DR SAMIR RANJAN BEHERA

Tragedy Inspirational Thriller

4.5  

DR SAMIR RANJAN BEHERA

Tragedy Inspirational Thriller

ଇନସପେକ୍ଟର  ଶ୍ରୀ ରାମ....

ଇନସପେକ୍ଟର  ଶ୍ରୀ ରାମ....

6 mins
355



ସବୁଦିନ ସକାଳୁ 7 ଟା ରେ ବାଲେଶ୍ୱର ବସଷ୍ଟାଣ୍ଡ ଦେଇ ଗଲାବେଳେ ମୋର ନଜର ପଡେ ଗୋଟେ ଛୋଟ ବାଳିକା ଉପରେ, ବୟସ ଏଗାର କି ବାର ହେବ l କୁଞ୍ଚୁକୁଞ୍ଚିଆ ଛୁଟି, ଶ୍ୟାମଳ ବର୍ଣ୍ଣ, ଛିଣ୍ଡା ଫ୍ରକ ଟେ ପିନ୍ଧିଥାଏ l ହାତ ଗୋଡ ରେ ପରସ୍ତେ ପରସ୍ତେ ମଳି ବାହାରିବ l ପ୍ଲାଷ୍ଟିକ ଜରି ଗୋଟେଇ ଗୋଟେ ଅଖା ବ୍ୟାଗ ରେ ଭରୁଥାଏ l ଏତେ ସକାଳୁ ଏତେ ଛୋଟ ଛୁଆ ଟା ଏ ଭଳି କାମ କରୁଛି, ମୋର କାହିଁକି ବହୁତ ଇଛା ହେଲା କିଛି ଜାଣିବା ପାଇଁ l ପାଖକୁ ଯାଇ ପଚାରିଲି

" ତୋ ନାମ କଣ l"

"କୁନି l"

"ଏତେ ସକାଳୁ ଏଗୁଡା ଗୋଟାଉଛୁ କାହିଁକି l''

"ସାତ ଟାରୁ ନ ଟା ଯାଏ ଯାହା ପ୍ଲାଷ୍ଟିକ ଜରି ଟିଣ ଗୋଟାଏ, ଆମ ମାଲିକ କୁ ଦିଏ, ସିଏ ଆମକୁ ଖାଇବାକୁ ଦିଏ l ତାପରେ ମୁଁ ସ୍କୁଲ ଯାଏ ପାଠ ପଢେ l"

"କେଉଁ ଶ୍ରେଣୀ ରେ ପଢ଼ୁଛୁ l"

"ଚତୁର୍ଥ ଶ୍ରେଣୀ l"

"ଘରେ ତ ବାପ ମା କଣ କରନ୍ତି lଘରେ ଆଉ ସବୁ କିଏ କିଏ l"

"ବାପ ବର୍ଷେ ହେଲାଣି ମରିଗଲାଣି, ମା ଘରେ ପଡ଼ିରହିଛି ଗୋଡ କାମ କରେନି l ମୋ ଉପରକୁ ଦିଟା ନାନୀ ସେମାନଙ୍କୁ ଆମ ମାଲିକ ସପ୍ତମ ଶ୍ରେଣୀ ପଢିଲା ପରେ ନେଇଯାଇ କୁଆଡେ ବାହାଘର କରେଇଦେଇଛି l ମୋତେ ବି କହିଛି ସପ୍ତମ ଶ୍ରେଣୀ ସ୍କୁଲ ସରିଲା ପରେ ଉତ୍ତରପ୍ରଦେଶ ରେ କେଉଁ ବଡ କୋଠା ଘରେ ବାହା କରେଇଦେବ l"

"ଆଛା ତୋର ସେ ମାଲିକ ର ନାମ କଣ କହିଲୁ l"

"ତାକୁ ସବୁ ମାଲିକ ତ କହନ୍ତି, ଆଉ ନାମ କଣ, ହଉ ବାବୁ ମୋର ସମୟ ହେଲାଣି ଗଲେ ସ୍କୁଲ ଯିବି l"

