sasmita sahoo

Inspirational

3  

sasmita sahoo

Inspirational

ହେଲେ କାହିଁକି ?

ହେଲେ କାହିଁକି ?

3 mins
707


କ୍ଷୁଦ୍ର ଗଳ୍ପ

..…ହେଲେ କାହିଁକି ?

…. ସ୍ମିତା ୪୫ ବର୍ଷର ଏକ ପରିପକ୍ଵ ଗୃହିଣୀ I ସ୍ୱାମୀ ବିନୟ ଦାସ I ଜଣେ ନାମୀ ଡାକ୍ତର I ତିନୋଟି ପୁତ୍ର ସନ୍ତାନ, ତା ସହିତ ଘରେ କିଛି ଅଭାବ ନାହିଁ I ଧନ ଧାନ୍ୟରେ ଭର ପୁର I ସ୍ମିତା ନିଜର ଘର ସଂସାରକୁ ନେଇ ଖୁସି Iକିନ୍ତୁ ବେଳେବେଳେ ଏମିତି ପ୍ରତିକ୍ରିୟା ସୃଷ୍ଟି କରନ୍ତି I ଯାହାର ଉତ୍ତର ସେ ବି ନିଜେ ଜାଣନ୍ତିନି I ହଠାତ ଦୁଃଖିତ ଓ ଅନ୍ୟମନସ୍କ ଜଣI ପଡନ୍ତି I ଆଉ ଏଇ କଥା ଡାକ୍ତର ବାବୁଙ୍କୁ ଆଦୌ ଭଲ ଲାଗେନା I ତେଣୁ ସେ ବହୁତ ଥର ସ୍ମିତାଙ୍କୁ ଏ ବିଷୟରେ ପ୍ରଶ୍ନ କରିଛନ୍ତି I କିନ୍ତୁ ସ୍ମିତା କଥା ବଦଳେଇ ଦିଅନ୍ତି ଅଥବା କିଛି ଉତ୍ତର ଦିଅନ୍ତି ନାହିଁ I

…. ତିନି ପୁଅ ବଡ ହୋଇ ଗଲେଣି I ବଡ ପୁଅ ଇଞ୍ଜିନିଅର ଶେଷ ବର୍ଷ ,ମଝିଆଁ ମେଡିକାଲ ୨ୟ ବର୍ଷ ଆଉ ସବା ସାନ ପୁଅଟି ମାଟ୍ରିକ ପରୀକ୍ଷା ଦେଇଛି I ପ୍ରାୟ ସମସ୍ତେ କିଶୋର ଅବସ୍ଥାରେ I ତେଣୁ ତାଙ୍କର ବସା, ଉଠା ଭଲ ମନ୍ଦ ବାପାଙ୍କ ସହିତ ବେଶୀ I ନ ହେଲେ ସାଙ୍ଗ ମାନଙ୍କ ସହିତ କଟି ଯାଏ ନଚେତ, ଟିଭି ଦେଖିବାରେ I କହିବାକୁ ଗଲେ ପୁଅ ମାନଙ୍କର ଚିନ୍ତାଧାରା ଡାକ୍ତର ବାବୁଙ୍କ ଚିନ୍ତାଧାରା ଓ ବିଚାର ସହ ମେଳ ଖାଏ I କିନ୍ତୁ ସ୍ମିତାଙ୍କର ଇଛା ପୁଅ ମାନେ ତାଙ୍କ ସହ କଥା ହୁଅନ୍ତୁ I ମିଶନ୍ତୁ କିଛି ,ସମୟ ଦିଅନ୍ତୁ I କିନ୍ତୁ ପିଲା ବଡ ହେଲେଣି Iଏବେ ସେମାନେ ପୁରୁଷ ହେବାକୁ ଲାଗିଲେଣି I ତେଣୁ ସେମା ନଙ୍କର ରୁଚି ଅଲଗା I

ଦିନେ ହଠାତ ସକାଳୁ ସକାଳୁ ସ୍ୱାମୀଙ୍କୁ ସ୍ମିତା କହିଲେ ,

--ହେଇଟି ଶୁଣୁଛ, ମୁଁ କିଛି ତୁମକୁ ମାଗିବାକୁ ଚାହୁଁଛି I

କ’ଣ ତୁମେ ମୋତେ ଦେବ ?

