STORYMIRROR

Lalita Mohan Mishra

Tragedy Inspirational

4  

Lalita Mohan Mishra

Tragedy Inspirational

ଝରି ପଡୁଥିବା ଫୁଲ କଢି

ଝରି ପଡୁଥିବା ଫୁଲ କଢି

3 mins
422


  ମେଡିକାଲରେ ନରି ରାଉତର ବୁକୁଫଟା କାନ୍ଦ ଯେ କେହି ଦେଖିଲେ ମଧ୍ଯ ସହ୍ୟ କରିପାରୁ ନ ଥିଲେ । ମେଡିକାଲରେ ଜମା ହୋଇ ଥିବା ଶହ ଶହ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ! ଛୋଟ ଝିଅଟି ଆତ୍ମହତ୍ଯା କରିବାର କାରଣ କ'ଣ ?  ?  ?

     କିଏ କେତେ ପ୍ରକାରର କଥା କହୁଥାନ୍ତି । ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ, ଅନେକ ଜିଜ୍ଞାସା, ଅନେକ ଆଶଙ୍କା କିନ୍ତୁ ଉତ୍ତର କେହି ଦେଇ ପାରୁ ନାହାଁନ୍ତି । ଏହା ଭିତରେ ପୋଲିସ ଆସି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିସାରିଲାଣି ।

--------------------------------

ନରି ରାଉତର ଏକ ମାତ୍ର ଅଲିଅଳି କନ୍ଯା ସ୍ମୃତିରେଖା । ସର୍ବଗୁଣସମ୍ପନ୍ନା ସ୍ମୃତି ରୂପରେ ଯେମିତି କାର୍ଯ୍ୟରେ ସେମିତି ସମସ୍ତଙ୍କର ଆଦରର ପାତ୍ରି । ଚାରି ଭାଇ , ଭାଇବୋହୁ ତାଙ୍କର ପିଲାମାନେ ବାପା ମାଆ ନରିର ସ୍ତ୍ରୀ ଏବଂ ଝିଅ ସ୍ମୃତିରେଖାକୁ ନେଇ ଏକ ବଡ ପରିବାର ।


- ନରି ରାଉତ ସରପଞ୍ଚ ଭାବରେ ପାଞ୍ଚ ଖଣ୍ଡ ଗ୍ରାମରେ ଜଣାଶୁଣା । ଲୋକେ ନରି ରାଉତଙ୍କୁ ଭାରି ସମ୍ମାନ କରନ୍ତି। ଯୌଥ ପରିବାରରେ ଝିଅଟିକୁ ପାଠ ପଢ଼ାଇବାରେ ଅସୁବିଧା ମନେ କରି ନିକଟସ୍ଥ କନ୍ୟାଶ୍ରମରେ ଷଷ୍ଠ ଶ୍ରେଣୀରେ ନାମଲେଖାଇ ହଷ୍ଟେଲରେ ଛାଡି ଦେଲେ ।


- ସ୍ମୃତି ବିଦ୍ୟାଳୟରେ ଭଲ ପାଠ ପଢିବା ସଙ୍ଗେ ସଙ୍ଗେ ନୃତ୍ୟ ଗୀତ ବକ୍ତୃତା ପ୍ରଦାନରେ ସୁନାମ ଅର୍ଜନ କରିଥାଏ । ବିଦ୍ୟାଳୟର ଯେ କୌଣସି କାର୍ଯ୍ୟରେ ଗୁରୁଜୀ ଗୁରୁମା ସ୍ମୃତିକୁ ଲୋଡନ୍ତି । ସ୍ମୃତି ମଧ୍ୟ ଦକ୍ଷତାର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନା କରେ ।