ଏତିକି କହି ବାଳିକା ଟି ଦୌଡ଼ି ପଳେଇଲା ଅଖା ବ୍ୟାଗ ଟା କୁ କାନ୍ଧ ରେ ଧରି l

ମୋର ମନ ଟା କାହିଁକି ବିଚଳିତ ଲାଗିଲା l ସେଦିନ ରାତିରେ ଭଲ ନିଦ ହେଉନଥାଏ

କିଏ ସେ ମାଲିକ, ଖାଇବା ଦଉଛି

ଜରି ନଉଛି...ବାହାଘର.... ବଡ କୋଠା ଵାଲା..... କୁନି ବାପ ମୃତ୍ୟୁ... ମା ପଙ୍ଗୁ.....ଦୁଇ ଝିଅ ସ୍କୁଲ ସାରିଲେ ବାହାଘର l

ଓଃ ମୁଣ୍ଡ ଖରାପ ହେଇଯାଉଛି... ଏତେ ପ୍ରଶ୍ନ କାହିଁକି ଆସୁଛି??

ପୋଲିସ ବୋଲି, ନା ମାନବିକତା ର ପ୍ରତିଧ୍ୱନି l

ଯାହା ବି ହେଉ ମୋତେ ନିଶ୍ଚୟ ଜାଣିବାକୁ ପଡିବ ଏହାର ରହସ୍ୟ l

ସେଦିନ ଠିକ 9 ଟା ରେ ସେ ଝିଅ କୁ follow କଲି ମୋ କାର ରେ ସିଭିଲ ଡ୍ରେସ ରେ ମୁଁ ଥିଲି l ଠିକ ବସ ଷ୍ଟାଣ୍ଡ ରୁ ଗୋଟେ କିଲୋମିଟର ଦୂରରେ ନୂଆ ବଜାର ଛକ ପାଖରେ କେହି ଜଣେ ଆସି ସେ ଝିଅ ପାଖରୁ ଜରି ବ୍ୟାଗ ଟା ଧରିନେଇ ଅଟୋ ଡାଲା ରେ ପକେଇ ଝିଅ ଟାକୁ ଅଟୋ ଭିତରେ ବସେଇ ଦେଲା l ମୁଁ follow କରିବାରେ ଲାଗିଲି ଠିକ 4 km ହେବ ସେ ଅଟୋ ଵାଲା ଝିଅ ଟାକୁ ନଲବାହାର ଛକ ପାଖରେ ଓଲ୍ହାଇ ଦେଲା, ଆଉ ସିଧା ପଳେଇଲା l

କୁନି ଝିଅ ଟା ଗୋଟେ ଗଳି ରାସ୍ତା ରେ ପଶିଗଲା, ମୁଁ ତା ପଛେ ପଛେ ଗଲି , ଦେଖିଲି ଝିଅ ଟା ଗୋଟେ ବସ୍ତି ରେ ପଶିଲା l ମୁଁ ଦୂରରୁ ଗୋଟେ ଗଛ ମୂଳରୁ ଯାହା ଦେଖିଲି ନିଜ ଆଖିକୁ ବିଶ୍ୱାସ କରିପାରିଲିନି, ଜଣେ ମଧ୍ୟ ବୟସ୍କ ଲୋକଟେ, ଦାଢ଼ି ନିଶ ଟିକେ ଟିକେ ପାଚି ଯାଇଥାଏ, ସେ କୁନି ଝିଅ ସହ ଅଶ୍ଳୀଳ ବ୍ୟବହାର କରିବା ପରେ, ମାଡ ମାରି କହୁଥାଏ " ଯିଏ ପଚାରିବ କହିବୁ ମୋ ମାଲିକ ମୋତେ ସ୍କୁଲ ପଠାଏ l ମୋତେ ବଡ କୋଠା ଘରେ ବାହା ଦେବ, ସିଏ ଆମ ପାଇଁ ଭଗବାନ l"

