STORYMIRROR

Sunanda Mohanty

Tragedy Action Inspirational

4  

Sunanda Mohanty

Tragedy Action Inspirational

ଜହ୍ନିଫୁଲ ଜହ୍ନ

ଜହ୍ନିଫୁଲ ଜହ୍ନ

3 mins
1

କମଳାଙ୍କ ବଂଶରେ ଝିଅ ସଂଖ୍ୟା ଖୁବ କମ ଥିଲାବେଳେ ଦୁଇ ପୁଅ ତାଙ୍କର ଯେବେ ପଚାରନ୍ତି ମାଆ ଆମର ଭଉଣୀଟିଏ କାହିଁକି ନାହିଁ? କମଳା ଚୁପ ହୋଇଯାଆନ୍ତି. ପୁଣି ପୁଅ ଦୁହେଁ ପଚାରୁଥାଆନ୍ତି ଭଉଣୀମାନେ ଭାଇ ହାତରେ ରାକ୍ଷୀ ପିନ୍ଧେଇବାକୁ ଆସୁଛନ୍ତି ଆମ ହାତ କିନ୍ତୁ ଫାଙ୍କା ତ ଦଉଡିଯାଇ ଠାକୁର ଘରେ ଜଗନ୍ନାଥ, ଶିବଶଙ୍କର, ବୀରହନୁମାନ, ଗଣେଷଙ୍କ ପାଦ ପଦ୍ମରେ ସମର୍ପଣ କରିଥିବା ରାକ୍ଷୀ ଆଣି କମଳା ପୁଅ ଦୁହିଁଙ୍କୁ ପିନ୍ଧେଇଲା ବେଳେ ପୁଅ ଦୁହେଁ କହନ୍ତି ନାଇଁ ନାଇଁ ଆମେ ଶିବଶଙ୍କର କି ବୀରହନୁମାନ କି ଗଣେଷଙ୍କ ପାଖରେ ପିନ୍ଧା ଯାଇଥିବା ରାକ୍ଷୀ ପିନ୍ଧିବୁନି. ଯଦି ପିନ୍ଧେଇବ ତ ଜଗନ୍ନାଥ ଓ ବଳଭଦ୍ର ଠାକୁରଙ୍କ ନିକଟରେ ସମର୍ପିତ ରାକ୍ଷୀ ପିନ୍ଧାଅ. ତାଙ୍କ ଭଉଣୀ ସୁଭଦ୍ରା ଭଳି ଭଉଣୀ ଆସୁ ଆମର. କମଳା ପୁଅ ଦୁହିଁଙ୍କୁ ପିନ୍ଧାଇ ସାରି ରାମଭକ୍ତ ସ୍ୱାମୀଙ୍କ ହାତରେ ରାମଙ୍କ ଚରଣାଶ୍ରିତ ରାକ୍ଷୀଟି ପିନ୍ଧାଇଲା ବେଳେ ସେ ମଧ୍ୟ ଅମଙ୍ଗ ହୁଅନ୍ତି ତ କମଳା ବୁଝେଇ ଦିଅନ୍ତି କିଏ କହିଲା ରାମଙ୍କ ଭଉଣୀ ନାହିଁ? ବାଲ୍ମୀକି ସିନା ରାମଙ୍କ ଭଉଣୀଙ୍କ କଥା ଲେଖିନାହାଁନ୍ତି କିନ୍ତୁ ଦକ୍ଷିଣଭାରତୀୟ ରମାୟଣ ଅନୁଯାୟୀ ରାମଙ୍କ ଭଉଣୀ ଶାନ୍ତା ଥିଲେ. ଚାରିପୁଅଙ୍କ ଜନ୍ମ ପୂର୍ବରୁ ସେ କୌଶାଲ୍ୟା ଓ ଦଶରଥଙ୍କ ପୁତ୍ରୀ ରୂପେ ଜନ୍ମଗ୍ରହଣ କରିଥିଲେ.ଜଣେ ଅପୁତ୍ରିକ ରାଜା ଓ ରାଣୀ ଶାନ୍ତାଙ୍କୁ ଝିଅ କରି ନେଇ ତାଙ୍କୁ ଜଣେ ଋଷିଙ୍କ ସହ ବିବାହ ଦେଇଥିଲେ ବୋଲି ମୋ ଜେଜେମା ମତେ କହିଛନ୍ତି. ହଉ ହଉ କହି ରାକ୍ଷୀ ବାନ୍ଧୁ ବାନ୍ଧୁ ସ୍ୱାମୀ କହନ୍ତି ମୋର ଭଉଣୀ କେହି ନଥାନ୍ତୁ ହେଲେ ମୋ ପୁଅ ଦୁହିଁଙ୍କର ସେ ଇଛା ପୁରଣ କରିବା କଣ ତୁମର ଉଚିତ ନୁହେଁ?ଲାଜେଇ ଯାଇ କମଳା ଫେରିପଡ଼ନ୍ତି ରୋଷେଇ ଘର ଅଭିମୁଖେ. ଏବେ ଦୁଇ ବୋହୂଙ୍କୁ ଝିଅ ପରି ଦେଖୁଛନ୍ତି କମଳା ଓ ତାଙ୍କ ସ୍ୱାମୀ ।