- ନରି ରାଉତ ମଝିରେ ମଝିରେ ବିଦ୍ୟାଳୟକୁ ଆସି ଝିଅକୁ ଦେଖା କରି ଭଲମନ୍ଦ ଗୁରୁଜୀ ଗୁରୁମାଙ୍କ ଠାରୁ ବୁଝିଯାଏ । ଝିଅ ଦଶମ ଶ୍ରେଣୀ, ଝିଅକୁ ଛୁଟି ଗୁଡିକରେ ଘରେ ନ ରଖି ଟିଉସନ୍ ରେ ଛାଡିବାକୁ ଉଚିତ ମଣିଲା । ସେଥିପାଇଁ ଗ୍ରୀଷ୍ମାବକାଶରେ ଏବଂ ପୂଜା ଅବକାଶରେ ସହରରେ ରହୁଥିବା ତାର ମାଉସୀ ଘରେ ଛାଡିଦେଲା ।


- ଯୌବନର ପ୍ରଥମ ପାହାଚରେ ଉପସ୍ଥିତ ସ୍ମୃତି ଭଲ କ'ଣ... ଖରାପ କ'ଣ... ବିଚାର ଶକ୍ତି ନଥିଲା । ପ୍ରେମର ସିଡି ଚଢିବା ପାଇଁ ଯିଏ ଯେମିତି ବାଟ ଦେଖାଇଲା ସ୍ମୃତିରେଖା- ସେମିତି ସେଆଡକୁ ଗତି କଲା । 


- ବାପା ନରି ରାଉତ ଝିଅକୁ ଟିଉସନ୍ କରିବା ପାଇଁ ତାର ମାଉସୀର ଘରେ ଛାଡିଦେଲେ ସିନା କିନ୍ତୁ ଉପଯୁକ୍ତ ତତ୍ବାବଧାନ ନେଇ ପାରିଲେ ନାହିଁ । ଫଳରେ ସ୍ମୃତି ବାଟବଣା ହୋଇଗଲା । ଦିଗହରା ହୋଇ ଅନ୍ୟ ପଥର ପଥିକ ହୋଇଗଲା ।


- ଦିନେ ବିଦ୍ୟାଳୟ କର୍ତ୍ତୃପକ୍ଷ ହଠାତ୍ ରାତି ସାତଟା ବେଳକୁ ନରିକୁ ହଷ୍ଟେଲ ଫୋନ୍ କରି ଡକାଇଲେ । ନରି ରାଉତ କିଛି ବୁଝି ପାରୁ ନ ଥାଏ । ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଗୁରୁଜୀ ଗୁରୁମା ଏବଂ ନରିକୁ ନେଇ ବୈଠକ ବସିଲା। ସ୍ମୃତି ପାଖରେ ଥିବା ମୋବାଇଲ ଏବଂ ଡାକ୍ତରୀ ପରୀକ୍ଷାରେ ଦୁଇମାସ ହେଲା ମାତୃତ୍ୱ ଲାଭ କରିଥିବାର ରିପୋର୍ଟ ପ୍ରଦର୍ଶିତ ହେଲା । ସର୍ବସମ୍ମତି କ୍ରମେ ଦଶମ ଶ୍ରେଣୀର ପରୀକ୍ଷା ସ୍ମୃତି ଦେଇ ପାରିବ କିନ୍ତୁ ଛାତ୍ରୀନିବାସରେ ଆଉ ରହି ପାରିବ ନାହିଁ ।


- ବାପା ଝିଅର ଏଭଳି କାଣ୍ଡରେ ମୁଣ୍ଡରେ ଆକାଶଟା ଛିଣ୍ଡି ପଡିଲା ଭଳି ଲାଗିଲା । ନିଜର ଆତ୍ମସମ୍ମାନ ପ୍ରତିପତ୍ତି କ୍ଷମତା ସବୁକିଛି ତୁଚ୍ଛ ଲାଗିଲା । ମୋର ଝିଅ ଏସବୁ କରିଥିବ ! ! ! ବୋଲି ବିଶ୍ଵାସ କରି ପାରିଲା ନାହିଁ ?