ଏତିକି କହି ଲୋକଟି ଝିଅ ଟାକୁ ଘର ଭିତର କୁ ଠେଲି ଦେଇ ତାଲା ପକେଇଦେଲା l

ତାମାନେ କୁନି ସେଦିନ ଯାହା କହିଥିଲା ସବୁ ମିଛ,

ଘଟଣା ଟି କେମିତି କେମିତି ଲାଗୁଛି, ରାଗ କ୍ରୋଧ ରେ ଜର୍ଜରିତ ହେଇ ଉଠୁଥିଲି ମୁଁ l ମୁଁ ଇନ୍ସପେକ୍ଟର ଶ୍ରୀ ରାମ l ତ୍ରେତେୟା ଯୁଗ ର ଶ୍ରୀ ରାମ ଅହଲ୍ୟା ତାରଣ କରିଥିଲେ, ଆଜି ମୋ ଆଗରେ ଏ ମା ଝିଅ ର ରହସ୍ୟ ର ଫର୍ଦଫାସ କରିବି l ପ୍ରତିଜ୍ଞା କରି ସେଦିନ ଫେରି ଆସିଲି l

ସେଦିନ ବର୍ଷା ରାତି ଥିଲା, ମୁଁ ମୋ କନେଷ୍ଟବଳ କୁ ନେଇ ଚାଲିଲି ସେଇ ମା ଝିଅ ରହୁଥିବା ଜାଗା କୁ l ଆଗରୁ ପୋଲିସ ଫୋର୍ସ ରେଡି କରି ଦେଇଥିଲି ସେ ଏରିଆ କୁ ରେଡ କରିବା ପାଇଁ l କନେଷ୍ଟବଳ କୁ ଅର୍ଡର ଦେଲି ସେ ଘର ତାଲା ଭାଙ୍ଗିବା ପାଇଁ, କିନ୍ତୁ ଏ କଣ ସେ ଘରେ କୁନି କି ତା ମା ନଥିଲେ ଥିଲେ ଜଣେ ଯୁବକ ଯୁବତୀ ଅସଂଯତ ଅବସ୍ଥାରେ l ମୁଁ ଦେଖିଲି ସେଠି ଟୋଟାଲ ଚାରି ପାଞ୍ଚ ଟି ଘର ଥିଲା ସବୁଥିରେ ତାଲା ଥିଲା, କନେଷ୍ଟବଳ ରାଘବ ଆଉ ଗୋଟେ ତାଲା ଭାଙ୍ଗିଲେ ସେଠି ଦେଖିଲେ ଗୋଟେ ଛୋଟ ଝିଅ 13 କି 14 ବର୍ଷର ଝିଅ ଜଣେ ଯୁବକ ସଙ୍ଗେ ଅସଂଯତ ଅବସ୍ଥାରେ l ଏ ତ କୁନି ନୁହଁ l ଏମିତି ସବୁ ତାଲା ଭାଙ୍ଗିବାକୁ କନେଷ୍ଟବଳ କୁ କହିଲି

ଆଉ ଶେଷ ଘରେ ଜଣେ ରୁଗ୍ଣ ବୁଢ଼ୀ ମା ଟେ ପାଖରେ କୁନି କୁ ଶୋଇବାରେ ପାଇଲି l

" ରାଘବ ଏ ଯୁବକ ଯୁବତୀ ହସ୍ତରେ ରେ ହାଣ୍ଡକପ ପକେଇ ଥାନା କୁ ନେଇଚାଲ, କୁନି ଆଉ ତା ମା କୁ ମୋ କାର ରେ ବସେଇ ଦିଅ l

ଗାଡି ଥାନାରେ ପହଁଚିଲା l"

ରାଗରେ ମୁଁ ରକ୍ତ ଚାଉଳ ଚୋବାଉଥାଏ l ତିନି ଯୁବକ ଯୁବତୀ ଙ୍କୁ ତାଙ୍କ ବୟାନ ଦେବାକୁ କହିଲି " କିନ୍ତୁ କେହିବି ତାଙ୍କ ମାଲିକ ନା ନେଲେନି, କନେଷ୍ଟବଳ ଏ ସମସ୍ତ ଙ୍କୁ କୋର୍ଟ ଚାଲାଣ କରିଦିଅ l