    ବଡ଼ବୋହୁର ପ୍ରଥମ ପ୍ରସବ ପୁଅ ଓ ସାନବୋହୂର ପ୍ରଥମ କରି ପୁଅଟିଏ ଲେଖାଏଁ ହେବା ପରେ ମନ ଉଣା ହୋଇଥିଲା ସମସ୍ତଙ୍କର କିନ୍ତୁ ବଡ଼ବୋହୁ ଯେବେ ଦ୍ୱିତୀୟ ସନ୍ତାନଟିଏ ଜନ୍ମ ଦେଲା, ଝିଅଟିଏ ଜନ୍ମ ହେବା ଶୁଣି ଜେଜେମା କମଳା କେତେ ଖୁସି ହେଲେ. ପାଦ ତାଙ୍କର ପାଞ୍ଚ ହାତରେ ପଡିଲା.କଅଁଳା ଶିଶୁକନ୍ୟାକୁ ବୁଲେଇ ବୁଲେଇ ସାରା ଡାକ୍ତରଖାନା ଘୁରିଗଲେ. ମୋ ଲଷ୍ମୀ ଠାକୁରାଣୀ ଆମ ଘରକୁ ବିଜେ କରିଛନ୍ତି ବୋଲି କହିବୁଲିଲେ.ଏକୋଇଶିଆ ପାଳି ଛେତା ଅସରପା ଭଳି ରଙ୍ଗର ଝିଅର ନାମ ଦେଲେ ଜହ୍ନ ଓ ଭଲନାମ ସୌଦାମିନି.ମାସିକିଆ କରି ଭୋଜି ଭାତ ପରଷିଲେ. ଦାନ ଧର୍ମ କଲେ. ଶିଶୁ କନ୍ୟା ପେଟେଇବା, ଗୁରୁଣ୍ଡିବା, ଠିଆହେଉ ହେଉ ଚାଲିଶିଖି କଥା କହିବାର ପ୍ରତିଟି ଜୀଵନର ଗତିଶୀଳତାରେ କମଳା ଦାନ ଧର୍ମ କଲେ. ଝିଅ ଆଜି ବଡ଼ ହୋଇ ତା ଦୁଇଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବ.ସୁନାରୀ ବା ବଣିଆଘର ଜେଜେମା ଓ ଜେଜେ କନ୍ୟାର ସର୍ବାଙ୍ଗ ସୁନାର ଛାଉଣୀ କରି ସଜାଉଥିଲେ. ଭାଇଦୁହିଁଙ୍କୁ ରାକ୍ଷୀ ପିନ୍ଧାଇବାର ପ୍ରଥମ ବର୍ଷ ଜେଜେ ଓ ଦ୍ୱିତୀୟ ବର୍ଷ ଜେଜେମା ଚାଲିଗଲେ ସ୍ୱର୍ଗପୁର ସତେ ଯେମିତି ତଅପୋଇ ସୁନାକୁଲେଇ ମାଗିବା ପରେ ସ୍ବର୍ଣ୍ଣ ଚାନ୍ଦ ମାଗନ୍ତେ ଆଧାଚାନ୍ଦେ ପିଅର ଓ ପୂର୍ଣ୍ଣଚାନ୍ଦେ ମାତା ଚାଲିଯାଇଥିଲେ.