- ଝିଅକୁ ଗେଲେଇ ମଜେଇ ବୁଝେଇ ସୁଝାଇ କେତେ କରି ପଚାରିଲା - ଏହି ନିଷ୍ପାପ ପିତା କିଏ ? ପ୍ରତ୍ୟୁତ୍ତର ନ ପାଇ ନିରାଶ ହେଲା ।


- ସ୍ମୃତି ଛାତ୍ରୀନିବାସରୁ ବହିଷ୍କାର ହେବା ପରେ, ଅବାଞ୍ଛିତ ମାତୃତ୍ୱ, ଯୌବନର ଅପରିପକ୍ବତାରେ ପ୍ରେମ ପ୍ରତାରଣା କ୍ରମେ ସମାଜ ସାହି ପଡିଶାଙ୍କର ବାକ୍ଯ ବାଣର ଶୀକାର ହେଲା । ନିଜକୁ ଏକାକୀ ଅସହାୟତା ବୋଧ କଲା । ବହୁଦୂର ପର୍ଯ୍ୟନ୍ତ ଭବିଷ୍ୟତର ଉପଯୁକ୍ତ ଦିଶା ଦେଖାଗଲା ନାହିଁ ।


- ଯେ ସବୁର ମୁଖ୍ୟ, ଯାହାଠାରୁ ଏ ସମୟରେ ସାହାରା ପାଇବା କଥା ସେ ତ ରାଣ ପ୍ରତିଜ୍ଞା କରି ମଝି ନଈରେ ଡଙ୍ଗାକୁ ଛାଡି ଦୂରେଇ ଯାଇଛି । କାହାକୁ କହିବ - "ନାକ କଟିଲେ ମୁହଁଟା ଯାକ ରକ୍ତ" । ନିଜକୁ ଅସହାୟ ନିଃସହାୟ ବୋଧକରି ସ୍ମୃତିରେଖା ତୃତୀୟ ପନ୍ଥା ଆଦରି ନେଲା ।


- ପୋଲିସ ଘରଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ରୀନିବାସ ପର୍ଯ୍ୟନ୍ତ ତଦନ୍ତ ଚଳାଇଲା କିନ୍ତୁ ଅପରାଧୀର ଟେର ପାଇ ପାରିଲା ନାହିଁ । ଶେଷରେ ସ୍ମୃତିର ନିଜର ସାଙ୍ଗ ସୁଜ୍ଞାନୀ ଠାରୁ ସମସ୍ତ ତଥ୍ୟ ପାଇଲା ପରେ ଅପରାଧୀର ପ୍ରକୃତ ଚେହେରା ଜଣାପଡିଲା ।


- ବାଙ୍ଗାଲୋରରେ ଚାକିରୀ କରିଥିବା ସ୍ମୃତିର ସମ୍ପର୍କୀୟ ମାମୁଁ ଅପରାଧୀ ବୋଲି ଜଣାପଡ଼ିବା ପରେ ସେ ଏବେ ଜେଲରେ ।


- ନିଷ୍ପାପ ଶିଶୁର ଅପରିପକ୍ବତାରେ ତା ସହିତ ଯୌନ କ୍ଷୁଧା ମେଣ୍ଟାଇବା ତାର ଭବିଷ୍ୟତକୁ ଜାଳି ପୋଡି ଛାରଖାର କରିଦେବା କ'ଣ ଏକ ବିକୃତ ମାନସିକତାର ପରିଚୟ ନୁହେଁ କି.....


- ସତରେ ଆମର ଶିକ୍ଷା ସଂସ୍କୃତି ସଭ୍ୟତା ଓ ସମାଜ ଏଭଳି କିଛି ବିକୃତ ମାନସିକତାର ବ୍ୟକ୍ତିଙ୍କ ଦ୍ଵାରା ନିର୍ଯ୍ୟାତିତ ହେଉଛି.....


ଆମେ ସଚେତନ ରହିଲେ ଝରିପଡୁଥିବା ଫୁଲ କଢିକୁ ତୋଳିଧରି ପୂର୍ଣ୍ଣ ରୂପ ଦେଇ ପାରିବା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy