯେ ଦୋଷୀ ନିର୍ଦ୍ଦୋଷ ତାହା ଆମେ ବୁଝୁଛୁ।ସନା ଚେଷ୍ଟା କରି ମଧ୍ୟ ପ୍ରମାଣ ଆଣିପାରିନି।ତଥାପି ଗାଁରେ ପୂର୍ବରୁ ଗୋଟିଏ ପ୍ରଥା ଅଛି ଯଦି ପ୍ରମାଣ ନମିଳେ ତେବେ ଗାଁ ଦେବୀଙ୍କ ନିକଟରେ ଗୁହାରି କରାଯାଏ। ଶୁଣାଯାଏ ଠାକୁରାଣୀ ପ୍ରତ୍ୟକ୍ଷ ଦେବୀ ସେ ଦୋଷୀକୁ କାବୁ କରି କେତେକଙ୍କୁ ଦଣ୍ଡ ଦେଲେଣି। ଏଥିପାଇଁ ସମସ୍ତଙ୍କ ଭୟ ଥାଏ। ଅଗାଧୁ ଧର୍ଷଣ, ଦୁଷ୍ଟ ଲୋକ ହେଲେ ମଧ୍ୟ ଏସବୁ କୁ ବିଶ୍ୱାସ କରେ। ବିଚାର ହେଲା ଆଗାମୀ ମଙ୍ଗଳ ବାରେ ସନା ଗୁହାରି ପଡିବ। ଗାଁ ସାରା ଖବର ବ୍ଯାପି ଗଲା। ଅଗାଧୁ ମନରେ ଛନକା ପଶିଲା।

        

           ଆଜି ରବିବାର। ସକାଳୁ ଦୋଷୀ ଦଣ୍ଡ ପାଇବ। ଅସାଧୁ ବିଚାର ଦିନଠାରୁ ଭାବୁଛି କେମିତି ରୋକିବ ସନାକୁ। ସେ ଯେ ଭୁଲ୍ କରିଛି ତାହା ଧରାପଡିଯିବ,ତାକୁ ଘୋଡେଇବାକୁ ଯାଇ ଅଗାଧୁ ପାଲଟିଗଲା ସଇତାନ ରାତି ଅଧରେ ସେ ସନା ଘରେ ନିଆଁ ଲଗେଇଦେଲା। ତିନି ପ୍ରାଣୀ ଜଳି ମରିଗଲେ। ବୁନ୍ଦିଏ ଜଳ ପାଇଁ ତିନି ଜଣଙ୍କ ଜୀବନ ଚାଲିଗଲା। ବାକି ରହିଗଲା ଖାଲି ପାଉଁଶ ତିନୋଟି ମୃତ ଶରୀରର। ଜମି ସେମିତି ପଡିରହିଲା ଅଗାଧୁକୁ ତା କର୍ମଫଳ ଭୋଗିବାକୁ ପଡିଲା, ଅବଶ୍ୟ ଡେରିରେ। କିନ୍ତୁ ବୁନ୍ଦାଏ ଜଳ ରକ୍ତ ବୁନ୍ଦା ଶୋଷିନେଲା ।ନିଷ୍ଠୁର ପରିହାସ କରି ହଠାତ୍ ଅଦିନିଆ ବର୍ଷା ଝରିଆସିଲା ବୈଶାଖର ପ୍ରଚଣ୍ଡ ରୌଦ୍ରତାପ ପୀଡିତ ଧରଣୀ ଉପରେ। ହଠାତ୍ ଶୁଭିଲା ସନାର ସ୍ୱର। "ଆସିଲା ମୋ ବରଷା ରାଣୀ, ବୁନ୍ଦା ବୁନ୍ଦା ଜଳ ଯୋଗାଣ କରି। "



Rate this content
Log in

Similar oriya story from Tragedy