ଶେଷରେ ଗଲି ସେଇ ବୁଢୀମା ଆଉ କୁନି ପାଖକୁ

" ମା ନିର୍ଭୟ ରେ ମୋତେ କୁହ ତୁମ ପଛରେ ଥିବା ସେ ବର୍ବରୋଚିତ କାହାଣୀ, ଡ଼ରନି ମୁଁ ଶ୍ରୀରାମ, ତ୍ରେତୟା ର ଶ୍ରୀରାମ ନହେଲେ ବି ଅଣ୍ଟା ଭିଡିଛି ତମର ଉଦ୍ଧାର ପାଇଁ l

" କଣ କହିବି ବାବୁ , ମେଦିନାପୁର ରେ ଆମ ଘର ଆମେ ଦୁଇ ପ୍ରାଣୀ ଆଉ ଆମର ଚାରି ଝିଅ ଥିଲେ l କୁନି ସାନ ଝିଅ l କୁନି ବାପା ସଲିମ ଅଲି ଙ୍କ ପାଖରେ କାମ କରୁଥିଲା, ଗରିବ ଥିଲୁ ଆମେ ଓଳିଏ କାମ କଲେ ଖାଉଥିଲୁ l ସଲିମ ର ନଜର ବହୁତ ଖରାପ ଥିଲା l ସେ କହୁଥିଲା ତମ ସବୁ ଝିଅ କୁ ସ୍କୁଲ ପଢ଼େଇବି ସ୍କୁଲ ପଢା ସରିଲା ପରେ ବାହାଘର ବଡ କୋଠା ଘର ବାବୁ ସହ କରେଇଦେବି l ଏମିତି କହି ମୋ ବଡ ଝିଅ, ପରେ ଦ୍ୱିତୀୟ ଝିଅ କୁ ସଲିମ ନେଇ ଆସିଲା କିଛି ଦିନ ପରେ ସେମାନେ ଗାୟବ ହେଇଗଲେ l ତୃତୀୟ ଝିଅ କୁ ଯେଉଁ ଦିନ ଆଣିଲା ତା ବାପା ପ୍ରତିବାଦ କଲେ ମୋ ଆଗ ଝିଅ କାହିଁ, କେଉଁଠି ବାହା ଦେଇଛୁ କଥା କରା, ନହେଲେ ପୋଲିସ ରେ ଦେବି, ବାସ ତାପରେ ସେ ରାକ୍ଷସ ଆମ ଆଖି ଆଗରେ ମାରିଦେଲା ତାଙ୍କୁ l ଆଉ ମୋର ଗୋଡ ହାତ କାଟି ପଙ୍ଗୁ କରିଦେଲା l ତାପରେ ମୋ ତୃତୀୟ ଝିଅ କୁ କୁଆଡେ ନେଇଗଲା l ଆଉ ସାନ ଝିଅ କୁ ମୋତେ ଆଜି ପାଞ୍ଚ ବର୍ଷ ହେଲାଣି ଗୋଟେ ଜଙ୍ଗଲ ଭିତରେ ସେ ତାଲା ପକେଇ ରଖିଛି, କେବେ ଖାଇବାକୁ ଦିଏ କେବେ ଦିଏନି, କୁନି ସକାଳୁ ଜରି ପ୍ଲାଷ୍ଟିକ ଗୋଟେଇ ଯାହା ପଇସା ଆଣେ ସେ ନର ରାକ୍ଷସ କୁ ଦେଲେ ସେ କିଛି ଖାଇବାକୁ ଦିଏ, ତାସହିତ ବହୁତ ପାଶବିକ ଅତ୍ୟାଚାର ସହିବାକୁ ପଡେ l"

ମୋର ଶୁଣି ବାକୁ ଆଉ ଧୈର୍ଯ୍ୟ ନ ଥିଲା l

"କନେଷ୍ଟବଳ ସେ ଝିଅ ମାନଙ୍କୁ ଜନ କୁ ଆଣିଲ ଏ ବୁଢୀମା ଆଗକୁ

ଭୋ ଭୋ ହେଇ କାନ୍ଦି ଉଠିଛି ମା ତାର, ହଁ ବାବୁ ଏ ଭିତରୁ ମୋର ହଜି ଯାଇଥିବା ତିନିଟି ଯାକ ଝିଅ ଅଛନ୍ତି l "