ସ୍ୱାମୀ କହିଲେ,-- ଯଦି ମୋ ପକ୍ଷେ ସମ୍ଭବ ତା ହେଲେ ନିଶ୍ଚୟ I ହେଲେ କଣ ମାଗିବାକୁ ଚାହୁଁଛ ?

ମୋ ଖୁସି ପାଇଁ ତୁମେ କ’ଣ କିଛି କରି ପାରିବ ?

ସ୍ୱIମୀ ମୁଣ୍ଡ ହଲାଇ କହିଲେ ,ନିଶ୍ଚୟ ଆରେ ତୁମ ଖୁସି ତ ମୋ ଖୁସି I କାହିଁକି ନୁହେଁ ?

କୁହ କ’ଣ ଚାହଁ ?

ସ୍ମିତା ଟିକେ ଅଟକି ଯାଇ ଧୀର ଗଳାରେ କହିଲେ, ମୁଁ ଗୋଟିଏ ଝିଅ କୁ ଗ୍ରହଣ କରିବାକୁ ଚାହୁଁଛି I ସ୍ୱାମୀ ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ I ଆଉ କିଛି ପ୍ରଶ୍ନ କରିବା ପୂର୍ବରୁ, ସ୍ମିତା କହିଦେଲେ--- ପ୍ଲିଜ , କିଛି ପ୍ରଶ୍ନ ପଚାରିବ ନାହିଁ I

ତିନି ପୁଅଙ୍କୁ ଡକାଗଲା ଆଉ ସମସ୍ତଙ୍କ ସାମ୍ନାରେ ଏ ପ୍ରସ୍ତାବ ରଖIଗଲା I ସମସ୍ତେ ସମ୍ମତି ପ୍ରଦାନ କଲେ ,ହେଲେ ସମସ୍ତଙ୍କ ମନ ରେ ରହିଥାଏ ‘କାହିଁକି ‘?

…. ଖୁବ ଶୀଘ୍ର କାଗଜ ପତ୍ର ପ୍ରସ୍ତୁତ କରି ସ୍ମିତା ମାର୍ଚ୍ଚ ମାସ ୮ ତାରିଖ ଦିନ ,ଅନାଥ ଆଶ୍ରମରୁ ଏକ ୨ ମାସର ଶିଶୁ କନ୍ୟାକୁ ଆଇନ ଅନୁଯାୟୀ ଗ୍ରହଣ କଲେ I ସ୍ମିତା ଆଜି ବହୁତ ଖୁସି ହୃଦୟର ଆନନ୍ଦ ,ମୁଖରେ ପ୍ରତଫଳିତ ହେଉଛି I ତିନି ତିନି ଥର ମାତୃତ୍ୱର ସ୍ବାଦୁ ଚାଖିଲା ପରେ ବି ଆଜି ତାଙ୍କ ପାଖରେ ମା’ର ମମତାର ଅଭାବ ନ ଥିଲା I

… ଝିଅର ଆସିବା ଖୁସିରେ ଡାକ୍ତର ବାବୁ ଏବଂ ସ୍ମିତା ଏକ ସମାରୋହର ଆୟୋଜନ କଲେ I ସାଙ୍ଗ ସାଥି ବନ୍ଧୁବାନ୍ଧବ ସIହି ପଡିଶା ସମସ୍ତଙ୍କୁ ନିମନ୍ତ୍ରଣ କରାଗଲା I ଆଉ ସମସ୍ତେ ଖୁସିରେ ଆସିଲେ ,ହେଲେ ତାଙ୍କ ମନରେ ବି ସେଇ ଗୋଟିଏ ପ୍ରଶ୍ନ -କାହିଁକି ? ସମସ୍ତେ ଏକାଠି ବସିଥାନ୍ତି ଠିକ ସେତିକି ବେଳେ ସ୍ମିତା ମଣ୍ଡପ ଉପରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ I କୋଳରେ କୁନି ଝିଅ I ମୁହଁରେ ହସ I ଆଉ ତା ସହିତ ସମ୍ବୋଧିତ କଲେ ,ଆଜି ମୁଁ ପୁରା ସମାଜ ଓ ପରିବାରର ସାମ୍ନାରେ ସେଇ ‘କାହିଁକି ‘ର ଉତ୍ତର ରଖିବାକୁ ଚାହୁଁଛି I