ଦିନ ବିତିବା ସଙ୍ଗେ ସଙ୍ଗେ ବାପା ମାଆ ଓ ଦାଦା ଖୁଡିଙ୍କୁ ମଧ୍ୟ ଅକାଳରେ ହରେଇ ପରିବାରରେ ରହିଯାଇଥିଲେ କେବଳ ଦୁଇଭାଇ ଓ ଭଉଣୀ ସୌଦାମିନୀ ଯାହାକୁ ସ୍ନେହରେ ଦୁଇଭାଇ ଡାକୁଥିଲେ କେବଳ ଜହ୍ନ . ବଡ଼ ହୋଇ ଜହ୍ନ ପାଠ ପଢି ବିବାହ ଯୋଗ୍ୟା ହେଲାବେଳକୁ ଦୁଇଭାଇଙ୍କ ବିବାହ ସରିଥିଲା.ଜହ୍ନର ବିବାହ ପ୍ରସ୍ତୁତି ଚାଲିଲା ଓ ବହୁ ଧୂମଧାମ ଓ ଆଡମ୍ବର ସହକାରେ ବାହାଘର ସରିଗଲା. ରାକ୍ଷୀ ପୂର୍ଣ୍ଣମୀକୁ ରାକ୍ଷୀପୂର୍ଣ୍ଣମୀ ଭଉଣୀ ଆସୁଥିଲା ଶାଶୁଘରୁ ତ ଗାଁ ଦାଣ୍ଡ ଦୁଲୁକୁଥିଲା. ଭଉଣୀଠୁ ରାକ୍ଷୀ ପିନ୍ଧି ଢେର ସାରା ଉପହାର ନେଇ ଭଉଣୀକୁ ଛାଡି ଆସୁଥିଲେ ଦୁଇ ଭାଇ. ଆଜି ଦୁଇଭାଇଙ୍କର ଅଳଙ୍କାର ସୋ ରୁମ ଉଦଘାଟନ ଉତ୍ସବ.ତେବେ ଏତେସବୁ ଭିତରେ ସବୁ ଫିକା କାହିଁକି ଲାଗୁଥିଲା!ନିମନ୍ତ୍ରିତ ଅତିଥି, ଅଭ୍ୟାଗତ ଏମିତିକି ସମସ୍ତ ଶୁଭେଛୁମାନଙ୍କ ଗହଣରେ ଜହ୍ନ ନଥିଲା. କର୍କଟରେ ମାସେ ହେଲାଣି ଚାଲିଯାଇଥିବା ଭଉଣୀର ଅନୁପସ୍ଥିତିରେ ସବୁ ଫିକା ଫିକା ଲାଗିଲା ବେଳେ ସୋ ରୁମ ଜହ୍ନ ନାମରେ ଝଲସି ଉଠି ଯେମିତି ଉପହାସ କରୁଥିଲା ଅମର ଓ ଅସିତ ଦୁଇ ଭାଇଙ୍କୁ.ଆଖିରୁ ଝରୁଥିଲା ଧାରା ଶ୍ରାବଣ ।



Rate this content
Log in

Similar oriya story from Tragedy