ମା ଝିଅ ର କୋଳାଗ୍ରତ ରେ ସତେ ଛାତି ଭିତରେ ଜଳୁ ଥିବା ପାଞ୍ଚ ବର୍ଷ ଅଗ୍ନି ଟିକେ ଉପଶମ ହେଇଯାଇଥିଲା l

"ବାବୁ ଆପଣ ଆମ ପାଇଁ ସ୍ୱୟଂ ଶ୍ରୀରାମଚନ୍ଦ୍ର, ଭଗବାନ ସାଜି ଆଜି ଆମ ମାନଙ୍କୁ ନୂଆ ଜୀବନ ଦାନ ଦେଇଦେଲେ l"

ମୋତେ ଆଉ ବୁଝିବାକୁ କିଛି ବାକି ନଥିଲା, ସ୍କୁଲ ପାଠ ପଢା, ବିବାହ ପ୍ରଲୋଭନ ଦେଖେଇ ସହ ସହ ଗରିବ ଝିଅ ଙ୍କୁ ବେପାର ରେ ଲଗେଇବା ତାର ପେଶା ହେଇଯାଇଥିଲା l

"ମୋତେ ଏବେ କହ ମାଉସୀ ସେ ନରପିଶାଚ, କେଉଁଠି ରହେ "

ସଠିକ ଜାଣେନି ବାବୁ କିନ୍ତୁ ସେ କହୁଥିଲେ ବାଲେଶ୍ୱର ର ସେ କେଉଁ ମିର୍ଜା ପୋଖରୀ ର କେଉଁ ଗଳି ରେ l"

ତା ପର ଦିନ ଫୋର୍ସ ନେଇ ମିର୍ଜା ପୋଖରୀ ର ପ୍ରତ୍ୟେକ ବସ୍ତି ରେଡ କରି ଖୋଜି ଚାଲିଲୁ ସଲିମ ଅଲି କୁ l କିନ୍ତୁ ଜାଣିବାକୁ ପାଇଲୁ ସେ ସବୁ ଜାଣି ପାରି, କୋଲକାତା ପଳେଇ ଯାଇଛି l"

Most wanted ନୋଟିସ କରି କୋଲକାତା ପୋଲିସ ଆଉ ମୋ ଫୋର୍ସ ର କୋଣେ ଅନୁକୋଣେ ଖୋଜି ଚାଲିଲେ, ଶେଷ ରେ କଂସେଇ ସଲିମ ଖେଳ ସରିଗଲା, ପୋଲିସ ହାତରେ ଧରା ପଡିଲା l ଓଡିଶା ହାଇକୋର୍ଟ ର ବିଚାର ଧlରା ଅନୁସାରେ ସଲିମ ଅଲି ଅସଂଖ୍ୟ କୋମଳ ମତି ଝିଅ ଜୀବନ କୁ ନର୍କ କୁ ଠେଲି ଦେବା କୁନି ପରିବାର କୁ ପାଶବିକ ଅତ୍ୟାଚାର କରିବା ଓ କୁନି ବାପା ଙ୍କୁ ଜୀବନ ରୁ ମାରିଦେବା ଅପରାଧ ରେ ଫାଶୀ ଦାଣ୍ଡରେ ଅଭିଯୁକ୍ତ କରାଗଲା l

ସମାଜ କୁ କିଛି କଳଙ୍କ କାଳିମା ରୁ ଉଦ୍ଧାର କରିଥିବାରୁ ପରିତୃପ୍ତିର ଆସ୍ଵାଦନ ମିଳୁଥିଲା ମୋ ହୃଦୟ ରୁ l ଖୁସି ର ଲୁହ ଝରି ପଡୁଥିଲା ପାଞ୍ଚ ବର୍ଷ ଦଗ୍ଧୀଭୂତ ହେଇଥିବା ସେଇ ପରିବାର କୁ ନ୍ୟାୟ ଦେଇଥିବାରୁ l

ଆଉ ସନ୍ତର୍ପଣ ନୟନ ରେ ସେଇ ପରିବାର ଟି ସତେ ଆଶୀର୍ବାଦ ରେ ପୋତି ପକୁଥିଲେ  ଇନସପେକ୍ଟର ଶ୍ରୀ ରାମ ଙ୍କୁ l


                

  



Rate this content
Log in

Similar oriya story from Tragedy