…. ମୋ ମତରେ ପ୍ରତ୍ୟେକଙ୍କ ଘରେ ଗୋଟିଏ ଗୋଟିଏ ଝିଅ ରହିବI ନିହାତି ଆବଶ୍ୟକ I ଝିଅର ସ୍ନେହ ଓ ଆପଣI କରିବାର ଗୁଣ ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ I ତିନି ପୁଅ ଥାଇ ମଧ୍ୟ ମୋ ମନରେ ସନ୍ତୁଷ୍ଟି ନ ଥିଲା I ମୋ ନିଜର ଛାଇକୁ ଏମାନଙ୍କ ମଧ୍ୟରୁ କାହା ଭିତରେ କେବେ ଦେଖି ନାହିଁ କି କେବେ ବି ଦେଖିବାକୁ ପାଇ ନ ଥାନ୍ତି I

…. କନ୍ୟା ଶକ୍ତି ଅଟେ I ସୃଷ୍ଟିର ସ୍ରୋତ ଅଟେ I ଘରର ସୌନ୍ଦର୍ଯ୍ୟ I ମମତାର ଛIଇ I କୌଣସି ସ୍ତ୍ରୀ ଯଦି ଝିଅଟିଏ ହେବ ଭାବି ନିଜର ଗର୍ଭରେ ଥିବା ଭୃଣର ହତ୍ୟା କରାଏ କିମ୍ବା ଅଳିଆ ଗଦାରେ କୁକୁର କାଉ ଖାଇବା ପାଇଁ ଫୋପାଡ଼ି ଦେଇ ଯାଏ,ସେତେବେଳେ ମୋତେ ଦୁଃଖ ନୁହେଁ ଭାରି କଷ୍ଟ ଲାଗେ I ଆତ୍ମା କାନ୍ଦି ଉଠେ I …. ମୋ ମତରେ ,ମୋ ସ୍ୱାମୀଙ୍କର ବଂଶ ସିନI ମୋ ତିନି ପୁଅ ଆଗକୁ ବଢ଼େଇ ନେବେ ହେଲେ, ମୋର ମାତୃତ୍ଵ ର ବଂଶ କେବଳ ମୋ ଝିଅ ହିଁ ବଢ଼ାଇ ପାରିବ I ତେଣୁ ସବୁକିଛି ଚିନ୍ତା କଲା ପରେ, ମୁଁ ଗୋଟିଏ ଝିଅର ମା, ହେବାକୁ ମନସ୍ତ କଲି I ଏବେ ଆପଣ ବୁଝି ପାରୁଥିବେ “ଏ କାହିଁକି… କାହିଁକି “? …..କରତIଳି ରେ ସେ ଜାଗାଟି ଫାଟି ପଡୁଥାଏ I ସମସ୍ତେ ସ୍ମିତାଙ୍କ ଚିନ୍ତାଧାରାକୁ ସମ୍ମାନ ଜଣାଇବା ସଂଗେ ସଂଗେ ପ୍ରସ୍ତାବକୁ ସ୍ୱୀକାର କଲେ I ପ୍ରକୁତରେ କହିବାକୁଗଲେ ଝିଅ ବିନା ଘର ଶ୍ରୀ ହୀନ ଲାଗେ ,ସବୁ ଥାଇ କିଛି ନଥିଲା ଭଳି ଲାଗେ I

(ସସ୍ମିତା ସାହୁ , ନାଶିକ)


Rate this content
Log in

Similar oriya story from Inspirational